JEE Result 2023: ପ୍ରକାଶ ପାଇଲା ଜେଇଇ ମେନ ରେଜଲ୍ଟ, ପ୍ରିୟଙ୍କା ସର ଓଡ଼ିଶା ଟପ୍ପର
Advertisement
Article Detail0/zeeodisha/odisha1674094

JEE Result 2023: ପ୍ରକାଶ ପାଇଲା ଜେଇଇ ମେନ ରେଜଲ୍ଟ, ପ୍ରିୟଙ୍କା ସର ଓଡ଼ିଶା ଟପ୍ପର

JEE Result 2023: ନ୍ୟାସନାୱ ଟେଷ୍ଟିଂ ଏଜେନ୍ସି NAT JEE Main ୨୦୨୩ ସେସନ-୨ ରେଜଲ୍ଟ ପ୍ରକାଶ କରିଛି । କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ରୀ ପ୍ରିୟଙ୍କା ସର ଓଡ଼ିଶା ଟପ୍ପର ହୋଇଛନ୍ତି । ୯୯.୯୮ ପର୍ସେଣ୍ଟାଇଲ ନମ୍ବର ରଖି ସେ ସାରା ରାଜ୍ୟରେ ଟପ୍ପର ହୋଇଛନ୍ତି ।

ସୋସିଆଲ ମିଡିଆ)

JEE Result 2023: ସର୍ବ ଭାରତୀୟ ଜେଇଇ ମେନ ସେସନ-୨ ପରୀକ୍ଷା ଫଳ ପ୍ରକାଶ ପାଇଛି । ନ୍ୟାସନାୱ ଟେଷ୍ଟିଂ ଏଜେନ୍ସି NAT JEE Main ୨୦୨୩ ସେସନ-୨ ରେଜଲ୍ଟ ପ୍ରକାଶ କରିଛି । କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ରୀ ପ୍ରିୟଙ୍କା ସର (Priyanka sara) ଓଡ଼ିଶା ଟପ୍ପର ହୋଇଛନ୍ତି । ୯୯.୯୮ ପର୍ସେଣ୍ଟାଇଲ ନମ୍ବର ରଖି ସେ ସାରା ରାଜ୍ୟରେ ଟପ୍ପର ହୋଇଛନ୍ତି । ତେବେ ଏନେଇ କିଟ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରିୟଙ୍କାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ୨୪୩ତମ ସ୍ଥାନ ହାସଲ କରିଥିବା ପ୍ରିୟଙ୍କା ତାଙ୍କ ସଫଳତାର ଶ୍ରେୟ ପରିବାର ସଦସ୍ୟ ଓ ଶିକ୍ଷକଙ୍କୁ ଦେଇଛନ୍ତି ।

ତେବେ ଏନେଇ ଏକ ଗଣମାଧ୍ଯମକୁ ସୂଚନା ଦେଇ ସେ କହିଛନ୍ତି “କ୍ଲାସ୍ ପରେ ମୁଁ ପ୍ରତିଦିନ ପାଞ୍ଚରୁ ଛଅ ଘଣ୍ଟା ଅଧ୍ୟୟନ କରୁଥିଲି । ମୁଁ ୩୦୦ରୁ ୨୮୦ ମାର୍କ ରଖିଛି । ଉଭୟ ଗଣିତ ଓ ପଦାର୍ଥ ବିଜ୍ଞାନରେ ୧୦୦ ମାର୍କ ସ୍କୋର କରିଛି କିନ୍ତୁ ରସାୟନ ବିଜ୍ଞାନରେ ଚାରୋଟି ଭୁଲ ହୋଇଥିଲା । ”ଜେଇଇ ମେନ ଫଳାଫଳ ପରେ “ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (NIT), ରାଉରକେଲା ନିଶ୍ଚିତ ହୋଇଛି। କିନ୍ତୁ ମୁଁ ଆଇଆଇଟି ପାଇଁ ଲକ୍ଷ୍ୟ ରଖିଛି  ଏହା ସହ ମୁଁ JEE ଆଡଭାନ୍ସଡ (JEE advanced) ପାଇଁ ପ୍ରସ୍ତୁତ ହେଉଛି । ଜଣେ ଆଇଏଏସ୍ ଅଧିକାରୀ ହେବାକୁ ଇଚ୍ଛା ରଖିଥିବା ନେଇ ସେ କହିଛନ୍ତି ।

। ପ୍ରିୟାଙ୍କ ବ୍ୟତୀତ ରାଜ୍ୟର ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଜେଇଇ ମେନରେ (JEE Main) ୯୯ ପର୍ସେଣ୍ଟାଇଲରୁ ଅଧିକ ନମ୍ବର ରଖିଛନ୍ତି । ସର୍ବଭାରତୀୟ ସ୍ତରରେ ୪୩ ଜଣ ପରୀକ୍ଷାର୍ଥୀ ୧୦୦ ପ୍ରତିଶତ ସ୍କୋର ରଖି ଉତୀର୍ଣ୍ଣ ହୋଇଛନ୍ତି । ପ୍ରାୟ ୨ ଲକ୍ଷ ୫୦ ହଜାର ପରୀକ୍ଷାର୍ଥୀ ଜେଇ ଆଡ଼ଭାନ୍ସ ହେବାକୁ ବିବେଚିତ ହୋଇଛନ୍ତି । ତେଲେଙ୍ଗାନର ସିଙ୍ଗରାଜୁ ଭେଙ୍କଟ କୁଣ୍ତିନ୍ୟ ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି । ସେହିପରି ଆନ୍ଧ୍ରପ୍ରଦେଶର କଲ୍ଲାକୁରି ସାଇନାଥ ଶ୍ରୀମନ୍ତ ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତି । ଚଳିତ ବର୍ଷ ଜେଇ ମେନ ସେସନ ୬ରି ୧୫ ତାରିଖ ଭିତରେ ଅନିଷ୍ଠିତ ହୋଇଥିଲା ।