Shani Margi 2023: କୁମ୍ଭରେ ମାର୍ଗି ହେବେ ଶନି, ଧନବାନ୍ ହେବେ ଏହି ୩ ରାଶି
Advertisement

Shani Margi 2023: କୁମ୍ଭରେ ମାର୍ଗି ହେବେ ଶନି, ଧନବାନ୍ ହେବେ ଏହି ୩ ରାଶି

Shani Margi 2023:  ଆସନ୍ତାକାଲି (ନଭେମ୍ବର ୪) ରାତି ୧୨ଟା ୪୫ ମିନିଟ୍ ସମୟରେ ଶନିଦେବ ସେହି ରାଶିକୁ ଓଲଟା ଚଳନ ବା ମାର୍ଗି (Shani Margi 2023) ହେବାକୁ ଯାଉଛନ୍ତି। ଅଢେଇ ବର୍ଷରେ ପରେ ଶନି ଏହି ରାଶିରେ ମାର୍ଗି ହେବାକୁ  ଯାଉଛନ୍ତି।  ଶନିଙ୍କ କୁମ୍ଭ ରାଶିରେ ମାର୍ଗି ହେବା କିଛି ରାଶି ପାଇଁ ବହୁତ ଲାଭ ଦେବ।  

Shani Margi 2023: କୁମ୍ଭରେ ମାର୍ଗି ହେବେ ଶନି, ଧନବାନ୍ ହେବେ ଏହି ୩ ରାଶି

Shani Margi 2023:  ଜ୍ୟାତିଶ ଶାସ୍ତ୍ରରେ ଶନିଦେବଙ୍କୁ (shani dev ) ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବରେ ବିବେଚନା କରାଯାଏ। ଶନିଙ୍କ ନ୍ୟାୟର ଦେବତା ବୋଲି କୁହାଯାଏ। ସେ ମଣିଷକୁ ତାର କର୍ମ ଅନୁସାରେ ଫଳ ପ୍ରଦାନ କରନ୍ତି। ଏହି କ୍ରମରେ ଶନିଦେବ ବର୍ତ୍ତମାନ ନିଜସ୍ୱ ରାଶି କୁମ୍ଭରେ ଅଛନ୍ତି । ଆସନ୍ତାକାଲି (ନଭେମ୍ବର ୪) ରାତି ୧୨ଟା ୪୫ ମିନିଟ୍ ସମୟରେ ଶନିଦେବ ସେହି ରାଶିକୁ ଓଲଟା ଚଳନ ବା ମାର୍ଗି (Shani Margi 2023) ହେବାକୁ ଯାଉଛନ୍ତି। ଅଢେଇ ବର୍ଷରେ ପରେ ଶନି ଏହି ରାଶିରେ ମାର୍ଗି ହେବାକୁ  ଯାଉଛନ୍ତି।  ଶନିଙ୍କ କୁମ୍ଭ ରାଶିରେ ମାର୍ଗି ହେବା କିଛି ରାଶି ପାଇଁ ବହୁତ ଲାଭ ଦେବ।  ଖାସ୍ କରି ୧୨ଟି ରାଶି ମଧ୍ୟରୁ ତିନୋଟି ରାଶିର(zodiac signs) ଲୋକଙ୍କ ଭାଗ୍ୟ ଚମକିବ। ଧନଧାନ୍ୟରେ ସେମାନଙ୍କ ଘର ପୂରି ଉଠିବା ସହ କ୍ୟାରିୟରରେ ସଫଳତା ପାଇବେ। ...

Also Read : Surya Mangal Yuti: ସୂର୍ଯ୍ୟ-ମଙ୍ଗଳ ସଂଯୋଗ; ଚମକିବ ୩ ରାଶିଙ୍କ ଭାଗ୍ୟ

ଚମକିବ ଏହି ସବୁ ରାଶି :

ମେଷ: ଶନିଙ୍କ କୃପାରୁ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବ। ଶନିଙ୍କ ମାର୍ଗୀ ହେବା ମେଷ ରାଶିଙ୍କ ପାଇଁ ଭଲ ଦିନ ଆଣିବ । ସେମାନଙ୍କୁ ପ୍ରତିଟି କ୍ଷେତ୍ରରେ ଲାଭ ମିଳିବା ସହ ଭାଗ୍ୟର ସଂପୂର୍ଣ୍ଣ ସହଯୋଗ ମିଳିବ । ରୋଜଗାରର ନୂଆ ବାଟ ଖୋଲିବ। ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ଦିର୍ଘ ଦିନରୁ ଅଧା ରହିଥିବା କାର୍ଯ୍ୟ ପୂରା ହେବ।। ସମାଜରେ ମାନ-ସମ୍ମାନ ମିଳିବ । ବ୍ୟବସାୟରେ ଲାଭ ବଢ଼ିବ । ଚାକିରି କରୁଥିବା ଲୋକଙ୍କୁ କାର୍ଯ୍ୟାଳୟରେ ପଦୋନ୍ନତି ମିଳିବ। ଏହି ସମୟରେ ଚାକିରି ପାଇଁ ନୂଆ ଅଫର ବି ଆସିପାରେ। 

ବୃଷ: ବୃଷ ରାଶି ଜାତକ ପାଇଁ ଶୁଭଫଳ ସହ ଆସନ୍ତା ଅଢ଼େଇ ବର୍ଷ ପର୍ଯ୍ୟନ୍ତ ଲାଭ ହେବ । ଲାଗି ରହିଥିବା ଅସୁବିଧା ସମାପ୍ତ ହେବ । ବିବାଦରୁ ମୁକ୍ତି ମିଳିବ । ପରିବାରରେ ଯେଉଁ ଅସୁବିଧା ଥିଲା ତାହା ଦୂର ହେବ ।  ଆକସ୍ମିକ ଧନ ଲାଭର ଯୋଗ ରହିଛି। ଏହାସହ ପୁରୁଣା କରଜରୁ ମୁକ୍ତି ମିଳିବ। ଖାସ୍ କରି ଯେଉଁ ଲୋକଙ୍କ ଲଭ ମ୍ୟାରେଜରେ ବାଧା ଆସୁଥିଲା, ଏବେ ତାହା ଦୂର ହେବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ବି ଆସିପାରେ। ଯେଉଁ ମାନେ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି । ସେମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। 

ମିଥୁନ: ମିଥୁନ ରାଶି ଜାତକଙ୍କୁ ଧନତେରସରେ ପୂର୍ବରୁ ଶନିଙ୍କ ମାର୍ଗୀ ଖୁବ୍ ଲାଭ ଦେବ । ପୁରୁଣା ରୋଗରୁ ମୁକ୍ତି ମିଳିବ । ଚିନ୍ତା ଦୂର ହେବ । ଚାକିରିରେ ପ୍ରମୋଶନ ମିଳିପାରେ, ବ୍ୟବସାୟରେ ଲାଭ ହେବା ସହ  ଆୟ ମଧ୍ୟ ବଢ଼ିବ । ସମ୍ପତ୍ତି କିମ୍ବା ଯାନ କିଣିବାର ସମ୍ଭାବନା ଅଛି। ଖାସ୍ କରି ରାଜନୈତିକ ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି । ଏହି ସମୟରେ ଦଳ ପରିବର୍ତ୍ତନ କଲେ ଆପଣଙ୍କ ପାଇଁ ଭଲ ହେବ। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)