Palmistry: କେତେ ବର୍ଷ ବଞ୍ଚିବେ ଆପଣ? ହାତ ରେଖାରୁ ଜାଣିବା ପାଇଁ ଏହା ହେଉଛି ଅତି ସହଜ ଉପାୟ
Advertisement
Article Detail0/zeeodisha/odisha1419654

Palmistry: କେତେ ବର୍ଷ ବଞ୍ଚିବେ ଆପଣ? ହାତ ରେଖାରୁ ଜାଣିବା ପାଇଁ ଏହା ହେଉଛି ଅତି ସହଜ ଉପାୟ

Palmistry: ଆଜି ଆମେ ହସ୍ତରେଖାରୁ ବୟସ ବିଷୟରେ ଜାଣିବାର ଉପାୟ ଜାଣିବା । କାରଣ ପ୍ରତ୍ୟେକ ଲୋକଙ୍କର ଇଚ୍ଛା ରହିଥାଏ ଯେ ସେ କେତେ ବର୍ଷ ବଞ୍ଚିବେ । ହସ୍ତରେଖା ଶାସ୍ତ୍ର ଅନୁଯାୟୀ, ଜଣେ ବ୍ୟକ୍ତିଙ୍କ ହାତରେ ଜୀବନ ଓ ମୃତ୍ୟୁ ରେଖା ରହିଥାଏ ।

Palmistry: କେତେ ବର୍ଷ ବଞ୍ଚିବେ ଆପଣ? ହାତ ରେଖାରୁ ଜାଣିବା ପାଇଁ ଏହା ହେଉଛି ଅତି ସହଜ ଉପାୟ

Palm Reading For Age: ହସ୍ତ ରେଖା ଶାସ୍ତ୍ର ଓ ସାମୁଦ୍ରିକ ଶାସ୍ତ୍ର  ମାଧ୍ୟମରେ ଜଣେ ବ୍ୟକ୍ତିର ଶରୀରର ଅଙ୍ଗ, ତାହା ଉପରେ ନିର୍ମିତ ଚିହ୍ନ, ହାତ-ପାଦର ରେଖା, ଚିହ୍ନ ଇତ୍ୟାଦି ମାଧ୍ୟମରେ ଅନେକ କିଛି ଜାଣି ହେବ । ଏଥିରୁ ଜଣେ ବ୍ୟକ୍ତିଙ୍କ ପ୍ରକୃତି, ଆଚରଣ ବ୍ୟତୀତ ତାଙ୍କ ଭବିଷ୍ୟତ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ଜାଣି ହେବ । ଉଦାହରଣ ସ୍ୱରୂପ, ତାଙ୍କର ଆର୍ଥିକ ଅବସ୍ଥା, କ୍ୟାରିୟର କେମିତି ରହିବ । ବିବାହ କେବେ ହେବ, ଦାମ୍ପତ୍ୟ ଜୀବନ କିପରି ରହିବ, ସ୍ୱାସ୍ଥ୍ୟ କିପରି ରହିବ, କେତେ ଦିନ ବଞ୍ଚିବେ ଇତ୍ୟାଦି । ଆଜି ଆମେ ହସ୍ତରେଖାରୁ ବୟସ ବିଷୟରେ ଜାଣିବାର ଉପାୟ ଜାଣିବା । କାରଣ ପ୍ରତ୍ୟେକ ଲୋକଙ୍କର ଇଚ୍ଛା ରହିଥାଏ ଯେ ସେ କେତେ ବର୍ଷ ବଞ୍ଚିବେ । ହସ୍ତରେଖା ଶାସ୍ତ୍ର ଅନୁଯାୟୀ, ଜଣେ ବ୍ୟକ୍ତିଙ୍କ ହାତରେ ଜୀବନ ଓ ମୃତ୍ୟୁ ରେଖା ରହିଥାଏ । ଏହା ଦର୍ଶାଏ ଯେ ସେ କେତେ ବର୍ଷ ବଞ୍ଚିବେ କିମ୍ବା ଜଣେ ବ୍ୟକ୍ତିଙ୍କ ଆୟୁ କେତେ ହେବ । ଆୟୁ ଜାଣିବା ପାଇଁ ଜୀବନ ରେଖା ବ୍ୟତୀତ ମଣିବନ୍ଧ ରେଖାଗୁଡିକର ସ୍ଥିତି ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । 

ଏହା କୁହାଯାଇପାରେ ଯେ ମଣିବନ୍ଧ ରେଖାଗୁଡ଼ିକରୁ ଜଣେ ବ୍ୟକ୍ତିଙ୍କ ଜୀବନକାଳ ବା ଆୟୁ ବିଷୟରେ ଜାଣି ହେବ । ମଣିବନ୍ଧ ରେଖାଗୁଡ଼ିକ ପାପୁଲିର ତଳ ଆଡ଼କୁ ରହିଥାଏ । ଏଗୁଡ଼ିକ ଭୂସମାନ୍ତର ରେଖା ହୋଇଥାଏ । ଏଗୁଡ଼ିକର ସଂଖ୍ୟା ସାଧାରଣତ ୧ରୁ ୫ ପର୍ଯ୍ୟନ୍ତ ରହିଥାଏ । ପ୍ରତ୍ୟେକ ରେଖାକୁ ୨୦ରୁ ୨୫ ବର୍ଷ ବୟସକୁ ପ୍ରତିନିଧିତ୍ୱ କରିବା ଭାବେ ବିବେଚନା କରାଯାଏ ।

fallback

ଯଦି କୌଣସି ବ୍ୟକ୍ତିର ହାତରେ ୧ ମଣିବନ୍ଧ ରେଖା ଥାଏ । ତେବେ ତାଙ୍କ ଆୟୁ କାଳ ୨୦ରୁ ୨୫ ବର୍ଷ ହୋଇପାରେ । ଯଦି ୨ଟି ମଣିବନ୍ଧ ରେଖା ଅଛି, ତେବେ ବ୍ୟକ୍ତିଙ୍କ ଆୟୁ ୪୫ରୁ ୫୦ ବର୍ଷ ହୋଇପାରେ । ଯଦି ୩ଟି ମଣିବନ୍ଧ ରେଖା ଅଛି, ତେବେ ବ୍ୟକ୍ତିଙ୍କ ଆୟୁ ୭୦ ବର୍ଷ ବୟସ ପର୍ଯ୍ୟନ୍ତ ହୋଇପାରେ । ସେହିପରି ଜଣେ ବ୍ୟକ୍ତିଙ୍କ ଯଦି ୪ କିମ୍ବା ୫ ମଣିବନ୍ଧ ରେଖା ଅଛି, ତେବେ ଏହାର ଅର୍ଥ ହେଉଛି ବ୍ୟକ୍ତିର ଆୟୁ ୧୦୦ ବର୍ଷ ଛୁଇଁପାରେ । ଏହିପରି ଲୋକମାନେ ଦୀର୍ଘାୟୁ ହୁଅନ୍ତି ଓ ବହୁତ ଦୀର୍ଘ ଜୀବନ ବଞ୍ଚନ୍ତି ।

ଅଧିକ ପଢ଼ନ୍ତୁ:-ମହିଳାଙ୍କ ମଧ୍ୟରେ ପୁରୁଷଙ୍କ ଅପେକ୍ଷା ଅଧିକ ରହିଥାଏ ଏହି ୪ଟି ଇଚ୍ଛା, ତଥାପି କେବେବି କରନ୍ତିନି ପ୍ରକାଶ

ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପ ମଝିରେ ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ଖୁସି ଖବର, ଆଘାତରୁ ସୁସ୍ଥ ହୋଇ ଫେରିଲେ ଏହି ବଡ଼ ମ୍ୟାଚ୍ ୱିନର

ଅଧିକ ପଢ଼ନ୍ତୁ:-ଭାରତୀୟ ଦଳ ଘୋଷଣା ପରେ ଭାଇରାଲ ହେଉଛି ପୃଥ୍ୱୀ ଶ'ଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ, ଦୁଃଖୀ ମନରେ କହିଲେ ଏହି ବଡ଼ କଥା

 

 

ଯଦି ମଣିବନ୍ଧ ରେଖାଗୁଡ଼ିକ ସ୍ୱଚ୍ଛ ଓ ବିନା ଭଙ୍ଗା ରହିଥାଏ, ତେବେ ବ୍ୟକ୍ତିର ସ୍ୱାସ୍ଥ୍ୟ ଭଲ ରହିଥାଏ । ଅନ୍ୟପକ୍ଷେ ଏହି ରେଖାଗୁଡ଼ିକର ଭାଙ୍ଗିବା କିମ୍ବା ଅସ୍ପଷ୍ଟ ଭାବେ ରହିବା ରୋଗ ହେବାର ସମ୍ଭାବନାକୁ ସୂଚିତ କରେ । ଏହିପରି ଲୋକଙ୍କୁ ସେମାନଙ୍କ ଜୀବନରେ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଯଦି ମଣିବନ୍ଧ ରେଖାଗୁଡ଼ିକ ଉପରେ ଏକ ଦ୍ୱୀପ ପରି ଶୁଭ ଚିହ୍ନ ଥାଏ ତେବେ ଏହି ଜାତକର ଲୋକମାନେ ବହୁତ ସୁଖ, ସମୃଦ୍ଧତା ଏବଂ ସମ୍ମାନ ସହିତ ଜୀବନ ଅତିବାହିତ କରନ୍ତି ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଓ ବିଭିନ୍ନ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ ।)