Advertisement
Photo Details/zeeodisha/odisha1594679
photoDetails0hindi

Rajinikanth Love Story: ମାତ୍ର ୧୫ ମିନିଟର ଦେଖା ସାକ୍ଷାତ, ଲତାଙ୍କୁ ୭ ଜନ୍ମର ସାଥୀ କରିଥିଲେ ଥଲାଇବା

Rajinikanth Love Story: ସାଉଥ ସୁପରଷ୍ଟାର ରାଜନୀକାନ୍ତ । ତେବେ ଖୁବ କମ୍ ଲୋକେ ଏହା ଜାଣିଥିବେ କି ଏହି ଥଲାଇବା ନାମରେ ପରିଚିତ ଥିବା ଏହି ସୁପରଷ୍ଟାର ଜଣେ ସାଧାରଣ ଝିଅଙ୍କୁ ବିବାହ କରିଥିଲେ । ମାତ୍ର ୧୫ ମିନିଟ୍ ର ଦେଖା ସାକ୍ଷାତରେ ପତ୍ନୀ ଲତାଙ୍କୁ ମନ ଦେଇ ବସିଥି୍ଲେ ରଜନୀକାନ୍ତ ।

1/6

ନିଜ ଷ୍ଟାଇଲ ଓ ସାଧାରଣ ଜୀବନ ଯାପନ ପାଇଁ ପ୍ରସିଦ୍ଧ ୭୨ ବର୍ଷୀୟ ରଜନୀକାନ୍ତଙ୍କ ପ୍ରେମ କାହାଣୀ ମଧ୍ଯ କୌଣସି ଚଳଚ୍ଚିତ୍ରର କାହାଣୀଠାରୁ କମ୍ ନଥିଲା । ଯେତେବେଳେ ପ୍ରଥମ ଥର ଲଥାଙ୍କୁ ଦେଖିଥିଲେ ସେତେବେଳେ ମାତ୍ର ୧୫ ମିନିଟ୍ ର ଦେଖା ସାକ୍ଷାତରେ ଲତାଙ୍କୁ ସାତ ଜନ୍ମର ସାଥୀ କରିଥିଲେ ରଜନୀକାନ୍ତ। ୧୯୫୮ ମସିହାରେ ଜନ୍ମ ଗ୍ରହଣ କରିଥିବା ଲଥା ଜଣେ ଫିଲ୍ମ ପ୍ରଡ୍ୟୁସର ଥିଲେ ।

2/6

୧୯୭୫ ମସିହାରେ ରଜନୀକାନ୍ତଙ୍କୁ ତାଙ୍କର ପ୍ରଥମ ବ୍ରେକ୍ ମିଳିଥିଲା । ସେତେବେଳେ ତାଙ୍କୁ ୨୫ ବର୍ଷ ହୋଇଥିଲା । ‘ଅପୂର୍ବ ରାଗଙ୍ଗାଲ’(Apoorva Raagangal) ନାମକ ଏକ ତାମିଲ ଚଳଚ୍ଚିତ୍ରରୁ ସେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏଥିରେ କମଲ ହାସନ ଲିଡ଼ ରୋଲରେ ନଜର ଆସିଥିଲେ । ନିର୍ଦ୍ଦେଶକ କେ. ବାଲଚାନ୍ଦରଙ୍କ ଏହି ଫିଲ୍ମରେ ରଜନୀକାନ୍ତଙ୍କୁ ମାତ୍ର ୧୫ ମିନିଟର ଛୋଟ ରୋଲ ମିଳିଥିଲା ।

3/6

୧୯୮୧ ମସିହାରେ ଏକ ଫିଲ୍ମର ସୁଟିଂ ସମୟରେ ରଜନୀକାନ୍ତଙ୍କୁ ନିକଟକୁ ସାକ୍ଷାତକାର ନେଇ ଏକ କଲେଜ ପତ୍ରିକାରୁ ଅନୁରୋଧ ଆସିଥିଲା । ରଜନୀକାନ୍ତଙ୍କ ଏହି ସାକ୍ଷାତକାର ନେବା ପାଇଁ ଆଉ କେହି ନୁହେଁ ବରଂ ତାଙ୍କ ପତ୍ନୀ ଲତା ଆସିଥି୍ଲେ । ସେ ସମୟରେ ସେ ସେହି କଲେଜର ଛାତ୍ରୀ ଥିଲେ ।

4/6

ଯେତେବେଳ ରଜନୀକାନ୍ତଙ୍କ ସାକ୍ଷାତକାର ନେବା ଲାଗି ଲତା ଆସିଥିଲେ ସେତେବେଳେ ପ୍ରଥମ ଦେଖାରେ ହିଁ ଲତାଙ୍କୁ ମନ ଦେଇ ବସିଥିଲେ ରଜନୀକାନ୍ତ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସାକ୍ଷାତକାର ଶେଷ ହେବା ପରେ ରଜନୀକାନ୍ତ ଲତାଙ୍କୁ ବିବାହ ଲାଗି ପ୍ରସ୍ତାବ ଦେଇଥିଲେ 

5/6

ଏହି ପ୍ରସ୍ତାବ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଲତା। ପରେ ହସି କରି ସେ ଏହାର ଉତ୍ତର ଦେଇ କହିଥିଲେ ଯେ, ଏନେଇ ତାଙ୍କ ମାତା ପିତାଙ୍କ ସହ କଥା ହେବାକୁ ପଡ଼ିବ। ଏହାଶୁଣି ଚିନ୍ତାରେ ପଡ଼ିଯାଇଥିଲେ ଥଲାଇବା ।

6/6

ପରବର୍ତ୍ତୀ ସମୟରେ ୨୬ ଫେବୃୟାରୀ ୧୯୮୧ ମସିହାରେ ଉଭୟ ବିବାହ କରିଥିଲେ । ରଜନୀକାନ୍ତ ଓ ଲତାଙ୍କ ଦୁଇ ଝିଅ ମଧ୍ଯ ଅଛନ୍ତି ।