ଛୁଟିରେ ରହିବେ ଏହି କମ୍ପାନୀର କର୍ମଚାରୀ: ମିଳିବ ଦରମା, ଆସିବନି ବସଙ୍କ କଲ
Advertisement

ଛୁଟିରେ ରହିବେ ଏହି କମ୍ପାନୀର କର୍ମଚାରୀ: ମିଳିବ ଦରମା, ଆସିବନି ବସଙ୍କ କଲ

ନୂଆଦିଲ୍ଲୀ: କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଯଦି ଅଫିସରୁ ଛୁଟି ମିଳେ, ତେବେ ଖୁସି ଦ୍ୱିଗୁଣ ହୋଇଯାଇଥାଏ। ଯେତେବେଳେ ଯଦି କୌଣସି ବେସରକାରୀ ଅଫିସ ଆପଣଙ୍କୁ ମନଖୋଲା ବଞ୍ଚିବା ପାଇଁ ସୁଯୋଗ ଦିଏ ତେବେ ଆପଣଙ୍କ ଖୁସି ବଢିଯାଇଥାଏ। ଏଭଳି କିଛି ଅଫର ଆଣିଛି ଇ-କମର୍ସ (E-Commerce) କମ୍ପାନୀ ମିଶୋ (Messho)। ମିଶୋ ତା କର୍ମଚାରୀଙ୍କ ପାଇଁ ଏଭଳି ଅଫର ଆଣି

ଛୁଟିରେ ରହିବେ ଏହି କମ୍ପାନୀର କର୍ମଚାରୀ: ମିଳିବ ଦରମା, ଆସିବନି ବସଙ୍କ କଲ

mental health: ନୂଆଦିଲ୍ଲୀ: କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଯଦି ଅଫିସରୁ ଛୁଟି ମିଳେ, ତେବେ ଖୁସି ଦ୍ୱିଗୁଣ ହୋଇଯାଇଥାଏ। ଯେତେବେଳେ ଯଦି କୌଣସି ବେସରକାରୀ ଅଫିସ ଆପଣଙ୍କୁ ମନଖୋଲା ବଞ୍ଚିବା ପାଇଁ ସୁଯୋଗ ଦିଏ ତେବେ ଆପଣଙ୍କ ଖୁସି ବଢିଯାଇଥାଏ। ଏଭଳି କିଛି ଅଫର ଆଣିଛି ଇ-କମର୍ସ (E-Commerce) କମ୍ପାନୀ ମିଶୋ (Messho)। ମିଶୋ ତା କର୍ମଚାରୀଙ୍କ ପାଇଁ ଏଭଳି ଅଫର ଆଣିଛି। ମିଶୋ (Messho) କହିଛି ଯେ ଯଦି କର୍ମଚାରୀମାନେ ଖୁସି ହୁଅନ୍ତି ତେବେ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ (Mental Health) ମଧ୍ୟ ଭଲ ରହିବ। ଯଦି ମାନସିକସ୍ତରରେ (Mental Situation) ସୁସ୍ଥ ରୁହନ୍ତି ତେବେ ସେମାନେ କଠିନ ପରିଶ୍ରମ କରିବେ। ସେଥିପାଇଁ କମ୍ପାନୀ (Company) ୧୧ ଦିନ ପାଇଁ ଛୁଟି ଘୋଷଣା କରିଛି।

ମାନସିକ ସ୍ୱାସ୍ଥ୍ୟକୁ (Mental Health) ପ୍ରାଧାନ୍ୟ ଦେବା ପାଇଁ କମ୍ପାନୀ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ୧୧ ଦିନ ପାଇଁ 'ରିସର୍ଟ ଏବଂ ରିଚାର୍ଜ ବ୍ରେକ୍' ଘୋଷଣା କରିଛି। ମିଶୋ (Messho) ଏହାର ୱେବସାଇଟରେ ଏହି ବିଷୟରେ ସୂଚନା ଦେଇଛନ୍ତି। କମ୍ପାନୀ କହିଛି ଯେ ଏହି ଛୁଟିଦିନ ପଛରେ ଥିବା କମ୍ପାନୀର ଉଦ୍ଦେଶ୍ୟ ହେଉଛି କର୍ମଚାରୀମାନଙ୍କୁ ମାନସିକ ଥକାପଣରୁ ମୁକ୍ତି ଦେବା। କମ୍ପାନୀର କହିବା ମୁତାବକ ପାର୍ବଣ ଋତୁରେ କମ୍ପାନୀ ଏହି ଛୁଟିଦିନ କର୍ମଚାରୀଙ୍କୁ ଦେବ। ଏହି ଛୁଟିଦିନଗୁଡ଼ିକ ଅକ୍ଟୋବର ୨୨ ରୁ ୧ ନଭେମ୍ବର ପର୍ଯ୍ୟନ୍ତ ପାର୍ବଣ ଋତୁ ପରେ ଦିଆଯିବ।

ଟ୍ୱିଟରରେ ଏହା ଘୋଷଣା କରି କମ୍ପାନୀର ପ୍ରତିଷ୍ଠାତା ତଥା ସିଟିଓ ସଞ୍ଜୀବ ବର୍ଣ୍ଣୱାଲ କହିଛନ୍ତି ଯେ ଆମର କର୍ମଚାରୀମାନଙ୍କୁ ମାନସିକ ସ୍ତରରେ ସୁସ୍ଥ ରଖିବା ଆମର ମୂଳ ଉଦ୍ଦେଶ୍ୟ। କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ, ଆମେ କର୍ମଚାରୀଙ୍କ ପାଇଁ ୧୧ ଦିନର ବିରତି ଘୋଷଣା କରିଛୁ। ଆଗାମୀ ପାର୍ବଣ ଋତୁ ପରେ ମିଶୋ କର୍ମଚାରୀମାନେ ସେମାନଙ୍କର ମାନସିକ ଥକାପଣରୁ ମୁକ୍ତି ପାଇବା ପାଇଁ ଅକ୍ଟୋବର ୨୨ ରୁ ନଭେମ୍ବର ପହିଲା ପର୍ଯ୍ୟନ୍ତ ଏହି ଛୁଟିରେ ଯାଇପାରିବେ। କର୍ମଚାରୀମାନେ ଏହି ଛୁଟିଦିନକୁ ନିଜ ପରିବାର ସହିତ ସମୟ ଅତିବାହିତ କରିବାକୁ କୌଣସି ସ୍ଥାନକୁ ଯାତ୍ରା କରିବାକୁ ବ୍ୟବହାର କରିପାରିବେ।

ମିଶୋର ପ୍ରତିଷ୍ଠାତା ତଥା ସିଇଓ ବିଦିତ ଆନ୍ନେ ମଧ୍ୟ ଟ୍ୱିଟ୍ କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ମହାକାଶଚାରୀମାନେ ମଧ୍ୟ ବ୍ରେକ୍ ଆବଶ୍ୟକ କରନ୍ତି ଏବଂ କମ୍ପାନୀରେ 'ମୁନସେଟ ମିଶନ'ରେ କାମ କରୁଥିବା ଲୋକମାନେ ମଧ୍ୟ ଆବଶ୍ୟକ କରନ୍ତି। ଏହା ପୂର୍ବରୁ ମିଶୋ ଅନନ୍ତ କଲ୍ୟାଣ ଅବକାଶ, ୩୦ ସପ୍ତାହ ପ୍ୟାରେଣ୍ଟାଲ ଲିଭ ମଧ୍ୟ ଘୋଷଣା କରିସାରିଛି। 

ଅଧିକ ପଢନ୍ତୁ: ଯୁବକଙ୍କୁ ଝାମ୍ପି ନେଲା ଚିତା ! ଭିଡ଼ିଓ ଭାଇରାଲ, ଲୋକେ ଦେଲେ ଏଭଳି ମନ୍ତବ୍ୟ

ଅଧିକ ପଢନ୍ତୁ: ହଜିଯାଇଛି କି ପ୍ୟାନ୍ କାର୍ଡ? ଜାଣନ୍ତୁ କିପରି ଘରେ ବସି ୫୦ ଟଙ୍କାରେ ପାଇ ପାରିବେ ନୂଆ କାର୍ଡ!

ଅଧିକ ପଢନ୍ତୁ: ବିମାନ ଯାତ୍ରା ବେଳେ କାରନାମା ପାଇଁ ଚର୍ଚ୍ଚାକୁ ଆସିଲେ ପାକିସ୍ତାନୀ ଯାତ୍ରୀ, ଭିଡ଼ିଓ ହେଲା ଭାଇରାଲ