Advertisement
Photo Details/zeeodisha/odisha2351899
photoDetails0hindi

Gajkesari Yog 2024: ଶ୍ରାବଣ ଦ୍ବିତୀୟ ସୋମବାରରେ ଗଜକେଶରୀ ଯୋଗ, ଏହି ରାଶିଙ୍କୁ ଧନବାନ୍ କରାଇବେ ମହାଦେବ!

Gajkesari Yog 2024: ଶ୍ରାବଣ ମାସ, ମହାଦେବଙ୍କ ଅତ୍ୟନ୍ତ ପ୍ରିୟ। ଶ୍ରାବଣ ମାସର ଦ୍ବିତୀୟ ସୋମବାର ୨୯ ଜୁଲାଇରେ ପଡୁଛି। ଏହି ଦିନ ଚନ୍ଦ୍ର ତୁଳା ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ପୂର୍ବରୁ ଦେବଗୁରୁ ବୃହସ୍ପତି ବିରାଜମାନ ଅଛନ୍ତି। ଗୋଟିଏ ରାଶିରେ ଚନ୍ଦ୍ର-ବୃହସ୍ପତିଙ୍କ ମିଳନ ଯୋଗୁଁ ଗଜକେଶରୀ ଯୋଗ ସୃଷ୍ଟି ହେଉଛି। ଶ୍ରାବଣ ମାସରେ ଗଜକେଶରୀ ଯୋଗ ସହ ତିଗ୍ରାହୀ ଯୋଗ ସୃଷ୍ଟି ହେଉଛି। ଯାହା ଅତ୍ୟନ୍ତ ଦୁର୍ଲଭ ସଂଯୋଗ । ଏହି ଦୁର୍ଲଭ ସଂଯୋଗ କିଛି ରାଶିର ଲୋକଙ୍କୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

1/3

ମେଷ: ପବିତ୍ର ଶ୍ରାବଣରେ, ଗଜକେଶରୀ ଓ ତ୍ରିଗ୍ରାହୀ ଯୋଗ ଏହିରାଶିର ବ୍ୟକ୍ତିଙ୍କୁ ଶୁଭଫଳ ପ୍ରଦାନ କରିବ। ପ୍ରତ୍ୟକ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବା ସହ ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାରୁ ମୁକ୍ତି ମିଳିବ। କଠିନ ପରିଶ୍ରମର ଫଳ ମିଳିବ। ବରିଷ୍ଠ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟକୁ ପ୍ରଂଶସା କରିବେ। ପଦୋନ୍ନତି ସହ ଦରମା ବୃଦ୍ଧି ହୋଇପାରେ। ଆତ୍ମବିଶ୍ବାସ ସହ ସାହାସ ବୃଦ୍ଧି ପାଇବ। ସମାଜରେ ମାନ ସମ୍ମାନ ବଢିବ। 

ALSO READ: Today Horoscope: ଆଜି ଏହିସବୁ ରାଶିଙ୍କୁ ରହିଛି ଆକସ୍ମିକ ଧନଲାଭର ଯୋଗ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

2/3

ବୃଷ:  ଗଜକେଶରୀ ଓ ତ୍ରିଗ୍ରାହୀ ଯୋଗର ପ୍ରଭାବ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଫଳଦାୟୀ ରହିବ। ପ୍ରତ୍ୟକ କାର୍ଯ୍ୟରେ ପରିବାର ଲୋକଙ୍କ ସମର୍ଥନ ପାଇବେ। ବେକାରୀମାନେ ଚାକିରି ପାଇବେ। କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ଠାରୁ ବଡ଼ ସହାୟତା ମିଳିପାରେ। ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ ସମୟ ଭଲ ରହିବ। ବ୍ୟବସାୟରେ ଟଙ୍କା ବିନିଯୋଗ କରିବା ପାଇଁ ସମୟ ଅନୁକୂଳ ରହିଛି। ବ୍ୟବସାୟରେ ଆଶାତିତ ଲାଭ ପାଇବେ। ଆୟର ନୂତନ ଉତ୍ସ ସୃଷ୍ଟି ହେବ। ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ମଜବୁତ୍ କରିବ। ଏହି ଅବଧି ମଧ୍ୟରେ ଆପଣ ନୂଆ ଗାଡି କିମ୍ବା କୌଣସି ସମ୍ପତ୍ତି କିଣିବାର ଯୋଗ ରହିଛି।   

 

3/3

ମକର: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମହାଦେବଙ୍କ ଆର୍ଶିବାଦରୁ ଏହି ରାଶିର ଲୋକଙ୍କ ଭାଗ୍ୟ ଚମକିବ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢିବ। ନିଜ ପରିବାର ଲୋକଙ୍କ ସହ ଧାର୍ମିକ ଯାତ୍ରା କରିପାରନ୍ତି। ପରିବାର ଲୋକଙ୍କ ସହ ଭଲ ସମୟ ବିତାଇବେ। ପ୍ରେମୀ ମାନଙ୍କ ପାଇଁ ସମୟ ଭଲ ରହିବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ବ୍ୟବସାୟୀମାନେ ବଡ଼ ଡିଲ୍ ଫାଇନାଲ୍ କରିପାରନ୍ତି। ଦିର୍ଘ ଦିନ ଧରି ବାକି ପଡିଥିବା ଟଙ୍କା ପାଇବେ।  

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)