Litchi benefits: ବ୍ଲଡ଼ ପ୍ରେସର ଓ ରକ୍ତହୀନତା ଭଳି ଅନେକ ସମସ୍ୟା ଦୂର କରିଥାଏ ଲିଚି!
Advertisement

Litchi benefits: ବ୍ଲଡ଼ ପ୍ରେସର ଓ ରକ୍ତହୀନତା ଭଳି ଅନେକ ସମସ୍ୟା ଦୂର କରିଥାଏ ଲିଚି!

Litchi Benefits: ସୁନ୍ଦର ଦେଖାଯାଉଥିବା ଓ ପାଟିକୁ ସୁଆଦିଆ ଲାଗୁଥିବା ଲିଚି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ହିତକର ହୋଇଥାଏ । ଲିଚି ସ୍ବାସ୍ଥ୍ୟ ସହ ଜଡି଼ତ ଅନେକ ସମସ୍ୟାକୁ ଦୂର କରିଥାଏ । ତେବେ ଆସନ୍ତୁ ଜାଣିବା ଲିଚି ଖାଇବା ଦ୍ବାରା ଶରୀରକୁ କି ପ୍ରକାର ଲାଭ ମିଳିଥାଏ ।  

 

ସୌ(ସୋସିଆଲ ମିଡିଆ)

Litchi Benefits: ସୁନ୍ଦର ଦେଖାଯାଉଥିବା ଓ ପାଟିକୁ ସୁଆଦିଆ ଲାଗୁଥିବା ଲିଚି (litchi) ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ହିତକର ହୋଇଥାଏ । ଲିଚି ସ୍ବାସ୍ଥ୍ୟ ସହ ଜଡି଼ତ ଅନେକ ସମସ୍ୟାକୁ ଦୂର କରିଥାଏ । ଏହି ଫଳରେ ପୋଟାସିୟମ୍ (potassium), ଆଇରନ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ , ଏପିକାଟେସିନ୍ ଓ ରୁଟିନ୍ ଭରପୂର ମାତ୍ରାରେ ରହିଥାଏ ଯାହା ମାନସିକ ଚାପ, ମଧୁମେହ (Diabetes), ହୃଦରୋଗ (Heart Problems) ଓ କର୍କଟ ରୋଗ ଭଳି ମାରାତ୍ମକ ରୋଗକୁ ରୋକିବାରେ ସାହାଯ୍ୟ କରିଥାଏ । ଖାଲି ଏତିକି ନୁହେଁ, ଚର୍ମଠାରୁ ଆରମ୍ଭ କରି କେଶ ପର୍ଯ୍ୟନ୍ତ ଲିଚି ସବୁ କ୍ଷେତ୍ର ପାଇଁ ବେଶ ଲାଭଦାୟୀ ହୋଇଥାଏ । ଏହା ଜିଙ୍କ ଓ ଭିଟାମିନ୍ ସିରେ (vitamin c) ପରିପୂର୍ଣ୍ଣ। ଏହାର ଆଣ୍ଟିଅକ୍ସିଡାଣ୍ଟ (Antioxidant) ଗୁଣ ଚର୍ମକୁ ସତେଜ ରଖିଥାଏ । କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଥିବାରୁ ଲିଚି ରକ୍ତରେ ଶର୍କରା ସ୍ତରର ବୃଦ୍ଧିକୁ ରୋକିଥାଏ । ତେବେ ଆସନ୍ତୁ ଜାଣିବା ଲିଚି ଖାଇବା ଦ୍ବାରା ଶରୀରକୁ କି ପ୍ରକାର ଲାଭ ମିଳିଥାଏ ।  

  • ରକ୍ତଚାପକୁ ହ୍ରାସ କରିବା ପାଇଁ ଲିଚି ବେଶ ଉପଯୋଗୀ । ଏଥିରେ ପୋଟାସିୟମ୍ (Potassium) ଓ ସୋଡିୟମ୍ ର ସନ୍ତୁଳିତ ଅନୁପାତ ରହିଥାଏ, ଯାହା ସୁସ୍ଥ ରକ୍ତଚାପ ବଜାୟ ରଖିବା ପାଇଁ ଜରୁରୀ ଅଟେ । ପୋଟାସିୟମ୍ ଶରୀରର ରକ୍ତବାହୀକୁ ଶାନ୍ତ ଓ ଆରାମ କରିବାରେ ସାହାଯ୍ୟ କରିଥାଏ, ଫଳରେ ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ ।
  • ସୁସ୍ଥ ରକ୍ତ ସଞ୍ଚାଳନ ପାଇଁ ଲିଚି ଏକାନ୍ତ ଆବଶ୍ୟକ । ଏଥିରେ ଆଇରନ (Iron), ମାଙ୍ଗାନିଜ୍, ଫସଫରସ୍, ଫୋଲେଟ୍, ଭିଟାମିନ୍ ସି ଓ ମ୍ୟାଗ୍ନେସିୟମ୍ ଭରପୂର ମାତ୍ରାରେ ରହିଥାଏ ଯାହା ହୃଦୟ ଓ ହାଡ଼ ପାଇଁ ବେଶ ଲାଭଦାୟୀ ଅଟେ ।
  • ପାଣି, କାର୍ବୋହାଇଡ୍ରେଟ୍, ଭରପୂର ମାତ୍ରରେ ଫାଇବର (Fiber) ଓ କମ୍ କ୍ୟାଲୋରୀ (Calories ) ହେତୁ ଏହା ଓଜନ କମାଇବା ଲାଗି ମଧ୍ୟ ବେଶ ଉପଯୋଗୀ ହୋଇଥାଏ । କୋଷ୍ଠକାଠିନ୍ୟ (constipation) ଭଳି ସମସ୍ୟାରୁ ମୁକ୍ତି ଲାଗି ଲିଚି ବେଶ ଉପଯୋଗୀ ହୋଇଥାଏ ।
  • ରକ୍ତହୀନତାକୁ ରୋକିବାରେ ଲିଚି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏଥିରେ ଜିଙ୍କ ଓ ଫୋଲିକ୍ ଏସିଡ଼ ଥାଏ ଯାହା ରକ୍ତରେ ଆରବିସି ଗଣନାକୁ ବଢାଇବା ସହ ହେମୋଗ୍ଲୋବିନର (Hemoglobin) ଅଭାବକୁ ଦୂର କରିଥାଏ ।
  • ଲିଚି ଖାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି (immunity power) ବୃଦ୍ଧି ପାଇଥାଏ । ଏଥିରେ ଭରପୂର ପରିମାଣର ଭିଟାମିନ୍ ସି ରହିଥାଏ, ଯାହା ଆମ ଶରୀରକୁ ମାଇକ୍ରୋବରୁ ରକ୍ଷା କରିବା ସହ ବହୁ ରୋଗରୁ ରକ୍ଷା କରିଥାଏ ।
  • ଲିଚି ଏହାର ପୋଷକ ତତ୍ତ୍ୱ ଯଥା ପୋଟାସିୟମ୍ ଓ ଭିଟାମିନ୍ ସି  (vitamin c) ପାଇଁ ବେଶ ଜଣାଶୁଣା । ଲିଚି ଖାଇବା ଦ୍ବାରା ଯୌନ ଇଚ୍ଛା ବୃଦ୍ଧି ପାଇଥାଏ ।

ଯଦି ଆପଣଙ୍କର ମଧ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ସମସ୍ୟା ଅଛି, ତେବେ ଆମକୁ ଆର୍ଟିକିଲ୍ ତଳେ ଥିବା କମେଣ୍ଟ ବକ୍ସରେ କୁହନ୍ତୁ ଓ ଆମେ ଏହାକୁ ଆମର ଆର୍ଟିକିଲ ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରିବୁ । ଯଦି ଆପଣ ଏହି ଆର୍ଟିକିଲକୁ ପସନ୍ଦ କରନ୍ତି ତେବେ ଏହାକୁ ସେୟାର କରନ୍ତୁ । ଏହିପରି ଅଧିକ ଆର୍ଟିକିଲ ପଢିବା ପାଇଁ ଆମ ଜି ଓଡ଼ିଶା ନ୍ୟୁଜ ସହିତ ଯୋଡି ରୁହନ୍ତୁ ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)