Pregnancy Conceive Tips: ଦୀର୍ଘଦିନର ଚେଷ୍ଟା ସତ୍ତ୍ୱେ ବିଫଳ, ତେବେ ଆପଣାନ୍ତୁ ଗର୍ଭବତୀ ହେବାର ସହଜ ଉପାୟ
Advertisement
Article Detail0/zeeodisha/odisha1560531

Pregnancy Conceive Tips: ଦୀର୍ଘଦିନର ଚେଷ୍ଟା ସତ୍ତ୍ୱେ ବିଫଳ, ତେବେ ଆପଣାନ୍ତୁ ଗର୍ଭବତୀ ହେବାର ସହଜ ଉପାୟ

Pregnancy Conceive Tips: ମାଆ ହେବା ଗୋଟେ ମହିଳାଙ୍କ ପାଇଁ ସବୁଠୁ ବଡ ଖୁସି । ବିବାହ ପରେ ଜୀବନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗୁଡ଼ିକର ମଧ୍ୟରେ ପରିବାର ଯୋଜନା ଏକ ବଡ଼ ଅଂଶ । ଅନେକ ମହିଳା ବିବାହ ପରେ ମାଆ ହେବାକୁ ଚେଷ୍ଟା କରନ୍ତି । କିନ୍ତୁ ଅନେକ ଥର ମହିଳାମାନେ ଗର୍ଭଧାରଣ କରିବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ସେ ଚାହିଁଲେ ମଧ୍ୟ ମା ହୋଇପାରିନ୍ତି ନାହିଁ। ଏହାର ଗୋଟିଏ କାରଣ ହେଉଛି ଏକ ଶିଶୁକୁ ଗର୍ଭଧାରଣ(Pregnancy Conceive) କରିବା ପାଇଁ, କେବଳ ଶାରୀରିକ ସମ୍ପର୍କ ନୁହେଁ, ଏପରି ଅନେକ ଜିନିଷର ଯତ୍ନ ନେବାକୁ ପଡିବ।

ସୌଜନ୍ୟ- ସୋସିଆଲ ମିଡିଆ

Pregnancy Conceive Tips: ମାଆ ହେବା ଗୋଟେ ମହିଳାଙ୍କ ପାଇଁ ସବୁଠୁ ବଡ ଖୁସି । ବିବାହ ପରେ ଜୀବନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗୁଡ଼ିକର ମଧ୍ୟରେ ପରିବାର ଯୋଜନା ଏକ ବଡ଼ ଅଂଶ । ଅନେକ ମହିଳା ବିବାହ ପରେ ମାଆ ହେବାକୁ ଚେଷ୍ଟା କରନ୍ତି । କିନ୍ତୁ ଅନେକ ଥର ମହିଳାମାନେ ଗର୍ଭଧାରଣ କରିବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ସେ ଚାହିଁଲେ ମଧ୍ୟ ମା ହୋଇପାରିନ୍ତି ନାହିଁ। ଏହାର ଗୋଟିଏ କାରଣ ହେଉଛି ଏକ ଶିଶୁକୁ ଗର୍ଭଧାରଣ(Pregnancy Conceive) କରିବା ପାଇଁ, କେବଳ ଶାରୀରିକ ସମ୍ପର୍କ ନୁହେଁ, ଏପରି ଅନେକ ଜିନିଷର ଯତ୍ନ ନେବାକୁ ପଡିବ।  ଯାହା ଆପଣଙ୍କୁ ଏକ ଶିଶୁକୁ ଗର୍ଭଧାରଣ କରିବାରେ ସାହାଯ୍ୟ କରେ । ଏଥିରେ ଉପଯୁକ୍ତ ପରିବେଶ ଠାରୁ ଆରମ୍ଭ କରି ସଠିକ୍ ସମୟରେ ଶାରୀରିକ ସମ୍ପର୍କ ସ୍ଥାପନ କରିବା ପର୍ଯ୍ୟନ୍ତ । ଆସନ୍ତୁ ଜାଣିବା ଏହା ବ୍ୟତୀତ, ଆଉ କିଛି ଟିପ୍ସ ରହିଛି । ଯାହା ଆପଣଙ୍କୁ ଖୁବଶିଘ୍ର ମାଆ ହେବାରେ ସହାୟକ କରିବ । 

ମେଦବହୁଳତା ହ୍ରାସ କରନ୍ତୁ : ଅସାଧରଣ ଜୀବନ ଶୈଳୀ ଓ କିଛି ସମସ୍ୟା ହେତୁ ମହିଳାମାନଙ୍କର ଓଜନ ବଢିଥାଏ । ସେମାନଙ୍କର ମେଦବହୁଳତା ହେତୁ ପ୍ରଜନନ କ୍ଷମତା ଦୁର୍ବଳ ହୋଇଯାଏ । ଏହି କାରଣରୁ, ଗର୍ଭାବସ୍ଥାରେ ଅନେକ ସମସ୍ୟା ଉପୁଜେ, ଯାହା ପାଇଁ ମାତୃତ୍ୟ ଲାଭ କରିବା  ସମ୍ଭବ ପର ହୁଏ ନାହିଁ । ଅତ୍ୟଧିକ ମେଦବହୁଳତା ହେତୁ ମହିଳାଙ୍କ ଶିଶୁ ଗର୍ଭଧାରଣ ହେବାର ସମ୍ଭାବନା ବହୁତ କମିଯାଏ । ଏପରି ପରିସ୍ଥିତିରେ, ଯଦି ଆପଣ ଏକ ଶିଶୁ ଗର୍ଭଧାରଣ କରିବାକୁ ଯୋଜନା କରୁଛନ୍ତି,ତେବେ ସର୍ବପ୍ରଥମେ ଆପଣ ନିଜର ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ ।

ଏହି ଦିନରେ ଶାରୀରିକ ସମ୍ପର୍କ ସ୍ଥାପନ କରନ୍ତୁ : ଶିଶୁ ପାଇଁ ଯୋଜନା କରୁଥିଲେ ଆପଣ ପିରିୟର୍ସ ବା ଋତୁସାବ୍ରର ୧୨ -୧୪ ଦିନ ପୂର୍ବରୁ ଶାରୀରିକ ସମ୍ପର୍କ ସ୍ଥାପନ କରନ୍ତୁ । ଶାରୀରିକ ସମ୍ପର୍କ ରଖିବାର ୧୦ ମିନିଟ୍ ପାଇଁ ବିଶ୍ରାମ କରନ୍ତୁ । ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ଅନୁଯାୟୀ,ମହିଳାମାନେ ଶାରୀରିକ ସମ୍ପର୍କ ସ୍ଥାପନ କରିବା ପରେ ଅତି କମରେ ୧୦ ମିନିଟ ପର୍ଯ୍ୟନ୍ତ ବେଡରେ ଶୋଇକି ରୁହନ୍ତୁ। ଶାରୀରିକ ସମ୍ପର୍କ ସ୍ଥାପନ କରିବା ପରେ ତୁରନ୍ତ ଉଠନ୍ତୁ ନାହିଁ ।  ଶାରିରୀକ ସମ୍ପର୍କ ସ୍ଥାପନ କରିବା ପରେ ହଠାତ ପରିସ୍ରା ଯିବା ଉଚିତ୍  ନୁହେଁ।  ଯଦି ଆପଣ ପରିସ୍ରା ଯିବେ । ତେବେ,ପରିସ୍ରା ମାଧ୍ୟମରେ ଶୁକ୍ରାଣୁ ବାହାରକୁ ପଳାଇ ଆସିବାର ସମ୍ଭାବନା ରହିଛି । ଫଳରେ ଆପଣ ଗର୍ଭବତୀ ହୋଇ ପାରିବେ ନାହିଁ। ଅନ୍ୟ ପଟେ, ଶାରୀରିକ ସମ୍ପର୍କ ସ୍ଥାପନାରେ ୧୦ ମିନିଟ୍ ବିଶ୍ରାମ କରିବା ଉଚିତ୍ କାରଣ ,ଶୁକ୍ରାଣୁ ସଠିକ୍ ଦିଗକୁ ଯାଏ ଏବଂ  ଗର୍ଭଧାରଣ (pregnancy) କରିବାର ସମ୍ଭାବନାକୁ ମଧ୍ୟ ବଢାଇଥାଏ ।

Also Read : Best Age To Have Baby: ସନ୍ତାନ ଜନ୍ମ କରିବା ପାଇଁ ସଠିକ୍ ବୟସ କ'ଣ? ଅଧିକାଂଶ ଲୋକ କନଫୁଜ୍, ଜାଣନ୍ତୁ କ'ଣ କହୁଛି ବିଜ୍ଞାନ

Also Read : Foods For Memory: ୩୦ ବର୍ଷ ପରେ ଡାଏଟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ, କମିବନି ସ୍ମରଣ ଶକ୍ତି

ଧୂମ୍ରପାନ ଏବଂ ମଦ୍ୟପାନ ଠାରୁ ଦୂରେଇ ରୁହନ୍ତୁ: ଯେଉଁ ମହିଳାମାନେ ଫ୍ୟାମିଲି ପ୍ଲାନିଂ କରୁଛନ୍ତି । ସେମାନେ ଧୂମ୍ରପାନ ଏବଂ ମଦ୍ୟପାନ ଠାରୁ ଦୂରେଇ ରୁହନ୍ତୁ । ଏହାର କାରଣ ହେଉଛି ଧୂମପାନ ଏବଂ ମଦ୍ୟପାନ ପ୍ରଜନନ ଉପରେ ଖରାପ ପ୍ରଭାବ ପକାଇଥାଏ । ଏବଂ ପ୍ରଜନନକୁ ଦୁର୍ବଳ କରିଥାଏ । ଅନ୍ୟପକ୍ଷରେ,ଏହି ଦୁଇଟି ଜିନିଷଠାରୁ ଦୂରତା ରଖିବା ଦ୍ୱାରା ମହିଳାମାନେ ଗର୍ଭବତୀ ହୋଇପାରିବେ। ଏହା ସହିତ,ଏକ ସୁସ୍ଥ ଶିଶୁ ଜନ୍ମ ଦେବାକୁ ସକ୍ଷମ ହୋଇପାରିବେ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।)