Oil for Joint Pain: ଆଣ୍ଠୁଗଣ୍ଠି ଯନ୍ତ୍ରଣାରେ ପୀଡ଼ିତ କି ? ବ୍ୟବହାର କରନ୍ତୁ ଏହି ପ୍ରାକୃତିକ ତେଲ ଚୁଟକିରେ ଦୂର ହେବ କଷ୍ଟ
Advertisement
Article Detail0/zeeodisha/odisha1576926

Oil for Joint Pain: ଆଣ୍ଠୁଗଣ୍ଠି ଯନ୍ତ୍ରଣାରେ ପୀଡ଼ିତ କି ? ବ୍ୟବହାର କରନ୍ତୁ ଏହି ପ୍ରାକୃତିକ ତେଲ ଚୁଟକିରେ ଦୂର ହେବ କଷ୍ଟ

Oil for Joint Pain: ବୟସ ବଢିବା ସହ ଲୋକମାନଙ୍କ ଠାରେ ଆଣ୍ଠୁଗଣ୍ଠି ଜନିତ ଯନ୍ତ୍ରଣା (Joint pain) ଦେଖାଦେଇଥାଏ । ଠିଆ ହେବା,ଚାଲିବା, ଚାଲିଲେ ଧକ୍କା ଲାଗିଥାଏ। ଏହି ସମସ୍ୟାରେ ବର୍ତ୍ତମାନ ଅନେକ ଲୋକେ ଜୁଝି ହେଉଛନ୍ତି। ଏଥିପାଇଁ କିଛି ଲୋକେ ଡାକ୍ତରଙ୍କ ଠାରୁ ମେଡିସିନ୍ ଖାଇ ଖାଇ ବିରକ୍ତି ଅନୁଭବ କରିଥାନ୍ତି ତ ଆଉ କେତେ ଲୋକେ ଔଷଧ ସେବନ ଦ୍ବାରା ତାଙ୍କ ଶରୀରରେ ପାଶ୍ବ ପତ୍ରିକ୍ରିୟା ଦେଖାଦେଇଥାଏ ।

Oil for Joint Pain: ଆଣ୍ଠୁଗଣ୍ଠି ଯନ୍ତ୍ରଣାରେ ପୀଡ଼ିତ କି ? ବ୍ୟବହାର କରନ୍ତୁ ଏହି ପ୍ରାକୃତିକ ତେଲ ଚୁଟକିରେ ଦୂର ହେବ କଷ୍ଟ

Oil for Joint Pain: ବୟସ ବଢିବା ସହ  ଲୋକମାନଙ୍କ ଠାରେ ଆଣ୍ଠୁଗଣ୍ଠି ଜନିତ ଯନ୍ତ୍ରଣା (Joint pain) ଦେଖାଦେଇଥାଏ । ଠିଆ ହେବା,ଚାଲିବା,  ଚାଲିଲେ ଧକ୍କା ଲାଗିଥାଏ।  ଏହି ସମସ୍ୟାରେ ବର୍ତ୍ତମାନ ଅନେକ ଲୋକେ ଜୁଝି ହେଉଛନ୍ତି। ଏଥିପାଇଁ କିଛି ଲୋକେ ଡାକ୍ତରଙ୍କ ଠାରୁ ମେଡିସିନ୍ ଖାଇ ଖାଇ ବିରକ୍ତି ଅନୁଭବ କରିଥାନ୍ତି ତ ଆଉ କେତେ ଲୋକେ ଔଷଧ ସେବନ ଦ୍ବାରା ତାଙ୍କ ଶରୀରରେ ପାଶ୍ବ ପତ୍ରିକ୍ରିୟା ଦେଖାଦେଇଥାଏ ।  ତେବେ, ଏନେଇ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ । ଯାହା ଦ୍ବାର ଆପଣ ଏହି ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ। ତେବେ ଏନେଇ ଆଜି ଆମେ କିଛି ପ୍ରାକୃତିକ ତେଲ(ayurvedic  oil) ବିଷୟରେ କହିବାକୁ ଯାଉଛି । ଯାହା ଲଗାଇବା ଦ୍ବାରା ଆପଣଙ୍କୁ ଉପଶମ ମିଳି ପାରିବ ।

ଏହି ତେଲଗୁଡ଼ିକ ( pain killer oil) କେବଳ ଆପଣଙ୍କ ଯନ୍ତ୍ରଣାରୁ ମୁକ୍ତି ଦେବ ନାହିଁ ବରଂ ଗଣ୍ଠି ଫୁଲା ଏବଂ ଶରୀରରେ ହେଉଥିବା ଯନ୍ତ୍ରଣାକୁ (Pain relief oil) ସବୁଦିନ ପାଇଁ ଦୂର କରିଦେବ । ରାତିରେ ଏହି ତେଲକୁ ମାଲିସ୍ କରିବା ଦ୍ବାରା ସକାଳେ ଗଣ୍ଠି ଯନ୍ତ୍ରଣା ଦୂର ହୋଇଯିବ ଏବଂ ଆପଣଙ୍କ ଚାଲିବାର ସମସ୍ୟା ମଧ୍ୟ  ରହିବ ନାହିଁ।  କେବଳ ରାତିରେ ନୁହେଁ, ଏହି ତେଲ ଗୁଡିକ ମଧ୍ୟ ଆପଣ ଯେ କୌଣସି ସମୟରେ ମାଲସ କରିପାରିବେ।  କିନ୍ତୁ ରାତିରେ ଏହାକୁ ମାଲିସ କରିବା ଦ୍ୱାରା ମାଂସପେଶୀକୁ ଆରାମ ମିଳିଥାଏ । କେବଳ ମାଂସପେଶୀ ନୁହେଁ,  ଛାତି, ପେଟ, ପିଠି ଏବଂ ବାହୁ ଏବଂ ଗୋଡର ମାଂସପେଶୀ ଯନ୍ତ୍ରଣା ପାଇଁ ଏହି ତେଲ ପ୍ରୟୋଗ କରିପାରିବେ।  

Also Read : Mahashivratri 2023: କାହିଁକି ମହାଦେବଙ୍କର ପ୍ରିୟ ହେଉଛି ବେଲପତ୍ର? ଜାଣନ୍ତୁ ଏହାର ପୌରାଣିକ ମହାତ୍ମ୍ୟ

Also Read : Thyroid Effect: ଯଦି ଥାଇରଡ୍ ଥାଏ ତେବେ ହୁଅନ୍ତୁ ସାବଧାନ୍, ସବୁଦିନ ପାଇଁ ହରାଇପାରନ୍ତି ଦୃଷ୍ଟିଶକ୍ତି

ଆୟୁର୍ବେଦିକ ତେଲ କ’ଣ ଏବଂ ଘରେ କିପରି ତିଆରି କରିବେ :

ରାଶିତେଲ:
ରାଶି ତେଲ ପ୍ରକୃତରେ ବହୁତ ଗରମ ଏବଂ ଗଣ୍ଠି ଯନ୍ତ୍ରଣା ପାଇଁ ସର୍ବୋତ୍ତମ । ଏହି ତେଲ ଶରୀରରେ ମାଲସ ପାଇଁ ବ୍ୟବହାର ହୋଇଥାଏ।  ବଜାରରେ ମିଳୁଥିବା ଏହି ତେଲକୁ ଆପଣ କିଣି ଆଣିପାରିବେ ନଚେତ୍ ରାଶିକୁ ପେଡି ତେଲ ବାହାର କରି ପାରିବେ। ଏହି ତେଲକୁ ୫ରୁ ୧୦ ମିନିଟ୍ ଗରମ ଦିନକୁ ଦୁଇଥର ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାଇପାରିବେ। 

ଜଡା ତେଲ: ଜଡା ତେଲକୁ ଏକ ଆୟୁର୍ବେଦିକ ଔଷଧ ବୋଲି କୁହାଯାଏ । ଏବଂ ୧୦୦ ଗ୍ରାମ  ଜଡା ତେଲରେ ଆପଣ(Pipli) ୫ରୁ ୬ ଖଣ୍ତ ପିପଲି ପକାନ୍ତୁ। ଏହାକୁ ଚୁଲାରେ ୧୦ ମିନିଟ୍ ଯାଏଁ ଫୁଟାନ୍ତୁ । ପରେ ଟିକେ ଥଣ୍ତା ହୋଇଗଲା ପରେ ଏହାକୁ ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାଇପାରିବେ। ଦୈନିକ ଦୁଇଥର ଆପଣ ଏହି ଫୁଟା ତେଲକୁ ଲଗାଇପାରିବେ। ଯାହାଦ୍ବାରା ଆପଣ ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତିପାଇପାରିବେ।

ସୋରିଷ ତେଲ : ସୋରିଶ ତେଲ ବହୁତ୍ ଗରମ ବୋଲି କୁହାଯାଏ ।  ଏହି ତେଲରେ ଆପଣ ରସୁଣ, ଲବଙ୍ଗ ପକାଇ  ୧୦ ମିନିଟ ଯାଏ ଫୁଟାନ୍ତୁ । ପରେ ଏହାକୁ ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାଇପାରିବେ। ଖାସ୍ କରି ରାତିରେ ଏହି ତେଲକୁ ମଶାଜ କରିବା ଦ୍ବାରା ସପ୍ତାହକରେ ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ଛୁ ମନ୍ତ୍ରର ହୋଇଥାଏ।

ଜଡା ପତ୍ର: ଜଡା ତେଲ ପରି ଏହାର ପତ୍ରରେ ମଧ୍ୟ ବେଶ ଔଷଧିୟ ଗୁଣ ରହିଛି। ଏଥିପାଇଁ ଜଡା ପତ୍ରକୁ ଜଡା ତେଲରେ ଗରମ କରନ୍ତୁ । ଏବଂ ୫ରୁ ୧୦ ମିନିଟ୍ ଗରମ କରିବା ପରେ ଏହାକୁ ଯନ୍ତ୍ରଣା ହେଉଥିବା ସ୍ଥାନରେ ମାଲସ କରନ୍ତୁ । ଦୈନିକ ଦୁଇଥର ମାଲସ କରିବା ଉଚିତ୍।  

ନଡିଆ ତେଲ : ନଡିଆ ତେଲର ଅନେକ ଲାଭ ଅଛି ଏବଂ  ଔଷଧୀୟ ଗୁଣ ମଧ୍ୟ ଏଥିରେ ରହିଛି। ଗଣ୍ଠି ଏବଂ ମାଂସପେଶୀ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଏହାକୁ ହାଲୁକା ଗରମ କରନ୍ତୁ ଏବଂ ଏଥିରେ ଟିକେ ଶୁଖିଲା ଅଦା ମିଶାନ୍ତୁ । ଏହାକୁ ଆଣ୍ଠୁରେ ଲଗାଇ ଏହାକୁ ମାଲିସ୍ କଲେ ଶୀଘ୍ର ଆରାମ ମିଳିବ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।)