Janmashtami 2023: ଚଳିତ ବର୍ଷ ଜନ୍ମାଷ୍ଟମୀରେ ପାଳିତ ହେବ ଶ୍ରୀକୃଷ୍ଣଙ୍କ ଏତିକି ତମ ଜନ୍ମୋତ୍ସବ, ଜାଣନ୍ତୁ ପୂଜା ବିଧି ଓ ସମୟ
Advertisement
Article Detail0/zeeodisha/odisha1857739

Janmashtami 2023: ଚଳିତ ବର୍ଷ ଜନ୍ମାଷ୍ଟମୀରେ ପାଳିତ ହେବ ଶ୍ରୀକୃଷ୍ଣଙ୍କ ଏତିକି ତମ ଜନ୍ମୋତ୍ସବ, ଜାଣନ୍ତୁ ପୂଜା ବିଧି ଓ ସମୟ

Janmashtami 2023: ପ୍ରତିବର୍ଷ ଭାଦ୍ରବ ମାସର କୃଷ୍ଣ ପକ୍ଷ ଅଷ୍ଟମ ତିଥିରେ ଜନ୍ମାଷ୍ଟମୀ ପାଳନ କରାଯାଏ। ବିଶ୍ୱାସ ରହିଛି ଯେ, ଜନ୍ମାଷ୍ଟମୀରେ ଉପବାସ ପାଳନ କରିବା ଦ୍ବାରା ସମସ୍ତ ଦୁଖଃ କଷ୍ଟ ଦୂର ହୋଇଥାଏ । ଏହାସହ ଭଗବାନ କୃଷ୍ଣଙ୍କ ଆଶୀର୍ବାଦରେ ସନ୍ତାନହୀନ ମହିଳାମାନେ ସନ୍ତାନ ପ୍ରାପ୍ତି କରିଥାଆନ୍ତି ।

ସୌ(ସୋସିଆଲ ମିଡିଆ)

Janmashtami 2023: ହିନ୍ଦୁ ଧର୍ମରେ ଜନ୍ମାଷ୍ଟମୀର (Janmashtami 2023) ବିଶେଷ ମହତ୍ତ୍ୱ ରହିଛି। ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ । ପ୍ରତିବର୍ଷ ଭାଦ୍ରବ ମାସର କୃଷ୍ଣ ପକ୍ଷ ଅଷ୍ଟମ ତିଥିରେ ଜନ୍ମାଷ୍ଟମୀ ପାଳନ କରାଯାଏ। ବିଶ୍ୱାସ ରହିଛି ଯେ, ଜନ୍ମାଷ୍ଟମୀରେ ଉପବାସ ପାଳନ କରିବା ଦ୍ବାରା ସମସ୍ତ ଦୁଖଃ କଷ୍ଟ ଦୂର ହୋଇଥାଏ । ଏହାସହ ଭଗବାନ କୃଷ୍ଣଙ୍କ ଆଶୀର୍ବାଦରେ ସନ୍ତାନହୀନ ମହିଳାମାନେ ସନ୍ତାନ ପ୍ରାପ୍ତି କରିଥାଆନ୍ତି ।

ସୂଚନା ଅନୁଯାୟୀ, ଦୀର୍ଘ ବର୍ଷ ପରେ ଚଳିତ ବର୍ଷ ଜନ୍ମାଷ୍ଟମୀରେ ଏକ ବିରଳ ସଂଯୋଗ ଘଟିଛି । ଶ୍ରୀମଦ୍ ଭାଗବତ ପୁରାଣ ଅନୁଯାୟୀ, ଭଗବାନ ଶ୍ରୀକୃଷ୍ଣ ବୁଧବାର ଦିନ ମଧ୍ୟ ରାତ୍ରିରେ ରୋହିଣୀ ନକ୍ଷତ୍ର ଓ ବୃଷ ରାଶିରେ ଭଦ୍ର କୃଷ୍ଣ ଅଷ୍ଟମୀ ତିଥିରେ ଜନ୍ମ ହୋଇଥିଲେ। ଭାଦ୍ରପଦର ଅଷ୍ଟମୀ ତିଥି ୬ ସେପ୍ଟେମ୍ବର ବୁଧବାର ଦିନ ଅପରାହ୍ନ ୩.୨୮ ରେ ଆରମ୍ଭ ହୋଇ ପରଦିନ ଅର୍ଥାତ୍ ୭ ସେପ୍ଟେମ୍ବର ଗୁରୁବାର ଦିନ ସନ୍ଧ୍ୟା ୭.୧୫ରେ ଶେଷ ହେବ । ତେବେ ଜ୍ୟୋତିଷ ଚିରାଗ ଦାରୁୱାଲଙ୍କ କହିବା ଅନୁଯାୟୀ, ଜନ୍ମାଷ୍ଟମୀ ଉପବାସ ୬ ସେପ୍ଟେମ୍ବରରେ ପାଳନ ହେବ । ସେପଟେ କିନ୍ତୁ ବୈଷ୍ଣବ ସମ୍ପ୍ରଦାୟର ଲୋକମାନେ ୭ ତାରିଖ ଦିନ ଜନ୍ମାଷ୍ଟମୀ ପାଳନ କରିବେ ।

କେତେ ତମ ଜନ୍ମାଷ୍ଟମୀ ହେବ ପାଳିତ

ମଥୁରାର ଜ୍ୟୋତିଷ ଆଲୋକ ଗୁପ୍ତାଙ୍କ ଅନୁଯାୟୀ, ଭଗବାନ ଖ୍ରୀକୃଷ୍ଣ ୩୨୨୮ ଖ୍ରୀଷ୍ଟାବ୍ଦରେ ଧରାବତରଣ କରିଥିଲେ। ଏହି ଅନୁଯାୟୀ, ଚଳିତ ବର୍ଷ ଶ୍ରୀକୃଷ୍ଣଙ୍କ ୫୨୫୦ ତମ ଜନ୍ମ ବାର୍ଷିକୀ ପାଳନ କରାଯିବ । ତେବେ ୩୧୦୨ ଖ୍ରୀଷ୍ଟାବ୍ଦରେ ଶ୍ରୀକୃଷ୍ଣ ଜଗତରୁ ବିଦାୟ ନେଇଥିଲେ । ବିକ୍ରମ ସମ୍ୱତଙ୍କ ଅନୁଯାୟୀ, କଳିଯୁଗରେ ତାଙ୍କ ବୟସ ୨୦୭୮ ବର୍ଷ ହୋଇଛି। ଅର୍ଥାତ୍ ଭଗବାନ କୃଷ୍ଣ ପୃଥିବୀରେ ୧୨୫ ବର୍ଷ ୬ ମାସ ୬ ଦିନ ରହିଥିଲେ।

ଜନ୍ମାଷ୍ଟମୀର ଶୁଭ ମୁହୁର୍ତ୍ତ

ଜନ୍ମାଷ୍ଟମୀ ୬ ସେପ୍ଟେମ୍ବର ଅର୍ଥାତ୍ ବୁଧବାର ଦିନ ଅପରାହ୍ନ ୦୩:୩୭ରେ ଆରମ୍ଭ ହୋଇ ସେପ୍ଟେମ୍ବର ୭ ତାରିଖ ଅପରାହ୍ନ ୦୪:୧୪ ମିନିଟ୍ ରେ ଶେଷ ହେବ ।

ଜନ୍ମାଷ୍ଟମୀ ପୂଜା ବିଧି ଓ ଉପବାସ ନିୟମ

ଜନ୍ମାଷ୍ଟମୀ ଉପବାସ ଦିନ ସକାଳୁ ଗାଧେଇବା ପରେ ସମସ୍ତ ଦେବତାଙ୍କୁ ପ୍ରମାଣ କରନ୍ତୁ । ଏହି ଦିନ ଅଷ୍ଟମୀ ଉପବାସ ପୂଜା କରାଯାଏ। ପରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତିକୁ ଶୁଦ୍ଧ ଜଳ କିମ୍ବା ପଞ୍ଚାମୃତରେ ସ୍ନାନ କରାନ୍ତୁ । ପରେ ଶ୍ରୀକୃଷ୍ଣଙ୍କ ପାଟବସ୍ତ୍ର ପରିଧାନ କରାଇବା ସହ ବିଭିନ୍ନ ଅଳଙ୍କାରରେ ସଜାନ୍ତୁ। ଏହା ପରେ, ଶ୍ରୀକୃଷ୍ଣଙ୍କ ଆରତୀ କରନ୍ତୁ। ରୀତିନୀତି ଅନୁଯାୟୀ ଘରେ ପ୍ରସ୍ତୁତ ହୋଇଥିବା ଭୋଗ ଲଗାନ୍ତୁ। ଏହାପରେ ପୂର୍ବ କିମ୍ବା ଉତ୍ତର ଆଡକୁ ମୁହଁ କରି ବସନ୍ତୁ । ହାତରେ ପାଣି, ଫଳ ଓ ଫୁଲ ନେଇ ଭଗବାନଙ୍କୁ ସ୍ମରଣ କରନ୍ତୁ । ଅପରାହ୍ନରେ ପାଣିରେ କଳା ରାଶି ମଞ୍ଜି ଛିଞ୍ଚନ୍ତୁ । ଠାକୁର ଘରେ ଭଗବାନ କୃଷ୍ଣ ଓ ମାତା ଦେବକୀଙ୍କ ଏକ ପ୍ରତିମା ସଂସ୍ଥାପନ କରନ୍ତୁ । ଏହାପରେ ଦେବକୀ, ବସୁଦେବ, ନନ୍ଦ, ଯଶୋଦା ଓ ଲକ୍ଷ୍ମୀଙ୍କ ନାମ ନେଇ ପୂଜା କରନ୍ତୁ । ରାତି ୧୨ଟା ପରେ ଉପବାସ ଖୋଲିବା ପରେ ହାଲୁକା ଓ ସାତ୍ତ୍ବିକ ଖାଦ୍ୟ ଗ୍ରହଣ କରନ୍ତୁ ।

Also Read-Weather Update: ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ୧୬ ଜିଲ୍ଲା ପାଇଁ ଆଲର୍ଟ ଜାରି