Weekly Special Horoscope: ଶେଷ ହେବାକୁ ଯାଉଛି ନଭେମ୍ବର ମାସ। ମାସର ଶେଷ ସପ୍ତାହରେ ଏକାଧିକ ଗ୍ରହ ରାଶି ଓ ନକ୍ଷେତ୍ର ପରିବର୍ତ୍ତନ କରିବେ। ଫଳରେ ଗୁରୁ ପୌଷ୍ୟ ଯୋଗ ସହ ଶଶ ରାଜଯୋଗ ଓ ଗୌରୀ ଯୋଗର ଗଠନ ହେବ। ଏହି ତିନି ଯୋଗର ପ୍ରଭାବ ୧୨ଟି ରାଶିଙ୍କ ଉପରେ ରହିବ। ତେବେ, ନୂଆ ସପ୍ତାହରେ କିଭଳି ରହିବ ୧୨ ରାଶିଙ୍କ ଆର୍ଥିକ, ବ୍ୟବସାୟିକ ଓ ସ୍ବାସ୍ଥ୍ୟବସ୍ଥା । ଆସନ୍ତୁ ଜାଣିବା...
ମିଥୁନ : ନୂଆ ସପ୍ତାହ ଏହି ରାଶି ପାଇଁ ବେଶ୍ ଖାସ୍ ରହିବ। ବିଶେଷକରି, କ୍ୟାରିୟର ଦୃଷ୍ଟିକୋଣରୁ ଆସନ୍ତା ସପ୍ତାହ ଭଲ ରହିବ। ଯେଉଁମାନେ ବିଦେଶରେ ବ୍ୟବସାୟ କରୁଛନ୍ତି । ସେମାନେ ଗୁରୁତ୍ବପୂର୍ଣ୍ଣ ଡିଲ୍ ଫାଇନାଲ୍ କରିବାର ସମର୍ଥ ହେବେ। ବ୍ୟବସାୟରେ ଅଗ୍ରଗତି କରିବେ। ଘରେ କୌଣସି ପ୍ରକାର ଶୁଭ କାର୍ଯ୍ୟ ହେବ। ଇଶ୍ବରଙ୍କ ଉପରେ ଆଶା ଓ ଭରସା ବୃଦ୍ଧି ପାଇବ। ଶିକ୍ଷା କ୍ଷେତ୍ରରେ ଜଡ଼ିତ ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। ଆର୍ଥିକ ସ୍ଥିତି ଭଲ ରହିବ। ବିଦେଶରେ ପାଠ-ପଢିବାକୁ ଆଗ୍ରହୀ ଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ। ପ୍ରେମୀମାନେ ନିଜ ସାଥୀଙ୍କୁ ପ୍ରତ୍ୟକ କାର୍ଯ୍ୟରେ ସମର୍ଥନ କରିବେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। ବୈବାହିକ ଜୀବନ ଅଧିକ ସୁଖମୟ ହେବ।
ସିଂହ: ନୂଆ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ। କ୍ୟାରିୟରକୁ ନେଇ କୌଣସି ଖୁସି ଖବର ମିଳିବ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିବେ। ବ୍ୟବସାୟୀମାନେ ବାକି ପଡିଥିବା ଟଙ୍କାକୁ ନେଇ ପାଇବା ନେଇ ଟେନସନରେ ରହିବେ। ଦିର୍ଘ ଦିନ ଧରି ଲାଗି ରହିଥିବା ଅସୁସ୍ଥତା ଦୂର ହେବ। ବୈବାହିକ ଜୀବନ ସୁଖମୟ ହେବ। ସେୟାର ବଜାର ଓ ଲଟେରୀ ରୁ ଲାଭ ପାଇବେ। ସପ୍ତାହର ଦ୍ବୀତିୟାର୍ଦ୍ଧରେ ନିଜ ପରିବାର ଲୋକଙ୍କ ସହ ଧାର୍ମିକ ସ୍ଥଳକୁ ଯାତ୍ରା କରିବେ। ପ୍ରେମୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଅବିବାହିତ ଲୋକମାନେ ନିଜ ସାଥୀଙ୍କ ସହ ଭଲ ସମୟ ବିତେଇବେ।
ଧନୁ: ଏହି ରାଶିର ଲୋକଙ୍କ ପାଇଁ ନୂଆ ସପ୍ତାହ ଅଶୁଭ ସାବ୍ୟସ୍ତ ହୋଇପାରେ। ଆର୍ଥିକ ସ୍ଥିତି ବିଗିଡିବ। ବ୍ୟବସାୟୀମାନେ ବ୍ୟବସାୟ ବୃଦ୍ଧି କରିବା ଯୋଜନାରେ କ୍ଷତି ସହିପାରନ୍ତି। ଟଙ୍କା ବିନିଯୋଗ ପାଇଁ ସମୟ ଖାସ୍ ରହିବ ନାହିଁ। ଗାଡି଼ ଚାଳନା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ନଚେତ୍ କୌଣସି ପ୍ରକାରର ଅଘଟଣର ସାମ୍ନା କରିପାରନ୍ତି। ଦେହ ଅସୁସ୍ଥ ଥିବାରୁ କର୍ମକ୍ଷେତ୍ରରେ କ୍ଲାନ୍ତି ଅନୁଭବ କରିବେ। କାମରେ ମନ ଲାଗିବ ନାହିଁ। ଟଙ୍କା-ପଇସାକୁ ନେଇ ପରିବାରରେ କଳହ ସୃଷ୍ଟି ହୋଇପାରେ। ଯଥା ସମ୍ଭବ-ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ପ୍ତାହ ଶେଷ ବେଳକୁ ନିଜ ପୁରୁଣା ବନ୍ଧୁଙ୍କ ସହ ଦେଖାହୋଇପାରେ। ଘରେ କୌଣସି ପ୍ରକାର ମାଙ୍ଗଳିକ କାର୍ଯ୍ୟ ହେବ।
ट्रेन्डिंग फोटोज़