Advertisement
Photo Details/zeeodisha/odisha2328106
photoDetails0hindi

Budhaditya Rajyog 2024: ଜୁଲାଇ ୧୬ରେ ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ, ମାଟି ଧରିଲେ ହେବ ସୁନା!

Budhaditya Rajyog 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ସକଳ ଶକ୍ତିର ଆଧାର ବୋଲି ବିବେଚନା କରାଯାଏ। ଏହି କ୍ରମରେ ସୂର୍ଯ୍ୟ ଆସନ୍ତା ୧୬ ତାରିଖ ଦିନ କର୍କଟ ରାଶିକୁ ଚଳନ କରୁଛନ୍ତି । ଯେଉଁ ରାଶିରେ କି ପୂର୍ବରୁ ବୁଧ ବିରାଜମାନ ଅଛନ୍ତି । ଗୋଟିଏ ରାଶିରେ ସୂର୍ଯ୍ୟ-ବୁଧଙ୍କ ମିଳନ ଶୁଭଯୋଗ ବା ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି କରୁଛି। ଏହି ବୁଦ୍ଧାଦିତ୍ୟ ରାଜଯୋଗ କିଛି ରାଶିଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ। ସୂର୍ଯ୍ୟଦେବ ଏହି ରାଶିରେ ଅଗଷ୍ଟ ୧୬ ପର୍ଯ୍ୟନ୍ତ ରହିବେ।  ବୁଦ୍ଧାଦିତ୍ୟ ରାଜଯୋଗ କାରଣରୁ ବ୍ୟକ୍ତିର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ଏବଂ ସମାଜରେ ମାନ ସମ୍ମାନ ବୃଦ୍ଧି ହୋଇଥାଏ। ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ...

 

1/4

କର୍କଟ:- ଜୁଲାଇ ୧୬ରେ, ଏହି ରାଶିରେ  ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି ହେବାକୁ ଯାଉଛି। ଯାହାର ପ୍ରଭାବରେ ଏହି ରାଶିର ବ୍ୟକ୍ତି ବିଶେଷ ଭାବେ ଉପକୃତ ହେବେ। ଦୂରସ୍ଥାନକୁ ଯାତ୍ରା ଲାଭଦାୟୀ ରହିବ । ଏହି ଅବଧି ମଧ୍ୟରେ , ସହଭାଗୀତା ସହିତ ଚାଲିଥିବା ବ୍ୟବସାୟରେ ଲାଭ ମିଳିବ । ଜୀବନସାଥୀଙ୍କ ସହ ଲାଗି ରହିଥିବା ଦୀର୍ଘ ଦିନ ବିବାଦର ଅନ୍ତ ଘଟିବା । ସମ୍ପର୍କରେ ମଧୁରତା ଆସିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ପ୍ରେମୀମାନଙ୍କ ପାଇଁ ମଧ୍ୟ ସମୟ ଭଲ ରହିବ। 

 

2/4

କନ୍ୟା:- ବୁଧ-ସୂର୍ଯ୍ୟଙ୍କ କୃପାରୁ ଏହି ରାଶିର ବ୍ୟକ୍ତିଙ୍କ ଉପରେ ରହିବ। ବୁଦ୍ଧାଦିତ୍ୟ ରାଜଯୋଗ ପ୍ରଭାବରୁ ପୁରୁଣା ବିନିଯୋଗରୁ ଅଧିକ ଲାଭ ମିଳିବ । ସନ୍ତାନ ସନ୍ତତି ମାନଙ୍କଠାରୁ ଭଲ ଖବର ପାଇ ମନ ପ୍ରସନ୍ନ ରହିବ। ଆୟ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି । ଚାକିରି କରୁଥିବା ବ୍ୟକ୍ତିଙ୍କ ପଦୋନ୍ନତି ହୋଇପାରେ। ଆକସ୍ମିକ ଧନଲାଭ ନେଇ ଯୋଗ ରହିଛି ।

 

3/4

ତୁଳା :- ବୁଦ୍ଧାଦିତ୍ୟ ରାଜଯୋଗ ଏହି ରାଶିଙ୍କ ପାଇଁ ଅତ୍ୟନ୍ତ ଫଳଦାୟୀ ରହିବ। ଏକାଡେମିକ୍ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକେ ଭଲ ଫଳାଫଳ ପାଇବେ। କର୍ମକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟକୁ ବରିଷ୍ଠ ଅଧିକାରୀମାନେ ପ୍ରଂଶସା କରିବେ। ଯାହା ଆପଣଙ୍କୁ ପଦୋନ୍ନତିରେ ସାହାର୍ଯ୍ୟ କରିବ। କୌଣସି ନୂଆ ଚାକିରି ଅଫର ପାଇପାରନ୍ତି। ଆର୍ଥିକ ସମସ୍ୟା ଦୂର ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଆତ୍ମ ବିଶ୍ବାସ ବୃଦ୍ଧି ପାଇବ। ନୂତନ କାର୍ଯ୍ୟ ଆରମ୍ଭ ନେଇ ଏହି ସମୟ ଅନୁକୂଳ ରହିବ ।

 

4/4

ଧନୁ:-ବୁଦ୍ଧାଦିତ୍ୟ ରାଜଯୋଗ ଏହି ରାଶିର ଭାଗ୍ୟ ଚମକାଇବ। ଏହି ଅବଧି ମଧ୍ୟରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଏହି ଅବଧିରେ ଲାଭ ପାଇପାରିବେ। ବେସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଉଚ୍ଚ ପଦବୀରେ ରହିବାର ସୁଯୋଗ ପାଇବେ । ଚାକିରି ସନ୍ଧାନରେ ଥିବା ଲୋକଙ୍କୁ ନୂତନ ଚାକିରି ମିଳିବା ନେଇ ଯୋଗ ରହିଛି । ସରକାରୀ ଚାକିରିଆ ବିଶେଷ ଭାବେ ଲାଭବାନ ହେବେ । ବ୍ୟବସାୟ ସହିତ ଜଡିତ ଲୋକେ ଏହି ସମୟରେ ଲାଭବାନ ହେବେ । ଯାନବାହାନ, ଜାଗା ବାଡ଼ି ବା ଅନ୍ୟ କୌଣସି ମୂଲ୍ୟବାନ ଜିନିଷ କିଣିବା ନେଇ ଯୋଗ ରହିଛି । ପୈତୃକ ସମ୍ପତ୍ତିରୁ ଲାଭ ମିଳିବ । 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )