Guru Gochar 2025: ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ସନ୍ତାନ, ଧନ, ପୂଣ୍ୟ ଓ ବୁଦ୍ଧିର କାରକ ବୋଲି ବିବେଚନା କରାଯାଏ। ବୃହସ୍ପତିଙ୍କୁ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିବାକୁ ୧୩ ମାସ ସମୟ ନେଇ ଥାଆନ୍ତି। ଏହି କ୍ରମରେ ଦେବଗୁରୁ ବର୍ତ୍ତମାନ ବୃଷ ରାଶିରେ ବିରାଜମାନ ଥିବା ବେଳେ ୨୦୨୫ , ମେ-୧୪ ତାରିଖ ସକାଳ ୬ଟା ୫୦ ମିନିଟ୍ ସମୟରେ ମିଥୁନ ରାଶିକୁ ଚଳନ କରିବେ। ମିଥୁନ ରାଶିରେ ଦେବଗୁରୁଙ୍କ ଶୁଭ ଚଳନ କିଛି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହେବ। ଯଦି ଜାତକ ବା ରାଶିରେ ଦେବଗୁରୁଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜଣକ ଜୀବନରେ ସୌଭାଗ୍ୟ ପ୍ରାପ୍ତ କରିବା ସହିତ ଧନ-ଐଶ୍ବର୍ଯ୍ୟର ଅପାର ଅଧିକାରୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...
ମିଥୁନ: ଦେବଗୁରୁଙ୍କ ଶୁଭ ଚଳନ ଏହି ରାଶି ପାଇଁ ବେଶ୍ ଶୁଭଦାୟୀ ରହିବ। ଆର୍ଥିକ ସ୍ଥିତି ମଜବୁତ୍ ରହିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ। ପଦୋନ୍ନତି ମିଳିବା ସହ ଦରମା ବଢିବ। ବ୍ୟାଙ୍କ୍ ବାଲାନ୍ସ ବୃଦ୍ଧି ପାଇବ। ବ୍ୟବସାୟୀମାନେ ବ୍ୟବସାୟରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରି ଅଧିକ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ। କ୍ଷତି ହେଉଥିବା ବ୍ୟବସାୟରେ ପରିବର୍ତ୍ତନ ଆସିବ। କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରିବାକୁ ଚାହୁଁଥିଲେ, ଏହି ସମୟରେ ବିନିଯୋଗ କରନ୍ତୁ ଭଲ ରିଟର୍ଣ୍ଣ ପାଇବେ। ଅବିବାହିତଙ୍କ ପାଇଁ ବିବାହର ଯୋଗ ଫିଟିବ। ନିଜ ସାଥୀଙ୍କ ସହିତ ଦୂରଯାତ୍ରା କରିବା ସହ ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ALSO READ: Today Horoscope: ଏହିସବୁ ରାଶିଙ୍କ ପାଇଁ ଆଜି ବଢିପାରେ ସମସ୍ୟା, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?
ALSO READ: Navpancham Rajyog 2024: ଡିସେମ୍ବର ୧୫ରେ ନବପଞ୍ଚମ ରାଜଯୋଗ! ଟଙ୍କା ଗଦିରେ ଶୋଇବେ ୫ ରାଶି
କନ୍ୟା: ମିଥୁନ ରାଶିରେ ବୃହସ୍ପତିଙ୍କ ଚଳନ ଏହି ରାଶି ପାଇଁ ଲାଭଦାୟୀ ପ୍ରମାଣିତ ହେବ। ୨୦୨୫ ଆରମ୍ଭରୁ ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। ଏହି ସମୟ ମଧ୍ୟର ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ହେବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି, ସେମାନଙ୍କ ପାଇଁ ସମୟ ଶୁଭ ରହିବ । କୌଣସି ଭଲ ସଂସ୍ଥାରୁ ଚାକିରି ଅଫର ଲେଟର୍ କିମ୍ବା ଫୋନ୍ କଲ୍ ପାଇବେ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ତାରିଫ୍ କରିବେ। ପଦୋନ୍ନତି ମିଳିବ। ବ୍ୟବସାୟୀମାନେ କୌଣସି ବଡ଼ ଡିଲ୍ ଫାଇନାଲ୍ କରିବେ। ବିଦେଶ ଯାତ୍ରାର ଯୋଗ ରହିଛି । ବାକି ପଡିଥିବା ଅର୍ଥ ମିଳିବ।
ତୁଳା: ତୁଳା ରାଶିର ଭାଗ୍ୟ ଉଦୟ କରିବ ଦେବଗୁରୁ ବୃହସ୍ପତିଙ୍କ ଶୁଭ ଚଳନ । ଏହି ସମୟ ମଧ୍ୟରେ ଦିର୍ଘ ଦିନର ଆଶା ପୂରଣ ହେବ। ଯେଉଁମାନେ ଦିର୍ଘ ଦିନ ହେବ ନୂଆ ଜମି କିମ୍ବା ଘର କିଣିବାକୁ ଯୋଜନା କରିଛନ୍ତି। ସେମାନଙ୍କ ଆଶା ପୂରଣ ହେବ। ଆର୍ଥିକ ସ୍ଥିତି ବଦଳିବ। ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଯେଉଁମାନେ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ପ୍ଲାନ୍ କରିଛନ୍ତି। ସେମାନେ ଏହି ସମୟରେ ଆରମ୍ଭ କରନ୍ତୁ ଭଲ ଲାଭ ପାଇବେ। ବାଣିଜ୍ୟ-ବ୍ୟବସାୟରେ ଲାଭ ଦ୍ବି-ଗୁଣିତ ମିଳିବ। ଘରେ କୌଣସି ଶୁଭ କିମ୍ବା ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ରେଜଲ୍ଟ କରିବେ। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ। ସ୍ବାସ୍ଥ୍ୟରେ ଉନ୍ନତି ହେବେ।
ସିଂହ: ଆସନ୍ତା ବର୍ଷ ଏହି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିବ। ଦିର୍ଘ ଦିନର ଆଶା ପୂରଣ ହେବେ। ଚାକିରି ଓ ବ୍ୟବସାୟରେ ଲାଗି ରହିଥିବା ଅସ୍ଥିରତା ଦୂର ହେବ। ଆୟ-ବ୍ୟୟ ସମାନ ରହିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟବସାୟୀମାନେ କୌଣସି ପ୍ରକାର ଶୁଭ ଖବର ପାଇବେ। ଏହି ସମୟ ମଧ୍ୟରେ ନୂଆ ଗାଡି କିଣିବାର ସ୍ବପ୍ନ ସାକାର ହେବ। ରିୟଲି-ଇ-ଷ୍ଟେଟ୍ ବ୍ୟବସାୟ କରୁଥିବା ଲୋକେ ନୂଆ ପ୍ରୋଜେକ୍ଟ ପାଇବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ରାଜନୌତିକ ବ୍ୟକ୍ତି ବିଶେଷ ମାନେ ଦଳ ପକ୍ଷରୁ କୌଣସି ପ୍ରକାର ଏକ ବଡ଼ ଦାୟିତ୍ବ ପାଇବେ। ପରିବାରରେ ହସ-ଖୁସିର ମାହୋଲ୍ ଦେଖିବାକୁ ମିଳିବ। ସ୍ବାସ୍ଥ୍ୟରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ। ତେଣୁ, ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ।
କୁମ୍ଭ: ବୃହସ୍ପତିଙ୍କ କୃପାରୁ ଏହି ରାଶିର ଭାଗ୍ୟ ୨୦୨୫ରେ ଚମକିବାକୁ ଯାଉଛି। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଭଲ ରହିବ। ବିଶେଷକରି ଆସନ୍ତା ବର୍ଷଟି ବ୍ୟବସାୟୀଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବା ସହିତ ଆର୍ଥିକ ସ୍ଥିତି ଦୃଢ ହେବେ। ଯେଉଁମାନେ ସରକାରୀ ଚାକିରିର ସ୍ବପ୍ନ ଦେଖିୁଛନ୍ତି, ସେମାନଙ୍କ ଆଶା ପୂରଣ ହେବ। ପରୁଣା ବିନିଯୋଗରୁ ଲାଭ ପାଇବେ। ପୌତୃକ ସମ୍ପତ୍ତି ରୁ ଅଧିକ ଭାଗ ପାଇବେ। ପ୍ରେମ ବିବାହରେ ଆସୁଥିବା ସମସ୍ୟା ଦୂର ହେବ। ଋଣ ଆଣିଥିବା ଟଙ୍କାକୁ ସୁଝିବାରେ ସକ୍ଷମ ହେବେ। ପ୍ରେମୀମାନେ ନିଜ ସାଥୀଙ୍କ ସହିତ ରୋମାଣ୍ଟିକ୍ ଡେଟ୍ ରେ ଯିବେ।
(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)
ट्रेन्डिंग फोटोज़