Shani Transit: ୨୦୨୪ରେ ୩ ରାଶିରେ ରହିବ ଶନିଙ୍କ ମହାପ୍ରଭାବ, ଶୁଭଫଳ ସାଙ୍ଗକୁ ଫିଟିବ ଭାଗ୍ୟ!
Advertisement

Shani Transit: ୨୦୨୪ରେ ୩ ରାଶିରେ ରହିବ ଶନିଙ୍କ ମହାପ୍ରଭାବ, ଶୁଭଫଳ ସାଙ୍ଗକୁ ଫିଟିବ ଭାଗ୍ୟ!

Shani Transit: ଧାର୍ମିକ ବିଦ୍ବାନଙ୍କ ମତ ଅନୁଯାୟୀ, ଶନି ଦେବ ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନାହିଁ । ସେହିପରି ଶନି ଦେବ ରୋଷ କଲେ ବା ଅସନ୍ତୁଷ୍ଟ ହେଲେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରେ ନାହିଁ । ଜୀବନରେ ନାନାଦି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

ସୌ(ସୋସିଆଲ ମିଡିଆ)

Shani Transit in Aquarius: ଶନି ଦେବ ପ୍ରତ୍ୟେକ ମଣିଷକୁ ତା’ କର୍ମ ଅନୁଯାୟୀ ଫଳ ପ୍ରଦାନ କରିଥାଆନ୍ତି । ଧାର୍ମିକ ବିଦ୍ବାନଙ୍କ ମତ ଅନୁଯାୟୀ, ଶନି ଦେବ ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନାହିଁ । ସେହିପରି ଶନି ଦେବ ରୋଷ କଲେ ବା ଅସନ୍ତୁଷ୍ଟ ହେଲେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରେ ନାହିଁ । ଜୀବନରେ ନାନାଦି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

ନୂଆବର୍ଷ ସାରା ଶନି ଦେବ ବୃଷ ରାଶିରେ ମାର୍ଗି ଅବସ୍ଥାରେ ରହିବେ । ଏହି ରାଶିରେ ଅବସ୍ଥାନ କରି ଶନି ନିଜର ଗତିବିଧିରେ ପରିବର୍ତ୍ତନ କରିବେ । ଯେତେବେଳେ କୌଣସି ଗ୍ରହ ରାଶି ପରିବର୍ତ୍ତନ କରନ୍ତି ବା ମାର୍ଗି ହୋଇଥାଆନ୍ତି, ଏହା ଧାରାପୃଷ୍ଠରେ ଥିବା ପ୍ରତ୍ୟେକ ଜୀବକୁ ପ୍ରଭାବିତ କରିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୦୨୪ରେ ଶନି ରାଶି ପରିବର୍ତ୍ତନ ନକରି ବକ୍ରି ଅବସ୍ଥାରୁ ମାର୍ଗି ହେବାକୁ ଯାଉଛନ୍ତି । ଏପରି ପରିସ୍ଥିତିରେ ଶନିଙ୍କ ମାର୍ଗି ହେବାର ପ୍ରଭାବ ରାଶି ଚକ୍ରରେ ଥିବା କିଛି ରାଶିଙ୍କୁ ପ୍ରଭାବିତ କରିବ । ତେବେ ଆସନ୍ତୁ ଜାଣିବା ସେହି ରାଶିଙ୍କ ବିଷୟରେ ।

ଶନି ଦେବ ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ। କୁମ୍ଭ ରାଶି ଶନିଙ୍କର ନିଜସ୍ୱ ରାଶି ଅଟେ । ୨୦୨୪ରେ, ଶନି କୁମ୍ଭରେ ସଂଚରଣ କରିବେ । ଜ୍ୟୋତିଷଙ୍କ ମତ ଅନୁଯାୟୀ, ଶନି କୌଣସି ରାଶିର କାରକ ଗ୍ରହ ଭାବେ ଉପସ୍ଥିତ ରହିଲେ ସେହି ରାଶିର ବ୍ୟକ୍ତି ବିଶେଷଙ୍କୁ ତା ଜୀବନରେ ବିଶେଷ ଲାଭ ମିଳିଥାଏ । ଶନି ଦେବଙ୍କ ଆଶୀର୍ବାଦ ଫଳରେ ଦୀର୍ଘ ଦିନରୁ ଅଟକି ଥିବା କାର୍ଯ୍ୟ ସମ୍ପର୍ଣ୍ଣ ହେବ । ବହୁ ଦିନରୁ ବିଚାରାଧୀନ ଥିବା କାର୍ଯ୍ୟରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହେବ । କର୍ମ କ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କଠାରୁ ସମର୍ଥନ ମିଳିବ ।

ଶୁଭଫଳ ପାଇବେ ଏହି ୩ ରାଶି

ଜ୍ୟୋତିଷ ଶାସ୍ତ୍ରରେ, ୧୨ଟି ରାଶିଙ୍କୁ ୫ଟି ତ୍ବତ୍ତରେ ବିଭକ୍ତ କରାଯାଇଛି । ଏହି ୫ଟି ତ୍ବତ୍ତ ଶରୀରର ୫ଟି ଉପାଦାନ ଉପରେ ଆଧାରିତ । ପୃଥିବୀ ତ୍ବତ୍ତ ଏଥି ମଧ୍ୟରୁ ଅନ୍ୟତମ । ଶାସ୍ତ୍ରରେ, ପୃଥିବୀ ତ୍ବତ୍ତରେ ୩ଟି ରାଶି ବିଷୟରେ ଉଲ୍ଲେଖ କରାଯାଇଛି, ଯେଉଁ ଥିରେ ମକର, ବୃଷ ଓ କନ୍ୟା ରାଶି ଅନ୍ତର୍ଭୁକ୍ତ । ଏଭଳି ସ୍ଥିତିରେ, ଏହି ୩ ରାଶିଙ୍କୁ ନୂଆ ବର୍ଷରେ ଶନି ଦେବଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ଯାହା ଫଳରେ ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ବୈବାହିକ ଜୀବନ ସୁଖମୟ ହେବ । କର୍ମ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ । ପଦୋନ୍ନତି ନେଇ ଯୋଗ ରହିଛି । ପରିବାରେରେ ସୁଖ ସମୃଦ୍ଧ ବୃଦ୍ଧି ପାଇବ । କୋର୍ଟ କଚେରୀ ଯୋଗୁଁ ଲାଗି ରହିଥିବା ବାଦ ବିଦାଦର ଅନ୍ତ ହେବ । ଜୀବନସାଥୀଙ୍କ ସହ ସମ୍ପର୍କ ମଧୁର ହେବ । ଛାତ୍ରଛାତ୍ରୀଙ୍କ ଲାଗି ଏହି ସମୟ ଅନୁକୂଳ ରହିବ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )