Piles: ପାଇଲସ୍ ସମସ୍ୟା ଦେଇ ଗତି କରୁଛନ୍ତି, ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ମିଶାଇ ପିଅନ୍ତୁ ଏହି ଜିନିଷ, ମିଳିବ ମୁକ୍ତି
Advertisement
Article Detail0/zeeodisha/odisha1367026

Piles: ପାଇଲସ୍ ସମସ୍ୟା ଦେଇ ଗତି କରୁଛନ୍ତି, ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ମିଶାଇ ପିଅନ୍ତୁ ଏହି ଜିନିଷ, ମିଳିବ ମୁକ୍ତି

Piles home remedies: ପାଇଲ୍ସକୁ ଓଡ଼ିଆରେ ମଳକଣ୍ଠକ କୁହାଯାଏ । ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ରୋଗ । ଏହି ରୋଗରେ ପୀଡିତ ବ୍ୟକ୍ତିଙ୍କୁ ଝାଡା ବସିବାରେ ଅସୁବିଧା ହୁଏ । ଏହି ରୋଗ ସାଧାରଣତଃ ଦୁଇ ପ୍ରକାର ।

ସୌ: ସୋସିଆଲ ମିଡିଆ

Piles home remedies: ପାଇଲ୍ସକୁ ଓଡ଼ିଆରେ ମଳକଣ୍ଠକ କୁହାଯାଏ । ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ରୋଗ । ଏହି ରୋଗରେ ପୀଡିତ ବ୍ୟକ୍ତିଙ୍କୁ ଝାଡା ବସିବାରେ ଅସୁବିଧା ହୁଏ । ଏହି ରୋଗ ସାଧାରଣତଃ ଦୁଇ ପ୍ରକାର । ପ୍ରଥମଟି ହେଉଛି ରକ୍ତାକ୍ତ ଝାଡା ଓ ଦ୍ୱିତୀୟଟି ହେଉଛି ହେମୋରୋଏଡ୍ । ପ୍ରଥମ ପ୍ରକାରରେ ଜଣେ ବ୍ୟକ୍ତିଙ୍କ ଝାଡାରେ ରକ୍ତ ପଡିଥାଏ । ଦ୍ୱିତୀୟ ପ୍ରକାରରେ ବ୍ୟକ୍ତି କୋଷ୍ଠକାଠିନ୍ୟ, ଯନ୍ତ୍ରଣା, କୁଣ୍ଡିଆଣ ଇତ୍ୟାଦିରେ ପୀଡିତ ହୋଇଥାନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଖାଦ୍ୟ ଓ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ କରି ପାଇଲଗୁଡିକର ପ୍ରଭାବ ହ୍ରାସ କିମ୍ବା ଦୂର ହୋଇପାରିବ ।

ଅନ୍ୟପକ୍ଷରେ ଯଦି ଅସାବଧାନତା ଅବଲମ୍ବନ କରାଯାଏ, ତେବେ ଏହି ରୋଗ ବିପଦଜ୍ଜନକ ପ୍ରମାଣିତ ହୋଇପାରେ । ଏଥିପାଇଁ ଯଦି ଆପଣ ହେମୋରୋଇଡର ଲକ୍ଷଣ ଦେଖନ୍ତି, ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ । ଏହା ବ୍ୟତୀତ ଘିଅ ଖାଇବା ପାଇଲସ ପୀଡିତଙ୍କ ପାଇଁ ଲାଭଦାୟକ ଅଟେ । ଏହାର ବ୍ୟବହାର ଦ୍ୱାରା ପାଇଲ୍ସରୁ ଶୀଘ୍ର ଆରାମ ପ୍ରଦାନ କରେ । ବିଶେଷଜ୍ଞଙ୍କ ଅନୁଯାୟୀ, ମଳକଣ୍ଠକ ରୋଗୀମାନେ ଘିଅ ଖାଇବା ଉଚିତ୍ । ଯଦି ଆପଣ ମଧ୍ୟ ପାଇଲସ ସମସ୍ୟାରେ ଗତି କରୁଛନ୍ତି, ତେବେ ଆପଣ ଏହି ଉପାୟରେ ଘିଅ ଖାଇପାରିବେ । ଆସନ୍ତୁ ଜାଣିବା-

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଘିଅ ବ୍ୟବହାର ଦ୍ୱାରା ହଜମ ପ୍ରକ୍ରିୟା ମଜବୁତ ହୋଇଥାଏ । କୋଷ୍ଠକାଠିନ୍ୟରେ ଏହା ଶୀଘ୍ର ଆରାମ ଦେଇଥାଏ । Ncbi ରେ ପ୍ରକାଶିତ ଏକ ଗବେଷଣାରେ ଏହା କୁହାଯାଇଛି ଯେ ଘିଅରେ ପ୍ରଚୁର ପରିମାଣରେ ବଟାଇରିକ୍ ଏସିଡ୍ ମିଳିଥାଏ । କୋଷ୍ଠକାଠିନ୍ୟରୁ ମୁକ୍ତି ପାଇଁ ଏହି ଉପାଦାନ ପ୍ରଭାବଶାଳୀ ହୋଇପାରେ । ଏହି ଗବେଷଣାରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ବଟାଇରିକ୍ ଏସିଡ୍ ମେଟାବୋଲିଜିମର ସମାଧାନ କରିଥାଏ, ଯେଉଁ କାରଣରୁ ପେଟ ସକ୍ରିୟ ଭାବରେ କାମ କରିବା ଆରମ୍ଭ କରି କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ । ଏହା ବ୍ୟତୀତ ଘିଅର ବ୍ୟବହାର ମଧ୍ୟ ପାଇଲସ ବ୍ୟକ୍ତିଙ୍କୁ ଆରାମ ପ୍ରଦାନ କରିଥାଏ ।

କୋଷ୍ଠକାଠିନ୍ୟର ସମସ୍ୟାକୁ ଦୂର କରିବା ପାଇଁ ପ୍ରତିଦିନ ସକାଳେ ଏକ ଚାମଚ ଘିଅ ସହିତ ମିଶ୍ରିତ ଏକ ଗ୍ଲାସ୍ ଉଷୁମ ପାଣି ନିଅନ୍ତୁ । ଏଥି ସହିତ ମଳକଣ୍ଠକ ସମସ୍ୟା ଦୂର କରିବା ପାଇଁ, ରାତିରେ ଶୋଇବା ପୂର୍ବରୁ ପ୍ରତିଦିନ ଏକ ଗ୍ଲାସ୍ କ୍ଷୀରରେ ଏକ ଚାମଚ ଘିଅ ପିଅନ୍ତୁ । ଏହା ମଳକଣ୍ଠକ ସମସ୍ୟାରେ ଶୀଘ୍ର ଆରାମ ଦେଇଥାଏ ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଜି ଓଡ଼ିଶା ନ୍ୟୁଜ ଏହାକୁ ନିଶ୍ଚିତ କରେନାହିଁ । ଏହାକୁ ଆପଣେଇବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।)

ଏହା ବି ପଢନ୍ତୁ: Health Tips: ତକିଆ ତଳେ ମୋବାଇଲ୍ ରଖି ଶୋଉଛନ୍ତି କି? ହୋଇଯାଆନ୍ତୁ ସାବଧାନ

ଏହା ବି ପଢ଼ନ୍ତୁ: Health Tips: ଗ୍ୟାଷ୍ଟ୍ରିକ୍ ରୋଗରେ ପୀଡିତ କି? ଏସବୁ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ