Health Tips: ଶାରୀରିକ ସମ୍ବନ୍ଧ ପରେ ପୁରୁଷଙ୍କ ଯୌନାଙ୍ଗରୁ ବାହାରୁଛି ରକ୍ତ, ସାବଧାନ !
Advertisement
Article Detail0/zeeodisha/odisha1857241

Health Tips: ଶାରୀରିକ ସମ୍ବନ୍ଧ ପରେ ପୁରୁଷଙ୍କ ଯୌନାଙ୍ଗରୁ ବାହାରୁଛି ରକ୍ତ, ସାବଧାନ !

Health Tips: ଏମିତିକି ଅନେକ କ୍ଷେତ୍ରରେ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ରକ୍ତ ବାହାରିବା ଲକ୍ଷଣ ଅତ୍ୟନ୍ତ ସାଧାରଣ। କାରଣ କିଛି କିଛି ପୁରୁଷଙ୍କ ଯୌନାଙ୍ଗର ଉପର ଚମଡା ବୟସ ଅନୁସାରେ କଟିନଥାଏ ଯାହାଫଳରେ ଶାରୀରିକ ସମ୍ବନ୍ଧ ସମୟରେ ଏହା ଉପରେ ଚାପ ପଡ଼ିବାରୁ ଚମଡା କଟିଯାଏ। ଯାହାଫଳରେ ରକ୍ତସ୍ରାବ ହୋଇଥାଏ।  

 

Health Tips: ଶାରୀରିକ ସମ୍ବନ୍ଧ ପରେ ପୁରୁଷଙ୍କ ଯୌନାଙ୍ଗରୁ ବାହାରୁଛି ରକ୍ତ, ସାବଧାନ !

Health Tips: ସେକ୍ସ ବା ଶାରୀରିକ ସମ୍ବନ୍ଧ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏବଂ ଏହା ବିଷୟରେ ସଠିକ୍ ସୂଚନା ରହିବା ଆବଶ୍ୟକ । ସୂଚନା ଅଭାବ ହେତୁ, ଏହି ବିଷୟ ଉପରେ ଅନେକଙ୍କ ଧାରଣା ନଥାଏ ଯେଉଁଥିପାଇଁ ପରେ ସେମାନଙ୍କ ପଶ୍ଚାତାପ କରିବାକୁ ପଡେ। ଏହାଏକ ସମ୍ବେଦନଶୀଳ କଥା ହୋଇଥିବାରୁ ଏହାକୁ କିଛି ଲୋକ ଖୋଲାଖୋଲି ଭାବରେ ମଧ୍ୟ କଥାବାର୍ତ୍ତା କରନ୍ତି ନାହିଁ। ଖୋଲାଖୋଲି ଭାବେ କଥା ନହେବା ଫଳରେ ବେଳେବେଳେ ଗମ୍ଭୀର ରୋଗର ପ୍ରାରମ୍ଭିକ ଲକ୍ଷଣ ଚିହ୍ନିବାରେ ମଧ୍ୟ ବିଫଳ ହେଉ। ଏପରି ଏକ ସମସ୍ୟା ହେଉଛି ଯୌନ ସମ୍ବନ୍ଧ ସମୟରେ କିମ୍ବା ତୁରନ୍ତ ଯୌନାଙ୍ଗରୁ ରକ୍ତସ୍ରାବ । 

କାହିଁକି ହୁଏ ରକ୍ତସ୍ରାବ
ଯୌନ ସମ୍ବନ୍ଧ ସମୟରେ କିମ୍ବା ପରେ ରକ୍ତସ୍ରାବକୁ ପୋଷ୍ଟକାଇଟାଲ୍ ରକ୍ତସ୍ରାବ କୁହାଯାଏ । ରକ୍ତ ପରିମାଣ, ଯନ୍ତ୍ରଣା, ଏମିତିକି ବୟସକୁ ନେଇ ଅନେକ କାରଣ ଅଛି ଯାହା ଆପଣଙ୍କର କାହିଁକି ରକ୍ତସ୍ରାବ ହେଉଛି ତାହା ନିର୍ଣ୍ଣୟ କରେ । କିନ୍ତୁ ଏଗୁଡ଼ିକ ହେଉଛି କେତେକ ମୁଖ୍ୟ କାରଣ ଯାହା ଯୌନସମ୍ବନ୍ଧ ପରେ ରକ୍ତସ୍ରାବ ପାଇଁ ଦାୟୀ ହୋଇପାରେ। ଏମିତିକି ଅନେକ କ୍ଷେତ୍ରରେ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ରକ୍ତ ବାହାରିବା ଲକ୍ଷଣ ଅତ୍ୟନ୍ତ ସାଧାରଣ। କାରଣ କିଛି କିଛି ପୁରୁଷଙ୍କ ଯୌନାଙ୍ଗର ଉପର ଚମଡା ବୟସ ଅନୁସାରେ କଟିନଥାଏ ଯାହାଫଳରେ ଶାରୀରିକ ସମ୍ବନ୍ଧ ସମୟରେ ଏହା ଉପରେ ଚାପ ପଡ଼ିବାରୁ ଚମଡା କଟିଯାଏ। ଯାହାଫଳରେ ରକ୍ତସ୍ରାବ ହୋଇଥାଏ।  

ସେହିପରି ଶାରୀରିକ ସମ୍ପର୍କ ସ୍ଥାପନା ପରେ ଆପଣଙ୍କ ପରିସ୍ରାରେ ରକ୍ତ UTI, STI, କିମ୍ବା ଯୌନସମ୍ବନ୍ଧ ସମୟରେ ଆପଣଙ୍କ ଚର୍ମ କିମ୍ବା ଯ ଯୌନାଙ୍ଗ ପାଇଁ ଆଘାତର ଲକ୍ଷଣ ହୋଇପାରେ । କିନ୍ତୁ, ଆପଣଙ୍କ ପରିସ୍ରାରେ ରକ୍ତ ମଧ୍ୟ ଏକ ଗୁରୁତର ବା ଗମ୍ଭୀର ରୋଗର ସଙ୍କେତ ହୋଇପାରେ, ଯେପରିକି ମୂତ୍ରନଳୀ କର୍କଟ। ତେଣୁ ଏପରି ଲକ୍ଷଣ ଦେଖୁଥିଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। 

ପୁରୁଷଙ୍କ ଯୌନାଙ୍ଗରେ(Male Penis) ଯେ କୌଣସି ପ୍ରକାରର ଜୀବାଣୁ କିମ୍ବା ପ୍ରୋଷ୍ଟେଟ ସଂକ୍ରମଣ କାରଣରୁ ଯୌନ ସମ୍ବନ୍ଧ ସମୟରେ ରକ୍ତସ୍ରାବ ହୋଇପାରେ । ସେହିପରି ଏହି ରକ୍ତସ୍ରାବରେ ଦୁର୍ଗନ୍ଧ ହେବା ସହ ରକ୍ତର ରଙ୍ଗରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ଆଉ ପୁରୁଷଙ୍କ କ୍ଷେତ୍ରରେ ଏହା ଏଥିପାଇଁ ଦେଖାଦିଏ କାରଣ ଅନେକ ପୁରୁଷଙ୍କ ନିଜସ୍ୱ ଜୀବନଶୈଳୀ ଠିକ୍ ନଥାଏ। ଏହାସହ ମାତ୍ରାଧିକ ସିଗାରେଟ ଓ ମଦ କାରଣରୁ ମଧ୍ୟ କିଛି କିଛି ପୁରୁଷଙ୍କ ଯୌନାଙ୍ଗରେ ସମସ୍ୟା ଦେଖାଦେବା ସହ ଯୌନ ସମ୍ବନ୍ଧ ସମୟରେ ରକ୍ତସ୍ରାବ ପରି ସମସ୍ୟା ଦେଖାଦେଇପାରେ।

 (Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । 

Also Read: Blood Clots: ଋତୁସ୍ରାବ ସମୟରେ ଶରୀରରୁ ଯାଉଛି ଖଣ୍ଡରକ୍ତ ପିଣ୍ଡୁଳା, ଜାଣନ୍ତୁ କେଉଁ ଗମ୍ଭୀର ରୋଗର ଲକ୍ଷଣ

Also Read: Health Tips: ପୁରୁଷଙ୍କ ପ୍ରଜନନ କ୍ଷମତାକୁ ବଢାଇବ ଏହି ୭ଟି ଉପାୟ, ଆଜି ହିଁ ଆପଣାନ୍ତୁ