Shani Gochar 2023: ଏହି ୫ ରାଶିଙ୍କ ଭାଗ୍ୟ ଉଦୟ କରିବ ଶନିଙ୍କ ଓଲଟା ଚଳନ, ଧନଧାନ୍ୟରେ ଭରିଯିବ ଜୀବନ
Advertisement
Article Detail0/zeeodisha/odisha1922148

Shani Gochar 2023: ଏହି ୫ ରାଶିଙ୍କ ଭାଗ୍ୟ ଉଦୟ କରିବ ଶନିଙ୍କ ଓଲଟା ଚଳନ, ଧନଧାନ୍ୟରେ ଭରିଯିବ ଜୀବନ

Shani Gochar 2023:  ଜ୍ୟୋତିଷ ଶାସ୍ତ୍ରରେ, ନବ ଗ୍ରହ ମଧ୍ୟରେ ଶନି ଦେବଙ୍କୁ (Shani Dev) ସବୁଠାରୁ ନିଷ୍ଠର ଗ୍ରହ ବୋଲି ବିବେଚନା କରାଯାଏ। ଶନିଦେବ କୁମ୍ଭ ରାଶିରେ ଗତ ଜୁନ୍ ମାସ ୧୭ ତାରିଖରୁ ବିରାଜମାନ ଅଛନ୍ତି। ତେବେ, ପୁଣି ଶନିଦେବ ସେହି ରାଶିକୁ ଶନି ଓଲଟା ଚଳନ କରିବେ। ଶନିଦେବ ନଭେମ୍ବର ୪ ତାରିଖରେ କୁମ୍ଭ ରାଶିକୁ ପୁଣି ଓଲଟା ଚଳନ କରିବେ। ଫଳରେ ଶନିଙ୍କ ଏହି ଓଲଟା ଚଳନ ୫ ରାଶିକୁ ଶୁଭଫଳ ପ୍ରଦାନ କରିବ। ଏହି ୫ ରାଶିଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଆସିବ। ଧନ, ଐଶ୍ବର୍ଯ୍ୟରେ ସେମାନଙ୍କ ଜୀବନ ଭରିଯିବ। 

Shani Gochar 2023: ଏହି ୫ ରାଶିଙ୍କ ଭାଗ୍ୟ ଉଦୟ କରିବ ଶନିଙ୍କ ଓଲଟା ଚଳନ, ଧନଧାନ୍ୟରେ ଭରିଯିବ ଜୀବନ

Shani Gochar 2023: ଶନିଦେବଙ୍କୁ (Shani Dev)ନ୍ୟାୟର ଦେବତା ବୋଲି କୁହାଯାଏ । ସେ ମଣିଷର କର୍ମ ଅନୁସାରେ ଫଳ ପ୍ରଦାନ କରନ୍ତି । ଜ୍ୟୋତିଷ ଶାସ୍ତ୍ରରେ, ନବ ଗ୍ରହ ମଧ୍ୟରେ ଶନି ଦେବଙ୍କୁ (Shani Dev) ସବୁଠାରୁ ନିଷ୍ଠର ଗ୍ରହ ବୋଲି ବିବେଚନା କରାଯାଏ। ଶନିଦେବ କୁମ୍ଭ ରାଶିରେ ଗତ ଜୁନ୍ ମାସ ୧୭ ତାରିଖରୁ ବିରାଜମାନ ଅଛନ୍ତି। ତେବେ, ପୁଣି ଶନିଦେବ ସେହି ରାଶିକୁ ଶନି ଓଲଟା ଚଳନ କରିବେ। ଶନିଦେବ ନଭେମ୍ବର ୪ ତାରିଖରେ କୁମ୍ଭ ରାଶିକୁ ପୁଣି ଓଲଟା ଚଳନ କରିବେ। ଫଳରେ ଶନିଙ୍କ ଏହି ଓଲଟା ଚଳନ ୫ ରାଶିକୁ ଶୁଭଫଳ ପ୍ରଦାନ କରିବ। ଏହି ୫ ରାଶିଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଆସିବ। ଧନ, ଐଶ୍ବର୍ଯ୍ୟରେ ସେମାନଙ୍କ ଜୀବନ ଭରିଯିବ।  

Also Read: Rahu Ketu Gochar 2023: ଏହି ୫ ରାଶିଙ୍କ ଭାଗ୍ୟ ବଦଳାଇବ ରାହୁ-କେତୁଙ୍କ ଚଳନ, ହେବ ଧନ ବର୍ଷା

ଏହି ୫ ରାଶିର ବ୍ୟକ୍ତିଙ୍କ ଉପରେ ହେବ ଧନର ବର୍ଷା:

ସିଂହ: କୁମ୍ଭ ରାଶିରେ ଶନିଙ୍କ ଓଲଟା ଚଳନ ଏହି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ପ୍ରଦାନ କରିବ। କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି । ଏହା ସହିତ ଯେଉଁମାନେ ଚାକିରି ଖୋଜୁଛନ୍ତି । ସେମାନଙ୍କୁ ଏହି ସମୟରେ ଚାକିରି ପାଇଁ ଭଲ ଅଫର ମିଳିବ। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିଛି ।  ଯଦି ଆପଣ ଏହି ସମୟରେ ନୂତନ ବ୍ୟବସାୟ ଆରମ୍ଭ କରନ୍ତି । ତେବେ, ଆପଣଙ୍କୁ ବ୍ୟବସାୟରେ ଭଲ ଲାଭ ମିଳିବ।  ରାଜନୀତି ସହିଡ ଜଡିତ ଥିବା ବ୍ୟକ୍ତି ବିଶେଷ ଯଦି ଏହି ସମୟରେ ଦଳ ପରିବର୍ତ୍ତନ କରନ୍ତି । ତେବେ, ସେମାନଙ୍କ ପାଇଁ ବେଶ ଭଲ ହେବ। 

ମକର: ଦିର୍ଘ ଦିନ ଧରି ଅଟକି ରହିଥିବା ଧନ ପ୍ରାପ୍ତ ହେବ। ଦିର୍ଘ ଦିନ ଧରି କୋର୍ଟ କଚେରୀରେ ଚାଲିଥିବା ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ମାର୍କେଟିଂ ସହିତ ଜଡିତ କାର୍ଯ୍ୟରେ ଆପଣଙ୍କୁ ଲାଭ ମିଳିବ। ଚାକିରିରେ ଶୁଭ ଫଳ ମିଳିବ। ଖାସ୍ କରି ଭଲ ଚାକିରି ଅଫର ବି ମିଳିବ। ସେହିପରି, ମିଡିଆ, ଲେଖକ ଓ ମାର୍କେଟିଂ ସହିତ ଜଡିତ ବ୍ୟକ୍ତି ବିଶେଷଙ୍କୁ ଏହି ସମୟରେ ବିଶେଷ ଲାଭ ମିଳିବ। ସେହିପରି ଯଦି ଅନ୍ୟ କୌଣସି କ୍ଷେତ୍ରରେ ଆପଣ ଚାକିରି କରୁଛନ୍ତି ସକାରାତ୍ମକ ପରିଣାମ ମିଳିବ।

ବୃଷ: ଶନିଙ୍କ କୃପାରୁ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବ। ଖାସ୍ କରି, କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତି ମିଳିବ। ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ହେବ।  ଏପରିକି ମେଡିକାଲ ଓ ବ୍ୟାଙ୍କିଂ କ୍ଷେତ୍ରରେ ଚାକିରି କରୁଥିବା ଲୋକେ ବି ଏହି ସମୟରେ ଶୁଭଫଳ ପାଇବେ। ଏହି ଅବଧି ମଧ୍ୟରେ ଆପଣ ନୂଆ ଗାଡି, ଜମି କିମ୍ବା ନୂଆ ଘର କିଣି ପାରିବେ। 

ମିଥୁନ: ସେହିପରି, ମିଥୁନ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ସୁନା କଳସ ଢାଳିବ ହାତୀ। ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ଆକସ୍ମିକ ଧନପ୍ରାପ୍ତିର ଯୋଗ ରହିଛି । ସେହିପରି, ଏହି ସମୟରେ ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ଏହି ଅବଧି ମଧ୍ୟରେ ଆପଣଙ୍କ ଶତ୍ରୁ ପରାସ୍ତ ହେବେ। ଆପଣଙ୍କୁ ପ୍ରତି କାମରେ ଘରଲୋକଙ୍କ ସହଯୋଗ ମିଳିବ। ଏବଂ ପୌତୃକ ସମ୍ପତ୍ତିରୁ ଲାଭବାନ୍ ହେବେ।

କୁମ୍ଭ: ନଭେମ୍ବର ୪ ତାରିଖରୁ ଏହି ରାଶିର ଭାଗ୍ୟ ଉଦୟ ହେବ। ସମସ୍ତ ମନୋବାଚ୍ଛା ଅନେକ ଶୁଭ ସମାଚାର ଆପଣଙ୍କୁ ମିଳିବ। ସେୟାର ବଜାରରେ ନିବେଶ ପାଇଁ ଭଲ ସମୟ ରହିଛି। ପୁରୁଣା ବିନିଯୋଗରୁ ଲାଭ ପାଇବେ। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)