Ravivar Upay: ସୁଖ ସମୃଦ୍ଧି ବୃଦ୍ଧି ପାଇଁ ରବିବାର ଦିନ କରନ୍ତୁ ଏହି ୬ଟି ଉପାୟ
Advertisement

Ravivar Upay: ସୁଖ ସମୃଦ୍ଧି ବୃଦ୍ଧି ପାଇଁ ରବିବାର ଦିନ କରନ୍ତୁ ଏହି ୬ଟି ଉପାୟ

Ravivar Upay: ସୂର୍ଯ୍ୟ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଅନେକ ଉପାୟ କୁହାଯାଇଛି । ରବିବାର ଦିନ ଏହି ଉପାୟ କରିବା ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ରବିବାର ସୂର୍ଯ୍ୟ ଦେବତାଙ୍କୁ ସମର୍ପିତ । ଯଦି ଆପଣ ମଧ୍ୟ ଜୀବନରେ ଧନ ଓ ଖ୍ୟାତି ପାଇବାକୁ ଚାହୁଁଛନ୍ତି, ତେବେ ରବିବାର ଦିନ ଏହିସବୁ ଉପାୟ କରନ୍ତୁ ।

ସୌ(ସୋସିଆଲ ମିଡିଆ)

Ravivar Upay: ଜାତକରେ ଗ୍ରହ ମାନଙ୍କର ସ୍ଥିତିକୁ ନେଇ ମଣିଷ ଜୀବନରେ ଶୁଭ ଓ ଅଶୁଭ ଫଳାଫଳ ଦେଖିବାକୁ ମିଳିଥାଏ । ଜାତକର ଖରାପ ପ୍ରଭାବ ହେତୁ ବ୍ୟକ୍ତିକୁ ତା ଜୀବନରେ ଅନେକ ସମସ୍ୟାର ସାମ୍ନା ହେବାକୁ ପଡି଼ଥାଏ । ସନାତନ ଧର୍ମରେ ସୂର୍ଯ୍ୟଦେବଙ୍କୁ ଏକମାତ୍ର ବିଦ୍ୟମାନ ଦେବତା ଭାବରେ ବିବେଚନା କରାଯାଇଛି। ଯେଉଁ ବ୍ୟକ୍ତିର ରାଶିରେ ସୂର୍ଯ୍ୟଙ୍କ ସ୍ଥିତି ସୁଦୃଢ ଥାଏ ସେହି ବ୍ୟକ୍ତିର ଜୀବନରେ ସୁଖ, ଶାନ୍ତି ଓ ଧନ ଓ ଖାତି ବୃଦ୍ଧି ପାଇଥାଏ । ସେହିପରି ରାଶିରେ ସୂର୍ଯ୍ୟ ଦେବଙ୍କ ସ୍ଥିତି ଦୁର୍ବଳ ଥିଲେ ବ୍ୟକ୍ତିକୁ ତା ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ସୂର୍ଯ୍ୟ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଅନେକ ଉପାୟ କୁହାଯାଇଛି । ରବିବାର ଦିନ ଏହି ଉପାୟ କରିବା ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ରବିବାର ସୂର୍ଯ୍ୟ ଦେବତାଙ୍କୁ ସମର୍ପିତ । ଯଦି ଆପଣ ମଧ୍ୟ ଜୀବନରେ ଧନ ଓ ଖ୍ୟାତି ପାଇବାକୁ ଚାହୁଁଛନ୍ତି, ତେବେ ରବିବାର ଦିନ ଏହିସବୁ ଉପାୟ କରନ୍ତୁ ।

ସୂର୍ଯ୍ୟାଦୋୟ ପୂର୍ବରୁ ଉଠି କରନ୍ତୁ ଏହି କାମ

ରବିବାର ଛୁଟି ଦିନ ହୋଇଥିବାରୁ ଅଧିକାଂଶ ଲୋକ ଏହି ଦିନ ବିଳମ୍ବରେ ଉଠିଥାଆନ୍ତି । ଏପରି କରିବା ଦ୍ବାରା ସୂର୍ଯ୍ୟ ଦେବଙ୍କ କୋପ ଦୃଷ୍ଟି ପଡ଼ିଥାଏ ବୋଲି କୁହାଯାଏ । ତେଣୁ ରବିବାର ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସ୍ନାନ କରିବା ପରେ “ଓମ୍ ସୂର୍ଯ୍ୟୟା ନମଃ, ଓମ୍ ଆଦିତ୍ୟାୟ ନମଃ:ଓମ୍ ନାମୋ ଭାସ୍କର ନମଃ” ମନ୍ତ୍ର ଜାପ କରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । ମନେ ରଖନ୍ତୁ ଯେ, ସର୍ବଦା ତମ୍ବା ପାତ୍ରରେ ହିଁ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ଉଚିତ୍ । ଏହି ପାଣିରେ ନାଲି ଫୁଲ, ଅକ୍ଷତ ଓ ମିଶ୍ରି ମିଶାଇ ଅର୍ପଣ କରିବା ଅଧିକ ଲାଭଦାୟୀ ହୋଇଥାଏ । ନିୟମିତ ଭାବରେ ଏପରି କରିବା ଦ୍ବାରା ସୂର୍ଯ୍ୟ ଦେବ ପ୍ରସନ୍ନ ହେବା ସହ ସୁଖ ଓ ଧନ ପ୍ରଦାନ କରିଥାଆନ୍ତି ।

ଘର ଦ୍ୱାରରେ ଲଗାନ୍ତୁ ଘିଅ ଦୀପ

ରବିବାର ଦିନ ଦୁଇଟି ଘିଅ ଦୀପକୁ ଘରର ମୁଖ୍ୟ ଦ୍ୱାରର ଉଭୟ ପାର୍ଶ୍ୱରେ ରଖନ୍ତୁ । ଏପରି କରିବା ଦ୍ବାରା ସୂର୍ଯ୍ୟ ଦେବଙ୍କ ସହ ମାଆ ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାଆନ୍ତି । ଏହି ଉପାୟ ଦ୍ବାରା ଘରେ ଲାଗି ରହିଥିବା ଆର୍ଥିକ୍ ସମସ୍ୟା ଦୂର ହୋଇଥାଏ ।

ଚନ୍ଦନ ଲଗାଇ ଘରୁ ବାହାରନ୍ତୁ  

ରବିବାର ଦିନ ସୂର୍ଯ୍ୟ ଦେବଙ୍କୁ ପୂଜା କରିବା ପରେ, ଚନ୍ଦନ ତିଲକ ଲଗାଇ ଘରୁ ବାହାରକୁ ଯାଆନ୍ତୁ । ଏପରି କରିବା ଦ୍ବାରା କାର୍ଯ୍ୟରେ ଆସୁଥିବା ପ୍ରତିବନ୍ଧକ ଦୂର ଦେବା ସହ ଜୀବନରେ ସଫଳତା ମିଳିଥାଏ ।

ରବିବାର ଦିନ ପିନ୍ଧନ୍ତୁ ନାଲି ରଙ୍ଗର ପୋଷାକ

ରବିବାର ନାଲି ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ ।  ଯଦି କୌଣସି କାର୍ଯ୍ୟରେ ବାଧ୍ଯା ଆସୁଥାଏ ତାହାଲେ ରବିବାର ଦିନ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ସହିତ ନାଲି ରଙ୍ଗର ପୋଷାକ ପିନ୍ଧି ବାହାରକୁ ଯାଆନ୍ତୁ । ଏହି ଦିନ ସୂର୍ଯ୍ୟ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚାଉଳ, କ୍ଷୀର, ଗୁଣ୍ଡ ଓ ପୋଷାକ ଦାନ କରନ୍ତୁ । ଏପରି କରିବା ଦ୍ବାରା ସମସ୍ତ ପ୍ରତିବନ୍ଧକକୁ ଦୂର ହେବା ସହ ଲାଗି ରହିଥିବା ସମସ୍ୟା ଦୂର ହୋଇଥାଏ ।

କାମରେ ବାଧ୍ୟା ଆସୁଥିଲେ କରନ୍ତୁ ଏହି ଉପାୟ

ଯଦି ଆପଣଙ୍କର କୌଣସି କାମ ଦୀର୍ଘ ସମୟ ଧରି ଅଟକି ରହିଛି  । ତାହାଲେ ରବିବାର ଦିନ ଚାଉଳ ଓ ଗୁଡ଼କୁ ମିଶ୍ରଣ କରି ଜଳରେ ପ୍ରବାହିତ କରନ୍ତୁ । ଏହି ପ୍ରତିକାର ଦ୍ବାରା ସୂର୍ଯ୍ୟ ଦେବ ଆଶୀର୍ବାଦ ପ୍ରାପ୍ତ ହେବା ସହ କାର୍ଯ୍ୟରେ ଲାଗି ରହିଥିବା ପ୍ରତିବନ୍ଧକ ଦୂର ହୋଇଥାଏ ।

ଏହି ଉପାୟ ଦ୍ବାରା ଦୂର ହୋଇଥାଏ ଆର୍ଥିକ୍ ସମସ୍ୟା

ଆର୍ଥିକ ସମସ୍ୟାର ସମାଧାନ ଲାଗି ରବିବାର ଦିନ ସୂର୍ଯ୍ୟଦେବଙ୍କ ସହ ଧନର ଦେବୀ ମାଆ ଲକ୍ଷ୍ମୀଙ୍କୁ ପୂଜା କରିବା ସହ ମହାଲକ୍ଷ୍ମୀ ମନ୍ତ୍ର ଜପ କରନ୍ତୁ । ଏହି ଉପାୟ କରିବା ଦ୍ବାରା ମାତା ଲକ୍ଷ୍ମୀଙ୍କ ସହିତ ସୂର୍ଯ୍ୟ ଦେବତା ପ୍ରସନ୍ନ ହୋଇଥାଆନ୍ତି । ଫଳରେ ଆର୍ଥିକ ସମସ୍ୟା ଦୂର ହେବା ସହ ଘରେ ଧନଧାନ୍ୟ ବୃଦ୍ଧି ପାଇଥାଏ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)