Advertisement
Photo Details/zeeodisha/odisha2381163
photoDetails0hindi

Mercury Transit 2024: ଅଗଷ୍ଟ ୨୨ରେ ବୁଧଙ୍କ ଚଳନ, ଏହିସବୁ ରାଶିଙ୍କର ବଢିବ ଆୟ ସହ ମିଳିବ...

Mercury Transit August 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବ୍ୟବସାୟ, ଅର୍ଥ ,ବକ୍ତବ୍ୟ ଓ ଯୋଗାଯୋଗର କାରକ ବୋଲି ବିବେଚନା କରାଯାଏ। ଏହି କ୍ରମରେ ଗ୍ରହମାନଙ୍କର ରାଜକୁମାର ନିଜ ମୂଳ ରାଶି ଛାଡି ଅଗଷ୍ଟ ୨୨ରେ କର୍କଟ ରାଶିକୁ ଚଳନ କରିବେ। ବୁଧଙ୍କ ଏହି ଚଳନ କିଛି ରାଶି ପାଇଁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ବିଶ୍ବାସ ରହିଛି ଯେ, ଯଦି ରାଶି ବା ଜାତକରେ ବୁଧଙ୍କ ସ୍ଥିତି ମଜବୁତ୍ ବା ଭଲ ରୁହେ। ତେବେ, ବ୍ୟକ୍ତି ଜଣକ ସମସ୍ତ କ୍ଷେତ୍ରରେ ସଫଳତା ଲାଭ କରିବା ଧନ ଐଶ୍ବର୍ଯ୍ୟ ଜୀବନରେ ପ୍ରାପ୍ତ କରିଥାଏ। ତେବେ, ଆସନ୍ତୁ ଜାଣିବା ବୁଧଙ୍କ ରାଶି ପରିବର୍ତ୍ତନ ଯୋଗୁଁ କେଉଁ ସବୁ ରାଶିଙ୍କ ଭାଗ୍ୟ ବଦଳିବାକୁ ଯାଉଛି।...

1/3

କନ୍ୟା: ବୁଧଙ୍କ ଚଳନ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ବିଶେଷକରି, ଏହି ଅବଧି ମଧ୍ୟରେ  କ୍ୟାରିୟରକୁ ନେଇ କୌଣସି ଭଲ ଖବର ପାଇ ପାରନ୍ତି।  ଯଦି ଚାକିରି ବଦଳାଇବାକୁ ଚାହୁଁଛନ୍ତି । ତେବେ, ଚେଷ୍ଟା ଜାରି ରଖନ୍ତୁ ସଫଳତା ମିଳିବ। ଏହି ଅବଧି ମଧ୍ୟରେ ବେକାରିଙ୍କୁ ନିଯୁକ୍ତି ମିଳିବ। କର୍ମକ୍ଷେତ୍ରରେ ପଦୋନ୍ନତି ସହ ଦରମା ବଢିବ। ଆୟ ବୃଦ୍ଧି ହେବା।  ସ୍ବାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ପୁରୁଣା ବିନିଯୋଗରୁ ଲାଭ ପାଇବେ।  କୌଣସି କ୍ଷେତ୍ରରେ ଉତ୍ତମ ଫଳ ପାଇବା ପାଇଁ ପ୍ରତ୍ୟକ ଦିନ 'ଓମ୍ ନମୋ ନାରାୟଣ' ୧୧ ଥର ଜପନ୍ତୁ। 

ALSO READ: Today Horoscope: ଏହିସବୁ ରାଶିଙ୍କ ପାଇଁ ମଙ୍ଗଳମୟ ହେବ ମଙ୍ଗଳବାର , ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଆଜିର ଦିନ?

ALSO READ: Raksha Bandhan 2024: ରାକ୍ଷୀ ପୂର୍ଣ୍ଣିମାରେ ପଡୁଛି ୨ଟି ଦୁର୍ଲଭ ସଂଯୋଗ, ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ!

2/3

ବିଛା: ବୁଧଙ୍କ ଚଳନ ଏହି ରାଶିଙ୍କୁ ଧନବାନ୍ କରିବ। ଖାସ୍ କରି ବ୍ୟବସାୟୀଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ଏହି ସମୟରେ କୌଣସି ସ୍ଥାନରେ ଟଙ୍କା ବିନିଯୋଗ କଲେ ଦ୍ବି-ଗୁଣିତ ଲାଭ ପାଇବେ। ସେୟାର ମାର୍କେଟ୍ , ଲଟେରୀଙ୍କୁ ଫାଇଦା ପାଇବେ।  ଆୟର ଉତ୍ସ ବୃଦ୍ଧି ପାଇବ। ବ୍ୟବସାୟ ପାଇଁ ଆଣିଥିବା ଋଣ ପରିଶୋଧ କରିବାରେ ସକ୍ଷମ ହେବେ। କିନ୍ତୁ ସ୍ବାସ୍ଥଗତ ସମସ୍ୟା ଲାଗି ରହିବ। ତେଣୁ ନିଜ ସ୍ବାସ୍ଥ୍ୟର ଯତ୍ନ ନେବା ଜରୁରୀ। ଦୂରଯାତ୍ରାରୁ ନିବୃତ୍ତ ରହିବା ଭଲ ପ୍ରେମୀ ମାନଙ୍କ ପାଇଁ ସମୟ ଆଦୌ ଭଲ ରହିବ ନାହିଁ। ଶୁଭଫଳ ପାଇବା ପାଇଁ ପ୍ରତ୍ୟକ ଦିନ ୧୧ ଥର 'ଓମ୍  ଭୌମ୍ୟ ନମଃ' ଜପ କରନ୍ତୁ। 

 

3/3

କୁମ୍ଭ:  ବୁଧଙ୍କ ଗୋଚର ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପ୍ରଦାନ କରିବ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ଏହି ଅବଧି ମଧ୍ୟରେ ନୂତନ ଗାଡି଼ କିମ୍ବା ଜମି କ୍ରୟ କରିପାରନ୍ତି। ଦିର୍ଘ ଦିନର ଆଶା ପୂରଣ ହେବ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ନିଜ ପରିବାର ଲୋକଙ୍କ ସହ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ପ୍ରେମୀ ମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ । ସାଥୀଙ୍କ ସହ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଘରକୁ ଆସିପାରେ। କିନ୍ତୁ ଗାଡି଼ ଚାଳନା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। କୌଣସି କ୍ଷେତ୍ରରେ ଶୁଭଫଳ ପାଇବା ପାଇଁ ପ୍ରତ୍ୟକ ଦିନ ୨୧ ଥର 'ଓମ୍ ସାମ୍ ଶନିଚାରିୟ ନମଃ' ଜପ କରନ୍ତୁ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)