Sawan 2023: ଶ୍ରାବଣରେ ଯାଆନ୍ତୁ ଭୋଳନାଥଙ୍କ ଏହିସବୁ ମନ୍ଦିର, ମିଳିବ କୋଟି ପୂଣ୍ୟ!
Advertisement
Article Detail0/zeeodisha/odisha1771625

Sawan 2023: ଶ୍ରାବଣରେ ଯାଆନ୍ତୁ ଭୋଳନାଥଙ୍କ ଏହିସବୁ ମନ୍ଦିର, ମିଳିବ କୋଟି ପୂଣ୍ୟ!

Sawan 2023: ଶ୍ରାବଣ ମାସର ଶୁଭାରମ୍ଭ କୃଷ୍ଣ ପକ୍ଷ ପ୍ରତିପଦା ତିଥିରୁ ହୋଇଥାଏ। ଚଳିତ ବର୍ଷ ଶ୍ରାବଣ ମାସ ପାଖାପାଖି ୨ ମାସ ଧରି ଚାଲିବ ଅର୍ଥାତ୍ ଏଥର ଯୋଡ଼ା ଶ୍ରାବଣ ରହିଛି । ତେବେ ଯଦି ଆପଣ ଏହି ଶ୍ରାବଣ ମାସରେ ଶିବଙ୍କୁ ଦର୍ଶନ କରିବାକୁ ଚାହୁଁଛନ୍ତି ତାହାଲେ ଜାଣନ୍ତୁ କେତେକ ପ୍ରସିଦ୍ଧ ଶୈବ ପୀଠ ବିଷୟରେ ।

ସୌ(ସୋସିଆଲ ମିଡିଆ)

Sawan 2023: ଝିପଝିପ ବର୍ଷା ସହ ଆରମ୍ଭ ହୋଇଛି ପବିତ୍ର ଶ୍ରାବଣ ମାସ । ହିନ୍ଦୁ ଧର୍ମରେ ଶ୍ରାବଣ ମାସର (Shravan Month 2023) ବିଶେଷ ମହତ୍ବ ରହିଛି । ଏହି ମାସ ଭଗବାନ ଶିବଙ୍କୁ (Mahadev) ସମର୍ପିତ । ଶିବ ଭକ୍ତମାନେ ଏହି ମାସକୁ ବେଶ ଉତ୍ସାହର ସହିତ ଅପେକ୍ଷା କରିଥାଆନ୍ତି । କୁହାଯାଏ, ଶ୍ରାବଣ ମାସ ଭଗବାନ ଶିବଙ୍କ ପ୍ରିୟ ମାସ ଅଟେ, ତେଣୁ ଏହି ମାସରେ ମହାଦେବଙ୍କୁ ନିଷ୍ଠାର ସହ ଉପାସନା କଲେ ସବୁ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ଶିବ ପୁରାଣ ଅନୁଯାୟୀ, ଶ୍ରାବଣ ମାସ ସୋମବାରେ (Sawan Somwar) ଉପବାସ କରୁଥିବା ବ୍ୟକ୍ତିର ସମସ୍ତ ଇଚ୍ଛାକୁ ମହାଦେବ ପୂରଣ କରିଥାଆନ୍ତି । ଶ୍ରାବଣ ମାସର ଶୁଭାରମ୍ଭ କୃଷ୍ଣ ପକ୍ଷ ପ୍ରତିପଦା ତିଥିରୁ ହୋଇଥାଏ। ଚଳିତ ବର୍ଷ ଶ୍ରାବଣ ମାସ ପାଖାପାଖି ୨ ମାସ ଧରି ଚାଲିବ ଅର୍ଥାତ୍ ଏଥର ଯୋଡ଼ା ଶ୍ରାବଣ ରହିଛି । ତେବେ ଯଦି ଆପଣ ଏହି ଶ୍ରାବଣ ମାସରେ ଶିବଙ୍କୁ ଦର୍ଶନ କରିବାକୁ ଚାହୁଁଛନ୍ତି ତାହାଲେ ଜାଣନ୍ତୁ କେତେକ ପ୍ରସିଦ୍ଧ ଶୈବ ପୀଠ ବିଷୟରେ ।

ସୋମନାଥ ମନ୍ଦିର

ଗୁଜୁରାଟରେ ଅବସ୍ଥିତ ସୋମନାଥ ଶିବ ମନ୍ଦିର ଦେଶ ତଥା ବିଶ୍ୱରେ ବେଶ ପ୍ରସିଦ୍ଧ ଅଟେ । ୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଏକ ଏହି ମନ୍ଦିରର ନିଜର କିଛି ଖାସ୍ ମାନ୍ୟତା ରହିଛି । ପ୍ରତିବର୍ଷ ବହୁ ଦୂରରୁ ଭକ୍ତ ଏଠାକୁ ଭୋଳନାଥଙ୍କ ଦର୍ଶନ ଲାଗି ଆସିଥାଆନ୍ତି । ଶ୍ରାବଣର ପବିତ୍ର ମାସରେ ଏହି ମନ୍ଦିର ପରିଦର୍ଶନ କରିବା ଶୁଭ ବୋଲି ବିବେଚନା କରାଯାଇଥାଏ ।

ମହାକାଳେଶ୍ବର ମନ୍ଦିର

ମଧ୍ୟପ୍ରଦେଶ ଉଜୈନରେ ଅବସ୍ଥିତ ମହାକାଳେଶ୍ବର ମନ୍ଦିର ସାରା ବିଶ୍ୱରେ ପ୍ରସିଦ୍ଧ । ପ୍ରତିବର୍ଷ ବହୁ ସଂଖ୍ୟାରେ ଭକ୍ତ ଏଠାକୁ ଦର୍ଶନ କରିବା ଲାଗି ଆସିଥାଆନ୍ତି । ବିଶେଷ କରି ଶ୍ରାବଣ ମାସରେ ଏଠାରେ ଲୋକଙ୍କ ଭିଡ ଦେଖିବାକୁ ମିଳେ । ଶ୍ରାବଣ ମାସରେ ଏଠାରେ ବାବା ମହାକାଳେଶ୍ବରଙ୍କ ସବାରୀ ବାହାରିଥାଏ । ଏହି ଯାତ୍ରା ସମୟରେ ଭୋଳାନାଥ ନଗର ପରିକ୍ରମା କରି ଭକ୍ତଙ୍କ ଦୁଃଖ କଷ୍ଟ ବୁଝିଥାଆନ୍ତି ।

ଦ୍ୟନାଥ ମନ୍ଦିର

ଝାଡଖଣ୍ଡ ଦେଓଗରରେ ଅବସ୍ଥିତ ବୈଦ୍ୟନାଥ ମନ୍ଦିର ଭଗବାନ ଶିବଙ୍କ ୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ । ଏହି ମନ୍ଦିରକୁ ମଧ୍ୟ ଶିବଙ୍କ ପ୍ରାଚୀନ ମନ୍ଦିର ଭାବେ ଗଣାଯାଏ । ଶ୍ରାବଣ ମାସରେ ଏଠାରେ ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳେ।  ଏହି ମନ୍ଦିର ଏହାର କିମ୍ବଦନ୍ତୀ ଓ ସ୍ଥାପତ୍ୟ ଶୈଳୀ ପାଇଁ ମଧ୍ୟ ବେଶ ଜଣାଶୁଣା ।

ବ୍ରିହଦେଶ୍ୱର ମନ୍ଦିର

ତାମିଲନାଡୁ ତଞ୍ଜୋରରେ ଥିବା ଏହି ମନ୍ଦିର ଭଗବାନ ଶିବଙ୍କ ସର୍ବ ପୁରାତନ ତଥା ବୃହତ୍ତମ ମନ୍ଦିର ମଧ୍ୟରୁ ଅନ୍ୟତମ । ବିଶ୍ୱାସ କରାଯାଏ ଯେ, ଏହି ମନ୍ଦିର ଏକାଦଶ ଶତାବ୍ଦୀରେ ଚୋଳ ପ୍ରଥମଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଯଦି ଆପଣ ଶ୍ରାବଣ ମାସରେ ଶିବ ମନ୍ଦିର ପରିଦର୍ଶନ କରିବାକୁ ଚିନ୍ତା କରୁଛନ୍ତି, ତେବେ ଆପଣ ଏଠାକୁ ଯାଇପାରିବେ । ଏହି ମନ୍ଦିରଟି ରାଜାରାଜେଶ୍ୱର ନାମରେ ମଧ୍ୟ ବେଶ ଜଣାଶୁଣା  ।

ଭୋଜପୁର ମନ୍ଦିର

ମଧ୍ୟପ୍ରଦେଶ ରାଜଧାନୀ ଭୋପାଳଠାରୁ କିଛି ଦୂରରେ ଅବସ୍ଥିତ ଭୋଜପୁର ମନ୍ଦିର ମଧ୍ୟ ଭଗବାନ ଶିବଙ୍କର ପ୍ରସିଦ୍ଧ ତଥା ପ୍ରାଚୀନ ମନ୍ଦିର ମଧ୍ୟରୁ ଅନ୍ୟତମ। ପ୍ରାଚୀନ କାଳରେ ନିର୍ମିତ ଏହି ମନ୍ଦିରରେ ଥିବା ଶିବଲିଙ୍ଗ ସବୁଠାରୁ ବଡ଼ ଶିବଲିଙ୍ଗ ମାନ୍ୟତା ଦିଆଯାଇଛି ।  ବିଶ୍ୱାସ କରାଯାଏ ଯେ, ଏହି ମନ୍ଦିର ଗୋଟିଏ ରାତିରେ ନିର୍ମିତ ହୋଇଥିଲା।

Also Read-ଚଳିତ ବର୍ଷ ଲିଙ୍ଗରାଜ ମନ୍ଦିରରେ ୮ ନୁହେଁ ୪ ଶ୍ରାବଣ ସୋମବାରରେ ହେବ ଜଳଲାଗି, ଜାଣନ୍ତୁ କାହିଁକି ଓ କେବେ ?