Akhand jyoti : ଆସୁଛି ପାର୍ବଣ । ଏନେଇ ଉତ୍ସବ ମୁଖର ପୁଲପଲ୍ଲୀ । ଆସନ୍ତା ସପ୍ତାହ ଠାରୁ ଆରମ୍ଭ ହେବେ ନବରାତ୍ରୀ (Navratri) । ଚଳିତ ମାସ ୨୬ ତାରିଖରୁ ଆରମ୍ଭ ହୋଇ ଆସନ୍ତା ମାସ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ନବରାତ୍ର ।
Trending Photos
Akhand jyoti : ଆସୁଛି ପାର୍ବଣ । ଏନେଇ ଉତ୍ସବ ମୁଖର ପୁଲପଲ୍ଲୀ । ଆସନ୍ତା ସପ୍ତାହ ଠାରୁ ଆରମ୍ଭ ହେବେ ନବରାତ୍ରୀ (Navratri) । ଚଳିତ ମାସ ୨୬ ତାରିଖରୁ ଆରମ୍ଭ ହୋଇ ଆସନ୍ତା ମାସ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ନବରାତ୍ର । ନବରାତ୍ର ସମୟରେ ଅଖଣ୍ତ ଦୀପ ଜାଳିବାର ବିଶେଷ ମହତ୍ବ ରହିଛି । ଖାସ କରି ନବରାତ୍ର ସମୟରେ ଏହାର ମାହାତ୍ମ ବେଶ ଅଧିକ ଥାଏ। ଅଖଣ୍ଡ ଦୀପ ବିଷୟରେ ଆଲୋଚନା କରିବା ପୂର୍ବରୁ,ଦୀପ ବିଷୟରେ ମଧ୍ୟ ଜାଣିବା ଅତ୍ୟନ୍ତ ଜରୁରୀ । ଅଖଣ୍ତ ଦୀପ ପ୍ରଜ୍ଜଳନ ଦ୍ବାର ଘରେ କୌଣସିକୁ ଦୃଷ୍ଟି ମଧ୍ୟ ପଡି ନ ଥାଏ । କୁହାଯାଏ, ଯେଉଁ ଘରେ ପ୍ରିତିଦିନ ଭଗବାନଙ୍କ ପୂଜା କରାଯାଏ । ସେଠି ମା ଲକ୍ଷ୍ମୀ ବାସ କରନ୍ତି। ସେହିପରି ଯେ କୌଣସି ପୂଜା ଆରମ୍ଭ ହୋଇଥାଏ । ସେଠାରେ ଦୀପ ଲଗାଇ ପୂଜା ଆରମ୍ଭ ହୋଇଥାଏ । ପୂଜା ଶେଷରେ ଦେବତା ବା ଦେବୀଙ୍କୁ ଦୀପରୁ ଆଳତୀ ମଧ୍ୟ କରାଯାଇଥାଏ । ନବରାତ୍ର ପୂଜା ସମୟରେ ଧ୍ୟାନ ରଖିବା ଉଚିତ୍ ଯେ, ପୂଜା ସମୟରେ ଯେପରି ଦୀପ ନ ଲିଭିଯାଏ । ଦୀପ ଜାଳିବା ପରେ ଧୀରେ ଧୀରେ ଏହାର ନିଆଁର ଉତ୍ତାପ ସହିତ ଆଖପାଖ ଅଞ୍ଚଳକୁ ଆଚ୍ଛାଦିତ କରେ । ଅଖଣ୍ତ ଦୀପ ଯେତେ ଅଧିକ ଜଳିଯାଏ । ଏହାର କ୍ଷେତ୍ର ଅଧିକ ସ୍ବେଚ୍ଛ ମଧ୍ୟ ରହିଥାଏ । ଦୀପ ନ ଲିଭିବା ପାଇଁ ଦୀପ ଗୁଡିକରେ ପ୍ରଚୁର ପରିମାଣର ଘିଅ ଦିଅନ୍ତୁ । ଅଖଣ୍ତ ଦୀପ ଜଳିବା ଦ୍ବାରା ଘରେ ସୁଖ, ସମୃଦ୍ଧତା ଏବଂ ଧନ ପ୍ରାପ୍ତ ହୁଏ ।
ନବରାତ୍ରୀ ଏକ ହିନ୍ଦୁ ପର୍ବ । ଏହା ନଅ ରାତି (ଏବଂ ଦଶ ଦିନ) ଧରି ପ୍ରତିବର୍ଷ ଶରତ ଋତୁରେ ପାଳନ କରାଯାଇଥାଏ । ଏହା ବିଭିନ୍ନ କାରଣରୁ ଏବଂ ଭାରତୀୟ ସାଂସ୍କୃତିକ କ୍ଷେତ୍ରର ବିଭିନ୍ନ ଭାଗରେ ଭିନ୍ନ ଭିନ୍ନ ଭାବରେ ପାଳନ କରାଯାଇଥାଏ । ତାତ୍ତ୍ୱିକ ଭାବେ ଚାରୋଟି ଋତୁକାଳୀନ ନବରାତ୍ରୀ ରହିଛି । ତେବେ ସାଧାରଣତଃ ମୌସୁମୀ ପରବର୍ତ୍ତୀ ଶାରଦୀୟ ନବରାତ୍ରୀ ପ୍ରଧାନ । ଏଥିରେ ହିନ୍ଦୁ ଦେବୀଙ୍କୁ (ଦୁର୍ଗା) ସମ୍ମାନ ଜଣାଇ ପାଳନ କରାଯାଏ । ଏହି ପର୍ବ ହିନ୍ଦୁ ପାଞ୍ଜିର ଆଶ୍ୱିନ ମାସର ଶୁକ୍ଳ ପକ୍ଷରେ ପାଳନ କରାଯାଏ । ଏହା ସାଧାରଣତଃ ସେପ୍ଟେମ୍ବର ଏବଂ ଅକ୍ଟୋବରରେ ପଡ଼ିଥାଏ ।
ପୁରାଣ ମତେ ଦୁର୍ଗ ରାକ୍ଷସ ବ୍ରହ୍ମାଙ୍କ ଠାରୁ ବରପ୍ରାପ୍ତ ହୋଇ ଭୀଷଣ ଶକ୍ତିଶାଳୀ ଓ ଅତ୍ୟାଚାରୀ ହୋଇ ଉଠିଲା । ସେ ତ୍ରିଲୋକ ଜିଣିବା ପରେ ଦେବଲୋକ ଯାଇ ଦେବରାଜ ଇନ୍ଦ୍ରଙ୍କୁ ଭୟ ଦେଖାଇଲା। ଦେବଗଣ ସମ୍ମିଳିତ ହୋଇ ଲଢ଼ିଲେ । କିନ୍ତୁ ସମସ୍ତ ଦେବ ଆୟୁଧକୁ ବ୍ୟର୍ଥ କରି ଦୁର୍ଗ ଦୈତ୍ୟ ଦେବଗଣଙ୍କୁ ବନ୍ଦୀକରି ନିଜ ଦୁର୍ଗର କାଳ କୋଠରୀରେ ବନ୍ଦକରି ନିତ୍ୟ ନିର୍ଯ୍ୟାତନା ଦେବାରେ ଲାଗିଲା । ସବୁ ଦେବତା ଭୀତତ୍ରସ୍ତ ହୋଇ ମହାଶକ୍ତିଙ୍କୁ ପ୍ରାର୍ଥନା କଲେ । ଦୟାରେ ବିଗଳିତ ମା’ ଆବିର୍ଭୂତ ହୋଇ ନିଜ ଅଗ୍ନିଗର୍ଭା ନେତ୍ରରେ ଦୁର୍ଗମର ଦୁର୍ଗ ଧ୍ୱଂସ କରି ଦେବଗଣକୁ ଉଦ୍ଧାର କଲେ ।
ଯେତେବେଳେ ଦୁର୍ଗ ମା’ଙ୍କୁ ଆକ୍ରମଣ କରିବାକୁ ଆସିଲା ମା’ ସହସ୍ରଭୂଜା ହୋଇ ଅସୁମାରି ଶସ୍ତ୍ର ଧାରଣ କରି ରାକ୍ଷସକୁ ବଧ କଲେ । ସେହିଦିନଠାରୁ ସେ ଦୁର୍ଗ ନାଶକାରି ଦୁର୍ଗା ଭାବେ ପୂଜିତ ହେଲେ । ସିଂହବାହିନୀ ଭାବରେ ସେ ଉଭୟ ସ୍ନେହୀ ଓ ଭୟଙ୍କରୀ । ସିଂହ ଉପରେ ବସି ସେ ଚତୁର୍ଭୁଜା, ଅଷ୍ଟଭୁଜା ବା ଏପରିକି ସହସ୍ରଭୁଜା ମଧ୍ୟ ହୋଇପାରନ୍ତି । କିନ୍ତୁ ସବୁବେଳେ ତାଙ୍କର ଗୋଟିଏ ହାତ ବରଦା ବା ଶାନ୍ତ ମୁଦ୍ରାରେ ଶୋଭିତ । ମା’ ରୂପରେ ସେ ଭକ୍ତ ଓ ଶରଣାଗତମାନଙ୍କ ପାଇଁ ସେ ଅଭୟ, ଦୟା ଓ ବରଦା, କରୁଣାମୟୀ । କିନ୍ତୁ ଦୁରାଚାରୀ, ରାକ୍ଷସ ସ୍ୱଭାବର ବ୍ୟକ୍ତି, ଯେ ଅନ୍ୟମାନଙ୍କୁ କଷ୍ଟ ଦିଅନ୍ତି ସେମାନଙ୍କ ପାଇଁ ସେ ଭୟଙ୍କର ହୋଇପଡ଼ନ୍ତି । ବସନ୍ତ ଓ ଶରତ ଋତୁରେ ଦେବୀ ଆରାଧନା କରାଯାଏ । ଚୈତ୍ର ଶୁକ୍ଳ ଏବଂ ଆଶ୍ୱିନ ଶୁକ୍ଳ ପ୍ରତିପଦଠାରୁ ନବମୀ ପର୍ଯ୍ୟନ୍ତ ନଗଗୌରୀ ବା ନବଦୁର୍ଗା (ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟୟନୀ, କାଳରାତ୍ରୀ, ମହାଗୌରୀ)ଙ୍କ ପୂଜା ଅନୁଷ୍ଠିତ ହୁଏ ।