Career Horoscope Today: ଲକ୍ଷ୍ମୀଙ୍କ କୃପାରୁ ଏହି ୫ ରାଶିଙ୍କ ହେବ ଭାଗ୍ୟ ଉଦୟ, କର୍ମକ୍ଷେତ୍ରରୁ ମିଳିବ ଖୁସି ଖବର!
Advertisement
Article Detail0/zeeodisha/odisha2330970

Career Horoscope Today: ଲକ୍ଷ୍ମୀଙ୍କ କୃପାରୁ ଏହି ୫ ରାଶିଙ୍କ ହେବ ଭାଗ୍ୟ ଉଦୟ, କର୍ମକ୍ଷେତ୍ରରୁ ମିଳିବ ଖୁସି ଖବର!

Career Horoscope: ଆଜି ଜୁଲାଇ ୧୧ ତାରିଖ ଗୁରୁବାର। ଲକ୍ଷ୍ମୀ ନାରାୟଣ ରାଜଯୋଗ ଓ  ଭଗବାନ୍ ବିଷ୍ଣୁଙ୍କ ଆର୍ଶିବାଦ ଯୋଗୁ ମିଥୁନ ସମେତ ୫ ରାଶିର ଲୋକଙ୍କ ପାଇଁ ଦିନଟି ଖୁବ୍ ମଙ୍ଗଳମୟ ରହିବ । ଏହି ରାଶିର ଲୋକେ କର୍ମକ୍ଷେତ୍ରରେ ସଫଳତା ପାଇବା ସହ ବ୍ୟବସାୟୀମାନଙ୍କ ପାଇଁ ଦିନଟି ଅନୁକୂଳ ରହିବ। ଏହି ରାଶିର ଲୋକମାନେ ଅଫିସରେ ଏକ ଭଲ ମାହୋଲ ପାଇବେ। ସମସ୍ତ କାର୍ଯ୍ୟ ବିନା କୌଣସି ବାଧା ବିଘ୍ନରେ ଶେଷ ହେବ। ଆଜି (ଗୁରୁବାର ) ଆର୍ଥିକ ଦୃଷ୍ଟି କୋଣରୁ କେଉଁ ରାଶିଙ୍କ ପାଇଁ ଦିନଟି କିପରି ରହିବ ଆସନ୍ତୁ ଜାଣିବା....

Career Horoscope Today: ଲକ୍ଷ୍ମୀଙ୍କ କୃପାରୁ  ଏହି ୫ ରାଶିଙ୍କ ହେବ ଭାଗ୍ୟ ଉଦୟ, କର୍ମକ୍ଷେତ୍ରରୁ ମିଳିବ ଖୁସି ଖବର!

ମେଷ:   ଆଜି ଏହି ରାଶିର ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ଖାସ୍ ରହିବ। କର୍ମକ୍ଷେତ୍ରରେ ସୁରୁଖୁରୁରେ ସମସ୍ତ କାର୍ଯ୍ୟ ଶେଷ ହେବ। ସହଯୋଗୀମାନେ ପ୍ରତ୍ୟକ କାର୍ଯ୍ୟରେ ଆପଣଙ୍କୁ ସମର୍ଥନ କରିବେ । ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ଦେଖି ପ୍ରଶଂସା କରିବେ। ପାର୍ଟନରସିପ୍ ରେ ବ୍ୟବସାୟ କରୁଥିବା ଲୋକେ ବ୍ୟବସାୟରେ ଅଗ୍ରଗତି କରିବେ। ପ୍ଲାନ କରିଥିବା କିଛି ନୂଆ ଯୋଜନା କାର୍ଯ୍ୟକାରୀ କରିପାରନ୍ତି। କୌଣସି ବଡ଼ ଡିଲ୍ ମଧ୍ୟ ଫାଇନାଲ ହୋଇପାରେ। ବକେୟା ଟଙ୍କା ମିଳିବାର ସମ୍ଭାବନା ରହିଛି। 

ବୃଷ:  ଏହି ରାଶିର ଲୋକମାନଙ୍କ ପାଇଁ ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଅଫିସରେ କୌଣସି କାର୍ଯ୍ୟକୁ ନେଇ ଚାପରେ ରହିପାରନ୍ତି।  ସ୍ବାସ୍ଥ୍ୟରେ ସାମାନ୍ୟ ସମସ୍ୟା ଦେଖାଦେବ। ଯାହାକୁ ନେଇ ଆପଣ କାର୍ଯ୍ୟାଳୟରେ ଅଳସୁଆମୀ ଅନୁଭବ କରିବେ। ତେଣୁ ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ସଂନ୍ଧ୍ୟା ସମୟରେ କୌଣସି ଫଙ୍କସନରେ ଯୋଗ ଦେଇପାରନ୍ତି। ଅଯଥା ଯୁକ୍ତିରୁ ଦୂରେଇ ରହିଲେ ଆପଣଙ୍କ ପାଇଁ ଦିନଟି ଭଲରେ କଟିବ।

ମିଥୁନ:  କର୍ମକ୍ଷେତ୍ରରେ କାର୍ଯ୍ୟ ଆରମ୍ଭରୁ ସଫଳତା ପାଇବେ। ଚାକିରି କରୁଥିବା ଲୋକଙ୍କ ପାଇଁ ଦିନଟି ଶୁଭ ରହିବ। ନିଜ କାର୍ଯ୍ୟରେ ବରିଷ୍ଠ ଅଧିକାରୀଙ୍କ ମନ ଜିତିବେ।  କୌଣସି ଏକ ବଡ଼ ଦାୟିତ୍ବ କାର୍ଯ୍ୟାଳୟରେ ମିଳିପାରେ। ଯାହାକୁ ନେଇ ଆପଣ ଆଜି ଖୁସି ରହିବେ। ମଉଜ ମଜଲିସରେ ଦିନଟି ଅତିବାହିତ ହେବ। ବ୍ୟବସାୟୀଙ୍କ ପାଇଁ ଦିନଟି ଏତେ ଖାସ୍ ରହିବ ନାହିଁ। ରିୟଲି-ଇଷ୍ଟେଟ୍ ରେ ଜଡ଼ିତ ବ୍ୟକ୍ତି ବିଶେଷ କ୍ଷତି ସହିପାରନ୍ତି।  

ALSO READ: Budh Gochar 2024: ବୁଧଙ୍କ ଚଳନ ବଦଳାଇବ ଏହିସବୁ ରାଶିଙ୍କ ଜୀବନ, ଚାକିରିରେ ମିଳିବ ପଦୋନ୍ନତି ସାଙ୍ଗକୁ ...

କର୍କଟ:  ଦିନ ଆରମ୍ଭରୁ ଦେବ ଦର୍ଶନର ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ବି ସଫଳତା ପାଇବେ।  ପୂର୍ବ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଆଜିର ଦିନଟି ବେଶ୍ ଶୁଭ ରହିବ। ପରିବାର ସହ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ଆୟ-ବ୍ୟୟ ସମାନ ରହିବ। ବ୍ୟବସାୟୀମାନେ ଆଶା କରୁଥିବା ଦିଗରୁ ଧନ ପ୍ରାପ୍ତି କରିପାରନ୍ତି। 

ସିଂହ: ଏହି ରାଶିର ଲୋକଙ୍କ ପାଇଁ ଦିନଟି ମଙ୍ଗଳମୟ ରହିବ। କଠିନ ପରିଶ୍ରମର ଫଳ ପାଇବେ। ଅଫିସରେ ନିଜ କାର୍ଯ୍ୟରେ ସମସ୍ତଙ୍କ ମନ ଜିତିବେ। ସହକର୍ମୀଙ୍କକୁ ଯୋଜନାରୁ ଦୂରେଇ ରହିବା ଭଲ।  ଆୟର ନୂଆ ଉତ୍ସ ସୃଷ୍ଟି ହେବ। ସଂନ୍ଧ୍ୟା ସମୟରେ କୌଣସି ଧାର୍ମିକ କାର୍ଯ୍ୟକ୍ରମରୋ ଯୋଗ ଦେଇପାରନ୍ତି । ବନ୍ଧୁ କିମ୍ବା ପରିବାର ଲୋକଙ୍କ ଠାରୁ ଉପହାର ପାଇ ପାରନ୍ତି। ଅବିବାହିତମାନେ ଡେଟ୍ ରେ ଯାଇପାରନ୍ତି। 

କନ୍ୟା:  ଆଜି ଲାଭରେ ରହିବେ ଏହି ରାଶିର ଲୋକେ। ଆଜି ଆପଣ ସହକର୍ମୀଙ୍କ ସାହାଯ୍ୟରେ ଏକ ପ୍ରୋଜେକ୍ଟ ସଂପୂର୍ଣ୍ଣ କରିବାରେ ସଫଳ ହେବେ। ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ହସ୍ତକ୍ଷେପ ଦ୍ୱାରା ପାରିବାରିକ ବିବାଦର ସମାଧାନ ହୋଇପାରିବ । ଏବଂ ଆପଣଙ୍କ ମନ ଖୁସି ହେବ । ସୃଜନଶୀଳ ଦକ୍ଷତା ବୃଦ୍ଧି ପାଇବ। ନୂତନ କାର୍ଯ୍ୟ କରିବାକୁ ସମର୍ଥ ହେବେ  । ପରିସ୍ଥିତିର ଆକଳନ କରି ବୁଦ୍ଧି ବିଚାରି କୌଣସି ନିସ୍ପତ୍ତି ନେବେ। ଆର୍ଥିକ କ୍ଷେତ୍ରରେ ଲାଭବାନ୍ ହେବେ।

ତୁଳା :  ବ୍ୟବସାୟୀଙ୍କ ପାଇଁ ଦିନଟି ଅନୁକୂଳ ରହିବ। କୌଣସି ବାଣିଜ୍ୟ-ବ୍ୟବସାୟ କାର୍ଯ୍ୟରେ ଦୂର ଯାତ୍ରା କରିପାରନ୍ତି। କୌଣସି ନୂତନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଦିନଟି ବେଶ୍ ଭଲ ରହିବ। ଜୀବନସାଥୀଙ୍କ ସହ କୌଣସି କଥାକୁ ନେଇ ମନୋ ମାଳିନ୍ୟ ଦେଖାଦେଇପାରେ। ସଂନ୍ଧ୍ୟା ସମୟରେ କୌଣସି ଏକ ସ୍ଥାନରୁ ଖୁସି ଖବର ମିଳିପାରେ।

ବିଛା: ଏହି ରାଶିର ଲୋକଙ୍କୁ ଦିନଟି ଉତ୍ତମ ଫଳ ପ୍ରଦାନ କରିବ।   ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ ଡିଲ୍ କରିବେ । ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ । ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ ।   ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ ।

ଧନୁ: ଆଜି କର୍ମ କ୍ଷେତ୍ରରେ ଅଶାନ୍ତିର ବାତାବରଣ ଦେଖାଦେବ । ଦୁଶ୍ଚିନ୍ତା ଦେଇ ଗତି କରିବେ । ଶାରୀରିକ କିମ୍ବା ମାନସିକ ଆଘାତ ପାଇବେ । ଆୟ ବ୍ୟୟ ପ୍ରାୟ ସମାନ ରହିବ ।  ମନ ବିଷର୍ଣ୍ଣ ରହିବ । ଅନ୍ୟ ଲୋକଙ୍କ କାର୍ଯ୍ୟରେ ଅଧିକ ସମୟ ନଷ୍ଟ ହେବ। 

ମକର: କର୍ମକ୍ଷେତ୍ରରେ ନିଜର ପ୍ରାଧାନ୍ୟକୁ ଜାହିର କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି । ସତ୍‌ସଙ୍ଗ ପ୍ରତି ମନ ମଳିବ ଏବଂ ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ପାଇବେ । ପରିବହନ, ପ୍ରଶାସନ ସ୍ତରରେ କାର୍ଯ୍ୟ ସାଧନ କିମ୍ବା ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ ।

କୁମ୍ଭ :  କର୍ମକ୍ଷେତ୍ରରୁ କୌଣସି ପ୍ରକାର ଖୁସି ଖବର ମିଳିପାରେ। ଆଜି ନୂଆ କାମ ପାଇଁ ମନରେ ଉତ୍ସୁକତା ଲାଗି ରହିଲେ ମଧ୍ୟ ନୂତନ ସମସ୍ୟା ସୃଷ୍ଟି କରିବ । ଗତକାଲି ଠାରୁ ଆପଣ ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ କୃତକାର୍ଯ୍ୟ ହେବେ । କଳା, ସାହିତ୍ୟ କ୍ଷେତ୍ରରେ ପ୍ରଶଂସା ପାଇବେ । ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ ।  ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ । 

ମୀନ: ଆଜି ପ୍ରତ୍ୟେକ ଦିଗରୁ ଅନୁକୂଳ ବାତାବରଣ ସୃଷ୍ଟି ହେବ । ଅଟକି ରହିଯାଇଥିବା କାମଗୁଡିକ ସମ୍ପନ୍ନ ହେବ । ବିଭିନ୍ନ କ୍ଷେତ୍ରରୁ ସମ୍ମାନ ଲାଭ କରିବାର ସୁଯୋଗ ପାଇବେ । ବାଣିଜ୍ୟ, ବ୍ୟବସାୟ ଭଲରେ ଚାଲିବ । ସାମାନ୍ୟ କଥାକୁ ନେଇ ଘରେ ଅଶାନ୍ତିର ବାତାବରଣ ଦେଖାଦେଇପାରେ। ବ୍ୟୟ ଅପେକ୍ଷା ଆୟ ଅଧିକ ରହିବ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)