Relationship Tips: ସଂପର୍କରେ ଏକପାଖିଆ ଭଲପାଇବା ଅନୁଭବ କରୁଛନ୍ତି କି? ଆପଣାନ୍ତୁ ଏହି ଟିପ୍ସ
Advertisement

Relationship Tips: ସଂପର୍କରେ ଏକପାଖିଆ ଭଲପାଇବା ଅନୁଭବ କରୁଛନ୍ତି କି? ଆପଣାନ୍ତୁ ଏହି ଟିପ୍ସ

Relationship Tips: ଅନେକ ବର୍ଷ ଏକାଠି ବିତାଇବା ପରେ ମଧ୍ୟ, ଯଦି ଆପଣ ଆପଣଙ୍କ ସମ୍ପର୍କରେ ଏକପାଖିଆ ଭଲପାଇବା ଅନୁଭବ କରୁଥାନ୍ତି, ତେବେ କିଛି ଜିନିଷର ଯତ୍ନ ନେବା, ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ । ବାସ୍ତବରେ, ବେଳେବେଳେ ଦମ୍ପତି ଏହି ଏହି ଛୋଟ ଜିନିଷକୁ ଅଣଦେଖା କରିଥାନ୍ତି ...

ସାଙ୍କେତିକ ଫଟୋ

Relationship Tips: ଅନେକ ବର୍ଷ ଏକାଠି ବିତାଇବା ପରେ ମଧ୍ୟ, ଯଦି ଆପଣ ଆପଣଙ୍କ ସମ୍ପର୍କରେ ଏକପାଖିଆ ଭଲପାଇବା ଅନୁଭବ ପାଉଥାନ୍ତି, ତେବେ କିଛି ଜିନିଷର ଯତ୍ନ ନେବା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ । ବାସ୍ତବରେ, ବେଳେବେଳେ ଦମ୍ପତି ଏହି ଏହି ଛୋଟ ଜିନିଷକୁ ଅଣଦେଖା କରନ୍ତି, ଯାହା ଅଜାଣତରେ ଅନ୍ୟର ମନକୁ ଆଘାତ ଦେଇଥାଏ । ଏପରି ପରିସ୍ଥିତିରେ, ଆମେ କହୁଥିବା ଏହି ଟିପ୍ସଗୁଡ଼ିକ ଆପଣଙ୍କ ସମ୍ପର୍କରେ ପ୍ରେମ ଓ ଅତ୍ମୀୟତା ବଜାୟ ରଖିବ ଓ ଆପଣଙ୍କୁ ଏକପାଖିଆ ଭଲପାଇବା ଅନୁଭବରୁ ରକ୍ଷା କରିବ ...

ବାରମ୍ବାର ମେସେଜ କରନ୍ତୁ ନାହିଁ-
ଯେତେବେଳେ ଆପଣ ଏକ ରିଲେସନସିପରେ ଥାଅନ୍ତି, ଅନ୍ୟ ଜଣଙ୍କ ସହିତ ଘନିଷ୍ଠତା ରହିବା ସ୍ୱାଭାବିକ । ଏପରି ପରିସ୍ଥିତିରେ, ମନ ସର୍ବଦା ସାଥି କଥା ପଚାରି ବୁଝିବାକୁ କୁହେ । କିନ୍ତୁ ଯଦି ଆପଣ ପ୍ରତ୍ୟେକ ଥର ଅନ୍ୟ ପାର୍ଶ୍ୱରୁ ଫର୍ମାଲିଟି ଜବାବ ପାଉଥାନ୍ତି, ତେବେ ଆପଣ ଆପଣଙ୍କ ସାଥୀକୁ ବାରମ୍ବାର ମେସେଜ କରନ୍ତୁ ନାହିଁ ।

ଦିନରେ କେବଳ ଥରେ କଲ୍ କରନ୍ତୁ-
ଯଦିଓ ଆପଣଙ୍କ ମନ ସବୁବେଳେ ସାଥିଙ୍କ ସହ କଥାବାର୍ତ୍ତା କରିବାକୁ କହୁଥାଏ, କିନ୍ତୁ ଆପଣ ଦିନକୁ ଥରେ ତାଙ୍କୁ ଫୋନ୍ କଲ୍ କରନ୍ତୁ ଓ ତାଙ୍କ ଅସୁବିଧା-ସୁବିଧା ବିଷୟରେ ପଚାରନ୍ତୁ । ତାଙ୍କୁ ବାରମ୍ବାର ଫୋନ୍ କଲ୍ କରିବା ଠାରୁ ଦୂରେଇ ରୁହନ୍ତୁ ।

ସାଥୀଙ୍କୁ ତାଙ୍କ ମନ କଥା ସେୟାର କରିବାକୁ ଉତ୍ସାହିତ କରନ୍ତୁ-
ବେଳେବେଳେ ଏହା ଘଟେ ଯେ ଅନେକ ଲୋକ ଚାହିଁ ମଧ୍ୟ ନିଜ ମନର କଥା ଅନ୍ୟ ଜଣେ ବ୍ୟକ୍ତିଙ୍କୁ କହିପାରନ୍ତି ନାହିଁ । ଏପରି ପରିସ୍ଥିତିରେ, ସାଥୀଙ୍କୁ ତାଙ୍କ ମନ କଥା ସେୟାର କରିବାକୁ ଉତ୍ସାହିତ କରନ୍ତୁ ।

କିଛି ସମୟ ପାଇଁ ଏକା ଛାଡିଦିଅନ୍ତୁ-
ବେଳେବେଳେ ଏକାକୀ ରହି ଜଣେ ବ୍ୟକ୍ତି ନିଜ ନିଜେ ବହୁତ ଚିନ୍ତା କରେ ଓ ବୁଝିପାରେ । ଏପରି ପରିସ୍ଥିତିରେ, ସାଥୀକୁ କିଛି ସମୟ ଏକା ଛାଡି ଦିଅନ୍ତୁ, ଯାହାଫଳରେ ସେ ଆପଣ ଉଭୟଙ୍କ ସମ୍ପର୍କ ସହିତ ଜଡିତ ଜିନିଷ ପ୍ରତି ଧ୍ୟାନ ଦେଇ ପାରିବେ ।

ଏହା ବି ପଢ଼ନ୍ତୁ: President Elections : ମମତାଙ୍କୁ ବଡ଼ ଝଟକା ଦେଲେ କେଜ୍ରିୱାଲ

ଏହା ବି ପଢ଼ନ୍ତୁ: 10 Lakh Jobs: ଏହି ବିଭାଗଗୁଡିକରେ ହେବ ବମ୍ପର ନିଯୁକ୍ତି! ଖାଲି ଅଛି ଏତିକି ପଦବୀ

ଏହା ବି ପଢ଼ନ୍ତୁ: President election: ପାୱାରଙ୍କ ନା' ପରେ ମହାତ୍ମା ଗାନ୍ଧୀଙ୍କ ନାତି ହେବେ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ!