Shani Margi 2023: ଶନି ବଦଳାଇବେ ତିନି ରାଶିଙ୍କ ଭାଗ୍ୟ, ଧନପ୍ରାପ୍ତିର ରହିଛି ଯୋଗ
Advertisement

Shani Margi 2023: ଶନି ବଦଳାଇବେ ତିନି ରାଶିଙ୍କ ଭାଗ୍ୟ, ଧନପ୍ରାପ୍ତିର ରହିଛି ଯୋଗ

Shani Margi 2023: ବର୍ତ୍ତମାନ ଶନିଦେବ (Shani)ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଅଛନ୍ତି। ଶନି ଦେବ ୩୦ ବର୍ଷ ପରେ ଚଳିତ ବର୍ଷ ଜାନୁଆରୀ ୧୭ରେ ତାଙ୍କର ମୂଳ ରାଶି କୁମ୍ଭ ରାଶିରେ ପ୍ରବେଶ କରିଥିଲେ । ଏବଂ ଆସନ୍ତା ୨୦୨୫ ପରେ ମୀନ ରାଶିରେ ପ୍ରବେଶ କରିବେ। ଶନିଙ୍କ ଏହି ସ୍ଥିତି ୩୦ ବର୍ଷ ପରେ ମହାଭାଗ୍ୟ ରାଜ ଯୋଗ ସୃଷ୍ଟି କରୁଛି, ଯାହା ଜ୍ୟୋତିଷ ଶାସ୍ତ୍ରରେ ଅତ୍ୟନ୍ତ ଶୁଭ ବୋଲି ମନେ କରାଯାଏ । ଶନିଙ୍କ କୁମ୍ଭରାଶିକୁ ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

Shani Margi 2023: ଶନି ବଦଳାଇବେ ତିନି ରାଶିଙ୍କ ଭାଗ୍ୟ, ଧନପ୍ରାପ୍ତିର ରହିଛି ଯୋଗ

Shani Margi 2023: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ,ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ସମୟରେ ରାଶି ଓ ନକ୍ଷତ୍ର ପରିବର୍ତ୍ତନ କରିଥା’ନ୍ତି । ହିନ୍ଦୁ ଧାର୍ମିକ ଶାସ୍ତ୍ର ଅନୁଯାୟୀ, ଶନି ଦେବ (Shani Dev) ଙ୍କୁ ନ୍ୟାୟର ଦେବତା ବୋଲି  କୁହାଯାଏ। ଯିଏ ମଣିଷର କର୍ମ ଅନୁଯାୟୀ ଫଳ ପ୍ରଦାନ କରିଥାଏ । ନ୍ୟାୟର ଦେବତା ଶନିଦେବ ସବୁଠାରୁ ଧୀର ଗତି କରନ୍ତି । ଏବଂ ଏକ ରାଶିରୁ ଅନ୍ୟ ରାଶିକୁ ଯିବା ପାଇଁ ତାଙ୍କୁ ଅଢେଇ ବର୍ଷ ସମୟ ଲାଗେ । ଏହି କ୍ରମରେ ବର୍ତ୍ତମାନ ଶନିଦେବ (Shani)ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଅଛନ୍ତି। ଶନି ଦେବ ୩୦ ବର୍ଷ ପରେ ଚଳିତ ବର୍ଷ ଜାନୁଆରୀ ୧୭ରେ ତାଙ୍କର ମୂଳ ରାଶି କୁମ୍ଭ ରାଶିରେ ପ୍ରବେଶ କରିଥିଲେ । ଏବଂ ଆସନ୍ତା ୨୦୨୫ ପରେ ମୀନ ରାଶିରେ ପ୍ରବେଶ କରିବେ। ଶନିଙ୍କ ଏହି ସ୍ଥିତି ୩୦ ବର୍ଷ ପରେ ମହାଭାଗ୍ୟ ରାଜ ଯୋଗ ସୃଷ୍ଟି କରୁଛି, ଯାହା ଜ୍ୟୋତିଷ ଶାସ୍ତ୍ରରେ ଅତ୍ୟନ୍ତ ଶୁଭ ବୋଲି ମନେ କରାଯାଏ । ଶନିଙ୍କ କୁମ୍ଭରାଶିକୁ ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ... 

Also Read: Dhanteras 2023: ୫୯ ବର୍ଷ ପରେ ଧନତେରସରେ ଗ୍ରହଙ୍କ ବିରଳ ସଂଯୋଗ, ଚମକିବ ୪ ରାଶିଙ୍କ ଭାଗ୍ୟ!

ଚମକିବ ଏହି ସବୁ ରାଶିଙ୍କ ଭାଗ୍ୟ:

ମକର : ଶନି କୁମ୍ଭ ରାଶିରେ ମାର୍ଗ ହେବା କାରଣରୁ ଏହି ରାଶିରେ ଲୋକେ ଶୁଭଫଳ ପାଇବେ। ଶନି ଦେବ ମକର ରାଶିର ଲୋକଙ୍କ ଜାତକର ଏକାଦଶ ଘରେ ଉଦୟ ହୋଇଛନ୍ତି । ଏହାକୁ ଆୟ ଓ ଧନ ଘର ବୋଲି ବିବେଚନା କରାଯାଏ। ସେଥିପାଇଁ ଏହି ସମୟ ମଧ୍ୟରେ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହେବ।  ଏହି ଅବଧି ମଧ୍ୟରେ ଆପଣଙ୍କର ରୋଜଗାର ପାଇଁ ନୂଆ ବାଟ ଖୋଲିବ। ଯଦି ଆପଣ ଭାଗିଦାରୀରେ କୌଣସି ବ୍ୟବସାୟ କରୁଛନ୍ତି ତେବେ ଆପଣ ସେଥିରୁ ଅଧିକ ଲାଭ ପାଇବାର ସମ୍ଭାବନା ଅଛି । ପୁରୁଣା ବିନିଯୋଗରୁ ଲାଭ ମିଳିବ। କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତି ମିଳିପାରେ।  ଖାସ୍ କରି ବିଦେଶରୁ କୌଣସି ନୂଆ ଚାକିରି ଅଫର ବି ମିଳିପାରେ। ଦିର୍ଘ ଦିନ ଧରି ଲାଗି ରହିଥିବା ପୁରୁଣା ରୋଗରୁ ମୁକ୍ତି ମିଳିବ।

କୁମ୍ଭ: କୁମ୍ଭ ରାଶିରେ ଶନିଦେବ ବିରାଜମାନ କରିଥିବାରୁ କରିଥିବାରୁ ଏହି ରାଶିର ଲୋକଙ୍କ ଭାଗ୍ୟରେ ହାତୀ ସୁନା କଳସ୍ ଢାଳିବ।  ଖାସ୍ କରି ଯେଉଁମାନେ ଚାକିରି କରୁଛନ୍ତି ସେମାନେ କାର୍ଯ୍ୟାଳୟରେ ପଦୋନ୍ନତି ପାଇବାର ସମ୍ଭାବନା ରହିଛି । ଏହା ସହ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ଆପଣଙ୍କୁ ମିଳିପାରେ। ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ଦେଉଛନ୍ତି ସେମାନେ ଏହି ସମୟ ମଧ୍ୟରେ ଶୁଭଫଳ ପାଇବେ। ଆକସ୍ମିକ ଧନଲାଭର ଯୋଗ ମଧ୍ୟ ରହିଛି । ଏହି ସମୟରେ ଆପଣ ନୂଆ ସମ୍ପତ୍ତି, ଘର ଓ ଗାଡି଼ ମଧ୍ୟ କ୍ରୟ କରିପାରିବ। ବୈବାହିକ ଜୀବନ ସୁଖମୟ ହେବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ବି ଆସିପାରେ। ରାଜନୀତି ସହିତ ଜଡି଼ତ ଲୋକଙ୍କ ପାଇଁ ସମୟ ବେଶ ଅନୁକୂଳ ରହିଛି । ଯେଉଁମାନେ ଦିର୍ଘ ସମୟର ଧରି  କୋର୍ଟ କଚେରୀ ମାମଲାରେ ଛନ୍ଦି ହୋଇଥନ୍ତି । ଏହି ସମୟରେ ରାୟ ସେମାନଙ୍କ ସପକ୍ଷରେ ଆସିବ।

ମୀନ : ଶନିଙ୍କ କୃପାରୁ ମୀନ ରାଶିର ଲୋକଙ୍କ ଭାଗ୍ୟଦୋୟ ହେବାକୁ ଯାଉଛି। ଆର୍ଥିକ ସ୍ଥିତି ମଜବୁତ ହେବା ସହ ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ । କାର୍ଯ୍ୟାଳୟରେ ସହକର୍ମୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ । ତଥାପି, ଆପଣଙ୍କର ଖର୍ଚ୍ଚରେ ସାମାନ୍ୟ ବୃଦ୍ଧି ହୋଇପାରେ କିନ୍ତୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଏହି ଖର୍ଚ୍ଚ କୌଣସି କାମ ବନ୍ଦ କରିବ ନାହିଁ । କଠିନ ପରିଶ୍ରମର ଫଳ ମିଳିବ । ଯେଉଁମାନେ ଏକ ନୂତନ ଘର କିମ୍ବା ଗାଡି କିଣିବାକୁ ଯୋଜନା କରିଛନ୍ତି, ସେମାନଙ୍କର ଇଚ୍ଛା ପୂରଣ ହେବ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। କିନ୍ତୁ ବାଣିଜ୍ୟ ଏବଂ ବିନିଯୋଗରେ ସାବଧାନ ରୁହନ୍ତୁ, କାରଣ କ୍ଷତିର ସମ୍ଭାବନା ଅଧିକ ରହିଛି। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)