IRCTC ତତ୍କାଳ ଟିକେଟ ବୁକିଂରେ ହେଉଛି କି ସମସ୍ୟା, ଫଲୋ କରନ୍ତୁ ଏହି ୩ଟି ଷ୍ଟେପ୍
Advertisement
Article Detail0/zeeodisha/odisha1210552

IRCTC ତତ୍କାଳ ଟିକେଟ ବୁକିଂରେ ହେଉଛି କି ସମସ୍ୟା, ଫଲୋ କରନ୍ତୁ ଏହି ୩ଟି ଷ୍ଟେପ୍

 ଅନେକ ସମୟରେ ଟିକେଟ୍ ଉପଲବ୍ଧ ନ ଥିବାରୁ ତତ୍କାଳ ଟିକେଟ୍ ଉପଲବ୍ଧ ହୁଏନାହିଁ ।

IRCTC ତତ୍କାଳ ଟିକେଟ ବୁକିଂରେ ହେଉଛି କି ସମସ୍ୟା, ଫଲୋ କରନ୍ତୁ ଏହି ୩ଟି ଷ୍ଟେପ୍

ହଠାତ୍ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଥିବାବେଳେ ଅନେକ ସମୟରେ ଟିକେଟ୍ ପାଇବା କଷ୍ଟକର ହୋଇଥାଏ । ଏଭଳି ପରିସ୍ଥିତିରେ ଟ୍ରେନ୍ ଟିକେଟ୍ ବୁକ୍ କରିବା ସମସ୍ତଙ୍କ ପାଇଁ ଏକ ବଡ଼ ଆହ୍ୱାନ ହୋଇଥାଏ । କାରଣ ସମସ୍ତ ସିଟ୍ ପୂର୍ବରୁ ସଂରକ୍ଷିତ ହୋଇସାରିଥାଏ।  ଯାତ୍ରୀମାନଙ୍କର ଏହି ସମସ୍ୟାର ସମାଧାନ ପାଇଁ ଆଇଆରସିଟିସି (IRCTC) ତତ୍କାଳ ଟିକେଟ୍ ସୁବିଧା ରେଳ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଛି । ଏହି ବିକଳ୍ପକୁ ବ୍ୟବହାର କରି ସହଜରେ ଟିକେଟ୍ ବୁକ୍ କରାଯାଇପାରିବ, କିନ୍ତୁ ଅନେକ ସମୟରେ ଟିକେଟ୍ ଉପଲବ୍ଧ ନ ଥିବାରୁ ତତ୍କାଳ ଟିକେଟ୍ ଉପଲବ୍ଧ ହୁଏନାହିଁ ।  ଆଜି ଆମେ ଆପଣଙ୍କୁ ଏପରି କିଛି ସହଜ ଉପାୟ ଜଣାଇବାକୁ ଯାଉଛୁ, ଯେଉଁ ଉପାୟରେ ଆପଣ ଖୁବ୍ ସହଜରେ ଟିକେଟ ବୁକ୍ କରିପାରିବେ ।

ଆପଣ ସହଜରେ କରିପାରିବେ ତତ୍କାଳ ଟିକେଟ୍ ବୁକିଂ
ଟିକେଟ୍ ବୁକ୍ ନିଶ୍ଚିତ କରିବାକୁ, ପ୍ରଥମେ IRCTC ୱେବସାଇଟକୁ ଯାଆନ୍ତୁ ଏବଂ ଲଗଇନ୍ କରନ୍ତୁ । ତତ୍କାଳ ଟିକେଟ ବୁକିଂ କରିବା ସମୟରେ ଗୋଟିଏ କଥା ମନେ ରଖିବା ବେଶ୍ ଗୁରୁତ୍ୱପୂର୍ଣ୍ଣ , ଏଥିରେ ଟାଇମିଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯଦି ଟିକେଟ୍ ଠିକ୍ ସମୟରେ ବୁକ୍ ହୋଇନଥାଏ, ତେବେ ତତ୍କାଳ ଟିକେଟ୍ ପାଇବାର ସୁଯୋଗ ମଧ୍ୟ ହାତରୁ ଚାଲିଯାଇପାରେ । ତତ୍କାଳ ବୁକିଂ ଆରମ୍ଭ ପୂର୍ବରୁ, ଲଗଇନ୍ କରନ୍ତୁ ଏବଂ My Profile ଅପସନକୁ ଯାଆନ୍ତୁ।

My Profileକୁ ଯିବା ପରେ, ଏକ ମାଷ୍ଟର ତାଲିକା ପ୍ରସ୍ତୁତ କରନ୍ତୁ । ଏହାସହିତ ଭ୍ରମଣ ତାଲିକା ପ୍ରସ୍ତୁତ କରନ୍ତୁ । ବାସ୍ତବରେ, ଏହାର ମୁଖ୍ୟ ଫାଇଦା ତତ୍କାଳ ଟିକେଟ ବୁକିଂ ସମୟରେ ହେବ । ସେହି ସମୟରେ ଆପଣଙ୍କୁ ପୁନର୍ବାର ଯାତ୍ରୀଙ୍କ ବିବରଣୀ ପୂରଣ କରିବାକୁ ପଡିବ ନାହିଁ । ଏବେ ମୁଖ୍ୟ କଥା ହେଉଛି ଟାଇମିଂ । ଏସି ତତ୍କାଳ ଟିକେଟ୍ ବୁକିଂ ସକାଳ ୧୦ଟାରୁ ଏବଂ ସ୍ଲିପର କ୍ଲାସ୍ (Sleepar Class) ବୁକିଂ ଦିନ ୧୧ଟାରୁ ଆରମ୍ଭ ହୋଇଥାଏ । ତେଣୁ ବୁକିଂ ଆରମ୍ଭ ହେବାର ପ୍ରାୟ ୨ ମିନିଟ୍ ପୂର୍ବରୁ ଆପଣଙ୍କୁ ଲଗ୍ ଇନ୍ କରିବାକୁ ପଡିବ । ଅର୍ଥାତ  AC ପାଇଁ ସକାଳ ୯.୫୮  Sleepar Class ପାଇଁ ସକାଳ ୧୦.୫୮ ରେ ଲଗ୍ ଇନ୍ କରନ୍ତୁ ।

ଲଗ୍ ଇନ୍ କରିବା ପରେ, ସମସ୍ତ ବିବରଣୀ ପୂରଣ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ପୃଷ୍ଠା ଖୋଲିବା ପରେ ଏହାକୁ ରିଫ୍ରେସ କରନ୍ତୁ । ବୁକିଂ ଆରମ୍ଭ ହେବା ମାତ୍ରେ ତୁରନ୍ତ ମାଷ୍ଟର ଲିଷ୍ଟକୁ ଯାଆନ୍ତୁ ଏବଂ ଭ୍ରମଣ ତାଲିକା ଚୟନ କରନ୍ତୁ। ସମସ୍ତ କାର୍ଯ୍ୟ କରିବା ପରେ, ପେମେଣ୍ଟ ଅପସନ ଆସିଥାଏ । ଏଥିରେ ଉଭୟ କାର୍ଡ ଏବଂ UPI ବ୍ୟବହାର କରାଯାଇପାରିବ । କାର୍ଡଠାରୁ UPI ପେମେଣ୍ଟ ଅପସନରେ ଦ୍ରୁତ ହେଉଥିବାରୁ ଆପଣ ଏହାକୁ ବ୍ୟବହାର କରିପାରିବେ ।