Advertisement
Photo Details/zeeodisha/odisha2568463
photoDetails0hindi

Saptahik Rashifal: ମେଷଠୁ ମୀନ, କିପରି ବିତିବ ଡିସେମ୍ୱର ଶେଷ ସପ୍ତାହ ? ପଢ଼ନ୍ତୁ

Saptahik Rashifal 23 December to 29 December 2024: ଚଳିତ ବର୍ଷର ଶେଷ ସପ୍ତାହରେ ଶୁକ୍ରଙ୍କ ରାଶି ପରିବର୍ତ୍ତନ ହେବ । ଶୁକ୍ର ମକର ରାଶିରୁ ବାହାରି କୁମ୍ଭରେ ଚଳନ କରିବେ । ଏଥିସହିତ ଚନ୍ଦ୍ର କନ୍ୟାରୁ ତୁଳାକୁ ସଞ୍ଚାର କରିବେ ।

1/13

ମେଷ ରାଶି

ଏହି ସପ୍ତାହରେ ଆପଣଙ୍କ କାର୍ଯ୍ୟଭାର ବୃଦ୍ଧି ହେବାର ସମ୍ଭାବନା ରହିଛି । ବ୍ୟବସାୟ ପାଇଁ ସ୍ଥାନ ଖୋଜୁଥିଲେ ସନ୍ଧାନ ଶେଷ ହେବ । ବ୍ୟସ୍ତତା କାରଣରୁ ଆପଣଙ୍କ ମନୋରଞ୍ଜନ ଫିକା ପଡିପାରେ । ଉଚ୍ଚଶିକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ଧୀରେ ଧୀରେ ଲକ୍ଷ୍ୟ ଆଡକୁ ଅଗ୍ରସର ହେବେ । ସମ୍ପତ୍ତି ସମ୍ବନ୍ଧୀୟ ଏକ ପ୍ରମୁଖ ନିଷ୍ପତ୍ତି ନେବାକୁ ପଡିପାରେ । ସ୍ୱାସ୍ଥ୍ୟ ଭଲ ରହିବ । କିନ୍ତୁ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି ।

2/13

ବୃଷ ରାଶି

କାର୍ଯ୍ୟ, ସ୍ଥିତି ଏବଂ ସମ୍ମାନ ବିଷୟରେ ସଚେତନ ହେବା ଆବଶ୍ୟକ । ଗ୍ରହମାନଙ୍କର ସ୍ଥିତିକୁ ବିଚାର କଲେ ଆପଣ କ୍ଷତି ସହିବାର ସମ୍ଭାବନା ରହିଛି । ବ୍ୟବସାୟକୁ ଆଗକୁ ନେବା ଜଣେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ଆବଶ୍ୟକ ହୋଇପାରେ । ଘରର ବରିଷ୍ଠ ସଦସ୍ୟଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ । ଛାତ୍ରମାନଙ୍କ ପ୍ରତିଭା ଏବଂ କୌଶଳ ବହୁ ପ୍ରଶଂସିତ ହେବ । ପରିବାର ସହିତ ବୁଲାବୁଲି କରିବାକୁ ଯିବା ପାଇଁ ଯୋଜନା କରିପାରନ୍ତି । ତେଲିଆ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । ନଚେତ କୋଲେଷ୍ଟ୍ରଲ ବୃଦ୍ଧି ହେବାର ସମ୍ଭାବନା ରହିଛି ।

3/13

ମିଥୁନ ରାଶି

ମୁଡ୍ ସୁଇଙ୍ଗ୍ କାରଣରୁ କାମରେ ମନ ଲାଗିବ ନାହିଁ । ଆଖପାଖର ଲୋକମାନଙ୍କ ପ୍ରତି ସାବଧାନ ରୁହନ୍ତୁ । ସମୟ ବଦଳୁଛି ତେଣୁ ସମୟ ସହ ତାଳ ଦେଇ ଆପଣଙ୍କୁ ବଦଳିବାର ଆବଶ୍ୟକତା ରହିଛି । ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରହିବା ଉଚିତ । ସ୍ୱାସ୍ଥ୍ୟ ସ୍ୱାଭାବିକ ରହିବ । କେଶ ସମସ୍ୟାକୁ ନେଇ ଟିକେ ଚିନ୍ତିତ ହୋଇପାରନ୍ତି ।

4/13

କର୍କଟ ରାଶି

ଅର୍ଥ ବିଭାଗରେ କାର୍ଯ୍ୟ କରୁଥିଲେ ସତର୍କ ରୁହନ୍ତୁ । କାରଣ ଅବହେଳା କାରଣରୁ ଆପଣଙ୍କର ଆର୍ଥିକ କ୍ଷତି ହୋଇପାରେ । ବ୍ୟବସାୟରେ କଠିନ ପରିଶ୍ରମ କରିବା ପରେ ହିଁ ଲାଭ ଅର୍ଜନ କରିବାକୁ ସମର୍ଥ ହେବେ । ଛାତ୍ରମାନେ ଶିକ୍ଷା କାରଣ ପାଇଁ ଦୂରଯାତ୍ରା କରିପାରନ୍ତି । ପରିବାରର ବରିଷ୍ଠ ବ୍ୟକ୍ତିଙ୍କ ଆପଣଙ୍କୁ ସମର୍ଥନ କରିବେ । ଆପଣଙ୍କ ମନୋବଳ ବୃଦ୍ଧି ପାଇବ । ସୂର୍ଯ୍ୟ ନମସ୍କାର ପରି ପ୍ରାଣାୟାମକୁ ଆପଣଙ୍କ ଦୈନନ୍ଦିନ କାର୍ଯ୍ୟର ଏକ ଅଂଶ କରିବାକୁ ଚେଷ୍ଟା କରନ୍ତୁ । କେବଳ ଶାରୀରିକ ନୁହେଁ ମାନସିକ ସ୍ତରରେ ମଧ୍ୟ ସୁସ୍ଥ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

5/13

ସିଂହ ରାଶି

କର୍ମକ୍ଷେତ୍ରରେ କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ । ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି । ପୂର୍ବରୁ କିଛି ଯୋଜନା କରିଥିଲେ ତାହା ଏହି ସପ୍ତାହରେ କାର୍ଯ୍ୟକାରୀ କରନ୍ତୁ । ପ୍ରେମ ସଂପର୍କରେ ନୂତନତା ଆଣିବା ପାଇଁ ସାଥୀଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି କାମ କରନ୍ତୁ । ଦୁର୍ଘଟଣା ପ୍ରତି ସତର୍କ ରହିବାର ଆବଶ୍ୟକତା ରହିଛି ।

6/13

କନ୍ୟା ରାଶି

କର୍ମକ୍ଷେତ୍ରରେ ଆପଣଙ୍କୁ ସହକର୍ମୀଙ୍କ ସହଯୋଗ ମିଳିବ । ଅଧିକ ବ୍ୟୟ ଏବଂ ସ୍ୱଳ୍ପ ଆୟ କାରଣରୁ ଆପଣ ଟିକେ ଚିନ୍ତିତ ହୋଇପାରନ୍ତି । ବୃତ୍ତିଗତ ଜୀବନରେ ବରିଷ୍ଠ କର୍ମଚାରୀଙ୍କ ସହ ସମ୍ପର୍କରେ ରହିବା ସହ ସେମାନଙ୍କ ପରାମର୍ଶ ନେବା ଆବଶ୍ୟକ । ପାରିବାରିକ ଜୀବନରେ ମିଶ୍ରିତ ଫଳାଫଳ ପାଇବେ । ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବାକୁ ହେବ । ଚର୍ମ ସମ୍ବନ୍ଧୀୟ ସମସ୍ୟା ଥିଲେ ଧିରେ ଧିରେ ମୁକ୍ତି ପାଇବେ ।

7/13

ତୁଳା ରାଶି

କ୍ୟାରିୟରରେ ନୂତନ ଉଚ୍ଚତାରେ ପହଞ୍ଚିବାକୁ ଏକ ସୁଯୋଗ ପାଇବେ । କଠିନ ପରିଶ୍ରମ କରିବାକୁ କୁଣ୍ଠାବୋଧ କରନ୍ତୁ ନାହିଁ । ବ୍ୟବସାୟ କ୍ଷେତ୍ରରେ ନୂତନ ଗ୍ରାହକ ଯୋଡି ହେବେ । ପ୍ରେମ ଜୀବନରେ ସୁଖ ବଢିବ । ଆପଣଙ୍କ ସାଥୀଙ୍କ ସହିତ ତୀର୍ଥସ୍ଥାନ ପରିଦର୍ଶନ କରିପାରନ୍ତି । ଦାମ୍ପତ୍ୟ ଜୀବନରେ ଥିବା ବାଦ ବିବାଦର ସମାଧାନ ହୋଇଯିବ । ମୁଣ୍ଡବିନ୍ଧା ଜନିତ ସମସ୍ୟା ଥିଲେ ଉପଯୁକ୍ତ ସମୟ ପର୍ଯ୍ୟନ୍ତ ଶୁଅନ୍ତୁ ।

8/13

ବିଛା ରାଶି

ନୂତନ ଚାକିରି ଖୋଜୁଥିଲେ ଖୁସି ଖବର ମିଳିପାରେ । ଚାକିରି କରୁଥିଲେ ପଦୋନ୍ନତିର ସମ୍ଭାବନା ରହିଛି । ସାମାଜିକ ଜୀବନରେ ବିଶେଷ ସକରାତ୍ମକ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ପୁରୁଣା ବନ୍ଧୁଙ୍କୁ ଭେଟିବାର ସୁଯୋଗ ମିଳିବ । ଦୂରଯାତ୍ରା କରୁଥିଲେ ଅତ୍ୟାବଶ୍ୟକ ଔଷଧ ସାଥିରେ ନେବାକୁ ଆଦୌ ଭୁଲନ୍ତୁ ନାହିଁ । ପ୍ରଦୂଷଣ ସ୍ଥାନରେ ରହିବା ଠାରୁ ଦୂରେଇ ରୁହନ୍ତୁ ।

9/13

ଧନୁ ରାଶି

ବିଦେଶରେ କାର୍ଯ୍ୟ କରୁଥିବା ବ୍ୟକ୍ତି କର୍ମକ୍ଷେତ୍ରରେ ଅବହେଳା କରିପାରନ୍ତି । ଆପଣଙ୍କର ଅନେକ ବ୍ୟକ୍ତିଗତ ବିଚାରାଧୀନ କାର୍ଯ୍ୟ ଏହି ସପ୍ତାହରେ ଶେଷ ହୋଇପାରେ । ଔଷଧ ବ୍ୟବସାୟୀରେ ଅଧିକ ଲାଭ ପାଇବେ । ପ୍ରିୟ ବ୍ୟକ୍ତିଙ୍କ ସହିତ ସମୟ ଅତିବାହିତ କରିବାର ସୁଯୋଗ ପାଇବେ । ଦୂର ସ୍ଥାନରେ ଥିଲେ ଘରର ସୁରକ୍ଷାକୁ ନେଇ ସତର୍କ ରୁହନ୍ତୁ । ପରିସ୍ଥିତି ଏବଂ ପରିବେଶ ସହିତ ନିଜକୁ ଖାପ ଖୁଆଇବାକୁ ଚେଷ୍ଟା କରନ୍ତୁ । ଅତ୍ୟଧିକ ରାଗ ଏବଂ ମସଲା ଖାଦ୍ୟଠାରୁ ଦୂରେଇ ରୁହନ୍ତୁ ।

10/13

ମକର ରାଶି

ପ୍ରଶିକ୍ଷକ ହୋଇଥିଲେ ନିଜ କାର୍ଯ୍ୟ ପାଇଁ ପ୍ରଶଂସିତ ହୋଇପାରନ୍ତି । ଛୋଟ ଧରଣର କ୍ଷତି ହେବାର ସମ୍ଭାବନା ରହିଛି । କିନ୍ତୁ ସେଥିପ୍ରତି ଧ୍ୟାନ ନଦେଇ ଆଗକୁ ବଢନ୍ତୁ । କ୍ରୀଡା ପ୍ରତି ଆଗ୍ରହୀ ଯୁବକମାନେ ଅଭ୍ୟାସ ଆରମ୍ଭ କରିବା ଉଚିତ୍ । କାରଣ ପ୍ରତିଯୋଗିତାର ଅଂଶ ହେବାର ସୁଯୋଗ ମିଳିପାରେ । ସମ୍ପତ୍ତି କିମ୍ବା ଯାନ କିଣିବା କିମ୍ବା ଏହାର ମରାମତି ସହ ଜଡିତ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହୋଇପାରେ । ପରିବାର ସହିତ ସମୟ ବିତାଇବେ । ସପ୍ତାହ ଆରମ୍ଭରେ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବାକୁ ପଡିବ ।

11/13

କୁମ୍ଭ ରାଶି

ନିଜ ଚିନ୍ତାଧାରାରେ ଦ୍ରୁତ ଗତିରେ ଆଗକୁ ବଢିବେ । ଆମଦାନୀ କିମ୍ୱା ରପ୍ତାନି ଜନିତ କାର୍ଯ୍ୟ କରୁଥିଲେ ସପ୍ତାହରେ ଭଲ ଲାଭ ପାଇବେ । ପୋଷାକ, ଅଳଙ୍କାର ଇତ୍ୟାଦିରେ ବହୁ ଅର୍ଥ ଖର୍ଚ୍ଚ ହୋଇପାରେ । ଲୋକଙ୍କ ମଧ୍ୟରେ ଆପଣ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବେ । ସପ୍ତାହ ଶେଷରେ ସାଙ୍ଗମାନଙ୍କ ସହିତ ପିକନିକ୍ ଯିବାକୁ ଯୋଜନା କରିବେ । କ୍ୟାରିୟର କ୍ଷେତ୍ରରେ ଥିବା ସମସ୍ୟା ଜୀବନସାଥୀଙ୍କ ସହଯୋଗରେ ସମାଧାନ ହେବ ।

12/13

ମୀନ ରାଶି

ଆପଣଙ୍କ ପାଇଁ ପ୍ରଗତିର ନୂତନ ସୁଯୋଗ ଆସିବ । ନିଜ ପ୍ରତିଭା ଆଧାରରେ କର୍ମକ୍ଷେତ୍ରରେ ଅଗ୍ରଗତି କରିବେ । ପ୍ରେମ ସମ୍ପର୍କ ସୁଦୃଢ ହେବ । ପ୍ରେମ ଜୀବନରେ କଥା ବିବାହ ପର୍ଯ୍ୟନ୍ତ ଯାଇପାରେ । ବ୍ୟବସାୟକୁ ଆଗକୁ ନେବାରେ ସାହାଯ୍ୟ ଲୋଡିବେ । ଛାତ୍ରଛାତ୍ରୀମାନଙ୍କର କଠିନ ପରିଶ୍ରମ ଫଳ ମିଳିବ । କୌଣସି ସ୍ଥାନରୁ ଆପଣଙ୍କୁ ପ୍ରଶଂସା ମିଳିପାରେ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଉତ୍ଥାନ-ପତନ ରହିବ । ଥଣ୍ଡା ଏବଂ କାଶର ସମସ୍ୟା ଦେଖାଦେଇପାରେ ।

13/13

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।