Men's Day 2022: ଜଣେ ମହିଳା ହିଁ ଭାରତରେ ଆରମ୍ଭ କରିଥିଲେ ପୁରୁଷ ଦିବସ,ଜାଣନ୍ତୁ ସେ କିଏ ?
Advertisement

Men's Day 2022: ଜଣେ ମହିଳା ହିଁ ଭାରତରେ ଆରମ୍ଭ କରିଥିଲେ ପୁରୁଷ ଦିବସ,ଜାଣନ୍ତୁ ସେ କିଏ ?

Men's Day 2022: ଆନ୍ତର୍ଜାତୀୟ ପୁରୁଷ ଦିବସ ପ୍ରତିବର୍ଷ ୧୯ ନଭେମ୍ବରରେ ପାଳନ କରାଯାଏ । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ପୁରୁଷ ଆଦର୍ଶକୁ ଆଲୋକିତ କରିବା ଏବଂ ପୁରୁଷତ୍ୱର ସକରାତ୍ମକ ଅଭିବ୍ୟକ୍ତିକୁ ପ୍ରୋତ୍ସାହିତ କରିବା।

Men's Day 2022: ଜଣେ ମହିଳା ହିଁ ଭାରତରେ ଆରମ୍ଭ କରିଥିଲେ ପୁରୁଷ ଦିବସ,ଜାଣନ୍ତୁ ସେ କିଏ ?

Men's Day 2022: ଆନ୍ତର୍ଜାତୀୟ ପୁରୁଷ ଦିବସ ପ୍ରତିବର୍ଷ ୧୯ ନଭେମ୍ବରରେ ପାଳନ କରାଯାଏ । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ପୁରୁଷ ଆଦର୍ଶକୁ ଆଲୋକିତ କରିବା ଏବଂ ପୁରୁଷତ୍ୱର ସକରାତ୍ମକ ଅଭିବ୍ୟକ୍ତିକୁ ପ୍ରୋତ୍ସାହିତ କରିବା। ଅନ୍ତର୍ଜାତୀୟ ପୁରୁଷ ଦିବସ ସମାଜ, ସମ୍ପ୍ରଦାୟ, ଜାତି, ପରିବାର, ବିବାହ ଏବଂ ଶିଶୁ ଯତ୍ନ ପାଇଁ ବାଳକ ଏବଂ ପୁରୁଷଙ୍କ ଅବଦାନକୁ ସମ୍ମାନ ଏବଂ ଚିହ୍ନିବାରେ ସାହାଯ୍ୟ କରେ । ଏହା ମଧ୍ୟ ପୁରୁଷମାନଙ୍କ ସମସ୍ୟା ବିଷୟରେ ମୌଳିକ ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି  । ୨୦୦୭ ମସିହାରେ ୧୯ ନଭେମ୍ବରରେ ଭାରତରେ ଅନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରାଯାଇଥିଲା । ପୁରୁଷମାନଙ୍କ ପ୍ରତି ସଚେତନତା ବୃଦ୍ଧି ଲକ୍ଷ୍ୟରେ ଏହି ଦିନ ପ୍ରତିବର୍ଷ ୧୯ ନଭେମ୍ବରରେ ପାଳନ କରାଯାଏ । 

ଆନ୍ତର୍ଜାତୀୟ ପୁରୁଷ ଦିବସ ୨୦୨୨ର ଥିମ୍ :
ଆନ୍ତର୍ଜାତୀୟ ପୁରୁଷ ଦିବସ ୨୦୨୨ର ଥିମ୍ ହେଉଛି "ପୁରୁଷ ଏବଂ ବାଳକମାନଙ୍କୁ ସାହାଯ୍ୟ କରିବା (Helping Men and Boys) " ।

ଆନ୍ତର୍ଜାତୀୟ ପୁରୁଷ ଦିବସର ଇତିହାସ :
ଥୋମାସ୍ ଓଷ୍ଟର (Thomas Oster) ମିସୋରୀ ସେଣ୍ଟର ଫର ମେନ ଷ୍ଟଡିଜ୍ ର ନିର୍ଦ୍ଦେଶକ ଥିଲେ ଏବଂ ୧୯୯୦ ଦଶକ ପୂର୍ବରୁ ସେ ଆମେରିକା, ଅଷ୍ଟ୍ରେଲିଆ ଏବଂ ମାଲ୍ଟାର ସଂଗଠନଗୁଡ଼ିକୁ ଆନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରିବା ଉଦ୍ଦେଶ୍ୟରେ ଫେବୃଆରୀ ମାସରେ ଛୋଟ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଆମନ୍ତ୍ରଣ କରିଥିଲେ।  ଓଷ୍ଟର ଦୁଇ ବର୍ଷ ଧରି ଏହି ଇଭେଣ୍ଟଗୁଡିକ ଆୟୋଜନ କରିଥିଲେ । କିନ୍ତୁ ୧୯୯୫ ରେ ଏହି କାର୍ଯ୍ୟକ୍ରମରେ ବହୁତ କମ୍ ସଂସ୍ଥା ଅଂଶଗ୍ରହଣ କରିଥିଲେ, ଫଳସ୍ୱରୂପ ଇଭେଣ୍ଟ ବନ୍ଦ ହୋଇଗଲା ।

୧୯୯୯ରେ ପୁନର୍ବାର ପୁରୁଷ ଦିବସ ପାଳନ କରିବାକୁ ପଦକ୍ଷେପ  :
୧୯୯୯ରେ ଜେରୋମ ଟିଲକ୍ ସେହି ଦିନକୁ ପୁନର୍ଜୀବିତ କଲେ , ଯେତେବେଳେ ସେ ଅନୁଭବ କଲେ ଯେ,  ଯୁବକ ,ବାଳକ ଏବଂ କିଶୋର ଥିବା ପୁରୁଷମାନଙ୍କୁ ପାଳନ କରିବାର ଦିନ ନାହିଁ । ସେ ମଧ୍ୟ ସକରାତ୍ମକ ପୁରୁଷ ଆଦର୍ଶର ମହତ୍ତ୍ବ ବୁଝିଥିଲେ ଏବଂ ୧୯ ନଭେମ୍ବରରେ ଅନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ତାଙ୍କ ବ୍ୟକ୍ତିଗତ ଆଦର୍ଶ, ପିତାଙ୍କ ଜନ୍ମ ବାର୍ଷିକୀ ମଧ୍ୟ ହୋଇପାରେ । ସେବେଠାରୁ, ଆନ୍ତର୍ଜାତୀୟ ପୁରୁଷ ଦିବସ ପାଳନ ହୋଇ ଆସୁଛି । ଏହି ଦିନ ପୁରୁଷମାନଙ୍କର ଶାରୀରିକ , ମାନସିକ ସ୍ବାସ୍ଥ୍ୟ ଏବଂ ସକରାତ୍ମକ ପୁରୁଷତ୍ୱର ଗୁରୁତ୍ୱକୁ ଆଲୋକିତ କରେ ।

ଭାରତରେ ଅନ୍ତର୍ଜାତୀୟ ପୁରୁଷ ଦିବସ ପାଳନ ଆରମ୍ଭ ହୋଇଥିଲା :
ଭାରତରେ ଅନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରିବା ପାଇଁ ବହୁ ବର୍ଷ ଲାଗିଥିଲା ​​ଏବଂ ୨୦୦୭ ମସିହାରେ ହାଇଦ୍ରାବାଦ ଲେଖକ ଉମା ଚାଲା ଏହାକୁ ଆରମ୍ଭ କରିଥିଲେ। ଏହା ଶୁଣିବା ଆଶ୍ଚର୍ଯ୍ୟଜନକ ଲାଗିପାରେ, କିନ୍ତୁ ଜଣେ ମହିଳା ହିଁ ଆନ୍ତର୍ଜାତୀୟ ପୁରୁଷ ଦିବସ ଆରମ୍ଭ କରିଥିଲେ ।

ଅନ୍ତର୍ଜାତୀୟ ପୁରୁଷ ଦିବସର ମହତ୍ତ୍ବ :

ସମସ୍ତ ପୁରୁଷ  ଭିନ୍ନ କିନ୍ତୁ ସେମାନଙ୍କୁ ପ୍ରଶଂସା କରାଯିବା ଉଚିତ୍  । ଏବଂ ସେମାନଙ୍କର ଅବଦାନ ପାଇଁ ଗୋଟିଏ ଦିନ ପାଳନ କରାଯିବା ଉଚିତ୍ । ପୁରୁଷମାନଙ୍କ ପାଇଁ ଏହା ଏକ ଦିନ ।  ଆନ୍ତର୍ଜାତୀୟ ପୁରୁଷ ଦିବସ ମଧ୍ୟ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରେ। ତେବେ ଆଜିର ଦିନରେ ସମାଜ ପ୍ରତି ପୁରୁଷମାନଙ୍କ ଅବଦାନକୁ ସମସ୍ତେ ସ୍ମରଣ କରିବା ଆବଶ୍ୟକ।