Mangal Margi 2024: ୨୦୨୪ ଶେଷକୁ ଓଲଟା ଚଳନ କରିବେ ମଙ୍ଗଳ, ବଦଳିବ ଏହି ୪ ରାଶିଙ୍କ ଭାଗ୍ୟ!
Advertisement

Mangal Margi 2024: ୨୦୨୪ ଶେଷକୁ ଓଲଟା ଚଳନ କରିବେ ମଙ୍ଗଳ, ବଦଳିବ ଏହି ୪ ରାଶିଙ୍କ ଭାଗ୍ୟ!

Mangal Margi 2024: ୨୦୨୪ର ଶେଷ କେତୋଟି ମାସ କିଛି ରାଶି ପାଇଁ ଅତ୍ୟନ୍ତ ଲାଭଦାୟୀ ରହିବ । କାରଣ ଚଳିତ ବର୍ଷ ଶେଷ ଆଡ଼କୁ ମଙ୍ଗଳ ଓଲଟା ଚଳନ କରିବେ, ଯାହା ଫଳରେ କିଛି ରାଶି ଉପରେ ଏହାର ଶୁଭଫଳ ପଡି଼ବାକୁ ଯାଉଛି ।

Mangal Margi 2024: ୨୦୨୪ ଶେଷକୁ ଓଲଟା ଚଳନ କରିବେ ମଙ୍ଗଳ, ବଦଳିବ ଏହି ୪ ରାଶିଙ୍କ ଭାଗ୍ୟ!

Mangal Margi 2024 Effect: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୦୨୪ର ଶେଷ କେତୋଟି ମାସ କିଛି ରାଶି ପାଇଁ ଅତ୍ୟନ୍ତ ଲାଭଦାୟୀ ରହିବ । କାରଣ ଚଳିତ ବର୍ଷ ଶେଷ ଆଡ଼କୁ ମଙ୍ଗଳ ଓଲଟା ଚଳନ କରିବେ, ଯାହା ଫଳରେ କିଛି ରାଶି ଉପରେ ଏହାର ଶୁଭଫଳ ପଡି଼ବାକୁ ଯାଉଛି ।

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଡିସେମ୍ବର ୭ ତାରିଖ ଅର୍ଥାତ୍  ଶନିବାର ଭୋର ୫ଟା ୦୧ ମିନିଟ୍ ରେ ମଙ୍ଗଳ ଓଲଟା ଚଳନ କରିବେ । ପରେ ମଙ୍ଗଳ କିଛି ଦିନ ପାଇଁ ସ୍ଥିର ହୋଇ ୨୦୨୫ ଫେବୃଆରୀ ୨୪ ତାରିଖ ସକାଳ ୭ଟାରେ ପୁଣି ଥରେ ନିଜ ଚଳନ ବଦଳାଇବେ । ମୋଟ ୮୦ ଦିନ ପାଇଁ ମଙ୍ଗଳ ଏପରି ଓଲଟା ଚଳନ କରିବେ । ତେବେ ଏହି ସମୟ ୪ ରାଶି ପାଇଁ ଶୁଭ ସାବ୍ୟସ୍ତ ହେବ । ତେବେ ଆସନ୍ତୁ ଆଲୋଚନା କରିବା ସେହି ୪ ରାଶିଙ୍କ ବିଷୟରେ ।

ମେଷ ରାଶି: ମେଷ ରାଶିର ଲୋକଙ୍କ ପାଇଁ ୨୦୨୪ର ଶେଷ କିଛି ମାସ ଅତ୍ୟନ୍ତ ଶୁଭ ଓ ଲାଭଦାୟୀ ହେବାକୁ ଯାଉଛି । ଏହି ଅବଧି ମଧ୍ୟରେ ବ୍ୟବସାୟରେ ବିପୁଳ ଲାଭ ସହ କର୍ମକ୍ଷେତ୍ରରେ ଅଗ୍ରଗତି ହେବ । ଜମିଜମା ସମ୍ବନ୍ଧୀୟ ଅଟକି ରହିଥିବା କାମ ସମୂର୍ଣ୍ଣ ହେବ । ବୈବାହିକ ଜୀବନ ସୁଖମୟ ହେବ । ଜୀବନସାଥୀଙ୍କଠାରୁ ସମର୍ଥନ ପାଇବେ ।

ମିଥୁନ ରାଶି: ମଙ୍ଗଳଙ୍କ ଓଲଟା ଚଳନ ହେତୁ ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କର ବ୍ୟବସାୟରେ ଅଭିବୃଦ୍ଧି ହେବ । କର୍ମକ୍ଷେତ୍ରରେ ସମ୍ମାନ ପାଇବେ । ରାଜନୀତି ସହ ଜଡିତ କିମ୍ବା ଯୋଗଦେବାକୁ ଚାହୁଁଛନ୍ତି ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ । ବର୍ଷ ଶେଷ ସୁଦ୍ଧା ଜମି କିମ୍ବା ଜାଗା କିଣିବା ନେଇ ଯୋଗ ରହିଛି । ମନ ପ୍ରସନ୍ନ ରହିବ ।

କର୍କଟ ରାଶି:  କର୍କଟ ରାଶି ପାଇଁ ମଧ୍ଯ ମଙ୍ଗଳଙ୍କ ରାଶି ପରିବର୍ତ୍ତନ ଅନୁକୂଳ ପ୍ରମାଣିତ ହେବ।  ଦୀର୍ଘ ଦିନରୁ ପୀଡ଼ିତ ଥିବା ରୋଗରୁ ମୁକ୍ତି ମିଳିବ । ବର୍ଷର ଶେଷ ଆଡ଼କୁ ଚାକିରି ସମ୍ବନ୍ଧୀୟ ଭଲ ଖବର ମିଳିବ । ବଡ କମ୍ପାନୀରୁ ଚାକିରି ନେଇ ଅଫର୍ ଆସିପାରେ । ଆୟ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି ।

ତୁଳା ରାଶି: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୦୨୪ର ଶେଷ ମାସ ଏହି ରାଶି ପାଇଁ ମଧ୍ଯ ଶୁଭ ହେବାକୁ ଯାଉଛି। ଯେଉଁମାନେ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି ସେମାନଙ୍କ ପାଇଁ ଏହି ସମୟ ଅନୁକୂଳ ପ୍ରମାଣିତ ହେବ । ଗୁରୁଜନମାନଙ୍କ ଠାରୁ ସମର୍ଥନ ମିଳିବ । ଦୀର୍ଘ ଦିନରୁ ଅଟକି ଥିବା କାର୍ଯ୍ୟ ପୂରଣ ହେବ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )