Budh Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଗ୍ରହମାନଙ୍କର ରାଜକୁମାର ବୁଧଙ୍କୁ ବୁଦ୍ଧି, ବ୍ୟବସାୟ, ବକ୍ତବ୍ୟ ଓ ବନ୍ଧୁର କାରକ ବୋଲି ବିବେଚନା କରାଯାଏ। ଏହି କ୍ରମରେ ବୁଧ ବର୍ତ୍ତମାନ ତୁଳା ରାଶିରେ ବିରାଜମାନ ଥିବା ବେଳେ ନଭେମ୍ବର ୧ ତାରିଖ ସାଖଳ ୬ଟା ୪୬ ମିନିଟ୍ ସମୟରେ ଅନୁରାଧା ନକ୍ଷେତ୍ରକୁ ଚଳନ କରିବେ। ଏବଂ ପରେ ନଭେମ୍ବର ୧୧ ତାରିଖ ସକାଳ ୬ଟା ୨୯ ମିନିଟ୍ ସମୟରେ ଅନୁରାଧା ନକ୍ଷେତ୍ରରୁ ବାହାରି ଜ୍ୟୋଷ୍ଠା ନକ୍ଷେତ୍ରକୁ ଚଳନ କରିବେ। ଗୋଟିଏ ମାସରେ ବୁଧଙ୍କୁ ଦୁଇ ଥର ନକ୍ଷେତ୍ର ପରିବର୍ତ୍ତନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଯାଉଛି। ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟବାନ୍ ରାଶି ଗୁଡିକ ବିଷୟରେ...
ମିଥୁନ: ବୁଧଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଲାଗି ବେଶ୍ ଫଳଦାୟୀ ରହିବ। ବିଶେଷକରି, କର୍ମକ୍ଷେତ୍ରକୁ ନେଇ କୌଣସି ପ୍ରକାର ବଡ଼ ଖବର ପାଇ ପାରନ୍ତି। ପଦୋନ୍ନତି ସହ ଦରମା ବୃଦ୍ଧି ହେବ। ଆପଣଙ୍କ କାର୍ଯ୍ୟକୁ ବରିଷ୍ଠ ଅଧିକାରୀ ଭୁରି ଭୁରି ପ୍ରଂଶସା କରିବା ସହ କର୍ମକ୍ଷେତ୍ରରେ ସମ୍ମାନୀତ ହେବେ। ବ୍ୟବସାୟୀଙ୍କ ଲାଗି ସମୟ ଅନୁକୂଳ ରହିବ। ଏହି ସମୟରେ ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ ହୋଇପାରେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। କ୍ଷତି ସହୁଥିବା ବ୍ୟବସାୟରେ ହଠାତ୍ ଲାଭ ହେବା ଆରମ୍ଭ ହେବ। ଯେଇଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି । ସେମାନେଙ୍କୁ ଆଶା ଖୁବ୍ ଶୁଘ୍ର ପୂରଣ ହେବାକୁ ଯାଉଛି। ନିଜ ପରିବାର ଲୋକଙ୍କ ସହ ଦୂରଯାତ୍ରା କରିବେ। ଲଭ୍-ବାର୍ଡ଼ ଙ୍କ ଲାଗି ସମୟ ଅନୁକୂଳ ରହିବ। ରୋମାଣ୍ଚିକ୍ ଡେଟ୍ ରେ ଯିବା ସହ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ବିତେଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ALSO READ: ଧନତେରାସରେ ପଡିଛି ୪ ଶୁଭଯୋଗ, ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ବଢିବ ବ୍ୟାଙ୍କ୍ ବାଲାନ୍ସ, କିଣିବେ ନୂଆ ଗାଡି଼!
ALSO READ: Today Horoscope: ଏହିସବୁ ରାଶିଙ୍କ ପାଇଁ ଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?
ସିଂହ: ବୁଧଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହିରାଶି ପାଇଁ ଲାଭଦାୟୀ ପ୍ରମାଣିତ ହେବ। ଦିର୍ଘ ଦିନ ଧରି ଚାଲିଥିବା ସମସ୍ୟାର ଅନ୍ତ ଘଟିବ। କ୍ୟାରିୟର ଦୃଷ୍ଟି କୋଣରୁ ସମୟ ଶୁଭ ରହିବ। ବିଶେଷକରି, ଯେଉଁ ବ୍ୟବସାୟୀମାନେ ବିଦେଶରେ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି। ସେମାନଙ୍କ ଲାଗି ସମୟ ଅତ୍ୟନ୍ତ ଅନୁକୂଳ ରହିବ। ଏହି ସମୟ ରେ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ। ଆର୍ଥିକ ସ୍ଥିତି ମଜବୁତ୍ ହେବ। କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କ କାର୍ଯ୍ୟ ପାଇଁ ସହକର୍ମୀ ଓ ବରିଷ୍ଠ ଅଧିକାରୀଙ୍କ ମନ କିଣିବ। ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନେ ଭଲ ରେଜଲ୍ଟ କରିବେ। ଦିର୍ଘ ଦିନର ଆଶା ପୂରଣ ହେବ। ଏହି ସମୟ ମଧ୍ୟରେ ନୂଆ ଘର କିମ୍ବା ଜମି କିଣିବେ। ସ୍ବାସ୍ଥ୍ୟ ଭଲ ରହିବା ସହ ଦାମ୍ପତ୍ୟ ଜୀବନ ସୁଖମୟ ହେବ।
କୁମ୍ଭ: ବୁଧଙ୍କ କୃପାରୁ ଏହି ରାଶିର ଭାଗ୍ୟ ଚମିକିବାକୁ ଯାଉଛି। ଆର୍ଥିକ ସ୍ଥିତି ମଜବୁତ୍ ହେବ। ବିଶେଷକରି, ଯେଉଁମାନେ ଜମି କିଣାବିକା ବା ରିୟଲି ଇ-ଷ୍ଟେଟ୍ କାର୍ଯ୍ୟରେ ଜଡିତ ସେମାନେ ଏହି ସମୟରେ ଅଧିକ ଟଙ୍କା ରୋଜଗାର କରିବେ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ଆଣିଥିବା ଋଣକୁ ପରିଶୋଧ କରିବାରେ ସମର୍ଥ ହେବେ। ଦିର୍ଘ ଦିନ ଧରି କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ମାନସିକ ଶାନ୍ତି ପାଇବେ। ଘରେ କୌଣସି ପ୍ରକାର ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ଯେଉଁମାନେ ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି । ସେମାନେ ଏହି ସମୟରେ କଲେ ଭଲ ରିଟର୍ଣ୍ଣ ପାଇବେ। ଅବିବାହିତ ଲୋକଙ୍କୁ ଭଲ ଜୀବନ ସାଥୀ ମିଳିବେ।
ट्रेन्डिंग फोटोज़