Advertisement
Photo Details/zeeodisha/odisha2566402
photoDetails0hindi

ବର୍ଷ ୨୦୨୫ରେ ୪ ଗ୍ରହଙ୍କ ଗୋଚର; ଲାଭରେ ରହିବେ ୫ରାଶି, ବର୍ଷ ତମାମ୍ କମାଇବେ ଟଙ୍କା

Guru Shani Rahu Ketu Gochar 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଆସନ୍ତା ବର୍ଷ, ଅର୍ଥାତ୍ ୨୦୨୫ ଆରମ୍ଭରୁ  ଶନି-ରାହୁ-କେତୁ- ବୃହସ୍ପତି ମୂଳ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଶନିଦେବ କୁମ୍ଭ ରାଶିରୁ ବାହାରି ୨୦୨୫, ମାର୍ଚ୍ଚ ୨୯ରେ ମୀନ ରାଶିକୁ ଚଳନ କରିବାକୁ ଥିବା ବେଳେ ରାହୁ ମେ ୧୮ରେ କୁମ୍ଭକୁ ଚଳନ କରିବେ। ଏବଂ ସେହି ଦିନ ମଧ୍ୟ କେତୁ ସିଂହକୁ ଗୋଚର କରିବେ। ବୃହସ୍ପତି ମେ ୧୪ରେ ମିଥୁନକୁ ଚଳନ କରିବେ। ତେବେ, ବଡ଼ ଗ୍ରହଙ୍କ ରାଶି ପରିବର୍ତ୍ତନ କିଛି ରାଶି ପାଇଁ ଅତ୍ୟନ୍ତ ଶୁଭ ରହିବ। ତେବେ, ଆସନ୍ତୁ ଜାଣିବା ଶନି-ରାହୁ-କେତୁ ଓ ବୃହସ୍ପତି କେଉଁ ସବୁ ରାଶିକୁ ମାଲାମାଲ୍ କରିବାକୁ ଯାଉଛନ୍ତି...

1/5
ବୃଷ: ବର୍ଷ ୨୦୨୫ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ୪ ଗ୍ରହଙ୍କ ରାଶି ପରିବର୍ତ୍ତନ ଏହି ରାଶିକୁ ମାଲାମାଲ୍ କରିବ। ବିଶେଷକରି, ଆର୍ଥିକ ସ୍ଥିତି ମଜବୁତ୍ ହେବ। ଆୟର ନୂତନ ଉତ୍ସ ସୃଷ୍ଟି ହେବ। କର୍ମକ୍ଷେତ୍ରରେ ବଡ଼଼ ଦାୟିତ୍ବ ମିଳିବ। ଦରମା ବଢିବା ସହିତ ବ୍ୟାଙ୍କ୍ ବାଲାନ୍ସ ବଢିବ। ଯେଉଁମାନେ ଦିର୍ଘ ଦିନ ହେବ ସରକାରୀ ଚାକିରି ପାଇଁ ସ୍ବପ୍ନ ଦେଖୁଛନ୍ତି। ଚେଷ୍ଟା ଜାରି ରଖନ୍ତୁ ।  ସେମାନଙ୍କ ଆଶା ପୂରଣ ହେବେ। ବ୍ୟବସାୟୀମାନଙ୍କର ଦୈନିକ ଆୟରେ ବୃଦ୍ଧି ଘଟିବ। ବାଣିଜ୍ୟ-ବ୍ୟବସାୟରେ ଲାଗି ରହିଥିବା ସମସ୍ୟା ଦୂର ହେବ। ପରିବାର ସହ ଭଲ ସମୟ ବିତାଇବେ। ବିଦେଶ ଯାତ୍ରା କରିବେ। ସ୍ବାସ୍ଥ୍ୟ ଭଲ ରହିବ।   

ALSO READ: Today Horoscope: ଆଜି ସତର୍କ ରୁହନ୍ତୁ ଏହିସବୁ ରାଶି, ମିଳିପାରେ ଅଶୁଭ ଖବର, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

ALSO READ: Car Khana Bhauja: ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି କାରଖାନା ଭାଉଜଙ୍କ ଏହିସବୁ ଫଟୋ, ଦେଖନ୍ତୁ

2/5
କର୍କଟ: ଚାରି ବଡ଼଼ ଗ୍ରହଙ୍କ ରାଶି ପରିବର୍ତ୍ତନ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପ୍ରଦାନ କରିବ। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ। ପଦମର୍ଯ୍ଯଦା ପ୍ରାପ୍ତି ହେବା ସହ କର୍ମକ୍ଷେତ୍ରରେ ପ୍ରତ୍ୟକ କାର୍ଯ୍ୟରେ ସହକର୍ମୀଙ୍କ ସହଯୋଗ ମିଳିବ।  ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ଯେଉଁମାନେ ଦିର୍ଘ ଦିନ ହେବ, ନୂଆ ଘର କିମ୍ବା ଫ୍ଲାଟ୍ କିଣିବା ପାଇଁ ଆଶା ରଖିଛନ୍ତି। ସେମାନଙ୍କ ସ୍ବପ୍ନ ପୂରଣ ହେବ। ଛାତ୍ରଛାତ୍ରୀମାନଙ୍କ ପାଇଁ ସମୟ ଶୁଭ ରହିବ। ପରୀକ୍ଷାରେ ଭଲ ରେଜଲ୍ଟ କରିବେ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ପୁରୁଣା ରୋଗରୁ ମୁକ୍ତି ମିଳିବ ସତ ହେଲେ ପିତାମାତାଙ୍କ ସ୍ବାସ୍ଥ୍ୟ କୁ ନେଇ ଚିନ୍ତାରେ ରହିବେ। ପ୍ରେମୀମାନେ ନିଜ ସାଥୀଙ୍କ ସହ ଦୂରଯାତ୍ରା କରିବେ। 

3/5
ବିଛା:  ଶନି-ରାହୁ-କେତୁ ଓ ବୃହସ୍ପତିଙ୍କ କୃପାରୁ ଏହି ରାଶିଙ୍କ ଭାଗ୍ୟ ଚମକିବ। ଦିର୍ଘ ଦିନ ଧରି ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ଠାରୁ ସମ୍ମାନୀତ ହେବା ସହିତ ପଦୋନ୍ନତି ପାଇବେ। ଆୟରେ ବୃଦ୍ଧି ହେବ। ବ୍ୟବସାୟୀମାନେ ବଡ଼ ଡିଲ୍ ଫାଇନାଲ୍ କରିବାରେ ସଫଳ ହେବେ। ଯେଉଁମାନେ ସେୟାର ମାର୍କେଟ୍ କିମ୍ବା କୌଣସି ସଂସ୍ଥାରେ ଟଙ୍କା ବିନିଯୋଗ ପାଇଁ ଯୋଜନା କରିଛନ୍ତି। ସେମାନେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କରନ୍ତୁ ଭଲ ଲାଭ ପାଇବେ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପ୍ରେମୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ।

4/5
କୁମ୍ଭ: କୁମ୍ଭ ରାଶି ପାଇଁ ବର୍ଷ ୨୦୨୫ ବେଶ୍ ଫଳଦାୟୀ ରହିବ। ବିଶେଷକରି ବାଣିଜ୍ୟ-ବ୍ୟବସାୟରେ ଉନ୍ନତି ହେବ। ଯେଉଁମାନେ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି। ସେମାନଙ୍କ ଯୋଜନା ସଫଳ ହେବେ। ବ୍ୟବସାୟରେ କାରବାର ବଢିବ। ଆମଦାନୀ ଓ ରପ୍ତାନୀ କ୍ଷେତ୍ରରେ ଜଡିତ ଥିବା ଲୋକେ ବେଶ୍ ଦୁଇ ପଇସା ଲାଭ ପାଇବେ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢିଲେ ମଧ୍ୟ ବରିଷ୍ଠ ଅଧିକାରୀ ଓ ସହକର୍ମୀଙ୍କ ସମର୍ଥନ ପାଇବେ। ନୂଆ ପ୍ରୋଜେକ୍ଟକୁ ସମୟ ପୂର୍ବରୁ ଶେଷ କରି ସମ୍ମାନୀତ ହେବେ। ବୈବାହିତ ଜୀବନ ସୁଖମୟ ହେବ।। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ।

5/5
ମୀନ: ୨୦୨୫ ମାର୍ଚ୍ଚ ୨୯ ରେ ଶନିଦେବ ଶନିଦେବ ଏହି ରାଶିକୁ ଚଳନ କରିବେ। ଶନିଙ୍କ ଚଳନ ଏହି ମୀନ ରାଶିର ଭାଗ୍ୟ ଫିଟାଇବ। ଲାଗି ରହିଥିବା ଆର୍ଥିକ ସଙ୍କଟ ଦୂର ହେବ। ଆଣିଥିବା ଧାର-କରଜ ଟଙ୍କାକୁ ସୁଝିବାରେ ସଫଳ ହେବେ। ବିଦେଶରେ ଚାଲିଥିବା ବାଣିଜ୍ୟ ବ୍ୟବସାୟରେ ଲାଭ ହିଁ ଲାଭ ପାଇବେ। ବିଦେଶରେ ଉଚ୍ଚ ଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଆଶାୟୀଙ୍କ ଆଶା ପୂରଣ ହେବ। ଚାକିରିଆଙ୍କ ପାଇଁ ସମୟ ଅନୁକୂଳ ରହିବ।  ପ୍ରେମ ବିବାହରେ ଆସୁଥିବା ବାଧାବିଘ୍ନ ଦୂର ହେବ। ପରିବାର ଲୋକଙ୍କ ସହ ଦୂରଯାତ୍ରା କରିବେ । ପୁରୁଣା ରୋଗରୁ ମୁକ୍ତି ମିଳିବ।     (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)