Mangal Gochar 2023: ନୂଆବର୍ଷ ପୂର୍ବରୁ ଧନୀ ହେବେ ଏହି ତିନି ରାଶି, ନୂଆ ଚାକିରି ସାଙ୍ଗକୁ ରହିଛି ପଦୋନ୍ନତିର ଯୋଗ
Advertisement

Mangal Gochar 2023: ନୂଆବର୍ଷ ପୂର୍ବରୁ ଧନୀ ହେବେ ଏହି ତିନି ରାଶି, ନୂଆ ଚାକିରି ସାଙ୍ଗକୁ ରହିଛି ପଦୋନ୍ନତିର ଯୋଗ

Mangal Rashi Parivartan 2023: ଭଗବାନ୍ ମଙ୍ଗଳ  ଡିସେମ୍ବର ୨୮ ତାରିଖ ସକାଳ ୫ଟା ୪୦ ମିନିଟ୍ ସମୟରେ ଧନୁ ରାଶିକୁ ଚଳନ କରିବେ। ମଙ୍ଗଳଙ୍କ ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବା ସହିତ ସେମାନଙ୍କ ଜୀବନ ଧନଧାନ୍ୟରେ ଭରିଯିବ। ଏବଂ ଚାକିରି ଖୋଜୁଥିବା ଲୋକଙ୍କୁ ମଧ୍ୟ ନୂଆ ଅଫର ମିଳିବା ସହିତ ପୁରୁଣା ସମସ୍ୟାରୁ ମୁକ୍ତି ମିଳିବ (Mars transit 2023)। ତେବେ, ଆସନ୍ତୁ ଜାଣିବା କେଉଁ ସବୁ ରାଶି ଧନବାନ୍ ହେବେ।...

Mangal Gochar 2023: ନୂଆବର୍ଷ ପୂର୍ବରୁ ଧନୀ ହେବେ ଏହି ତିନି ରାଶି, ନୂଆ ଚାକିରି ସାଙ୍ଗକୁ ରହିଛି ପଦୋନ୍ନତିର ଯୋଗ

Mangal Rashi Parivartan 2023: ମଙ୍ଗଳଙ୍କୁ (Mars)ଗ୍ରହମାନଙ୍କର ସେନାପତି ବୋଲି କୁହାଯାଏ (Mangal Gochar 2023)। ଜ୍ୟୋତିଷ ଶାସ୍ତ୍ରରେ,  ମଙ୍ଗଳଙ୍କୁ କ୍ରୋଧ ଓ ସାହସର ଗ୍ରହ ଭାବେ ଗଣାଯାଇଥାଏ। ରାଶି କିମ୍ବା ଜାତକରେ ମଙ୍ଗଳଙ୍କ କୃପା ଫଳରେ ଜଣେ ବ୍ୟକ୍ତି ପୂର୍ଣ୍ଣ ଶକ୍ତି ଓ ସାମର୍ଥ୍ୟ ସହିତ ପ୍ରତ୍ୟେକ କାର୍ଯ୍ୟକୁ କରିଥାଏ । ତେବେ, ଏହି କ୍ରମରେ ଭଗବାନ୍ ମଙ୍ଗଳ  ଡିସେମ୍ବର ୨୮ ତାରିଖ ସକାଳ ୫ଟା ୪୦ ମିନିଟ୍ ସମୟରେ ଧନୁ ରାଶିକୁ ଚଳନ କରିବେ। ମଙ୍ଗଳଙ୍କ ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବା ସହିତ ସେମାନଙ୍କ ଜୀବନ ଧନଧାନ୍ୟରେ ଭରିଯିବ। ଏବଂ ଚାକିରି ଖୋଜୁଥିବା ଲୋକଙ୍କୁ ମଧ୍ୟ ନୂଆ ଅଫର ମିଳିବା ସହିତ ପୁରୁଣା ସମସ୍ୟାରୁ ମୁକ୍ତି ମିଳିବ (Mars transit 2023)। ତେବେ, ଆସନ୍ତୁ ଜାଣିବା କେଉଁ ସବୁ ରାଶି ଧନବାନ୍ ହେବେ।...

ALSO READ: New Year Guideline: ନୂଆବର୍ଷକୁ ନେଇ ଆସିଲା ଗାଇଡଲାଇନ୍, ଜାଣନ୍ତୁ କ'ଣ କରିବେ ଓ କ'ଣ ନ କରିବେ?

ମଙ୍ଗଳଙ୍କ କୃପାରୁ ଧନବାନ୍ ହେବେ ଏହି ତିନି ରାଶି:

ମେଷ:  ମଙ୍ଗଳ ଧନୁ ରାଶିରେ ପ୍ରବେଶ କଲେ ମେଷ ରାଶିର ଲୋକଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ନୂଆବର୍ଷ ପୂର୍ବରୁ ଏମାନଙ୍କ ଜୀବନରେ ସୁଖ ସମୃଦ୍ଧିରେ ଭରିଯିବ। ବିଶେଷ କରି ସେନାରେ କାର୍ଯ୍ୟରତ ଲୋକେ ବିଶେଷ ସୁବିଧା ପାଇବେ।  ବିଲଡରମାନଙ୍କ ପାଇଁ ସମୟ ଅନୁକୂଳ ରହିଛି । ଆକସ୍ମିକ ଧନଲାଭର ଯୋଗ ମଧ୍ୟ ରହିଛି। ବ୍ୟବସାୟରେ ଅଟକି ରହିଥିବା ଟଙ୍କା ଆପଣଙ୍କୁ ପ୍ରାପ୍ତ ହେବ। ଏବଂ କର୍ମକ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତି ମିଳିବ। କିନ୍ତୁ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ଏଥିପାଇଁ ଆପଣ ନିଜ ସ୍ବାସ୍ଥ୍ୟକୁ ନେଇ ସଚେତନ ରୁହନ୍ତୁ। ବୈବାହିକ ଜୀବନ ସୁଖମୟ ହେବା ସହ ନିଜ ପିଲାମାନଙ୍କ ଠାରୁ ଖୁସି ଖବର ପାଇ ପାରନ୍ତି।

ବିଛା: ମଙ୍ଗଳ ହେଉଛନ୍ତି ବିଛା ରାଶିର ପ୍ରଭୁ ଅଟନ୍ତି। ଏ-ପରି ସ୍ଥିତିରେ ମଙ୍ଗଳଙ୍କ ଚଳନ ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। କାର୍ଯ୍ୟାଳୟରେ ଆପଣଙ୍କୁ ପ୍ରମୋସନ୍ ମିଳିବ। ଏବଂ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ଖୁସି ହୋଇ ପ୍ରଂଶସା କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ଅବିବାହିତ ଲୋକଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ମଙ୍ଗଳଙ୍କ କୃପା ଆପଣଙ୍କ ଉପରେ ଥିବାରୁ ପ୍ରେମ ବ୍ୟାପାରରେ ମଧ୍ୟ ଆପଣଙ୍କୁ ଭଲ ଫଳ ମିଳିବ। ନିଜ ଜୀବନ ସାଥୀଙ୍କ ସହିତ ଆପଣ କ୍ବାଲିଟି ଟାଇମ୍ ଅତିବାହିତ କରିବେ। 

ଧନୁ : ଏହି ରାଶିର ଲୋକଙ୍କ ପାଇଁ ସୁବର୍ଣ୍ଣର ଦିନ ଆରମ୍ଭ ହେବାକୁ ଯାଉଛି।  ଏହି ଅବଧି ମଧ୍ୟରେ, ବ୍ୟବସାୟରେ ଅଗ୍ରଗତି ହେବା ସହ ରୋଜଗାର ପାଇଁ ନୂଆ ବାଟ ଖୋଲିବ। ଯେଉଁମାନେ ଚାକିରି ଖୋଜୁଛନ୍ତି । ସେମାନେ ଭଲ ଚାକିରି ପାଇବାର ସମ୍ଭାବନା ରହିଛି।  ଯଦି ଆପଣ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ନୂଆ ଯୋଜନା ରଖିଛନ୍ତି। ତେବେ, ତାହାକୁ ଏବେ କାର୍ଯ୍ୟକାରୀ କରନ୍ତୁ, ଲାଭବାନ୍ ହେବେ।  ପରିବାର ଠାରୁ ପୂର୍ଣ୍ଣ ସମର୍ଥନ ପାଇବ । ଆଗାମୀ ବର୍ଷ ଆପଣଙ୍କ ପାଇଁ ବହୁତ ଭଲ ହେବାକୁ ଯାଉଛି ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)