Relationship Tips: ମଜାକରେ ବି ପତ୍ନୀଙ୍କୁ କୁହନ୍ତୁ ନାହିଁ ଏସବୁ କଥା, ନଚେତ୍ ପରିଣାମ ହେବ ବହୁତ ଖରାପ
Advertisement

Relationship Tips: ମଜାକରେ ବି ପତ୍ନୀଙ୍କୁ କୁହନ୍ତୁ ନାହିଁ ଏସବୁ କଥା, ନଚେତ୍ ପରିଣାମ ହେବ ବହୁତ ଖରାପ

Relationship Tips: କ'ଣ ଆପଣ ସବୁବେଳେ ନିଜ ପତି କିମ୍ୱା ପତ୍ନୀଙ୍କ ସହ ଝଗଡ଼ା କରୁଛନ୍ତି କି? ଯଦି ଆପଣ ମଧ୍ୟ ଏହାକୁ ନେଇ ଚିନ୍ତା କରୁଛନ୍ତି କି ଏପରି କେଉଁ କଥା ରହିଛି ଯାହାକୁ ନେଇ ସର୍ବଦା ଝଗଡ଼ା ହେଉଛି, ତେବେ ଏପରି ପରିସ୍ଥିତିରେ ଆପଣଙ୍କୁ ନିଜ ସମ୍ପର୍କକୁ କିଛି ସମୟ ଦେବାର ଆବଶ୍ୟକତା ଅଛି ।

Relationship Tips: ମଜାକରେ ବି ପତ୍ନୀଙ୍କୁ କୁହନ୍ତୁ ନାହିଁ ଏସବୁ କଥା, ନଚେତ୍ ପରିଣାମ ହେବ ବହୁତ ଖରାପ

Relationship Tips: ବିବାହ (Marriage) ଏକ ବହୁତ ସୁନ୍ଦର ସମ୍ପର୍କ । ଆମ ଭିତରେ ଅନେକ ଭଲ ଓ ଖରାପ ଜିନିଷ ଅଛି । ସେହି ଜିନିଷଗୁଡିକ ମଧ୍ୟରୁ ଅନେକ ଆମ ପତ୍ନୀଙ୍କୁ ପସନ୍ଦ ଆସି ନଥାଏ । ଯେଉଁ କାରଣରୁ ସମ୍ପର୍କ ଅନେକ ଥର ଖରାପ ହୋଇଯାଏ । ତେଣୁ ଯଦି ଆପଣଙ୍କ ମଧ୍ୟରେ ଏପରି କିଛି ଖରାପ ଅଭ୍ୟାସ ଅଛି । ତେବେ ବର୍ତ୍ତମାନ ଏହି ଅଭ୍ୟାସ ଗୁଡ଼ିକୁ ପରିବର୍ତ୍ତନ କରନ୍ତୁ । ନଚେତ୍ ଆପଣଙ୍କୁ ପରେ ଅନୁତାପ କରିବାକୁ ପଡ଼ିପାରେ । କ'ଣ ଆପଣ ସବୁବେଳେ ନିଜ ପତି (Husband) କିମ୍ୱା ପତ୍ନୀ (Wife) ଙ୍କ ସହ ଝଗଡ଼ା କରୁଛନ୍ତି କି? ଯଦି ଆପଣ ମଧ୍ୟ ଏହାକୁ ନେଇ ଚିନ୍ତା କରୁଛନ୍ତି କି ଏପରି କେଉଁ କଥା ରହିଛି ଯାହାକୁ ନେଇ ସର୍ବଦା ଝଗଡ଼ା ହେଉଛି, ତେବେ ଏପରି ପରିସ୍ଥିତିରେ ଆପଣଙ୍କୁ ନିଜ ସମ୍ପର୍କକୁ କିଛି ସମୟ ଦେବାର ଆବଶ୍ୟକତା ଅଛି । ଆଜ୍ଞା ହଁ, ବେଳେବେଳେ ଆପଣ ଯାହାକୁ ଆପଣ ଏକ ଛୋଟ ଛୋଟ କଥା ବୋଲି ଭାବୁଛନ୍ତି, ତାହା ଆପଣଙ୍କ ପତ୍ନୀଙ୍କ ପାଇଁ ଏକ ବଡ଼ କଥା ହୋଇପାରେ । ଆପଣଙ୍କର ସମ୍ପର୍କ (Relation) ମଧ୍ୟ ତାଙ୍କ ସହ ଭାଙ୍ଗିପାରେ । ସେଥିପାଇଁ ଏହା ଅତ୍ୟନ୍ତ ଜରୁରୀ ଯେ ଆପଣ ମଜାକରେ ମଧ୍ୟ କିଛି କଥା କୁହ ନାହିଁ 

ମଜାକରେ ମଧ୍ୟ ପତ୍ନୀଙ୍କୁ କୁହନ୍ତୁ ନାହିଁ ଏସବୁ କଥା

୧. ତୁମକୁ କୌଣସି କାମ ଆସେ ନାହିଁ

ଆପଣ ଏହା ମଧ୍ୟ ଜାଣନ୍ତି ଯେ ସମସ୍ତେ ସବୁ କାମ ପାଇଁ ପରଫେକ୍ଟ ହୁଅନ୍ତି ନାହିଁ । ଏପରି ପରିସ୍ଥିତିରେ ଯଦି ଆପଣ ନିଜ ପତ୍ନୀଙ୍କୁ କୌଣସି କାମ ସଠିକ୍ ଭାବରେ କରିପାରିନାହାଁନ୍ତି, ତେବେ ଏହାକୁ କହିବାର ସଠିକ୍ ଉପାୟ ରହିବା ଉଚିତ୍ । ଯଦି ଆପଣ ନିଜ ପତ୍ନୀଙ୍କୁ ସର୍ବଦା କହୁଥିବେ ଯେ ତୁମକୁ କୌଣସି କାମ ଆସେ ନାହିଁ, ତେବେ ଏହା କେବଳ ଆପଣଙ୍କର ସମ୍ପର୍କକୁ ନଷ୍ଟ କରିପାରେ ଓ ଆପଣଙ୍କର ପତ୍ନୀଙ୍କ ହୃଦୟ ମଧ୍ୟ ଭାଙ୍ଗି ଯାଇପାରେ । ତେଣୁ ଏହି ଶବ୍ଦ କହିବା ଠାରୁ ଦୂରେଇ ରୁହନ୍ତୁ ।

ପତ୍ନୀ ଆଗରେ ଅନ୍ୟ ଜଣେ ମହିଳାଙ୍କ ପ୍ରଶଂସା 

ସମସ୍ତଙ୍କ ମଧ୍ୟରେ ନିଶ୍ଚିତ ଭାବରେ କିଛି ଭଲ ଗୁଣ ଅଛି । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆପଣ ନିଜର ପତ୍ନୀଙ୍କୁ ଅନ୍ୟ ମହିଳା ମାନଙ୍କ ସହିତ ତୁଳନା କରିବେ । ଏହା କରିବା ଦ୍ୱାରା ଆପଣଙ୍କ ପତ୍ନୀଙ୍କୁ କଷ୍ଟ ଦେଇଥାଏ । ଏହି ଦୁଃଖ ମଧ୍ୟ ଝଗଡ଼ାରେ ପରିବର୍ତ୍ତିତ ହୋଇପାରେ । ତେଣୁ ପତ୍ନୀଙ୍କ ଆଗରେ ଅନ୍ୟ ମହିଳାଙ୍କୁ ପ୍ରଶଂସା କରନ୍ତୁ ନାହିଁ ।

ଅଧିକ ପଢ଼ନ୍ତୁ:-ଘରେ କେତେ ସୁନା ରଖିପାରିବେ? ଜାଣି ରଖନ୍ତୁ, ନଚେତ୍ ଅସୁବିଧାରେ ପଡ଼ିବେ ଆପଣ

ଅଧିକ ପଢ଼ନ୍ତୁ:-ଇରଫାନ୍ ପଠାନଙ୍କ ଏକ ଟ୍ୱିଟକୁ ନେଇ ବବାଲ, ସୋସିଆଲ ମିଡିଆରେ ରାଗି ପାଚି ଲାଲ ହେଲେ ପାକିସ୍ତାନୀ ଫ୍ୟାନ୍ସ

ଅଧିକ ପଢ଼ନ୍ତୁ:-ପାକିସ୍ତାନ ଦଳର ଲକର ରୁମର ଭିଡିଓ ସାମ୍ନାକୁ ଆସିବାରେ ବାବରଙ୍କ ଉପରେ ବର୍ଷିଲେ ୱାସିମ ଆକ୍ରାମ, ଜାଣନ୍ତୁ କ'ଣ କହିଲେ

 

 

ପତ୍ନୀଙ୍କ ପରିବାର ସଦସ୍ୟଙ୍କ ନିନ୍ଦା

ଯଦି ଆପଣ ଆପଣଙ୍କ ପତ୍ନୀଙ୍କ ପରିବାର ସଦସ୍ୟଙ୍କ ପ୍ରତି ଖରାପ ବ୍ୟବହାର କରୁଛନ୍ତି କିମ୍ବା ସେମାନଙ୍କ ନିନ୍ଦା, ପରିହାସ କରୁଛନ୍ତି । ତେବେ ଏହି କଥା ଆପଣଙ୍କର ପତ୍ନୀ କେବେବି ଆଦୌ ପସନ୍ଦ ଆସିବ ନାହିଁ । ଯଦି ଆପଣଙ୍କୁ ନିଜର ପତ୍ନୀଙ୍କ ପରିବାର ସଦସ୍ୟଙ୍କୁ ବାରମ୍ୱାର ପରିହାସ କରିବାର ଅଭ୍ୟାସ ମଧ୍ୟ ଅଛି, ତେବେ ଆଜି ହିଁ ଏହି ଅଭ୍ୟାସ ଛାଡ଼ି ଦିଅନ୍ତୁ । କାରଣ ଏହି ଅଭ୍ୟାସ ଆପଣଙ୍କ ସମ୍ପର୍କକୁ ଖରାପ କରିପାରେ ।