IND vs SA: ୬୦ ହଜାର ଦର୍ଶକ...ଆଉ ପର୍ଥ ଷ୍ଟାଡିୟମରେ ଦେଖାଦେଲା ନୀରବତା...ବିରାଟ କୋହଲିଙ୍କ ଦ୍ୱାରା ହୋଇଗଲା ଏକ ବଡ଼ ଭୁଲ
Advertisement

IND vs SA: ୬୦ ହଜାର ଦର୍ଶକ...ଆଉ ପର୍ଥ ଷ୍ଟାଡିୟମରେ ଦେଖାଦେଲା ନୀରବତା...ବିରାଟ କୋହଲିଙ୍କ ଦ୍ୱାରା ହୋଇଗଲା ଏକ ବଡ଼ ଭୁଲ

IND vs SA: ପର୍ଥ ଷ୍ଟାଡିୟମରେ ୬୦ ହଜାର ଦର୍ଶକ ସେହି ସମୟରେ ଶାନ୍ତ ନଜର ଆସିଥିଲେ, ଯେତେବେଳେ ବିରାଟ କୋହଲି ଏକ ବଡ଼ ଭୁଲ କରିଦେଇଥିଲେ । ବିରାଟ କୋହଲିଙ୍କ ଏହି ଭୁଲ ଯୋଗୁଁ ସମଗ୍ର ଷ୍ଟାଡିୟମରେ ନିରବତା ଦେଖାଦେଇଥିଲା । 

IND vs SA: ୬୦ ହଜାର ଦର୍ଶକ...ଆଉ ପର୍ଥ ଷ୍ଟାଡିୟମରେ ଦେଖାଦେଲା ନୀରବତା...ବିରାଟ କୋହଲିଙ୍କ ଦ୍ୱାରା ହୋଇଗଲା ଏକ ବଡ଼ ଭୁଲ

India vs South Africa T20 World Cup 2022 Match: ଯେତେବେଳେ ଭାରତୀୟ ଷ୍ଟାର୍ ଖେଳାଳି ବିରାଟ କୋହଲି ପଡ଼ିଆରେ ରହନ୍ତି, ସେତେବେଳେ ଦର୍ଶକ ଶାନ୍ତ ରହନ୍ତି ନାହିଁ । କିନ୍ତୁ ପର୍ଥ ଷ୍ଟାଡିୟମରେ ୬୦ ହଜାର ଦର୍ଶକ ସେହି ସମୟରେ ଶାନ୍ତ ନଜର ଆସିଥିଲେ, ଯେତେବେଳେ ବିରାଟ କୋହଲି ଏକ ବଡ଼ ଭୁଲ କରିଦେଇଥିଲେ । ବିରାଟ କୋହଲିଙ୍କ ଏହି ଭୁଲ ଯୋଗୁଁ ସମଗ୍ର ଷ୍ଟାଡିୟମରେ ନିରବତା ଦେଖାଦେଇଥିଲା । ବିରାଟ କୋହଲିଙ୍କ ଠାରୁ ଏପରି ଆଶା କରାଯାଇ ନଥିଲା ଯେ ତାଙ୍କ ହାତରେ ଆସିଥିବା କ୍ୟାଚକୁ ସେ ଏପରି ସହଜରେ ଛାଡ଼ି ଦେବେ ।

ବାସ୍ତବରେ ଆର ଅଶ୍ୱିନ ଭାରତ ପାଇଁ ୧୨ତମ ଓଭର କରୁଥିଲେ । ଏହି ଓଭରର ପଞ୍ଚମ ବଲକୁ ଏଡନ୍ ମାର୍କ୍ରାମ ଡିପ୍ ମିଡ୍ ୱିକେଟ୍ ଆଡକୁ ଖେଳିଥିଲେ, ଯେଉଁଠାରେ ବିରାଟ କୋହଲି ଛିଡ଼ା ଥିଲେ । ବିରାଟ କୋହଲିଙ୍କ ହାତରେ ଏକ ସରଳ କ୍ୟାଚ୍ ଆସିଥିଲା, କିନ୍ତୁ କ୍ୟାଚ୍ ତାଙ୍କ ହାତରୁ ଖସି ଯାଇଥିଲା । କ୍ୟାଚ୍ ଧରିବା ପାଇଁ ତାଙ୍କୁ ଦ୍ୱିତୀୟ ସୁଯୋଗ ମଧ୍ୟ ମିଳିଥିଲା, କିନ୍ତୁ ବଲ୍ ପୁଣି ଖସିଗଲା । ଏହା ଦେଖି ଆର ଅଶ୍ୱିନ୍ ବହୁତ ନିରାଶ ହୋଇଯାଇଥିଲେ ।

କେବଳ ଏତିକି ନୁହେଁ, ପ୍ରାୟ ୬୦ ହଜାର ଦର୍ଶକଙ୍କ ଭରପୂର ଷ୍ଟାଡିୟମ କିଛି ସମୟ ପାଇଁ ଶାନ୍ତ ହୋଇଯାଇଥିଲା ଓ ଚାରିଆଡେ ନିରବତା ଦେଖାଦେଇଥିଲା । ଆର ଅଶ୍ୱନ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଆଶ୍ଚର୍ଯ୍ୟ ଚକିତ ଥିଲେ ଯେ ଏହା କିପରି ହେଲା । ପରବର୍ତ୍ତୀ ଓଭରରେ ରୋହିତ ଶର୍ମା ମଧ୍ୟ ସରଳ ରନ୍ ଆଉଟ୍ କରିବାର ସୁଯୋଗ ହାତଛଡ଼ା କରିଥିଲେ । ଏହିପରି ଭାରତ ଦଳ ଚାପରେ ପଡ଼ିଥିଲା । ଯଦି ଭାରତ ଏହି ଦୁଇଟି ୱିକେଟ୍ ପାଇଥାନ୍ତା । ତେବେ ନିଶ୍ଚିତ ଭାବେ ଦଳ ଭଲ ସ୍ଥିତିରେ ଥାନ୍ତେ । ହୁଏତ ଟିମ୍ ଇଣ୍ଡିଆ ଏହି ମ୍ୟାଚକୁ ହିଁ ଜିତିପାରି ଥାନ୍ତା ।

ଏଠାରେ କହି ରଖୁଛୁ ଯେ, ଡେଭିଡ ମିଲର (୫୯ ଅପରାଜିତ) ଓ ଆଡେନ ମାର୍କ୍ରାମ (୫୨) ଙ୍କ ଦମଦାର ଅର୍ଦ୍ଧଶତକୀୟ ଇନିଂସ ଯୋଗୁଁ ଦକ୍ଷିଣ ଆଫ୍ରିକା ଭାରତକୁ ୫ ୱିକେଟରେ ପରାସ୍ତ କରିଛି । ଭାରତର ୧୩୩ ରନର ଜବାବରେ ଦକ୍ଷିଣ ଆଫ୍ରିକା ୧୯.୪ ଓଭରରେ ୫ ୱିକେଟ୍ ହରାଇ ୧୩୭ ରନ କରି ସଫଳତାପୂର୍ବକ ଲକ୍ଷ୍ୟକୁ ହାସଲ କରିନେଇଥିଲା । ଭାରତ ପାଇଁ ଅର୍ଶଦୀପ ସିଂ ୨ଟି ୱିକେଟ୍ ନେଇଥିଲେ । ଏଥି ସହ ମହମ୍ମଦ ଶାମି, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଆର ଅଶ୍ୱିନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ଅଧିକ ପଢ଼ନ୍ତୁ:-ରୋହିତ ଶର୍ମା ଟି-20 ବିଶ୍ୱକପରେ କଲେ ବିଶ୍ୱ ରେକର୍ଡ, ଅନେକ ଦିଗଜକୁ ପଛରେ ପକାଇ ରଚିଲେ ଇତିହାସ

ଅଧିକ ପଢ଼ନ୍ତୁ:-ଦକ୍ଷିଣ ଆଫ୍ରିକାଠୁ ହାରିଲା ଭାରତ, ଏବେ ପାକିସ୍ତାନର କ'ଣ ହେବ; ଜାଣନ୍ତୁ ସେମିଫାଇନାଲ ରେସର ନୂଆ ସମୀକରଣ

ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଟି-20 ବିଶ୍ୱକପ ୨୦୨୨ରେ ପ୍ରଥମ ମ୍ୟାଚ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରରେ ଖେଳି ସାରିଛନ୍ତି ଓ ଏହି ମ୍ୟାଚରେ ବିଜୟ ହାସଲ କରିଥିଲେ । ସେହିପରି ଅକ୍ଟୋବର ୨୭ରେ ଦ୍ୱିତୀୟ ମ୍ୟାଚ୍ ନେଦରଲ୍ୟାଣ୍ଡ ସହ ଖେଳିଥିଲା । ଏହି ମ୍ୟାଚରେ ବି ଟିମ୍ ଇଣ୍ଡିଆ ଜିତିଛି । ଅକ୍ଟୋବର ୩୦ରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚ୍ ଖେଳିଛି ଓ ଏହି ମ୍ୟାଚରେ ପରାଜିତ ହୋଇଛି । ଭାରତୀୟ ଦଳର ପରବର୍ତ୍ତୀ ମ୍ୟାଚ୍ ନଭେମ୍ବର ୨ରେ ବାଂଲାଦେଶ ସହିତ ଓ ପଞ୍ଚମ ମ୍ୟାଚ୍ ନଭେମ୍ବର ୬ରେ ଜିମ୍ୱାୱେ ସହିତ ଖେଳିବ ।