Guru Gochar 2024: ଚଳନ ବଦଳାଇବେ ବୃହସ୍ପତି, ଜାଣନ୍ତୁ ଏହି ୩ ରାଶି ପାଇଁ କେମିତି ରହିବ ଦିନ?
Advertisement

Guru Gochar 2024: ଚଳନ ବଦଳାଇବେ ବୃହସ୍ପତି, ଜାଣନ୍ତୁ ଏହି ୩ ରାଶି ପାଇଁ କେମିତି ରହିବ ଦିନ?

Guru Gochar 2024: ବୈଦିକ ଶାସ୍ତ୍ର ଅନୁଯାୟୀ, ଦେବ ଗୁରୁ ବୃହସ୍ପତି ଜୁଲାଇ ୧ରେ ରାଶି ପରିବର୍ତ୍ତନ କରିବେ । ଏହି ଦିନ ବୃହସ୍ପତି ମେଷ ରାଶି ଛାଡ଼ି ବୃଷ ରାଶିକୁ ପ୍ରବେଶ କରିବେ । ବୃଷ ରାଶିରେ ବୃହସ୍ପତିଙ୍କ ଚଳନ ହେତୁ କେତେକ ରାଶିଙ୍କୁ ଶୁଭ ତ ଆଉ କେତେକ ରାଶିଙ୍କୁ ଅଶୁଭ ଫଳ ମିଳିବ ।

କୁହାଯାଏ, ବୃହସ୍ପତିଙ୍କ ଆଶୀର୍ବାଦ ଫଳରେ ମଣିଷର ଭାଗ୍ୟ ବଦଳିଯାଏ । ଶାସ୍ତ୍ର ଅନୁଯାୟୀ, ବୃହସ୍ପତିଙ୍କୁ ଜ୍ଞାନ, ଦାନ, ଧର୍ମ ଓ ଧନ ବୃଦ୍ଧିର କାରକ ବୋଲି କୁହାଯାଏ। ୨୭ ନକ୍ଷତ୍ର ମଧ୍ୟରେ ବୃହସ୍ପତି ପୁଣର୍ଭସୁ, ବିଶାଖା ଓ ପୂର୍ବାଭାଦ୍ରପଦ ନକ୍ଷତ୍ରର ସ୍ବାମୀ ଅଟନ୍ତି ।

ବୃଷ ରାଶି: ଏହି ସମୟ ମଧ୍ୟରେ ବୃଷ ରାଶିର ବ୍ୟକ୍ତି ବିଶେଷ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବେ । ନୂତନ ଯାନ କିମ୍ବା ଘର କିଣିବା ନେଇ ଯୋଗ ରହିଛି । ବୃହସ୍ପତିଙ୍କ ଆର୍ଶୀବାଦ ଫଳରେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ବୈବାହିକ ଜୀବନ ସୁଖମୟ ହେବ । ପରିବାରଠାରୁ ପୂର୍ଣ୍ଣ ସମର୍ଥନ ମିଳିବ ।

ସିଂହ ରାଶି: ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ହେତୁ ଧନ ଲାଭ ନେଇ ଯୋଗ ରହିଛି । ଫଳରେ ସିଂହ ରାଶିର ବ୍ୟକ୍ତି ବିଶେଷ ବିଶେଷ ଭାବେ ଲାଭବାନ ହେବେ । ଫଳରେ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ । ପାରିବାରିକ ଜୀବନ ସୁଖମୟ ହେବ । ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । ଚାକିରି କରୁଥିବା ବ୍ୟକ୍ତିମାନେ ପଦୋନ୍ନତି ପାଇପାରନ୍ତି । ବ୍ୟବସାୟରେ ବୃଦ୍ଧି ।

ଧନୁ ରାଶି: ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ହେତୁ ଧନୁ ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭ ଫଳାଫଳ ମିଳିବ। ଚାକିଆଙ୍କୁ ପଦୋନ୍ନତି । ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟରେ ସଫଳତା ମିଳିବ । ଦାମ୍ପତ୍ୟ ଜୀବନ ସୁଖ ଶାନ୍ତିରେ କଟିବ । ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ । ଆକସ୍ମିକ୍ ଧନ ଲାଭ ନେଇ ଯୋଗ ରହିଛି ।

​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)