କାହିଁକି ଶିବଙ୍କୁ ପସନ୍ଦ କରୁନଥିଲେ ପାର୍ବତୀଙ୍କ ପିତା ଦକ୍ଷ, ଜାଣନ୍ତୁ ଏହା ପଛରେ କ’ଣ ରହିଛି ପୌରାଣିକ କଥା
Advertisement
Article Detail0/zeeodisha/odisha1772785

କାହିଁକି ଶିବଙ୍କୁ ପସନ୍ଦ କରୁନଥିଲେ ପାର୍ବତୀଙ୍କ ପିତା ଦକ୍ଷ, ଜାଣନ୍ତୁ ଏହା ପଛରେ କ’ଣ ରହିଛି ପୌରାଣିକ କଥା

Sawan 2023: ଶ୍ରାବଣ ମାସର ଶୁଭାରମ୍ଭ କୃଷ୍ଣ ପକ୍ଷ ପ୍ରତିପଦା ତିଥିରୁ ହୋଇଥାଏ। ଚଳିତ ବର୍ଷ ଶ୍ରାବଣ ମାସ ପାଖାପାଖି ୨ ମାସ ଧରି ଚାଲିବ ଅର୍ଥାତ୍ ଏଥର ଯୋଡ଼ା ଶ୍ରାବଣ ରହିଛି । ପାର୍ବତୀ ଶିବଙ୍କ ପତ୍ନୀ ଥିଲେ । ତେବେ ମାତା ପାର୍ବତୀଙ୍କ ପିତା ଦକ୍ଷ ପ୍ରଜାପତି ଶିବଙ୍କୁ ଆଦୌ ପସନ୍ଦ କରୁନଥିଲା । ତେବେ ଏହା ପଛରେ କ’ଣ ରହିଛି ପୌରାଣିକ କଥା ।

ସୌ(ସୋସିଆଲ ମିଡିଆ)

Sawan 2023: ହିନ୍ଦୁ ଧର୍ମରେ ଶ୍ରାବଣ ମାସର (Shravan Month 2023) ବିଶେଷ ମହତ୍ବ ରହିଛି । ଏହି ମାସ ଭଗବାନ ଶିବଙ୍କୁ (Mahadev) ସମର୍ପିତ । କୁହାଯାଏ, ଶ୍ରାବଣ ମାସ ଭଗବାନ ଶିବଙ୍କ ପ୍ରିୟ ମାସ ଅଟେ, ତେଣୁ ଏହି ମାସରେ ମହାଦେବଙ୍କୁ ନିଷ୍ଠାର ସହ ଉପାସନା କଲେ ସବୁ ଇଚ୍ଛା ପୂର୍ଣ୍ଣ ହୋଇଥାଏ । ଶିବ ପୁରାଣ ଅନୁଯାୟୀ, ଶ୍ରାବଣ ମାସ ସୋମବାରେ (Sawan Somwar) ଉପବାସ କରୁଥିବା ବ୍ୟକ୍ତିର ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । ଶ୍ରାବଣ ମାସର ଶୁଭାରମ୍ଭ କୃଷ୍ଣ ପକ୍ଷ ପ୍ରତିପଦା ତିଥିରୁ ହୋଇଥାଏ। ଚଳିତ ବର୍ଷ ଶ୍ରାବଣ ମାସ ପାଖାପାଖି ୨ ମାସ ଧରି ଚାଲିବ ଅର୍ଥାତ୍ ଏଥର ଯୋଡ଼ା ଶ୍ରାବଣ ରହିଛି । ପାର୍ବତୀ ଶିବଙ୍କ ପତ୍ନୀ ଥିଲେ । ତେବେ ମାତା ପାର୍ବତୀଙ୍କ ପିତା ଦକ୍ଷ ପ୍ରଜାପତି ଶିବଙ୍କୁ ଆଦୌ ପସନ୍ଦ କରୁନଥିଲା । ତେବେ ଏହା ପଛରେ କ’ଣ ରହିଛି ପୌରାଣିକ କଥା ।

ଦକ୍ଷ ପ୍ରଜାପତି ଜଣେ ମହାନ୍ ରାଜା ଥିଲେ। ଭଗବାନ ବ୍ରହ୍ମାଙ୍କ ମାନସ ପୁତ୍ର ଭାବେ ସେ ଜନ୍ମ କରିଥିବା ଦକ୍ଷ ରାଜାମାନଙ୍କର ଦେବତା ଥିଲେ। ସେ ଭଗବାନ ବିଷ୍ଣୁଙ୍କ ପରମ ଭକ୍ତ ଥିଲେ। ଶ୍ରୀମଦ୍ ଭାଗବତ ମହାପୁରାଣ ଅନୁଯାୟୀ, ପ୍ରଥମ ଜନ୍ମରେ ଦକ୍ଷ ବ୍ରହ୍ମାଙ୍କ ପୁତ୍ର ଥିଲେ। ରାଜା ଦକ୍ଷ ଓ ପ୍ରସୂତିଙ୍କର ୧୬ ଜଣ ପୁତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ସାନ ଝିଅ ଥିଲେ ମାତା ସତୀ । ସତୀ ନାମରେ ପାର୍ବତୀ ଜନ୍ମ ହୋଇଥିବାରୁ ଦକ୍ଷ ପ୍ରଜାପତି କେବେ ଚାହୁଁ ନଥିଲେ ଯେ ତାଙ୍କ ସତୀ କୌଣସି ପରିସ୍ଥିତିରେ ଶିବଙ୍କ ସହ ସମ୍ପର୍କ ରଖନ୍ତୁ ।

ସେ ଶିବଙ୍କ ନାଁ ଶୁଣି ବିରକ୍ତ ହେଉଥିଲେ ଦକ୍ଷ

ମହଲରେ ଶିବଙ୍କ ନାଁ ନିଆଗଲେ ଦକ୍ଷ ବିରକ୍ତ ହେଉଥିଲେ। ତେବେ ବିରକ୍ତି ହେବା ପଛରେ ତିନୋଟି କାରଣ ଥିବା ବିଶ୍ବାସ କରାଯାଏ, ପ୍ରଥମ ମତ ଅନୁଯାୟୀ, ଆରମ୍ଭରୁ ବ୍ରହ୍ମାଙ୍କର ୫ଟି ମୁଣ୍ଡ ଥିଲା। ବ୍ରହ୍ମାଙ୍କର ତିନି ମୁଣ୍ଡ ବେଦ ପାଠ କରୁଥିବା ବେଳେ ଅନ୍ୟ ଦୁଇଟି ମୁଣ୍ଡ ବେଦକୁ ଦୁର୍ବ୍ୟବହାର କରିଥିଲେ। ଫଳରେ ଏଥିରେ କ୍ରୋଧିତ ହୋଇ ଶିବ ବ୍ରହ୍ମାଙ୍କ ପଞ୍ଚମ ମୁଣ୍ଡ କାଟି ଦେଇଥିଲେ। ବ୍ରହ୍ମା ଦକ୍ଷଙ୍କ ପିତା ହୋଇଥିବାରୁ ଶିବଙ୍କ ଏଭଳି କାର୍ଯ୍ୟ ଯୋଗୁଁ ସେ ତାଙ୍କ ଉପରେ କ୍ରୋଧିତ ହୋଇଯାଇଥିଲେ ।

ଶିବଙ୍କୁ ସତୀଙ୍କ ଯୋଗ୍ୟ ଭାବୁନଥିଲେ ଦକ୍ଷ

ବିଶ୍ବାସ କରାଯାଏ ଯେ, ସତୀ ଶିବଙ୍କୁ ପୁନର୍ବାର ବିବାହ କରିବା ନେଇ ମାତା ପାର୍ବତୀଙ୍କ ରୂପରେ ଜନ୍ମ ନେଇଥିଲେ। କିନ୍ତୁ ଏହାପରେ ମଧ୍ୟ ଶିବଙ୍କୁ ପାର୍ବତୀଙ୍କ ଲାଗି ଉପଯୁକ୍ତ ବର ଭାବୁନଥିଲେ ଦକ୍ଷ । ଏହି କାରଣରୁ ପାର୍ବତୀ ବିବାହ ଯୋଗ୍ୟ ହେବା ପରେ ସେ ଏକ ସ୍ବଂୟମ୍ବରର ଆୟୋଜନ କରିଥିଲେ,  ଯେଉଁଥିରେ ଶିବଙ୍କୁ ନିମନ୍ତ୍ରଣ କରାଯାଇନଥିଲା ।

ଏହିପରି ପିତାଙ୍କ ବିରୁଦ୍ଧରେ ଯାଇଥିଲେ ପାର୍ବତୀ

ସତୀ ଶିବଙ୍କୁ ମନରୁ ସ୍ୱାମୀ ଭାବି ସାରିଥିବାରୁ , 'ଶିବୟା ନମଃ' କହି ସତୀ ପୁଷ୍ପମାଲ୍ୟକୁ ଧରା ପୃଷ୍ଠରେ ରଖିଥିଲେ। ଏହାପରେ ଭଗବାନ ଶିବ ସେଠାରେ ଫୁଲମାଳ ପିନ୍ଧି ପ୍ରକଟ ହୋଇ ପାର୍ବତୀଙ୍କୁ ନେଇ ଚାଲିଯାଇଥିଲା । ତାଙ୍କ ଇଚ୍ଛା ବିରୁଦ୍ଧରେ ପାର୍ବତୀ ଶିବଙ୍କୁ ବିବାହ କରିଥିବାରୁ ଏହାକୁ ପସନ୍ଦ କରିନଥିଲେ ଦକ୍ଷ ।

ଅନ୍ୟ ଏକ କଥା ଅନୁଯାୟୀ, ଏକଦା ରାଜା ଦକ୍ଷ ଏକ ଯଜ୍ଞରେ ପହଞ୍ଚିଲେ । ପହଁଞ୍ଚିବା ମାତ୍ରେ ସେଠାରେ ଉପସ୍ଥିତ ଥିବା ସମସ୍ତ ଦେବୀ ଓ ଦେବତା ତାଙ୍କୁ ଠିଆ ହୋଇ ସ୍ୱାଗତ କରିଥିବା ବେଳେ କେବଳ ବ୍ରହ୍ମା ଓ ଶିବ ବସି ରହିଥିଲେ । ଫଳରେ ଦକ୍ଷ ଅପମାନିତ ଅନୁଭବ କରିଥିଲେ। ଏହାପରେ ସେ ଅପମାନଜନକ ଶବ୍ଦ ବ୍ୟବହାର କରି ଶିବଙ୍କୁ ଅଭିଶାପ ଦେଇଥିଲେ।

କୁହାଯାଏ ଯେ, ପାର୍ବତୀଙ୍କ ମୃତ୍ୟୁ ଖବର ପାଇବା ପରେ ଭଗବାନ ଶିବ ବୀରଭଦ୍ର ସୃଷ୍ଟି କରିଥିଲେ ଓ ସେହି ଯଜ୍ଞକୁ ତାଙ୍କ ମାଧ୍ୟମରେ ନଷ୍ଟ କରିଥିଲେ। ଭଗବାନ ଶିବଙ୍କୁ ବିରୋଧ କରୁଥିବା ତଥା ପରିହାସ କରୁଥିବା ଦେବତା ଓ ସାଧୁମାନଙ୍କୁ ଦଣ୍ଡ ଦେବା ସହ ବୀରଭଦ୍ର ଦକ୍ଷ ପ୍ରଜାପତିଙ୍କ ମୁଣ୍ଡ କାଟ କରିଥିଲେ। ପରେ ବ୍ରହ୍ମାଙ୍କ ଅନୁରୋଧକ୍ରମେ ଶିବ ଦକ୍ଷ ପ୍ରଜାପତିଙ୍କୁ ତାଙ୍କ ମୁଣ୍ତ ବଦଳରେ ଗୋଟିଏ ଛେଳିର ମୁଣ୍ଡ ଦେଇ ଯଜ୍ଞ ସମାପ୍ତ କରିଥିଲେ। କୁହାଯାଏ ଯେ, ଭଗବାନ ଶିବଙ୍କ ତୃତୀୟ ଆଖିରୁ ବୀରଭଦ୍ର ଜନ୍ମ ନେଇଥିଲେ।

ଏହି ସମୟରେ ଶିବଙ୍କ ଆରାଧ୍ୟନା କରିଥିଲେ ଦକ୍ଷ

ଶିବ ପୁରାଣଙ୍କ ଅନୁଯାୟୀ, ଯେତେବେଳେ ଦକ୍ଷ ଛେଳି ମୁଣ୍ଡ ପାଇଥିଲେ, ସେତେବେଳେ ସେ ପତ୍ନୀ ପ୍ରସୁତିଙ୍କ ସହ କାଶୀ ଯାଇ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜାପ କରିଥିଲେ । ଏହା ସହିତ ଶିବଙ୍କ ସହ ପାର୍ବତୀଙ୍କ ବିବାହ ସମାପ୍ତ ହୋଇଥିଲା ।