Spinach Side Effects: ଖାଉଛନ୍ତି କି ପାଳଙ୍ଗ ? ହୋଇଯାଆନ୍ତୁ ସାବଧାନ୍, ମାଡି ବସିବ ଘାତକ ରୋଗ !
Advertisement

Spinach Side Effects: ଖାଉଛନ୍ତି କି ପାଳଙ୍ଗ ? ହୋଇଯାଆନ୍ତୁ ସାବଧାନ୍, ମାଡି ବସିବ ଘାତକ ରୋଗ !

Spinach Side Effects: ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମକୁ ସବୁଜ ପନିପରିବା ଖାଇବାକୁ ପରାମର୍ଶ ଦିଆଯାଏ । କାରଣ ସେଗୁଡ଼ିକ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ । ଏପରିକି ଅଧିକାଂଶ ଲୋକେ ପାଳଙ୍ଗ ଶାଗ ଖାଇବାକୁ ମଧ୍ୟ ବେଶ ଭଲ ପାଆନ୍ତି । ପାଳଙ୍ଗରୁ ମଧ୍ୟ ଅନେକ ଭିଟାମିନ୍ ମିଳିଥାଏ ।

Spinach Side Effects: ଖାଉଛନ୍ତି କି ପାଳଙ୍ଗ ? ହୋଇଯାଆନ୍ତୁ ସାବଧାନ୍, ମାଡି ବସିବ ଘାତକ ରୋଗ !

Spinach Side Effects: ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମକୁ ସବୁଜ ପନିପରିବା ଖାଇବାକୁ ପରାମର୍ଶ ଦିଆଯାଏ । କାରଣ ସେଗୁଡ଼ିକ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ । ଏପରିକି ଅଧିକାଂଶ ଲୋକେ ପାଳଙ୍ଗ ଶାଗ ଖାଇବାକୁ ମଧ୍ୟ ବେଶ ଭଲ ପାଆନ୍ତି । ପାଳଙ୍ଗରୁ ମଧ୍ୟ ଅନେକ ଭିଟାମିନ୍ ମିଳିଥାଏ । ଯିଏ ଏହାକୁ ନିୟମିତ ଖାଏ, ତାଙ୍କ ଶରୀରରେ ଭିଟାମିନ୍ ଏ, ଭିଟାମିନ୍ ସି, କ୍ୟାଲସିୟମ୍, ଆଇରନ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ମିଳିଥାଏ । ଏଥିରେ କୌଣସି ସନ୍ଦେହ ନାହିଁ। ଉତ୍ତମ ସ୍ୱାସ୍ଥ୍ୟ ଦୃଷ୍ଟିରୁ ପାଳଙ୍ଗ ଖାଇବା ଆବଶ୍ୟକ, କିନ୍ତୁ ଯଦି ଆପଣ ଏହାକୁ ଅତ୍ୟାଧିକ ଖାଇବା ଆରମ୍ଭ କରନ୍ତି ତେବେ ଏହା ଆପଣଙ୍କ ପାଇଁ କ୍ଷତିକାରକ ହୋଇଥାଏ ।

ଅଧିକ ପାଳଙ୍ଗ ଖାଉଥିଲେ ହୋଇ ଯାଆନ୍ତୁ ସାବଧାନ୍ :
ଯଦି ଆପଣ ଶାଗ ଖାଇବାକୁ ପସନ୍ଦ କରନ୍ତି ତେବେ, ଖାଆନ୍ତୁ । କିନ୍ତୁ ଅତ୍ୟାଧିକ ପରିମାଣରେ ଶାଗ ଖାଇବା ଦ୍ବାର ଆପଣ ବିଭିନ୍ନ ସମସ୍ୟାରେ ପଡି ପାରନ୍ତି । ତେବେ, ଆସନ୍ତୁ ଜାଣିବା ପାଳଙ୍ଗ ଅଧିକ ଖାଇବା ଦ୍ବାରା କଣ ସବୁ କ୍ଷତି ଆମ ଶରୀରକୁ ପହଞ୍ଚିଥାଏ । 

କିଡନୀ ଷ୍ଟୋନ୍ :
ଯେଉଁମାନେ ଅଧିକ ମାତ୍ରାରେ ପାଳଙ୍ଗ ଖାଉଛନ୍ତି, ସେମାନଙ୍କ ଠାରେ କିଡନୀ ଷ୍ଟୋନର ସମସ୍ୟା ଦେଖାଦେଇଥାଏ । କାରଣ ଏହି ସବୁଜ ପତ୍ରଯୁକ୍ତ ପନିପରିବାରେ କ୍ୟାଲସିୟମ୍ ଅକ୍ସାଲେଟ୍ ପ୍ରଚୁର ପରିମାଣରେ ମିଳିଥାଏ। ଏହାର ଅତ୍ୟଧିକ ସେବନ କିଡନୀରେ ଛୋଟ ପଥର ତିଆରି କରିପାରେ ।

ପେଟ ସମସ୍ୟା  :
ଏଥିରେ କୌଣସି ସନ୍ଦେହ ନାହିଁ ଯେ, ପାଳଙ୍ଗ ହଜମ ପ୍ରକ୍ରିୟା ପାଇଁ ଭଲ ବୋଲି ବିବେଚନା କରାଯାଏ, ସେଥିପାଇଁ ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏହାକୁ ଖାଇବାକୁ ପରାମର୍ଶ ଦିଅନ୍ତି । କିନ୍ତୁ ଯଦି ଆପଣ ଏହାକୁ ଅତ୍ୟାଧିକ ମାତ୍ରାରେ ଖାଉଛନ୍ତି ତେବେ ଏହା ହଜମ ପ୍ରକ୍ରିୟା ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ ।

ଜଏଣ୍ଟ ପେନ୍  :
ଯଦି ଆପଣ ଅଧିକ ମାତ୍ରାରେ ପାଳଙ୍ଗ ଖାଉଛନ୍ତି । ତେବେ, ଗଣ୍ଠି ଯନ୍ତ୍ରଣା ଏବଂ ଆର୍ଥ୍ରାଇଟିସ୍ ସମସ୍ୟା (arthritis) ଆପଣଙ୍କ ଠାରେ ଖୁବଶିଘ୍ର ଦେଖାଦେବାର ଆଶଙ୍କା ରହିଛି । ସେଥିପାଇଁ ନିଶ୍ଚିତ ଭାବରେ ପାଳଙ୍ଗ ଖାଆନ୍ତୁ କିନ୍ତୁ ଏଥିପ୍ରତି ସତର୍କ ରୁହନ୍ତୁ ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)

ଏହାବି ପଢନ୍ତୁ : Men Health Tips: ଯୌନ ସମସ୍ୟା ଦୂର କରିବା ପାଇଁ ବିବାହିତ ପୁରୁଷମାନେ ଆଜିଠୁ ଆରମ୍ଭ କରନ୍ତୁ ଏହି ୫ଟି ଜିନିଷର ସେବନ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ!

ଏହାବି ପଢନ୍ତୁ : Horoscope Today 12 December 2022: ଆଜି ସୂର୍ଯ୍ୟଙ୍କ ପରି ଚମକିବ ଏସବୁ ରାଶିର ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସପ୍ତାହର ପ୍ରଥମ ଦିନ