କୋରୋନା ମହାମାରୀ କାଳରେ ୨ ବର୍ଷ ମଧ୍ୟରେ ୪ କୋଟି ଭାରତୀୟ ଲଙ୍ଗ୍ କୋଭିଡର ଶିକାର
Advertisement
Article Detail0/zeeodisha/odisha1229385

କୋରୋନା ମହାମାରୀ କାଳରେ ୨ ବର୍ଷ ମଧ୍ୟରେ ୪ କୋଟି ଭାରତୀୟ ଲଙ୍ଗ୍ କୋଭିଡର ଶିକାର

ଗତ ୨ ବର୍ଷ ମଧ୍ୟରେ କୋରୋନା ମହାମାରୀର ତିନୋଟି ଲହରକୁ ନେଇ ଚକିତ କରିବା ପରି ରିପୋର୍ଟ ସାମ୍ନାକୁ ଆସିଛି।

କୋରୋନା ମହାମାରୀ କାଳରେ ୨ ବର୍ଷ ମଧ୍ୟରେ ୪ କୋଟି ଭାରତୀୟ ଲଙ୍ଗ୍ କୋଭିଡର ଶିକାର

ଦେଶରେ ପୁଣିଥରେ କୋରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଅନେକ ଚତୁର୍ଥ ଲହରର ଆଶଙ୍କା ପ୍ରକାଶ କରୁଛନ୍ତି। ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ଏବେ କିଛି ମାସର ବ୍ୟବଧାନ ପରେ ପୁଣି କିଛି ରାଜ୍ୟରେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତାକୁ ବାଧ୍ୟତାମୂଳକ ଘୋଷଣା କରାଯାଇଛି। ଏପରି ସମୟରେ ଗତ ୨ ବର୍ଷ ମଧ୍ୟରେ କୋରୋନା ମହାମାରୀର ତିନୋଟି ଲହରକୁ ନେଇ ଚକିତ କରିବା ପରି ରିପୋର୍ଟ ସାମ୍ନାକୁ ଆସିଛି।

ରିପୋର୍ଟ ଅନୁଯାୟୀ, କୋରୋନା ମହାମାରୀ ଦ୍ୱାରା ପ୍ରଭାବିତ ଲୋକଙ୍କ ମଧ୍ୟରୁ ପ୍ରାୟ 4 କୋଟି ଭାରତୀୟ କୋଭିଡ ସଂକ୍ରମଣରୁ ସୁସ୍ଥ ହେବା ପରେ ସୋମାନଙ୍କ ଶରୀରରେ ଲଙ୍ଗ୍ କୋଭିଡର ଲକ୍ଷଣ ଦେଖାଦେଇଛି । ନ୍ୟୁଜ୍ ଏଜେନ୍ସି IANS ରିପୋର୍ଟ ଅନୁଯାୟୀ, ଏହି ରିପୋର୍ଟକୁ ନେଇ ଏବେ ସମୀକ୍ଷା ଜାରି ରହିଛି।

ଲଙ୍ଗ୍ କୋଭିଡ କ’ଣ?
କୋରୋନା ସଂକ୍ରମିତ ହେବାର ଚାରି ସପ୍ତାହ କିମ୍ବା ତାଠାରୁ ଅଧିକ ସମୟ ପରେ ରୋଗୀଙ୍କଠାରେ କିଛି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ଯେତେବେଳେ ଏହି ଲକ୍ଷଣଗୁଡ଼ିକ କୋଭିଡ ରୋଗୀଙ୍କ ଠାରେ ଦେଖାଯାଏ ସେତେବେଳେ ସେହି ଅବସ୍ଥାକୁ 'ଲଙ୍ଗ କୋଭିଡ' କୁହାଯାଏ। ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ କୋରୋନା ସଂକ୍ରମଣର ୬ ମାସ କିମ୍ବା ୧୨ ମାସ ପରେ ମଧ୍ୟ ଲୋକଙ୍କ ଠାରେ ଲଙ୍ଗ୍ କୋଭିଡର ଲକ୍ଷଣ ଦେଖାଯାଇଥିଲା। ଲଙ୍ଗ୍ କୋଭିଡ ଥିବା ଅଧିକାଂଶ ରୋଗୀଙ୍କ ଠାରେ ଦେଖାଯାଉଥିବା ମୁଖ୍ୟ ଲକ୍ଷଣ ମଧ୍ୟରେ ଅତ୍ୟଧିକ ଥକ୍କାପଣ, ଶ୍ୱାସକ୍ରିୟା ସମସ୍ୟା, ଏକାଗ୍ରତା ହ୍ରାସ ଏବଂ ଗଣ୍ଠି ଯନ୍ତ୍ରଣା ଭଳି ସମସ୍ୟା ଅନ୍ତର୍ଭୁକ୍ତ ରହିଛି।

ଲଙ୍ଗ୍ କୋଭିଡ ଲକ୍ଷଣ ହେତୁ, ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ମଧ୍ୟ ଲୋକେ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରନ୍ତି ନାହିଁ  ଏବଂ ଦୈନନ୍ଦିନ କାର୍ଯ୍ୟ କରିବା ସେମାନଙ୍କ ପାଇଁ କଷ୍ଟକର ହୋଇଥାଏ। ଆନ୍ତର୍ଜାତୀକ ଗବେଷକମାନେ ଲଙ୍ଗ୍ କୋଭିଡର ତିନୋଟି ପ୍ରମୁଖ ଲକ୍ଷଣ ଥକ୍କାପଣ, ଏକାଗ୍ରତା ହ୍ରାସ ଏବଂ ଶ୍ୱାସକଷ୍ଟକୁ ନେଇ ଗବେଷଣା କରିଥିଲେ। ଅନୁସନ୍ଧାନ ସମୟରେ ୪୪ରୁ ଅଧିକ ଅନ୍ୟାନ୍ୟ ଅଧ୍ୟୟନ ଏବଂ ଡାକ୍ତରୀ ରେକର୍ଡର ଡାଟାବେସ୍ ବିଶ୍ଳେଷଣ କରାଯାଇଥିଲା। ଯେଉଁଥିରେ ୨୦୪ଟି ଦେଶର ଗ୍ଲୋବାଲ୍ ବର୍ଡେନ୍ ଅଫ୍ ଡିଜିଜରୁ ମଧ୍ୟ ତଥ୍ୟ ସଂଗ୍ରହ କରାଯାଇଥିଲା।

ଅନୁସନ୍ଧାନରୁ ସାମ୍ନାକୁ ଆସିଥିବା ତଥ୍ୟ ଅନୁସାରେ ୨୦୨୦ ଏବଂ ୨୦୨୧ ମସିହାରେ ୧୪.୪୭ କୋଟି ଲୋକ ଏହି ତିନୋଟି ଲକ୍ଷଣ ମଧ୍ୟରୁ ଅତି କମରେ ଗୋଟିଏ ଦ୍ୱାରା ପ୍ରଭାବିତ ହୋଇଥିଲେ । ଏଥିମଧ୍ୟରୁ ୬୦.୪ ପ୍ରତିଶତ କାଶ, ଥଣ୍ଡା ଏବଂ ଶ୍ୱାସ ସମସ୍ୟାରେ ପୀଡ଼ିତ ଥିଲେ। ଲଙ୍ଗ୍ କୋଭିଡ ସହିତ ଲଢ଼େଇ କରୁଥିବା ୫୦% ରୁ ଅଧିକ ଲୋକ ଶରୀରର ଯନ୍ତ୍ରଣା, ନିରନ୍ତର ଥକ୍କାପଣ ଅଭିଯୋଗ କରିଥିଲେ। ଏକାଗ୍ରତା ରହୁନଥିବା ନେଇ ୩୫.୪ ପ୍ରତିଶତ ଲୋକ ରିପୋର୍ଟ କରିଥିଲେ। ସବୁଠାରୁ ଅଧିକ ଲଙ୍ଗ୍ କୋଭିଡରେ ଆକ୍ରାନ୍ତଙ୍କ ମଧ୍ୟରେ ୨୦ ରୁ ୨୯ ବର୍ଷ ବୟସର ମହିଳାମାନେ ଥିଲେ। ଏହା ବ୍ୟତୀତ କମ୍ ବୟସର ପିଲାଙ୍କ ଠାରେ ମଧ୍ୟ ଲଙ୍ଗ୍ କୋଭିଡର ଲକ୍ଷଣ ଦେଖିବାକୁ ମିଳିଥିଲା।