Advertisement
photoDetails0hindi

Bad side of turmeric milk: ଏମାନେ ପିଇବା ଉଚିତ୍ ନୁହେଁ ହଳଦୀ ମିଶା କ୍ଷୀର

Bad side of turmeric milk: ସାଧାରଣତଃ ଥଣ୍ତା ହେଲେ ବା ଅସୁସ୍ଥ ଅନୁଭବ କଲେ ଆମେ ହଳଦୀ କ୍ଷୀର ପିଇଥାଉ । ଏହା ପିଇବା ଦ୍ବାରା ଆମକୁ ଆରମ ଲାଗିଥାଏ । ତେବେ ଏହି ହଳଦୀ କ୍ଷୀର ଯେ ସମସ୍ତଙ୍କ ପାଇଁ ହିତକର ତାହା ଭାବିବା ସଂପୂର୍ଣ୍ଣ ଭୁଲ । ହଳଦୀ କ୍ଷୀରର କେତେକ କୁପ୍ରଭାବ ମଧ୍ଯ ରହିଛି ଯାହାକୁ ଏଡ଼ାଇ ଦିଆଯାଇପାରିବ ନାହିଁ । ତେବେ ଆଜି ଆସନ୍ତୁ ଜାଣିବା କେଉଁ ଲୋକେ ହଳଦୀ କ୍ଷୀର ପିଇବା ଉଚିତ୍ ନୁହେଁ।

1/4

କିଡ଼ନୀ ଷ୍ଟୋନ(kidney stone) - ଷ୍ଟୋନ ହେଉଛି ଖଣିଜ ପଦାର୍ଥ ଓ ଲୁଣ ଜମା ହେତୁ ସୃଷ୍ଟି ହୋଇଥିବା ସ୍ଫଟିକ । ସବୁଠାରୁ ସାଧାରଣ ଖଣିଜ ହେଉଛି କ୍ୟାଲସିୟମ ଅକ୍ସୋଲେଟ୍ । ତେବେ ହଳଦୀରେ ଅକ୍ସୋଲେଟ୍ ପରିମାଣ ବହୁତ ଅଧିକ ରହିଥାଏ, ଯାହା କ୍ୟାଲସିୟମ ସହିତ ବାନ୍ଧି କିଡ଼ନୀରେ ଷ୍ଟୋନ ସୃଷ୍ଟି କରିପାରେ । ତେଣୁ ଯଦି ଆପଣ କିଡ଼ନୀ ଷ୍ଟୋନରେ ପୀଡ଼ିତ ତାହାଲେ ହଳଦୀ କ୍ଷୀର ପିଇବା ସମୟରେ ସାବଧାନ ରୁହନ୍ତୁ ।

2/4
ବ୍ଲିଡିଂ ଡିସ୍‌ଅର୍ଡରରେ ଶିକାର ବ୍ୟକ୍ତି(Bleeding disc order)- ବ୍ଲିଡିଂ ଡିସ୍‌ଅର୍ଡରର ଶିକାର ବ୍ୟକ୍ତି, ଯେଉଁମାନେ ରକ୍ତକୁ ପତଳା କରୁଥିବା ଔଷଧ ସେବନ କରନ୍ତି କିମ୍ବା ଯେଉଁମାନଙ୍କ ନାକରୁ ବାରମ୍ବାର ରକ୍ତ ବାହାରିଥାଏ, ସେମାନେ ହଳଦୀ କ୍ଷୀର ପିଇବା ସମୟରେ ସତର୍କତା ଅବଲମ୍ବନ କରିବା ଉଚିତ୍ । ଅତ୍ୟଧିକ ହଳଦୀ ସେବନ ରକ୍ତକୁ ରକ୍ତ ଜମାଟ ବାନ୍ଧିବା କ୍ଷମତାକୁ ମନ୍ଥର କରିପାରେ, ଯାହା କ୍ଷତ ଓ ରକ୍ତସ୍ରାବର ଆଶଙ୍କା ବଢାଇ ଥାଏ।

3/4

ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା (Pregnant Women)- ହଳଦୀକୁ ଏକ ଇମ୍ୟୁନିଟି ବୁଷ୍ଟର ଭାବରେ ବିବେଚନା କରାଯାଏ । ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ଏହା ସାଧାରଣତଃ ନିରାପଦ ଅଟେ, କିନ୍ତୁ ଔଷଧ ଆକାରରେ ଗ୍ରହଣ କରିବା ସମୟରେ ମହିଳା ମାନଙ୍କୁ ସାବଧାନତାର ସହ ହଳଦୀ ଖାଇବାକୁ ପଡି଼ଥାଏ। କାରଣ ଏହା ମାସିକ ଧର୍ମକୁ ବଢାଇବା ସହ ଗର୍ଭାଶୟକୁ ଗରମ କରିଥାଏ। ଏହା ଗଭର୍ବତୀ ମହିଳାଙ୍କ ଉପରେ କୁପ୍ରଭାବ ପକାଇ ଥାଏ।

4/4

ରକ୍ତହୀନତାରେ ପୀଡ଼ିତ ଥିବା ବ୍ୟକ୍ତି- ଆଇରନ ଅଭାବ ଶରୀରରେ ରକ୍ତହୀନତା ସୃଷ୍ଟି କରେ । ଯେତେବେଳେ ଶରୀର ଯଥେଷ୍ଟ ପରିମାଣର ଲାଲ ରକ୍ତ କଣିକା ତିଆରି କରେ ନାହିଁ ବା ରକ୍ତସ୍ରାବ ହେତୁ ଶରୀରରେ ଅତ୍ୟଧିକ ଲାଲ ରକ୍ତ କଣିକା ହରାଇଥାଏ । ଏପରି ସ୍ଥିତିରେ ଅଧିକ ମାତ୍ରାରେ ହଳଦୀ ଖାଇବା ଦ୍ବାରା ଆଇରନ ଅବଶୋଷଣକୁ ରୋକିପାରେ, ଯାହାଦ୍ବାରା ସ୍ଥିତି ଆହୁରି ଖରାପ ହୋଇଥାଏ ।