Advertisement
Photo Details/zeeodisha/odisha2381343
photoDetails0hindi

Career Horoscope Today: ଆଜି କର୍ମକ୍ଷେତ୍ରରେ ଚମକିବ କନ୍ୟା ସହ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ପଦୋନ୍ନତି ସହ...

Career Horoscope Today: ଆଜି ଅଗଷ୍ଟ ୧୩ ମଙ୍ଗଳବାର। ହନୁମାନଙ୍କ କୃପାରୁ କନ୍ୟା ଏବଂ ବିଛା ସମତେ ୫ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଖୁବ୍ ଅନୁକୂଳ ରହିବ।  ବ୍ୟବସାୟରେ ଭଲ ରୋଜଗାର ହେବା ସହ କ୍ୟାରିୟର ନେଇ କୌଣସି ଖୁସି ଖବର ମିଳିପାରେ। ବ୍ୟବସାୟୀଙ୍କ ପାଇଁ ଦିନଟି ଖାସ୍ ରହିବା ସହ ଚାକିରିଆଙ୍କ ପାଇଁ ଦିନଟି ଅନ୍ୟନ୍ତ ମଙ୍ଗଳମୟ ରହିବ। ତେବେ, ଆସନ୍ତୁ ଜାଣିବା ରାଶିଚକ୍ରରେ ଥିବା  ୧୨ଟି ରାଶିଙ୍କ କର୍ମକ୍ଷେତ୍ରରେ ଆଜି କିଭଳି ଦିନଟି କଟିବ?

 

1/12

ମେଷ: ମେଷ ରାଶିର ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ଖାସ୍ ରହିବ। କର୍ମକ୍ଷେତ୍ରରେ କାମ କରିବା ପାଇଁ ମନର ଉତ୍ସାହ ବୃଦ୍ଧି ପାଇବ। ସହକର୍ମୀଙ୍କ ଠାରୁ ସମସ୍ତ ପ୍ରକାର ସହଯୋଗ ପାଇବେ। କିନ୍ତୁ ବରିଷ୍ଠ ଅଧିକାରୀଙ୍କ ସହ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇପାରେ। ତେଣୁ ନିଜ ବାଣୀ ଉପରେ ଲଗାମ୍ ରଖିବା ଉଚିତ୍। ସଂନ୍ଧ୍ୟା ସମୟରେ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ବ୍ୟବସାୟୀମାନେ ଆଜି କୌଣସି ବଡ଼ କାର୍ଯ୍ୟକୁ ନେଇ ବିଦେଶ ଯାତ୍ରା କରିପାରନ୍ତି। ବିଦେଶ ଯାତ୍ରାରୁ ଶୁଭଫଳ ପାଇବେ।  

ALSO READ: Mercury Transit 2024: ଅଗଷ୍ଟ ୨୨ରେ ବୁଧଙ୍କ ଚଳନ, ଏହିସବୁ ରାଶିଙ୍କର ବଢିବ ଆୟ ସହ ମିଳିବ...

2/12

ବୃଷ: ଏହି ରାଶିର ଲୋକଙ୍କୁ ଆଜି ସତର୍କତାର ସହ କର୍ମକ୍ଷେତ୍ରରେ ଚଳିବାକୁ ପଡିବ। ସହକର୍ମୀଙ୍କ ସହ ବିବାଦ ଦେଖାଦେଇପାରେ। ପେଣ୍ତିଂ କାମକୁ ନେଇ ଉପର ଅଧିକାରୀଙ୍କ ଠାରୁ ଗାଳି ଶୁଣିପାରନ୍ତି।  କର୍ମକ୍ଷେତ୍ରରେ ଆଜି ଅଧିକ ଚାପ ରହିବ। ଯୁକ୍ତିତର୍କ ଠାରୁ ନିଜକୁ ଯଥା ସମ୍ଭବ ଦୂରେଇ ରଖନ୍ତୁ। ନିଜ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ। ବ୍ୟବସାୟୀମାନେ ବ୍ୟବସାୟୀ କିମ୍ବା କୌଣସି ସଂସ୍ଥାରେ ଟଙ୍କା ବିନିଯୋଗ କରନ୍ତୁ ନାହିଁ। ନଚତ୍ କ୍ଷତି ସହିବେ।  ପିତାମାତାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତାରେ ରହିବ। 

 

3/12

ମିଥୁନ: ଏହି ରାଶିର ଲୋକେ ଆଜି ପ୍ରତ୍ୟକ କ୍ଷେତ୍ରରେ ମିଶ୍ରିତ ଫଳ ପାଇବେ। କର୍ମକ୍ଷେତ୍ରରେ ମାହୋଲ ଏତେ ଭଲ ରହିବ ନାହିଁ। ବରିଷ୍ଠ ଅଧିକାରୀଙ୍କ ଠାରୁ କୌଣସି ପ୍ରକାର ବଡ଼ ପ୍ରୋଜେକ୍ଟ ପାଇପାରନ୍ତି। ଯାହାକୁ ନେଇ ଚିନ୍ତିତ ରହିବ। ସହକର୍ମୀଙ୍କ ଷଡଯନ୍ତ୍ରର ଶୀକାର ହୋଇପାରନ୍ତି।  ବ୍ୟବସାୟୀଙ୍କ ପାଇଁ ଦିନଟି ସେତେଟା ଭଲ ରହିବ ନାହିଁ। ଆର୍ଥିକ କାରବାର ସମୟରେ ସତର୍କ ରୁହନ୍ତୁ। ଅଯଥାରେ କାହାକୁ  କୌଣସି ପ୍ରକାର ପରାମର୍ଶ ଦିଅନ୍ତୁ ନାହିଁ। ନିଜ କାର୍ଯ୍ୟ ଉପରେ ଧ୍ୟାନ ଦେବା ଜରୁରୀ । ସନ୍ଧ୍ୟା ସମୟରେ ନିଜ ସାଥୀଙ୍କ ସହିତ ଏକ ରୋମାଣ୍ଟିକ୍ ଡେଟ୍ ରେ ଯାଇପାରନ୍ତି। 

 

4/12

କର୍କଟ: ଏହି ରାଶିର ଲୋକଙ୍କ ପାଇଁ ଦିନଟି ଠିକ୍-ଠାକ୍ ରହିବ। କଠିନ ପରିଶ୍ରମର ଫଳ ପାଇବେ। କର୍ମକ୍ଷେତ୍ରେରେ ଅଧା ରହିଥିବା କାର୍ଯ୍ୟକୁ ସମ୍ପୁର୍ଣ୍ଣ କରିବାରେ ସମର୍ଥ ହେବେ। ଅଫିସ୍ ଟୁର୍ କାର୍ ରେ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ଯାତ୍ରା ସମୟରେ ସତର୍କତାର ସହ ଯାତ୍ରା କରିବା ଜରୁରୀ ଅଟେ। ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ କର୍ମକ୍ଷେତ୍ରେରେ ମନ ଲାଗିବ ନାହିଁ। ବ୍ୟବସାୟୀମାନେ ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତ କରିବେ। 

5/12

ସିଂହ: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭ ରହିବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ତାରିଫ୍ କରିବେ। ପ୍ରତ୍ୟକ କାର୍ଯ୍ୟରେ ସହକର୍ମୀଙ୍କ ସମର୍ଥନ ମିଳିବ। ଆୟ ଠାରୁ ବ୍ୟୟ ଅଧିକ ରହିବ। ବାଣିଜ୍ୟ ଓ ବ୍ୟବସାୟରେ ଜଡ଼ିତ ଲୋକେ ବ୍ୟବସାୟରେ ଅଗ୍ରଗତି କରିବେ। ପାର୍ଟନରସିପ୍ ରେ କାରଯାଉଥିବା ବ୍ୟବସାୟରୁ ଲାଭ ମିଳିବ। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କୁ ସାଥ୍ ଦେବ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। 

6/12

କନ୍ୟା: କନ୍ୟା ରାଶିର ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ଅନୁକୂଳ ରହିବ। କର୍ମକ୍ଷେତ୍ରରେ ପଦୋନ୍ନତି ହେବାର ଖବର ପାଇ ମନ ଆନନ୍ଦିତ ରହିବ।  ଦରମା ବଢିବ। ଯାହା ଆର୍ଥିକ ସ୍ଥିତିକୁ ମଜବୁତ୍ କରିବ। ବ୍ୟବସାୟୀମାନେ ଆଜି କୌଣସି ବଡ଼ ଡିଲ୍ ଫାଇନାଲ୍ କରିପାରନ୍ତି। ନୂତନ ବ୍ୟବସାୟରେ ଟଙ୍କା ବିନିଯୋଗ ପାଇଁ ସମୟ ଅନୁକୂଳ ରହିଛି। ବ୍ୟବସାୟ ପାଇଁ ନେଇଥିବା ନିସ୍ପତ୍ତି ଆପଣଙ୍କୁ ଭବିଷ୍ୟତରେ ଭଲ ଫଳ ଦେବ। ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ। ନିଜ ସନ୍ତାନ ମାନଙ୍କ ଠାରୁ କୌଣସି ଭଲ ଖବର ପାଇବେ। 

 

7/12

ତୁଳା: ତୁଳା ରାଶିରେ ଲୋକଙ୍କ ପାଇଁ ଆଜିର ଦିନଟି ଖରାପ ରହିବ। କର୍ମକ୍ଷେତ୍ରରେ ଅଧିକ ଚାପ ରହିବ। ହେବାକୁ ଥିବା ପଦୋନ୍ନତି ଅଟକି ଯାଇପାରେ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ବିଶେଷକରି, ଆଖି ଓ ପେଟ ଜନିତ ସମସ୍ୟାରେ ପଡିତ ରହିବେ। ଯାହାର ପ୍ରଭାବ କର୍ମକ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିବ। ଆମଦାନୀ- ରପ୍ତାନୀ ବ୍ୟବସାୟରେ ଜଡ଼ିତ ଥିବା ଲୋକେ ବ୍ୟବସାୟରେ ଭଲ ଦ୍ବି-ପଇସା ରୋଜଗାର କରିବେ। ପ୍ରତ୍ୟକ ପରିସ୍ଥିତିକୁ ଧୌର୍ଯ୍ୟର ସହ ମୁକାବିଲା କରନ୍ତୁ । ପ୍ରତ୍ୟକ କ୍ଷେତ୍ରରେ ଭଲ ଫଳାଫଳ ପାଇବେ। 

 

8/12

ବିଛା:  ମଉଜମଜଲିସ୍ ରେ ଦିନଟି ଅତିବାହିତ କରିବେ। କର୍ମକ୍ଷେତ୍ରରେ ଜଟିଳ କାମକୁ ଅତି ସହଜରେ ଶେଷ କରିବେ। ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। ଆୟ ବୃଦ୍ଧି ହେବ । କଠିନ ପରିଶ୍ରମର ଫଳ ପାଇବେ। ସହକର୍ମୀଙ୍କୁ ପ୍ରତ୍ୟକ କାର୍ଯ୍ୟରେ ସହଯୋଗ କରିବେ।ବ୍ୟବସାୟୀମାନେ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଭଲ ରହିଛି। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ଅଯଥା ଖର୍ଚ୍ଚ ଉପରେ ଧ୍ୟାନ ଦିଅନ୍ତୁ। ଆକସ୍ମିକ ଧନଲାଭର ଯୋଗ ରହିଛି। 

9/12

ଧନୁ: ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ବ୍ୟବସାୟୀମାନେ ବ୍ୟବସାୟରେ ଆଶାତିତ ଲାଭ ପାଇବେ। ବାକି ପଡିଥିବା ଟଙ୍କା ପାଇବେ। ସେହିପରି ସରକାରୀ ଚାକିରିଆଙ୍କ ପାଉଁ ମଧ୍ୟ ଦିନଟି ଅତ୍ୟନ୍ତ ଭଲ ରହିବ। କର୍ମକ୍ଷେତ୍ରରେ ସହକର୍ମୀ ଓ ବରିଷ୍ଠ ଅଧିକାରୀଙ୍କ ଠାରୁ ସମର୍ଥନ ପାଇବେ। ଆୟ ଠାରୁ ବ୍ୟୟ ଅଧିକ ରହିବ। ହାତରେ ପର୍ଯ୍ୟାପ୍ତ ପରିମାଣର ଧନ ଥାଇ ମଧ୍ୟ ପାରିବାରିକ ଅସ୍ଥିରତା ଦେଖାଦେବ। କୌଣସି ପ୍ରକାର ବଡ଼ ନିସ୍ପତ୍ତି ଆଜି ନିଅନ୍ତୁ ନାହିଁ । ନଚେତ୍ ପରବର୍ତ୍ତୀ ସମୟରେ ଏହା ମହଙ୍ଗା ପଡିପାରେ। 

 

10/12

ମକର: କର୍ମକ୍ଷେତ୍ରରେ ଦିନଟି ବ୍ୟସ୍ତତା ଭିତରେ କଟିବ।  ବେକାରୀମାନେ ଆଜି କୌଣସି ସ୍ଥାନରୁ ନିଯୁକ୍ତି ଅଫର ନେଇ ଫୋନ୍ କଲ ପାଇପାରନ୍ତି। ଦିର୍ଘ ଦିନଧରି ଲାଗି ରହିଥିବା ପାରିବାରିକ ବିବାଦର ଅନ୍ତ ଘଟିବ। ନୂତନ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରିବେ। ଯାହା ଆପଣଙ୍କୁ ଦ୍ବି-ଗୁଣିତ ଲାଭ ଦେବ। ସାଙ୍ଗ ମାନଙ୍କ ସହ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। 

 

11/12

କୁମ୍ଭ: ଏହି ରାଶିର ଲୋକେ ଆଜି ନିଜ କର୍ମକ୍ଷେତ୍ରରେ ଚାଲିଥିବା ବିବାଦକୁ ନେଇ ଚିନ୍ତିତ ରହିବେ। ଅନାବଶ୍ୟକ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ। କର୍ମକ୍ଷେତ୍ରରେ ଷଡଯନ୍ତ୍ରର ଶୀକାର ହୋଇପାରନ୍ତି। ବ୍ୟବସାୟୀମାନେ ଆର୍ଥିକ ଲାଭ ପାଇବେ। ଘରକୁ ଆଜି ଅତିଥିଙ୍କ ଆଗମନ ହୋଇପାରେ।  

 

12/12

ମୀନ: ମୀନ ରାଶିର ଲୋକେ ଆଜି ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ। କର୍ମକ୍ଷେତ୍ରରେ ଭଲ ମାହୋଲ୍ ରହିବ। ହସଖୁସି ରେ ନିଜ ସହକର୍ମୀଙ୍କ ସହ କାମ କରିବେ। ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଆୟ ଠାରୁ ବ୍ୟୟ ଅଧିକ ହେବ। ପ୍ରେମୀମାନଙ୍କ ପାଇଁ ସମୟ ଭଲ ରହିବ। ସାଥୀଙ୍କ ଠାରୁ କୌଣସି ଉପହାର ପାଇ ମନ ଖୁସି ରହିବ। ପତି-ପତ୍ନୀଙ୍କ ମଧ୍ୟରେ  ସମ୍ପର୍କ ଅଧିକ ମଜବୁତ୍ ହେବ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)