Men Health: ପୁରୁଷମାନେ ନିଜ ଦୁର୍ବଳତାକୁ ଦୂର କରିବା ପାଇଁ ପ୍ରତିଦିନ ଖାଆନ୍ତୁ ଏସବୁ ଜିନିଷ, ୪୦ ପରେ ବି ଆପଣଙ୍କ ଶରୀରର ରହିବ ଫିଟ୍
Advertisement

Men Health: ପୁରୁଷମାନେ ନିଜ ଦୁର୍ବଳତାକୁ ଦୂର କରିବା ପାଇଁ ପ୍ରତିଦିନ ଖାଆନ୍ତୁ ଏସବୁ ଜିନିଷ, ୪୦ ପରେ ବି ଆପଣଙ୍କ ଶରୀରର ରହିବ ଫିଟ୍

Men Health: ମହିଳାଙ୍କ ତୁଳନାରେ ପୁରୁଷଙ୍କ ମାଂସପେଶୀ ଅଧିକ ଥାଏ କିନ୍ତୁ ପୁରୁଷ ମାନଙ୍କୁ ମହିଳାଙ୍କ ଅପେକ୍ଷା ବହୁତ ଅଧିକ ଶାରୀରିକ କାର୍ଯ୍ୟ କରିବାକୁ ପଡ଼ିଥାଏ । ଏପରି ପରିସ୍ଥିତିରେ ପୁରୁଷ ମାନେ ନିଜ ଶରୀର ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ । ଏଥିପାଇଁ ପୁରୁଷମାନେ ସେମାନଙ୍କ ଖାଦ୍ୟରେ କିଛି ଜିନିଷ ସାମିଲ କରିବା ଜରୁରୀ ।

Men Health: ପୁରୁଷମାନେ ନିଜ ଦୁର୍ବଳତାକୁ ଦୂର କରିବା ପାଇଁ ପ୍ରତିଦିନ ଖାଆନ୍ତୁ ଏସବୁ ଜିନିଷ, ୪୦ ପରେ ବି ଆପଣଙ୍କ ଶରୀରର ରହିବ ଫିଟ୍

Men Health: ପୁରୁଷ ଓ ମହିଳାଙ୍କ ଶରୀର ମଧ୍ୟରେ ବହୁତ ପାର୍ଥକ୍ୟ ରହିଥାଏ । ସେଥିପାଇଁ ପୁରୁଷ (Men Diet) ଙ୍କ ତୁଳନାରେ ମହିଳା ମାନଙ୍କୁ ଏକ ଅଲଗା ପ୍ରକାରର ଡାଇଟ ((Women Diet) ର ଆବଶ୍ୟକତା ପଡ଼ିଥାଏ । ଅନ୍ୟ ପଟେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ମାଂସପେଶୀ ଅଧିକ ଥାଏ କିନ୍ତୁ ପୁରୁଷ ମାନଙ୍କୁ ମହିଳାଙ୍କ ଅପେକ୍ଷା ବହୁତ ଅଧିକ ଶାରୀରିକ କାର୍ଯ୍ୟ କରିବାକୁ ପଡ଼ିଥାଏ । ଏପରି ପରିସ୍ଥିତିରେ ପୁରୁଷ ମାନେ (Mens Health) ନିଜ ଶରୀର ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ । ଏଥିପାଇଁ ପୁରୁଷମାନେ ସେମାନଙ୍କ ଖାଦ୍ୟରେ କିଛି ଜିନିଷ ସାମିଲ କରିବା ଜରୁରୀ । ଏପରି ପରିସ୍ଥିତିରେ ଏଠାରେ ଆମେ ଆପଣଙ୍କୁ କହିବୁ ପୁରୁଷ ମାନେ ସେମାନଙ୍କର ଖାଦ୍ୟରେ କେଉଁ ଜିନିଷ ସାମିଲ କରିବା ଆବଶ୍ୟକ?

ପୁରୁଷମାନେ ନିଜ ଦୁର୍ବଳତାକୁ ଦୂର କରିବା ପାଇଁ ଏସବୁ ଜିନିଷକୁ ପ୍ରତିଦିନ କରନ୍ତୁ ସେବନ

୧. ବାଦାମ (Almond)

ବାଦାମ (Almond) ସୁସ୍ଥ ଅସନ୍ତୁଳିତ ଚର୍ବିରେ ଭରପୂର ରହିଥାଏ । ଏଥିରେ ପ୍ରୋଟିନ୍, ଫାଇବର ଏବଂ ଭିଟାମିନ୍ ଇ ମଧ୍ୟ ମିଳିଥାଏ । ବାଦାମ ହୃଦୟ, ହଜମ ପ୍ରକ୍ରିୟା ଏବଂ ଚର୍ମ ପାଇଁ ଭଲ ମନେ କରାଯାଏ । ଯେଉଁଥି ପାଇଁ ପୁରୁଷମାନଙ୍କ ପାଇଁ ନିୟମିତ ଖାଦ୍ୟରେ ବାଦାମ ସାମିଲ କରିବା ଜରୁରୀ ଅଟେ ।

୨. ଓଲିଭ୍ ତେଲ (Olive Oil)

ଅଲିଭ୍ ତେଲରେ ମୋନୋଅନସ୍ୟାଚୁରେଟେଡ୍ ଚର୍ବି ମିଳିଥାଏ । ଯାହା ହୃଦୟର ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ବୋଲି ମନେ କରାଯାଏ । ଅଲିଭ୍ ତେଲ (Olive Oil) ରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି ଯାହା ଯନ୍ତ୍ରଣା ଓ ଫୁଲାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଯେଉଁଥି ପାଇଁ ପୁରୁଷମାନଙ୍କୁ ନିଜ ଖାଦ୍ୟରେ ଅଲିଭ୍ ତେଲ ରଖିବା ଆବଶ୍ୟକ ।

୩. ଗ୍ରୀନ୍ ଟି (Green Tea)

ଓଜନ ହ୍ରାସ ସହିତ ଗ୍ରୀନ୍ ଟି (Green Tea) ବହୁତ ଲାଭଦାୟକ ହୋଇଥାଏ । ତେଣୁ, ଯଦି ପୁରୁଷ ମାନେ ଫିଟ୍ ରହିବାକୁ ଚାହାଁନ୍ତି, ତେବେ ପ୍ରତିଦିନ ୧ରୁ ୨ କପ୍ ଗ୍ରୀନ୍ ଟି ସେବନ କରନ୍ତୁ । ଏହାକୁ ପିଇବା ଦ୍ୱାରା ଆପଣଙ୍କ ଶରୀର ଫିଟ୍ ଓ ସୁସ୍ଥ ରହିଥାଏ ।

୪. ଅଣ୍ଡା (Egg)

ପୁରୁଷ ମାନେ ପ୍ରତିଦିନ ଗୋଟିଏ ଅଣ୍ଡା (Egg) ଖାଇବା ଜରୁରୀ । ଏଥିରେ ଭିଟାମିନ୍ ଭରପୂର ମାତ୍ରାରେ ରହିଥାଏ । ଯାହା ଯୋଗୁଁ ଏହା ପୁରୁଷ ମାନଙ୍କ ପାଇଁ ଲାଭଦାୟକ ହୋଇଥାଏ । ଏହି କ୍ଷେତ୍ରରେ ନିଶ୍ଚିତ ଭାବରେ ଗୋଟିଏ ସପ୍ତାହରେ ୩ଟି ଅଣ୍ଡା ଖାଆନ୍ତୁ ।

ଅଧିକ ପଢ଼ନ୍ତୁ:-ମତଦାନ ପୂର୍ବରୁ ଗୁଜୁରାଟରେ ହିଂସାକାଣ୍ଡ; ବିଜେପି ପ୍ରାର୍ଥୀ ଉପରେ ମରଣାନ୍ତକ ଆକ୍ରମଣ

ଅଧିକ ପଢ଼ନ୍ତୁ:-ଆସିଯାଇଛି ଡିସେମ୍ୱର ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ଅଧିକ ପଢ଼ନ୍ତୁ:-'ମୋର ରେକର୍ଡ ଖରାପ ନୁହେଁ', ଲାଇଭ୍ ସାକ୍ଷାତକାରରେ ହର୍ଷ ଭୋଗଲେଙ୍କ ସହ ମୁହାଁମୁହିଁ ହେଲେ ଋଷଭ ପନ୍ତ; ଦେଖନ୍ତୁ Video

୫. କ୍ଷୀର (Milk) 

କ୍ଷୀର ଶରୀର ପାଇଁ ବହୁତ ଭଲ ବୋଲି ମନେ କରାଯାଏ । କ୍ଷୀରରେ କ୍ୟାଲସିୟମ୍ ଭରପୂର ମାତ୍ରାରେ ରହିଥାଏ । ଯାହା ହାଡ଼କୁ ମଜବୁତ ରଖିବା ପାଇଁ କାମ କରେ । ସେଥିପାଇଁ ଜଣେ ପୁରୁଷ ପ୍ରତିଦିନ କ୍ଷୀର (Milk) ପିଇବା ଉଚିତ୍ ।

(ଡିସକ୍ଲେମର: ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଏଠାରେ ପ୍ରଦାନ କରାଯାଇଥିବା ସୂଚନା କୌଣସି ଡାକ୍ତରୀ ପରାମର୍ଶର ବିକଳ୍ପ ନୁହେଁ । ଏହା କେବଳ ଶିକ୍ଷା ଉଦ୍ଦେଶ୍ୟରେ ଦିଆଯାଉଛି । Zee Odisha News ଏହା ନିଶ୍ଚିତ କରେନାହିଁ)