Advertisement
Photo Details/zeeodisha/odisha2417476
photoDetails0hindi

Weekly Career Horoscope: ଏହିସବୁ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ଆଗାମୀ ସପ୍ତାହ, କ୍ୟାରିୟରକୁ ନେଇ ମିଳିବ ଖୁସି ଖବର ସହ..

Weekly Career Horoscope 9 to 15 September 2024: ଆଉ ଦିନ ୨ଟା ଶେଷ ହେବ ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହ। ଆସନ୍ତା ସପ୍ତାହରେ ଶୁକ୍ର ଓ ଚନ୍ଦ୍ରଙ୍କ ମିଳନ ଯୋଗୁଁ ସର୍ବାଥ ସିଦ୍ଧି ଯୋଗ ସୃଷ୍ଟି ହେଉଛି। ଏହି କାରଣରୁ ମିଥୁନ, କର୍କଟ ସମତେ ୫ ରାଶିର ଲୋକେ କ୍ୟାରିୟରରେ ବିଶେଷ ଭାବରେ ଶୁଭଫଳ ପାଇବେ। କ୍ୟାରିୟରକୁ ନେଇ ନୂଆ ସୁଯୋଗ ସୃଷ୍ଟି ହେବା ସହ ବ୍ୟବସାୟୀମାନେ ବେପାର-ବାଣିଜ୍ୟରେ ଆଗକୁ ବଢିବେ । ତେବେ, ଆସନ୍ତୁ ଜାଣିବା ଆଗାମୀ ସପ୍ତାହ କ୍ୟାରିୟର ଦୃଷ୍ଟି କୋଣରୁ ୧୨ଟି ରାଶିଙ୍କ ପାଇଁ କିଭଳି ରହିବ?...

1/12

ମେଷ: ଆଗାମୀ ସପ୍ତାହରେ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ।  ପ୍ରତ୍ୟକ କାର୍ଯ୍ୟରେ ସହକର୍ମୀଙ୍କ ସହଯୋଗ ମିଳିବ। ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟୀମାନେ ସପ୍ତାହ ଆରମ୍ଭରୁ କୌଣସି ବଡ଼ ଡିଲ୍ ଫାଇନାଲ୍ କରିବେ। ନିଜ ପରିବାର ସହ ଦୂରଯାତ୍ରା କରିବେ। ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। 

ALSO READ: Guru Vakri 2024: ଦେବଗୁରୁ ବୃହସ୍ପତିଙ୍କ ଓଲଟା ଚଳନ, ଏହିସବୁ ରାଶିଙ୍କୁ ମିଳିବ ନୂଆ ଚାକିରି ସହ...

ALSO READ: Vishwakarma Puja 2024: ବିଶ୍ବକର୍ମା ପୂଜାରେ ପଡୁଛି ଦୁଇଟି ଦୁର୍ଲଭ ଯୋଗ, ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ!

2/12

ବୃଷ:  ଆଗାମୀ ସପ୍ତାହ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏତେ ଖାସ୍ ରହିବ ନାହିଁ। ସ୍ବାସ୍ଥ୍ୟବସ୍ଥାରେ ସମସ୍ୟା ଦେଖାଦେବ।  ଫଳରେ ମେଡିକାଲ ଖର୍ଚ୍ଚ ବୃଦ୍ଧି ପାଇବ। ପାର୍ଟନରସିପ୍ ରେ ଚାଲିଥିବା ବ୍ୟବସାୟରୁ ଧୋକା ମିଳିପାରେ।  ତେଣୁ କୌଣସି ଗୁରୁତ୍ବପୂର୍ଣ୍ଣ ଚୁକ୍ତି ବା ଡିଲ୍ ଫାଇନାଲ୍ ବେଳେ  ସମସ୍ତ କଥାକୁ ଗୁରୁତ୍ବ ଦେବା ଜରୁରୀ। ଆର୍ଥିକ ଦେଣନେଣରୁ ଦୂରେଇ ରୁହନ୍ତୁ। ଆର୍ଥିକବସ୍ଥାରେ ସମସ୍ୟା ଦେଖାଦେବ। କର୍ମକ୍ଷେତ୍ରରେ ଅଯଥା ବିବାଦ ଦେଖାଦେବା ସହ କାର୍ଯ୍ୟଭାର ବଢିବ। ଯାହାକୁ ନେଇ ଟେନସନ୍ ରେ ରହିବେ। 

 

3/12

ମିଥୁନ : ଏ-ହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ।  ଦିର୍ଘ ଦିନଧରି ଚାକିରି ଆଶାରେ ଥିବା ଲୋକଙ୍କୁ ଭଲ ନିଯୁକ୍ତି ମିଳିବ। କର୍ମକ୍ଷେତ୍ରରେ ଦିର୍ଘ ଦିନଧରି ଲାଗି ରହିଥିବା ସମସ୍ୟା ଦୂର ହେବ। ପଦୋନ୍ନତି ଖବର ମିଳିବା ସହ ଦରମା ବଢିବ। ଆମାଦାନୀ-ରପ୍ତାନୀ କ୍ଷେତ୍ରରେ ଥିବା ବ୍ୟବସାୟୀମାନେ ଅପ୍ରତ୍ୟାଶିତ ଲାଭ ପାଇବେ। ବ୍ୟବସାୟରେ ନୂତନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସମୟ ଅନୁକୂଳ ରହିବ। ପରିବାର ସହ କୌଣସି ସ୍ଥାନକୁ ଧାର୍ମିକ ସ୍ଥଳକୁ ଯାତ୍ରା କରିପାରନ୍ତି। ପ୍ରେମୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିବ। ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ। 

 

4/12

କର୍କଟ:  ଆଗାମୀ ସପ୍ତାହ ଏହି ରାଶିଙ୍କ ପାଇଁ ଅତ୍ୟନ୍ତ ଖାସ୍ ରହିବ।  ବେସରକାରୀ ଚାକିରି କରୁଥିବା ଲୋକେ ଅନ୍ୟ କେଉଁ ସ୍ଥାନରୁ ନିଯୁକ୍ତି ଅଫର ପାଇବେ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ତାରିଫ୍ ନ କରିବେ। ବ୍ୟବସାୟୀମାନେ ଦୂରଯାତ୍ରା କରିବେ। ଟେକ୍ସଟାଇଲ୍ ଓ କ୍ଷୁତ୍ର ବ୍ୟବସାୟୀମାନେ ବ୍ୟବସାୟରେ ନୂତନ ଯୋଜନା କାର୍ଯ୍ୟକାରୀ କରିବେ। ଯେଉଁଥିରୁ ଅଧିକ ଲାଭ ପାଇବେ। ବ୍ୟାଙ୍କିଂ ଓ ଏଲଆଇସି  କ୍ଷେତ୍ରରେ ଜଡିତ ଥିବା ଲୋକଙ୍କୁ ପଦୋନ୍ନତି ମିଳିବା। ସପ୍ତାହ ଶେଷବେଳକୁ ଦୂରଯାତ୍ରା କରନ୍ତୁ ନାହିଁ। କୌଣସି ଦୁର୍ଘଟଣାର ସାମ୍ନା କରିପାରନ୍ତି। ପାରିବାରିକ ଜୀବନ ସୁଖମୟ ହେବା ସହ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ।  ସମ୍ପର୍କ ଆହୁରି ମଜବୁତ୍ ହେବ। 

5/12

ସିଂହ: ଏ-ହି ରାଶିର ବ୍ୟକ୍ତି ବିଶେଷଙ୍କୁ ଆଗାମୀ ସପ୍ତାହ ସତର୍କତାର ସହ ଚଳିବାକୁ ପଡିବ। କର୍ମକ୍ଷେତ୍ରରେ ଛୋଟୋମୋଟ କଥାକୁ ନେଇ ବିବାଦ ଦେଖାଦେଇପାରେ। ଷଡ଼ଯନ୍ତ୍ରର ଶୀକାର ହୋଇପାରନ୍ତି। ଅଯଥା ବିବାଦରେ ଫସି ପାରନ୍ତି। ସହକର୍ମୀଙ୍କ ସହ କଥା ବାର୍ତ୍ତା କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ପେଣ୍ତିଂ କାର୍ଯ୍ୟକୁ ନେଇ ବରିଷ୍ଠ ଅଧିକାରୀଙ୍କ ଠାରୁ ଗାଳି ଶୁଣିବାକୁ ପଡିପାରେ। ବ୍ୟବସାୟୀମାନେ କୌଣସି ସ୍ଥାନରେ  ପୁଞ୍ଜି ବିନିଯୋଗ କରନ୍ତୁ ନାହିଁ। ନଚେତ୍ କ୍ଷତି ସହିବେ। ପିତାମାତାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଟେନସନରେ ରହିବେ। ପ୍ରେମୀମାନଙ୍କ ପାଇଁ ମଧ୍ୟ ସମୟ ଭଲ ରହିବ ନାହିଁ। ଦୂରଯାତ୍ରାରୁ ନିବୃତ୍ତ ରହିବା ସହ ଗାଡି଼ ଚାଳନା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ସପ୍ତାହ ଶେଷ ବେଳକୁ ପୁରୁଣା ବନ୍ଧୁଙ୍କ ସହ ଭେଟ ହୋଇପାରେ। 

 

6/12

କନ୍ୟା:  ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଅଶୁଭ ରହିବ। ବିଶେଷକରି, ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ।  ସଂକ୍ରମଣ ଜନିତ ରୋଗରେ ପୀଡିତ ହେବେ। ଅସୁସ୍ଥତା ଯୋଗୁଁ କର୍ମକ୍ଷେତ୍ରରେ ମନ ଲାଗିବ ନାହିଁ। ନୂଆ କାର୍ଯ୍ୟକୁ ନେଇ ଚିନ୍ତିତ ରହିବେ। ଦିର୍ଘ ଦିନଧରି ଚାକିରି ଅପେକ୍ଷାରେ ଥିବା ଲୋକଙ୍କୁ ପୁଣି ଥରେ ନିରାଶ ହେବାକୁ ପଡିବ। ଚାକିରି ଖୋଜି ଖୋଜି ନିରାଶ ଅନୁଭବ କରିବେ। ନିଜ ସନ୍ତାନଙ୍କ ଠାରୁ ଖୁସି ଖବର ପାଇବେ। ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ବ୍ୟବସାୟୀମାନଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। 

7/12

ତୁଳା: ଆଗାମୀ ସପ୍ତାହ ଏହି ରାଶିଙ୍କର ବେଶ୍ ମଉଜ ମଜଲିସ୍ ରେ କଟିବ। କର୍ପୋରେଟ୍ ସେକ୍ଟରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିବା। ଆୟରେ ବୃଦ୍ଧି ଘଟିବ। ବରିଷ୍ଠ ଅଧିକାରୀ କାର୍ଯ୍ୟକୁ ପ୍ରଶଂସା କରିବେ। ନୂତନ ପ୍ରୋଜେକ୍ଟ ପାଇ ମନ ଖୁସି ରହିବ। ସପ୍ତାହ ଆରମ୍ଭରୁ ଖର୍ଚ୍ଚ ବୃଦ୍ଧି ପାଇବ। ବ୍ୟବସାୟୀମାନଙ୍କର ଆର୍ଥିକ ସ୍ଥିତି ମଜବୁତ୍ ହେବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ପୁରୁଣା ରୋଗରୁ ମୁକ୍ତି ମିଳିବ। ସପ୍ତାହ ଶେଷ ବେଳକୁ ନୂତନ ଗାଡି଼ କ୍ରୟ କରିପାରନ୍ତି।  ସ୍ବାସ୍ଥ୍ୟ ଭଲ ରହିବା ସହ ପୁରୁଣା ରୋଗରୁ ମୁକ୍ତି ମିଳବ। ଜୀବନରେ ସୁଖ-ସମୃଦ୍ଧି ବୃଦ୍ଧି ହେବ। 

 

8/12

ବିଛା: ଆଗାମୀ ସପ୍ତାହ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ। ବିଶେଷକରି ପ୍ରେମୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ସାଥୀଙ୍କ  ଦୂର ସ୍ଥାନକୁ ଡେଟ୍ ରେ ଯାଇପାରନ୍ତି। କୌଣସି ପ୍ରକାର ଦାମୀ ଉପହାର ପାଇ ପାରନ୍ତି। ବ୍ୟବସାୟୀମାନେ କୌଣସି ନୂତନ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରିପାରନ୍ତି। ଯେଉଁଥିରୁ ଦ୍ବି-ଗୁଣିତ ଲାଭ ପାଇବେ। ବ୍ୟବସାୟରେ କୌଣସି ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ନେବେ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ଉଚ୍ଚ ଶିକ୍ଷା ପାଇଁ ସ୍ବପ୍ନଦେଖୁଥିବା ଆଶାୟୀଙ୍କ ସ୍ବପ୍ନ ପୂରଣ ହେବେ। ବିଦେଶ ଯାତ୍ରାର ଯୋଗ ରହିଛି। 

 

9/12

ଧନୁ: ଆସନ୍ତା ସପ୍ତାହ ଏହି ରାଶିର ଲୋକଙ୍କ ପାଇଁ  ମିଶ୍ରିତ ଫଳ ପ୍ରଦାନ କରିବ।  ଯେଉଁମାନେ ଚାକିରି ବଦଳାଇବା ପାଇଁ ଚାହୁଁଛନ୍ତି । ସେମାନେ ଚେଷ୍ଟା ଜାରି ରଖନ୍ତୁ। ସଫଳତା ନିଶ୍ଚୟ ପାଇବେ। କୌଣିସି ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ନେବା ପୂର୍ବରୁ ପିତା-ମାତାଙ୍କର ପରାମର୍ଶ ନିଅନ୍ତୁ। କ୍ଷୁଦ୍ର-ମଧ୍ୟମ ଧରଣର ବ୍ୟବସାୟୀମାନେ ନୂଆ ବ୍ୟବସାୟ ଆରମ୍ଭ କରିବାରେ ସଫଳ ହେବେ। ବାକି ପଡିଥିବା ଟଙ୍କା ପାଇବେ।  ସପ୍ତାହ ଶେଷ ବେଳକୁ ନିଜ ପରିବାର ସହ ଦୂରଯାତ୍ରା କରିପାରନ୍ତି। ଦୂରଯାତ୍ରା ବେଳେ ସତର୍କତା ଅବଲମ୍ବନ କରନ୍ତୁ। 

 

10/12

ମକର:  ବ୍ୟବସାୟୀ ମାନଙ୍କ ପାଇଁ ସମୟ ଆଦୌ ଭଲ ରହିବ ନାହିଁ। ଆର୍ଥିକ ଦେଣନେଣରୁ ଦୂରେଇ ରୁହନ୍ତୁ। କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରନ୍ତୁ ନାହିଁ। ନଚେତ୍ କ୍ଷତି ସହିବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ । ଫଳରେ ମେଡିକାଲ୍ ଖର୍ଚ୍ଚ ବୃଦ୍ଧି ପାଇବ। ତେଣୁ ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। କର୍ମକ୍ଷେତ୍ରରେ ଷଡଯନ୍ତ୍ରର ଶୀକାର ହେବେ। ତେଣୁ ସତର୍କତାର ସହ ନିଜ ସହକର୍ମୀଙ୍କ ସହ କାର୍ଯ୍ୟ କରନ୍ତୁ। ଟଙ୍କା-ପଇସାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଅଶାନ୍ତି ଦେଖାଦେବ। 

 

11/12

କୁମ୍ଭ: ଆଗାମୀ ସପ୍ତାହ ଏହି ରାଶିଙ୍କ ପାଇଁ ମଙ୍ଗଳମୟ ରହିବ।  ପୂରା ସପ୍ତାହଟି ବ୍ୟସ୍ତତା ଭିତରେ ରହିବେ। କର୍ମକ୍ଷେତ୍ରରେ ନୂଆ କାର୍ଯ୍ୟକୁ ନେଇ ଉତ୍ସାହ ଦଖାଦେବ। ସାହିତ୍ୟ, କଳା, ମନୋରଂଜନ କ୍ଷେତ୍ରରେ ଜଡି଼ତ ଥିବା ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଖାସ୍ ରହିବ। କୌଣସି ସଭାସମିତିରେ ସମ୍ମାନୀତ ହୋଇପାରନ୍ତି। ନୂତନ ସ୍ଥାନକୁ ଯାତ୍ରା କରିପାରନ୍ତି। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ସପ୍ତାହ ଶେଷ ବେଳକୁ ଆକସ୍ମିକ ଧନଲାଭର ଯୋଗ ରହିଛି। 

12/12

ମୀନ:  ଆଗାମୀ ସପ୍ତାହ ଏହି ରାଶିଙ୍କୁ ସତର୍କତାର ସହ ଚଳିବାକୁ ପଡିବ। ସପ୍ତାହ ଆରମ୍ଭରୁ କର୍ମକ୍ଷେତ୍ରରେ କୌଣସି କଥାକୁ ନେଇ ବରିଷ୍ଠ ଅଧିକାରୀଙ୍କ ସହ ମତାନ୍ତର ହେବ। ପୁରୁଣା ପ୍ରସଙ୍ଗକୁ ନେଇ ବିବାଦ ଦେଖାଦେଇପାରେ। କିନ୍ତୁ ପାରିବାରିକ ଜୀବନ ସୁଖମୟ ରହିବ। ନିଜ ସନ୍ତାନ ମାନଙ୍କ ସହ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇପାରେ। ଆର୍ଥିକ ସ୍ଥିତି ଭଲ ରହିବ। ସପ୍ତାହ ଶେଷ ବେଳକୁ ଅସୁସ୍ଥତା ଅନୁଭବ କରିବେ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)