Shani Upay: ଶନିବାର ଦିନ କରନ୍ତୁ ଏହି ସବୁ କାମ, ଶନିଦେବ ହେବେ ପ୍ରସନ୍ନ ଓଜାଡ଼ି ଦେବେ ଧନ,ଯଶ ଓ ସମ୍ମାନ
Advertisement

Shani Upay: ଶନିବାର ଦିନ କରନ୍ତୁ ଏହି ସବୁ କାମ, ଶନିଦେବ ହେବେ ପ୍ରସନ୍ନ ଓଜାଡ଼ି ଦେବେ ଧନ,ଯଶ ଓ ସମ୍ମାନ

Shani Upay News In Odia: ଶନିବାର ଶନିଦେବଙ୍କୁ (Shani Upay)ସମର୍ପିତ କରାଯାଇଛି । ସେ ହେଉଛନ୍ତି ନ୍ୟାୟର ଦେବତା । କର୍ମଫଳ ଅନୁଯାୟୀ ସେ ବ୍ୟକ୍ତିଙ୍କ ଆର୍ଶିବାଦ ପ୍ରଦାନ କରିଥାନ୍ତି । ଯେଉଁ ବ୍ୟକ୍ତିଙ୍କ ଉପରେ ଶାଢେ ସାତୀ ଶନି ବା ଶନିଦୋଷ ରହିଥାଏ ତାକୁ କମ କରିବା ପାଇଁ ଶନିବାର ଦିନ ବିଶେଷ ଉପାୟ କରାଯାଇଥାଏ । ଯାହାକୁ କରିବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ଦୁର୍ଭାଗ୍ୟ ଦୂର ହୋଇ ସୌଭାଗ୍ୟ ବୃଦ୍ଧି ହୋଇଥାଏ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Shani Upay News In Odia: ଶନିବାର ନ୍ୟାୟର ଦେବତା ଶନି ଦେବଙ୍କ (shanidev )ଲାଗି ସମର୍ପିତ । କୁହାଯାଏ, ଶନି ଦେବ ପ୍ରତ୍ୟେକ ଜୀବକୁ ତାର କର୍ମ ଅନୁଯାୟୀ ଉପଯୁକ୍ତ ଫଳ ଦେଇଥାଆନ୍ତି । ଧାର୍ମିକ ବିଦ୍ବାନଙ୍କ ମତ ଅନୁଯାୟୀ, ଶନିଦେବ (ShaniDev ) ଯାହା ଉପରେ ସନ୍ତୁଷ୍ଟ ହୋଇଥାଆନ୍ତି ସେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନାହିଁ । ସେହିପରି ଶନିଦେବ (Shani Dev)ଯଦି ରୋଷ କରନ୍ତୁ ତାହାଲେ ଆପଣଙ୍କର ହେବାକୁ ଥିବା କାମ ବିଗିଡିବାକୁ ଲାଗେ । କେବଳ ସେତିକି ନୁହେଁ, ଶନିଙ୍କ କୋପ ଆପଣଙ୍କ ଉପରେ ରହିଲେ ଅଦିନରେ ଦାରିଦ୍ରତା ମଧ୍ୟ ମାଡିଆସେ(shani dosh upay) । ଜୀବନରେ ନାନାଦି ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼େ। ସେହିପରି ଜାତକରେ ଶନି ଦଶା (shani dosh)ଥିଲେ ଶନିବାର ଦିନ କିଛି ପ୍ରତିକାର କରିବା ଦ୍ବାରା ଏଥିରୁ ମୁକ୍ତି ମିଳିଥାଏ । ତେବେ ଆସନ୍ତୁ ଜାଣିବା କେଉଁ କାମ କରିବା ଦ୍ବାରା ଶନିଦେବ ସନ୍ତୁଷ୍ଟ ହୋଇ ଥାନ୍ତି । ଏବଂ ଧନର ବର୍ଷା କରିଥାନ୍ତି ।

ଶନିବାର ଦିନ ଏହିସବୁ ପ୍ରତିକାର ଗୁଡିକ କରନ୍ତୁ :

-ଶନିଦେବଙ୍କ (shani)କୃପା ଲାଭ କରିବାକୁ ଶନିବାର ଦିନ ଆପଣ ,ସ୍ନାନ ପରେ ଓସ୍ତଗଛ ପାଖକୁ କଳା ପୋଷାକ ପିନ୍ଧି ସକାଳ ସମୟରେ ଯାଆନ୍ତୁ ।  ଓସ୍ତ ଗଛରେ ସାତ ଥର କଳାସୁତା ବୁଲାଇ ଗୁଡାନ୍ତୁ । ଏ-ପିରି ସାତ ଶନିବାର କରିବା ଦ୍ବାରା ଶନିଙ୍କ କୃପା ଆପଣଙ୍କ ଉପରେ ରହିବ । ଘରେ ସୁଖ ସମୃଦ୍ଧି ସହ ଆର୍ଥିକ ସମସ୍ୟା ମଧ୍ୟ ଦୂର ହେବ । 

Also Read: Bhubaneswar Crime News: ସାଙ୍ଗକୁ ହତ୍ୟା କରି ଗୋଟିଏ ରାତି ମୃତଦେହ ସହ କାଟିଲା ଅଭିଯୁକ୍ତ, ଜାଣନ୍ତୁ କ'ଣ ରହିଛି ପୂରା ଘଟଣାକ୍ରମ?

Also Read: Horoscope Today 6 May 2023: ଆଜି ୫ଟି ରାଶି ପାଇଁ ଅତ୍ୟନ୍ତ ଶୁଭ, ଏହି ୨ଟି ରାଶି ରୁହନ୍ତୁ ସାବଧାନ: ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

-ଯଦି ଜଣେ ବ୍ୟକ୍ତି ତାଙ୍କ ପ୍ରେମ ଜନିତ ବ୍ୟାପାରରେ ଅସୁବିଧାର ସମ୍ମୁଖିନ ହୁଅନ୍ତି । ତେବେ,  ଶନିବାର ଦିନ ଓସ୍ତ ଗଛ ମୂଳରେ ରାଶିତେଲ ଅର୍ପଣ କରନ୍ତୁ ।  ଏଭଳି ପ୍ରତ୍ୟକ ପାଞ୍ଚ ଶନିବାର କରିବା ପରେ ଆପଣଙ୍କର ଏହି ପ୍ରେମ ଜୀନବରେ ମଧୁରତା ଓ ଖୁସି ଆସିବ । ଏବଂ ବୈବାହିକ ଜୀବନ ଅଧିକ ଖୁସିରେ କଟିବ ।

- ସେହିପରି ଶନିବାର ଦିନ ୧୧ଟି ଓସ୍ତ ପତ୍ର ସହ କିଛି ଫୁଲକୁ ନେଇ ଏକ ମାଳ ପ୍ରସ୍ତୁତ କରନ୍ତୁ । ଏହାକୁ ପ୍ରାତଃ ସମୟରେ ଶନିଦେବଙ୍କୁ ଚଢାନ୍ତୁ । ଯାହା ଦ୍ବାରା ଆପଣ ଶନିଦେବଙ୍କ କୃପା ଲାଭ କରିପାରିବେ । ଏହାସହ ଆପଣ ଓଁ ଶଂ ଶନିଶ୍ଚରାୟ ନମଃ ମନ୍ତ୍ର ଜପନ୍ତୁ । ଏପରି କରିବା ଦ୍ବାରା ଶନିଦେବ ଆପଣଙ୍କ ଉପରେ ପ୍ରସନ୍ନ ହେବେ । ଏହି ଉପାୟ କରିବା ଦ୍ବାରା ଆପଣଙ୍କୁ କୋର୍ଟ କଚେରୀ ଜନିତ ମାମଲାରେ ଖୁବଶିଘ୍ର ସମାଧାନ ହୋଇଥାଏ ।  

- ଯଦି ଆପଣ ଦିର୍ଘ ଦିନ ଧରି ଚାକିରୀ ପାଉ ନାହାଁନ୍ତି କିମ୍ବା କ୍ୟାରିୟରେ ବାରମ୍ବାର ଅସଫଳା ହେଉଛନ୍ତି । ତେବେ, ଆପଣ ଶନିବାର ଦିନ ଶନିଦେବଙ୍କୁ ରାଶିଲଢୁ ଅର୍ପଣ କରନ୍ତୁ । ଏହା କରିବା ଦ୍ବାରା ଆପଣଙ୍କୁ କ୍ୟାରିୟରରେ ଖୁବଶିଘ୍ର  ସଫଳତା ମିଳିବ । ଏବଂ ଆପଣଙ୍କ ଆୟ ବୃଦ୍ଧି ହେବା ସହ ଯଶ ଓ ସମ୍ମାନ ମଧ୍ୟ ବଢିବ ।   

-ଶନିବାର ଦିନ କଳା କୁକୁରକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ । ଏହା କରିବା ଦ୍ବାରା ଆପଣଙ୍କର ଦାରିଦ୍ରତା ଦୋଷ ଦୂର ହେବ । ଏବଂ ଶନିଦୋଷ ମଧ୍ୟ କଟିବ । କାହିଁକିନା କଳା କୁକୁରକୁ ଶନିଦେବଙ୍କ ବାହନ ବୋଲି ବିବେଚନା କରାଯାଏ ।  

 

ଏହି ସବୁ କାମ କଲେ କୋଧିତ ହୋଇଥାଆନ୍ତି ଶନିଦେବ:

ଜ୍ୟୋତିଷଙ୍କ ଅନୁଯାୟୀ, ଯେଉଁମାନେ ବିଶୃଙ୍ଖଳିତ ଜୀବନଯାପନ କରନ୍ତି କିମ୍ବା ବିଶୃଙ୍ଖଳା ବିସ୍ତାର କରନ୍ତି ସେମାନେ କେବେହେଲେ ଶନି ଦେବଙ୍କ ଆଶୀର୍ବାଦ ପାଆନ୍ତି ନାହିଁ। ଏହିପରି ଲୋକଙ୍କୁ ସର୍ବଦା ଶନିଙ୍କ କ୍ରୋଧ ସହିବାକୁ ପଡ଼େ ଓ ସେମାନେ ସର୍ବଦା ଆର୍ଥିକ ସଙ୍କଟ, ଅସୁସ୍ଥତା ଓ ଯନ୍ତ୍ରଣା ଭୋଗିଥାଆନ୍ତି ।

ଯେଉଁମାନେ ଶନିବାର କିମ୍ବା ଅମାବାସ୍ୟା ଦିନ ମଦ୍ୟପାନ କରନ୍ତି କିମ୍ବା ଆମିଷ ଖାଇଥାଆନ୍ତି ଖାଇଥାଆନ୍ତି ସେମାନଙ୍କୁ ଶନିଦେବ କଦାପି କ୍ଷମା କରନ୍ତି ନାହିଁ ।  ଏହି ଲୋକଙ୍କ ଉପରେ ଶନି ମହାଦଶା ପଡ଼ିଥାଏ । ସେମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ବିଫଳତାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଘରେ ଅଭାବ, ଅନଟନ, ବିଶୃଙ୍ଖଳା ବୃଦ୍ଧି ପାଇଥାଏ ।

ଶାସ୍ତ୍ରରେ କୁହାଯାଇଛି ଯେ, ଯେଉଁମାନେ ନିରୀହ ତଥା ମୂକ ପ୍ରାଣୀ ବିଶେଷ କରି କୁକୁରମାନଙ୍କୁ ମାରିଥାଆନ୍ତି ସେମାନଙ୍କୁ ଶନି ଦେବଙ୍କ କ୍ରୋଧର ସାମ୍ନା କରିବାକୁ ପଡି଼ଥାଏ । ଏହିପରି ଲୋକମାନେ କଦାପି ଖୁସିରେ ରହିପାରିବେ ନାହିଁ । ସେମାନଙ୍କୁ ଅନେକ ଦୁଃଖ କଷ୍ଟର ସାମ୍ନା କରିବାକୁ ପଡ଼ିଥାଏ ।  ସେମାନେ ସର୍ବଦା ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥାଆନ୍ତି।

ସନାତନ ଧର୍ମରେ ଓସ୍ତ ଗଛକୁ ସବୁଠାରୁ ପବିତ୍ର ପୂଜାନୀୟ ବୋଲି ବିବେଚନା କରାଯାଇଛି । କୁହାଯାଏ ଯେ, ଯେଉଁମାନେ ଓସ୍ତ ଗଛ କାଟନ୍ତି କିମ୍ବା କୌଣସି ପ୍ରକାରର କ୍ଷତି କରନ୍ତି, ସେମାନଙ୍କୁ ଶନି ଦେବଙ୍କ କୋପ ରହିବାକୁ ପଡ଼ିଥାଏ । ଫଳରେ ସେମାନଙ୍କୁ ବହୁତ କ୍ଷତିର ସମ୍ମୁଖୀନ ହେବାକୁ ପଡିଥାଏ ।

ଧାର୍ମିକ ବିଦ୍ୱାନଙ୍କ ଅନୁଯାୟୀ, ଯେଉଁ ଘରେ ମା’ଙ୍କୁ ଦୁର୍ବ୍ୟବହାର କରାଯାଏ ଓ ବୃଦ୍ଧବୃଦ୍ଧା ମାନଙ୍କୁ ଅପମାନିତ କରାଯାଏ, ସେଠାରେ ଶନି ସାଢେ ସାତି ଲାଗିଥାଏ । ଧନ ଧିରେ ଧିରେ ଏପରି ଲୋକଙ୍କ ଘରୁ ବାହାରିବା ଆରମ୍ଭ କରେ ଓ ପରିବାର ସଦସ୍ୟଙ୍କୁ ବହୁ ବିପଦର ସାମ୍ନା କରିବାକୁ ପଡ଼ିଥାଏ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )