Men Health: ଯୌନ ସମସ୍ୟା ଦୂର କରିବା ତଥା ସ୍ପର୍ମ କାଉଣ୍ଟ ବୃଦ୍ଧି ପାଇଁ ପୁରୁଷମାନେ ନିଶ୍ଚିତ ଖାଆନ୍ତୁ ଏହି ୬ଟି ସୁପର ଖାଦ୍ୟ
Advertisement

Men Health: ଯୌନ ସମସ୍ୟା ଦୂର କରିବା ତଥା ସ୍ପର୍ମ କାଉଣ୍ଟ ବୃଦ୍ଧି ପାଇଁ ପୁରୁଷମାନେ ନିଶ୍ଚିତ ଖାଆନ୍ତୁ ଏହି ୬ଟି ସୁପର ଖାଦ୍ୟ

Men Health: ଅନ୍ତତଃ ପକ୍ଷେ ୬ ଦମ୍ପତିଙ୍କ ମଧ୍ୟରୁ ଜଣେ ବନ୍ଧ୍ୟାକରଣ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ତିନୋଟି ମାମଲାରେ ଜଣେ ପୁରୁଷଙ୍କ ମଧ୍ୟରେ କମ୍ ଶୁକ୍ରାଣୁର ସଂଖ୍ୟା ଓ ମୋବିଲିଟି ଯୋଗୁଁ ହୋଇଥାଏ । ହ୍ୟୁମନ ରିପ୍ରୋଡକ୍ସନ ଅପଡେଟ୍ ପତ୍ରିକାରେ ପ୍ରକାଶିତ ଏକ ନୂତନ ଅନୁସନ୍ଧାନ ଅନୁଯାୟୀ, ଭାରତ ସମେତ ସବୁ ସ୍ଥାନରେ ପୁରୁଷଙ୍କ ମଧ୍ୟରେ ସ୍ପର୍ମ କାଉଣ୍ଟରେ କମ୍ ଆସିଛି । 

Men Health: ଯୌନ ସମସ୍ୟା ଦୂର କରିବା ତଥା ସ୍ପର୍ମ କାଉଣ୍ଟ ବୃଦ୍ଧି ପାଇଁ ପୁରୁଷମାନେ ନିଶ୍ଚିତ ଖାଆନ୍ତୁ ଏହି ୬ଟି ସୁପର ଖାଦ୍ୟ

Men Health: ଯଦି ଆପଣ ଓ ଆପଣଙ୍କ ସାଥୀ ଗର୍ଭବତୀ ହେବାରେ ଅସୁବିଧାର ସାମ୍ନା  କରୁଛନ୍ତି । ତେବେ କେବଳ ଆପଣ ଏକା ଏପରି ସମସ୍ୟା ମଧ୍ୟ ଦେଇ ଗତି କରୁନାହାଁନ୍ତି । ଯେତେ ଆପଣ ଚିନ୍ତା କରିପାରିବେ, ତା' ଅପେକ୍ଷା ଏହା ପ୍ରାୟତଃ ଅଧିକ ଥର ଘଟେ । ଅନ୍ତତଃ ପକ୍ଷେ ୬ ଦମ୍ପତିଙ୍କ ମଧ୍ୟରୁ ଜଣେ ବନ୍ଧ୍ୟାକରଣ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ତିନୋଟି ମାମଲାରେ ଜଣେ ପୁରୁଷଙ୍କ ମଧ୍ୟରେ କମ୍ ଶୁକ୍ରାଣୁର ସଂଖ୍ୟା (Sperm Count) ଓ ମୋବିଲିଟି ଯୋଗୁଁ ହୋଇଥାଏ । ହ୍ୟୁମନ ରିପ୍ରୋଡକ୍ସନ ଅପଡେଟ୍ ପତ୍ରିକାରେ ପ୍ରକାଶିତ ଏକ ନୂତନ ଅନୁସନ୍ଧାନ ଅନୁଯାୟୀ, ଭାରତ ସମେତ ସବୁ ସ୍ଥାନରେ ପୁରୁଷଙ୍କ ମଧ୍ୟରେ ସ୍ପର୍ମ କାଉଣ୍ଟରେ କମ୍ ଆସିଛି । 

ଅନୁସନ୍ଧାନ ଅନୁସାରେ, ଦକ୍ଷିଣ ଆମେରିକା, ଏସିଆ ଏବଂ ଆଫ୍ରିକାର ପୁରୁଷମାନଙ୍କ ସ୍ପର୍ମ କାଉଣ୍ଟରେ ପରିବର୍ତ୍ତନ ଉପରେ ଫୋକସ୍ ରହିଛି । ୨୦୦୦ ମସିହା ପର ଠାରୁ ସ୍ପର୍ମ କାଉଣ୍ଟରେ ହ୍ରାସ ଘଟିଛି, ଯାହା ଗତ ୪୬ ବର୍ଷ ମଧ୍ୟରେ ୫୦ ପ୍ରତିଶତ ହ୍ରାସ ପାଇଛି । ତେଣୁ ପୁରୁଷ ମାନଙ୍କ ପାଇଁ (ବିଶେଷକରି ଯେଉଁମାନେ ଏକ ସନ୍ତାନ ଯୋଜନା କରୁଛନ୍ତି) ଏକ ସନ୍ତୁଳିତ ଖାଦ୍ୟ, ଭିଟାମିନ୍ ଏବଂ ଅନ୍ୟାନ୍ୟ ଜୀବନଶୈଳୀ ବିକଳ୍ପ ଗୁଡ଼ିକକୁ ମିଶ୍ରଣ କରିବା ଗୁରୁତ୍ୱପୂର୍ଣ୍ଣ ହୋଇଯାଏ । ଯାହା ଶୁକ୍ରାଣୁ ସଂଖ୍ୟା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ସ୍ପର୍ମ କାଉଣ୍ଟ ଓ ମୋବିଲିଟି ବୃଦ୍ଧି ପାଇଁ ଏହି ୬ଟି ଖାଦ୍ୟକୁ ଆପଣଙ୍କ ଡାଏଟରେ ସାମିଲ କରନ୍ତୁ ।

୧. ଜିଙ୍କ୍ ରିଚ୍ ଫୁଡ୍

ବିନ୍ସ, ବାର୍ଲି, ରେଡ୍ ମିଟ୍ ଏବଂ ଅନ୍ୟାନ୍ୟ ଖାଦ୍ୟରେ ଜିଙ୍କ୍ ଭରପୂର ରହିଥାଏ, ଯାହା ଶୁକ୍ରାଣୁ ସୃଷ୍ଟିରେ ସାହାଯ୍ୟ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ । ଅଣ୍ଡକୋଷରେ ଅଂଶରେ ଖଣିଜ ପଦାର୍ଥ ଅଧିକ ଥାଏ, ଯାହା ଶକ୍ତିଶାଳୀ ବୀଜ ଉତ୍ପାଦନ କରିଥାଏ । ଜିଙ୍କ୍ ଏତେ ଜରୁରୀ ଯେ ଶୁକ୍ରାଣୁ ଗତିଶୀଳତାର ହ୍ରାସ ଜିଙ୍କ ଅଭାବ ସହିତ ଯୋଡ଼ା ଯାଇଛି ।

୨. ଡାଳିମ୍ବ 

ଏହି ସୁସ୍ବାଦୁ ଫଳ ବୀର୍ଯର ଗୁଣବର୍ତ୍ତାରେ ସୁଧାର ଆଣି ଶୁକ୍ରାଣୁର ଉତ୍ପାଦନକୁ ବଢ଼ାଇବା ପାଇଁ ପ୍ରସିଦ୍ଧ ଅଟେ । ଡାଲିମ୍ୱ ଫଳରେ ଥିବା ଆଣ୍ଟିଅକ୍ସିଡାଣ୍ଟ ସକ୍ରିୟ ରୂପରେ ରକ୍ତରେ ଫ୍ରି ରେଡିକାଲ୍ ସହିତ ଲଢ଼ିଥାଏ । ଯଦି ଏହାକୁ ଅନିୟନ୍ତ୍ରିତ ଭାବେ ଛଡ଼ା ଯାଏ, ତେବେ ଏହା ବୀର୍ଯକୁ ନଷ୍ଟ କରିପାରିବେ ଏବଂ ଆପଣଙ୍କ ସ୍ପର୍ମ କାଉଣ୍ଟକୁ ଯଥେଷ୍ଟ ହ୍ରାସ କରିପାରେ ।

ଅଧିକ ପଢ଼ନ୍ତୁ:-୨୦୦୩ରେ ସୌରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ କରିଥିଲେ ଡେବ୍ୟୁ, ଆଇପିଏଲରେ ଏହି ଖେଳାଳୁଙ୍କୁ ୫୦ ଲକ୍ଷରେ କିଣିଲା ଲକ୍ଷ୍ନୌ ଟିମ୍!

ଅଧିକ ପଢ଼ନ୍ତୁ:-ସେହୱାଗଙ୍କ ଭଣଜା କ୍ଷଣକରେ ହେଲେ କୋଟିପତି, ଫିଟନେସରେ ଦେଇଥାନ୍ତି କୋହଲିଙ୍କୁ ଟକ୍କର

ଅଧିକ ପଢ଼ନ୍ତୁ:-ବିଶ୍ୱକପ ୨୦୨୩ରେ ଏପରି ନଜର ଆସିପାରେ ୧୫ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳ, ଏସବୁ ଦିଗ୍ଗଜଙ୍କ ହୋଇପାରେ ଛୁଟି; ଦେଖନ୍ତୁ ସମ୍ଭାବ୍ୟ ତାଲିକା

 

୩. ଅଖରୋଟ

ଅଖରୋଟରେ ଓମେଗା-3 ଫ୍ୟାଟି ଏସିଡ୍ ଥାଏ, ଯାହା ଅଣ୍ଡକୋଷରେ ରକ୍ତ ପ୍ରବାହକୁ ସାହାଯ୍ୟ କରିଥାଏ । ଏହା ପରବର୍ତ୍ତୀ ସମୟରେ ଶୁକ୍ରାଣୁର ପରିମାଣ ଓ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରେ । ଅଖରୋଟରେ ଅନେକ ଆର୍ଜିନିନ ମଧ୍ୟ ରହିଥାଏ, ଯାହା ବୀର୍ଯକୁ ବୃଦ୍ଧି କରିଥାଏ ।

୪. କଦଳୀ 

କଦଳୀରେ ଭିଟାମିନ୍ ଏ, ବି 1 ଏବଂ ସି ଥାଏ, ଯାହା ଆପଣଙ୍କ ଶରୀରକୁ ଭଲ ସ୍ପର୍ମ ତିଆରି କରିବାରେ ଓ ଉତ୍ପାଦନ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏଥିରେ ବ୍ରୋମେଲାଇନ୍ ନାମକ ଏକ ବିରଳ ଏନଜାଇମ୍ ମଧ୍ୟ ଥାଏ, ଯାହାର ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି, ଯାହା ଶୁକ୍ରାଣୁର ଗତି ଓ ଗଣନାକୁ ବଢ଼ାଇଥାଏ ।

୫. ପାଳଙ୍ଗ 

ପାଳଙ୍ଗରେ ଫୋଲିକ୍ ଏସିଡ୍ ଥାଏ, ଯାହା ସୁସ୍ଥ ଶୁକ୍ରାଣୁର ବିକାଶକୁ ପ୍ରୋତ୍ସାହିତ କରିଥାଏ । ପାଳଙ୍ଗ ଓ ଅନ୍ୟାନ୍ୟ ସବୁଜ ପତ୍ରଯୁକ୍ତ ପନିପରିବାରେ ଭିଟାମିନ୍ ପ୍ରଚୁର ମାତ୍ରାରେ ଥାଏ । କମ୍ ଫୋଲେଟ୍ ସ୍ତର ଗଠନମୂଳକ ତ୍ରୁଟି ସହିତ ଶୁକ୍ରାଣୁ ଉତ୍ପାଦନ ହେବାର ଆଶଙ୍କା ବଢ଼ାଇଥାଏ । ଫଳସ୍ୱରୂପ, ଶୁକ୍ରାଣୁ ଅଣ୍ଡର ପ୍ରତିରକ୍ଷା ସ୍ତରରେ ପ୍ରବେଶ କରି ଅଣ୍ଡାରେ ପହଞ୍ଚିବା ପାଇଁ ସଂଘର୍ଷ କରିବ ।

୬. ବ୍ରୋକୋଲି 

ବ୍ରୋକୋଲିରେ ଫୋଲିକ୍ ଏସିଡ୍ ମଧ୍ୟ ଥାଏ, ଯାହାକୁ ଭିଟାମିନ୍ B9 କୁହାଯାଏ । ଏହା ଦୀର୍ଘ ସମୟରୁ ପୁରୁଷମାନଙ୍କ ମଧ୍ୟରେ ଶୁକ୍ରାଣୁ ସଂଖ୍ୟା ୭୦ ପ୍ରତିଶତକୁ ବୃଦ୍ଧି କରି ମହିଳା ଗର୍ଭଧାରଣରେ ସାହାଯ୍ୟ କରିଆସୁଛି ।

(ଡିସକ୍ଲେମର: ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଏଠାରେ ପ୍ରଦାନ କରାଯାଇଥିବା ସୂଚନା କୌଣସି ଡାକ୍ତରୀ ପରାମର୍ଶର ବିକଳ୍ପ ନୁହେଁ । ଏହା କେବଳ ଶିକ୍ଷା ଉଦ୍ଦେଶ୍ୟରେ ଦିଆଯାଉଛି ।)