Savitri Vrat 2023: ସାବିତ୍ରୀ ବ୍ରତକୁ ନେଇ କ’ଣ କୁହେ ପୁରାଣ, କାହିଁକି ଏହିଦିନ ସଧବା ନାରୀ ପୂଜନ୍ତି ବରଗଛ?
Advertisement
Article Detail0/zeeodisha/odisha1701889

Savitri Vrat 2023: ସାବିତ୍ରୀ ବ୍ରତକୁ ନେଇ କ’ଣ କୁହେ ପୁରାଣ, କାହିଁକି ଏହିଦିନ ସଧବା ନାରୀ ପୂଜନ୍ତି ବରଗଛ?

Savitri Vrat : ଦେବୀ ସାବିତ୍ରୀ ନିଜ ପତିବ୍ରତା ଓ ନିଷ୍ଠା ବଳରେ ସ୍ବାମୀ ସତ୍ୟବାନଙ୍କୁ ମୃତ୍ୟୁ ମୁଖରୁ ଫେରାଇ ଆଣିଥିଲେ ତାହାକୁ ଆଧାର କରି ଏହି ଦିନ ଦେବୀ ସାବିତ୍ରୀଙ୍କୁ ପୂଜା କରାଯାଏ । ସାବିତ୍ରୀ ବ୍ରତକୁ ସର୍ବ ଭାରତୀୟ ସ୍ତରରେ “ବଟ ସାବିତ୍ରୀ ବ୍ରତ” ବୋଲି କୁହାଯାଏ । ଏହି ଦିନ ସଧବା ନାରୀମାନେ ବଟ ବୃକ୍ଷ ବା ବର ଗଛକୁ ପୂଜା କରିଥାଆନ୍ତି । ବିଶ୍ବାସ ରହିଛି ଯେ, ଏହି ଦିନ ବରଗଛକୁ ପୂଜା କଲେ ଅଖଣ୍ତ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ । ଏହି ଦିନ ବର ଗଛକୁ ପୂଜା କରି ଏଥିରେ ସୂତା ବାନ୍ଧିଥାଆନ୍ତି ସଧବା ନାରୀ ।

 

ସୌ(ସୋସିଆଲ ମିଡିଆ)

Savitri Vrat 2023: ଆଜି ପବିତ୍ର ସାବିତ୍ରୀ ବ୍ରତ । ସଧବା ନାରୀଙ୍କ ଲାଗି ଏହା ହେଉଛି ଏକ ବିଶ୍ବାସର ପର୍ବ। ଏନେଇ ଚଳଞ୍ଚଳ ଗାଁଠୁ ସହର । ଜ୍ୟେଷ୍ଠ ମାସ ଅମାବାସ୍ୟା ଦିନ ଏହି ବ୍ରତ ପାଳନ କରାଯାଇଥାଏ । ଏହି ଦିନ ସଧବା ନାରୀମାନେ ନିଜ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ଶୁଭ ମନାସୀ ଦିନ ତମାମ ଉପବାସ ରହି ମନ୍ଦିରରେ ପୂଜାର୍ଚ୍ଚନା କରିଥାଆନ୍ତି । ସକାଳୁ ପୂଜା ଥାଳି ଧରି ମଥାରେ ସିନ୍ଦୁର, ହାତରେ ନାଲି ଶଙ୍ଖା, ନୂଆ ଶାଢୀ ପିନ୍ଧି ସତ୍ୟବାନଙ୍କ ଶୁଭ ମନାସୀ ଥାଆନ୍ତି । ଏହି ଦିନ ମନ୍ଦିରରେ ପୂଜା କରିବା ପାଇଁ ଲାଗେ ସାବିତ୍ରୀ ମାନଙ୍କ ପ୍ରବଳ ଭିଡ଼ । ଦେବୀ ସାବିତ୍ରୀ ନିଜ ପତିବ୍ରତା ଓ ନିଷ୍ଠା ବଳରେ ସ୍ବାମୀ ସତ୍ୟବାନଙ୍କୁ ମୃତ୍ୟୁ ମୁଖରୁ ଫେରାଇ ଆଣିଥିଲେ ତାହାକୁ ଆଧାର କରି ଏହି ଦିନ ଦେବୀ ସାବିତ୍ରୀଙ୍କୁ ପୂଜା କରାଯାଏ । ସାବିତ୍ରୀ ବ୍ରତକୁ ସର୍ବ ଭାରତୀୟ ସ୍ତରରେ “ବଟ ସାବିତ୍ରୀ ବ୍ରତ” ବୋଲି କୁହାଯାଏ । ଏହି ଦିନ ସଧବା ନାରୀମାନେ ବଟ ବୃକ୍ଷ ବା ବର ଗଛକୁ ପୂଜା କରିଥାଆନ୍ତି । ବିଶ୍ବାସ ରହିଛି ଯେ, ଏହି ଦିନ ବରଗଛକୁ ପୂଜା କଲେ ଅଖଣ୍ତ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ । ଏହି ଦିନ ବର ଗଛକୁ ପୂଜା କରି ଏଥିରେ ସୂତା ବାନ୍ଧିଥାଆନ୍ତି ସଧବା ନାରୀ । 

ସାବିତ୍ରୀ ବ୍ରତକୁ ନେଇ କ’ଣ କୁହେ ପୌରାଣିକ କଥା

ଅଶ୍ବପତି ନାମରେ ଜଣେ ରାଜା ଥିଲେ । ରାଜା ଅଶ୍ବପତି ନିଃସନ୍ତାନ ଥିବାରୁ ପୁତ୍ର ସନ୍ତାନ ଲାଗି ସେ ଦେବୀଙ୍କ ନିକଟରେ ଗୁହାରୀ କରିଥିଲେ । ଦେବୀ ରାଜାଙ୍କୁ ପୁତ୍ର ସନ୍ତାନ ଲାଭ କରିବା ନେଇ ଯୋଗ ଥିବା କହି କନ୍ୟା ସନ୍ତାନ ପ୍ରାପ୍ତ ହେବା ନେଇ ଆର୍ଶବାଦ ଦେଇଥିଲେ । ଦେବୀଙ୍କ ଆର୍ଶବାଦ ଫଳରେ ରାଜା ଅଶ୍ବପତିଙ୍କୁ ଏକ କନ୍ୟା ସନ୍ତାନ ପ୍ରାପ୍ତ ହୋଇଥିଲା । ରାଜା ନିଜ କନ୍ୟାର ନାମ “ସାବିତ୍ରୀ” ରଖିଥିଲେ ।  ଝିଅ ବଡ଼ ହେବା ପରେ ବିବାହ ନେଇ ମନ ବଳାଇଥିଲେ ରାଜା । ସେପଟେ ରାଜା ଦ୍ୟୁମସେନଙ୍କ ଔରସରେ ଶୈବ୍ୟାଙ୍କ ଗର୍ଭରୁ ସତ୍ୟବାନ ଜନ୍ମଗ୍ରହଣ କରିଥିଲେ । ସତ୍ୟବାନଙ୍କ ଶୈଶବସ୍ଥାରେ ପିତା ଦ୍ୟୁମସେନ ବନବାସୀ ହୋଇଥିଲେ । ତେଣୁ ସତ୍ୟବାନ ବଣରେ ଫଳ ମୂଳ ଖାଇବା ସହ ମୁନିବୃତ୍ତି ପାଳନ କରି ପିତାମାତାଙ୍କ ସେବା କରୁଥିଲେ । ଦିନେ ସାବିତ୍ରୀ ବଣରେ ବୁଲିବା ସମୟରେ ସତ୍ୟବାନଙ୍କ ପିତୃମାତୃ ଭକ୍ତିରେ ମୁଗ୍ଧ ହୋଇ ତାଙ୍କୁ ଜୀବନସାଥୀ କରିବା ନେଇ ମନସ୍ଥ କରିଥିଲେ । ସାବିତ୍ରୀ ଏନେଇ ପିତା ଅଶ୍ବପତିଙ୍କୁ ଜଣାଇଥିଲେ । ବିବାହ ପରେ ପତିବ୍ରତା ସାବିତ୍ରୀ ସମସ୍ତ ଭୋଗ ବିଳାସ ତ୍ୟାଗ କରି ସ୍ବାମୀଙ୍କ ସହ ଜଙ୍ଗଲରେ ରହି ଶାଶୁ ଓ ଶ୍ବଶୁରଙ୍କ ସେବା କରିଥିଲେ । ହଠାତ୍ ଦିନେ ସତ୍ୟବାନଙ୍କ ପ୍ରାଣହାନୀ ଘଟିଥିଲା ।  ମାତ୍ର ସାବିତ୍ରୀଙ୍କ ନିଷ୍ଠା ବଳରେ ମୃତ୍ୟୁ ମୁଖରୁ  ଜୀବନ ଫେରି ପାଇଥିଲେ ସ୍ବାମୀ ସତ୍ୟବାନ । ସେବେଠାରୁ ହିଁ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ସଧବା ନାରୀମାନେ ଏହି ବତ୍ର ପାଳନ କରିଆସୁଛନ୍ତି । 

ଏହିଦିନ କାହିଁକି ପୂଜା କରାଯାଏ ବରଗଛ

  • ପୌରାଣିକ କଥା ଅନୁଯାୟୀ, ସାବିତ୍ରୀ ବରଗଛ ମୂଳରେ ହିଁ ନିଜ ମୃତ ସ୍ବାମୀ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଥିଲେ । ଏହି ଗଛ ମୂଳରେ ସାବିତ୍ରୀଙ୍କ ପତିବ୍ରତାରେ ପ୍ରସନ୍ନ ହୋଇ ସତ୍ୟବାନଙ୍କୁ ଜୀବନ ଦାନ କରିଥିଲେ ଯମରାଜ । ଏହି କାରଣରୁ ମହିଳାମାନେ ସାବ୍ରିତୀ ବ୍ରତ ଦିନ ବରଗଛକୁ ପୂଜା କରିଥାଆନ୍ତି । 
  • କୁହାଯାଏ, ବର ଗଛର ମୂଳରେ ଭଗବାନ ବ୍ରହ୍ମା, ଛାଲିରେ ଭଗବାନ ବିଷ୍ଣୁ ଓ ଏହାର ଶାଖାରେ ଭଗବାନ ଶିବ ବାସ କରିଥାଆନ୍ତି । ଏହି କାରଣରୁ ମହିଳାମାନେ ଏହି ଗଛକୁ ପୂଜା କଲେ ଏକା ସଙ୍ଗେ ତ୍ରିଦେବଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।
  • ବରଗଛ ବିରାଟ ବଡ଼ ହୋଇଥାଏ । ଏହାର ଶାଖାରୁ ଓହଳ ବାହାରିଥାଏ । ବିଶ୍ବାସ ରହିଛି ଯେ, ଏହି ଓହଳରୁ ହିଁ ସାବିତ୍ରୀଙ୍କୁ ଆର୍ଶିବାଦ ମିଳିଥାଏ । ଏହି କାରଣରୁ ଏହାକୁ “ବଟ ସାବିତ୍ରୀ ବ୍ରତ” ବୋଲି କୁହାଯାଏ ।

ଏହା ବି ପଢନ୍ତୁ-Shani Jayanti: ଦୀର୍ଘ ୩୦ ବର୍ଷ ପରେ ପଡୁଛି ଏପରି ମହାସଂଯୋଗ; ଶନି ଜୟନ୍ତୀରେ ମାଲାମାଲ ହେବ ଏହି ୪ ରାଶି!