Vastu Tips: ବାସ୍ତୁଶାସ୍ତ୍ର ଅନୁସାରେ ଜାଣନ୍ତୁ ଘର କେମିତି ହେବା ଆବଶ୍ଯକ
Advertisement
Article Detail0/zeeodisha/odisha1919941

Vastu Tips: ବାସ୍ତୁଶାସ୍ତ୍ର ଅନୁସାରେ ଜାଣନ୍ତୁ ଘର କେମିତି ହେବା ଆବଶ୍ଯକ

Vastu Tips: ବାସ୍ତୁ ଅନୁସାରେ ଘରର ରୁମ୍, ହଲ୍, ରୋଷେଇ ଘର, ବାଥରୁମ ଓ ବେଡରୁମ ଗୋଟିଏ ନିର୍ଦ୍ଦିଷ୍ଟ ଦିଗରେ ରହିବା ଆବଶ୍ୟକ । ଯାହାଦ୍ୱାରା ଘରେ ବାସ୍ତୁଦୋଷ ରହେ ନାହିଁ ଓ ଲୋକ ସୁଖି ରୁହନ୍ତି । 

Vastu Tips: ବାସ୍ତୁଶାସ୍ତ୍ର ଅନୁସାରେ ଜାଣନ୍ତୁ ଘର କେମିତି ହେବା ଆବଶ୍ଯକ

Vastu Tips: ଘରର କେଉଁ ଦିଗରେ କ’ଣ ରହିବା ଆବଶ୍ଯକ ତାହାର ଉଲ୍ଲେଖ ଅନେକ ବାସ୍ତୁ ଗ୍ରନ୍ଥରେ ରହିଛି । ଭବନ ଭାଷ୍କର ଓ ବିଶ୍ୱକର୍ମା ପ୍ରକାଶ ଭଳି ଗ୍ରନ୍ଥରେ ଏହାର ଉଲ୍ଲେଖ ରହିଛି । ବାସ୍ତୁ ଅନୁସାରେ ଏକ ଆଦର୍ଶ ଘରର ମୁଖ୍ୟଦ୍ୱାର କେବଳ ପୂର୍ବ କିମ୍ବା ଉତ୍ତର-ପୂର୍ବ ଦୀଗରେ ରହିବା ଆବଶ୍ଯକ । ସେହିଭଳି ଆପଣଙ୍କ ଘରର ସ୍ଲୋପ୍ ପୂର୍ବ,ଉତ୍ତର କିମ୍ବା ଉତ୍ତର-ପୂର୍ବ (ଐଶନ୍ୟ କୋଣ) ପଟକୁ ରହିବା ଶୁଭଙ୍କର । ସେହିଭଳି ବାସ୍ତୁ ଅନୁସାରେ ଘରର ରୁମ୍, ହଲ୍, ରୋଷେଇ ଘର, ବାଥରୁମ ଓ ବେଡରୁମ ଗୋଟିଏ ନିର୍ଦ୍ଦିଷ୍ଟ ଦିଗରେ ରହିବା ଆବଶ୍ୟକ । ଯାହାଦ୍ୱାରା ଘରେ ବାସ୍ତୁଦୋଷ ରହେ ନାହିଁ ଓ ଲୋକ ସୁଖି ରୁହନ୍ତି । 

୧- ପୂର୍ବ ଦିଗ –ପୂର୍ବ ଦିଗରେ ସୂର୍ଯ୍ୟ ଉଦୟ ହୁଅନ୍ତି । ଏହି ଦିଗରୁ ସକରାତ୍ମକ ଶକ୍ତି ଘରକୁ ପ୍ରବେଶ କରିଥାଏ । ଯଦି ଘରର ମୁଖ୍ୟଦ୍ୱାର ପୂର୍ବଦିଗରେ ରହିବ ତେବେ ଏହା ଉତ୍ତମ ଫଳ ପ୍ରଦାନ କରିବ । ଘରର ଝରକା ମଧ୍ଯ ପୂର୍ବଦିଗରେ ରଖି ପାରିବେ ।

୨- ପଶ୍ଚିମ ଦିଗ-ଆପଣଙ୍କ ରୋଷେଇ ଘର ଓ ଗାଧୁଆ ଘର ପଶ୍ଚିମ ଦିଗରେ ରହିବା ଆବଶ୍ୟକ । ତେବେ ରୋଷେଇ ଓ ଗାଧୁଆ ଘର ପାଖାପାଖି ଯେମିତି ନରୁହେ ସେଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି । 

୩- ଉତ୍ତର ଦିଗ-ଉତ୍ତର ଦିଗରେ ଘରର ସବୁଠାରୁ ଅଧିକ ଝରକା ଓ କବାଟ ରଖିବା ଉଚିତ । ଘରର ବାଲକୋନି ଓ ବେସିନ ମଧ୍ୟ ଏହି ଦିଗରେ ରରିବା ଉଚିତ । ଯଦି ମେନ୍ ଗେଟ୍ ଏହି ଦିଗରେ ଅଛି ତେବେ ବହୁତ ଭଲ । 

୪- ଦକ୍ଷିଣ ଦିଗ- ଦକ୍ଷିଣ ଦିଗରେ କୌଣସି ପ୍ରକାରର ଖାଲିସ୍ଥାନ,ଶୌଚାଳୟ ଆଦି ରହିବା ଠିକ ନୁହେଁ । ଘରର ଏହି ସ୍ଥାନରେ ଭାରି ଜିନିସ ରଖନ୍ତୁ । ଯଦି ଏହି ଦିଗରେ କବାଟ କିମ୍ବା ଝରକା ଅଛି ତେବେ ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରିବେ । ଏହାଦ୍ୱାରା ଘରରେ ଅମ୍ଲଜାନ ସ୍ତର କମିବ ତଥା ଘରେ ଅଶାନ୍ତି ଲାଗି ରହିବ । 

୫- ଉତ୍ତର-ପୂର୍ବ ଦିଗ-ଏହାକୁ ଐଶନ୍ୟ କୋଣ କୁହନ୍ତି । ଏହା ଜଳର ସ୍ଥାନ । ଏହି ଦିଗରେ ବୋରିଂ, ସୁଇମିଂ ପୁଲ, ପୂଜାଘର ଆଦି ରହିବା ଠିକ । ଏହି ଦିଗରେ ଘରର ମେନ୍ ଗେଟ୍ ରହିବ ମଧ୍ଯ ଉତ୍ତମ । 

୬- ଉତ୍ତର –ପଶ୍ଚିମ ଦିଗ- ଏହି ଦିଗରେ ଆପଣଙ୍କ ବେଡରୁମ୍,ଗ୍ୟାରେଜ୍,ଗୁହାଳ ରହିବା ଆବଶ୍ୟକ । 

୭-  ଦକ୍ଷିଣ-ପୂର୍ବ ଦିଗ- ଏହାକୁ ଘରର ଆଗ୍ନେୟ କୋଣ କୁହାଯାଏ । ଏହା ଅଗ୍ନି ତତ୍ୱର ଦିଗ । ଏହି ଦିଗରେ ଗ୍ୟାସ,ବୟଲର,ଟ୍ରାନ୍ସଫର୍ମର ଆଦି ରଖାଯାଏ । 

୮- ଦକ୍ଷିଣ-ପଶ୍ଚିମ ଦିଗ-ଏହି ଦିଗରେ ଝରକା,କବାଟ କେବେ ମଧ୍ଯ ରହିବା ଉଚିତ ନୁହେଁ । ଘର ମୁଖ୍ୟଙ୍କ ରୁମ ଏହି ଦିଗରେ ରହିବା ଆବଶ୍ୟକ । କ୍ୟାସ କାଉଣ୍ଟର,ମେସିନ ଆଦି ଏହି ଦିଗରେ ରଖିବା ଭଲ ଫଳ ଦେଇଥାଏ ।  

୯- ଘରର ଅଗଣା- ଘରେ ଯଦି ଅଗଣା ନାହିଁ ତେବେ ଏହା ଅଧୁରା । ଘରର ସମ୍ମୁଖ କିମ୍ବା ପଶ୍ଚାତ ଭାଗରେ ଅଗଣା ରହିବା ଆବଶ୍ୟକ । ଅଗଣାରେ ତୁଳସୀ,ବେଦନା,ଜାମୁଗଛ,ନିମ ,ଅଁଳା ଆଦି ଗଛ ଲଗାନ୍ତୁ । ଏହା ବ୍ୟତିତ ସକରାତ୍ମକ ଶକ୍ତି ପ୍ରଦାନକାରୀ ଫୁଲ ଗଛ ମଧ୍ଯ ଅଗଣାରେ ଲଗାନ୍ତୁ । 

Also Read- ବାସ୍ତୁପୁରୁଷ କିଏ ? କ’ଣ ପାଇଁ କୌଣସି ଶୁଭକାର୍ଯ୍ୟରେ ଯଜ୍ଞରେ ପ୍ରଥମେ ଆହୁତି ବାସ୍ତୁ ପୁରୁଷଙ୍କୁ ଦିଆଯାଏ ?

Also Read- Vastu Tips: ଘରର ମୁଖ୍ୟଦ୍ବାରରେ ସିଞ୍ଚନ୍ତୁ ଏହି ପାଣି, ଶୀଘ୍ର ଧନୀ ହେବେ