Odisha news: କେମିତି ରଖିବେ ପିଲାଙ୍କ ନାମ ? ଜାଣନ୍ତୁ ନାମକରଣକୁ ନେଇ କ’ଣ କୁହନ୍ତି ସଦଗୁରୁ
Advertisement

Odisha news: କେମିତି ରଖିବେ ପିଲାଙ୍କ ନାମ ? ଜାଣନ୍ତୁ ନାମକରଣକୁ ନେଇ କ’ଣ କୁହନ୍ତି ସଦଗୁରୁ

ସଦଗୁରୁଙ୍କ ଅନୁସାରେ ପିତାମାତ ନିଜ ପିଲାଙ୍କ ନାମ ଏମିତି ରଖିବା ଆବଶ୍ୟକ ଯେମିତି ଯେତେବେଳେ ବି ସେମାନେ ତାଙ୍କୁ ଡାକିବେ ସେତେବେଳେ ସେମାନାଙ୍କ (ପିଲାଙ୍କ) ମଧ୍ଯରେ କିଛି ଅନୁଭବ ଆସିବ । 

Odisha news: କେମିତି ରଖିବେ ପିଲାଙ୍କ ନାମ ? ଜାଣନ୍ତୁ ନାମକରଣକୁ ନେଇ କ’ଣ କୁହନ୍ତି ସଦଗୁରୁ

Odisha news: ନିଜ ନାମ ରଖିବାକୁ ନେଇ ମାତାପିତା ବେସ ଉତ୍ସାହିତ ହୋଇଥାନ୍ତି । କାହିଁକିନା ନାମ ହିଁ ଜଣଙ୍କ ସହିତ ଜୀବନ ସାରା ରହିଥାଏ । ବାପା ମା’ଙ୍କ ଦ୍ୱାରା ଦିଆଯାଇଥିବା ନାମ ପିଲା ସହିତ ରହିତାଏ ଜୀବନ ସାରା । ସାଧାରଣତଃ ଆମେ ପିଲାଙ୍କୁ ଏଭଳି ନାମ ଦେଇଥାଉ ଯାହା ସରଳ ହେବା ସହିତ ଆଧୁନିକ ହୋଇଥାଏ । ପିଲାଙ୍କ ନାମକରଣ ବେଳେ ଏହା ଧ୍ୟାନରେ ରଖିବା ଉଚିତ ଯେ, ନାମ ଏମିତି ଜିନିଶ ଯାହା ଆଗରୁ ଚାଲି ସେମାନଙ୍କ ପରିଚୟ ପାଲଟିବ । ତେଣୁ ନାମକରଣ ପୂର୍ବରୁ ଅନେକ ଥର ଭାବିନିଅନ୍ତୁ । ପିଲାଙ୍କ ନାମ କରଣ କରିବା ଏକ କଷ୍ଟସାଧ୍ଯ କାମ । ଯଦି ଆପଣ ମଧ୍ୟ ନିଜ ପିଲାର ନାମକରଣକୁ ବିବ୍ରତ ଅଛନ୍ତି ତେବେ ଇଶା ଫାଉଣ୍ଡେସନର ସଦଗୁରୁ ନାମକରଣକୁ ନେଇ କ’ଣ କହୁଛନ୍ତି ଜାଣି ନିଅନ୍ତୁ ।  

ଧ୍ୱାନୀ ଉପରେ ଧ୍ଯାନ ଦିଅନ୍ତୁ 
ସଦଗୁରୁଙ୍କ ଅନୁସାରେ ଧ୍ୱନୀ ମାନବ ପ୍ରଣାଳୀକୁ ପ୍ରଭାବିତ କରିଥାଏ ଓ ଏହା କୌଣସି ନାମ ସହିତ ଗଭିରତାର ସହିତ ଜଡ଼ିତ ହୋଇଥାଏ । ତେଣୁ ନିଜ ପିଲାର ନାମକରଣ କରିବା ବେଳେ ସାଉଣ୍ଡ୍ କମ୍ବିନେଶନର ଧ୍ୟାନ ରଖନ୍ତୁ । ପିଲାଙ୍କର ଏଭଳି ନାମ ରଖନ୍ତୁ ଯାହାକୁ କାନକୁ ଶୁଣିବାକୁ ଭଲ ଲାଗୁଥିବ ଓ ଯଦି ସେହି ନାମରେ ପିଲାକୁ ଡକାଯିବ ତେବେ ଯେମିତି ଅଜବ ଲାଗିବ ନାହିଁ ।ଏହାସହିତ ନାମ ଏମିତି ହେବା ଆବଶ୍ୟକ ଯାହା ଆପଣଙ୍କ ଉପନାମ ବା ଡାକ ନାମ ସହିତ ଯୋଡ଼ି କହିଲେ ଶୁଣିବାକୁ ଭଲ ଲାଗୁଥିବ । 

ସବୁ ରୂପର ନିଜସ୍ୱ ସ୍ୱର 
ଆମେ ଯେଉଁଠାରେ ବାସ କରୁ,ତା’ର ଆଖପାଖରେ ବିଦ୍ୟମାନ ଥିବା ସବୁ ଜିନିଶର ନିଜସ୍ୱ ସ୍ୱର ଥାଏ । ତେଣିକି ତାହା ପାହାଡ,ନଦୀ କିମ୍ବା ଗଛ ହେଉ । ମୋଟାମୋଟି ଭାବେ ମାନବ ଶରିର ସହିତ ସବୁ ରୂପର ନିଜସ୍ୱ ସ୍ୱର ଥାଏ । ଏହିଭଳି ନିଜ ନାମର ସ୍ୱର ଶୁଣି ପ୍ରଥମ ମାସରୁ ଶିଶୁ ପ୍ରତିକ୍ରିୟା ଦେବାରେ ଲାଗନ୍ତି ।  

ନାଦ ଯୋଗ 
ସଦଗୁରୁ ଏହା ପରେ ନାଦ ଯୋଗ ବାବଦରେ କୁହନ୍ତି । ସେ କୁହନ୍ତି ଯେ, ନାଦଯୋଗରେ ସଠିକ ସ୍ୱର ସହିତ ଜୀବନକୁ ବଦଳାଇବାର କ୍ଷମତା ଥାଏ । ସରଳ ଶବ୍ଦରେ ନାଦଯୋଗ ଏକ ପ୍ରକାରର ସଂଗୀତ ଧ୍ୟାନ । ଏହା ଆମ ଶରିର,ଆତ୍ମା ଓ ମନ ମଧ୍ଯରେ ତାଳମେଳ ସୃଷ୍ଟି କରିଥାଏ । 

ନାମରେ ସଂସ୍କୃତ ଭାଷାର ମହତ୍ୱ 
ସଦଗୁରୁଙ୍କ ଅନୁସାରେ ସଂସ୍କୃତ ଶବ୍ଦରେ ପିଲାଙ୍କ ନାମକରଣ କରିବା ଠିକ ରହିବ । ତାଙ୍କ ଅନୁସାରେ ସଂସ୍କୃତ ବର୍ଣ୍ଣମାଳ ସ୍ୱୟଂ ସୃଷ୍ଟିର ଏକ ଧାରଣାରୁ ଆସିଥାଏ ।ଏହି ଭାଷାକୁ କଥୋପକନ ପାଇଁ ସୃଷ୍ଟି କରାଯାଇନଥିଲା । କିଛି ବ୍ୟକ୍ତି ନିଜ ପିଲାଙ୍କ ନାମକରଣ ସଂସ୍କତ ଭାଷାର କରିଥାନ୍ତି । କାରଣ ସଂସ୍କୃତରେ ପିଲାଙ୍କ ନାମର ସଠିକ ଅର୍ଥ ରହିଥାଏ । ସେଥିରେ ଏକ ବିଶେଷଧରଣର ଅପିଲ ଥାଏ । ସବୁଠାରୁ ଭଲ କଥା ହେଉଛି ସଂସ୍କୃତରେ ପିଲାଙ୍କ ନାମ ବଡ଼ ଓ ଜଟିଳ ହୋଇନଥାଏ ।  

ତେବେ ପିଲାଙ୍କ ନାମ କିପରି ରଖିବେ ? 
ସଦଗୁରୁଙ୍କ ଅନୁସାରେ ପିତାମାତ ନିଜ ପିଲାଙ୍କ ନାମ ଏମିତି ରଖିବା ଆବଶ୍ୟକ ଯେମିତି ଯେତେବେଳେ ବି ସେମାନେ ତାଙ୍କୁ ଡାକିବେ ସେତେବେଳେ ସେମାନାଙ୍କ (ପିଲାଙ୍କ) ମଧ୍ଯରେ କିଛି ଅନୁଭବ ଆସିବ । 

Also Read: Odisha News: ହାଓ୍ୱଲା ଟଙ୍କା କାରବାରରେ ଓଡ଼ିଶା ସାଂସଦ!

Also Read: History of ICE: ଭାରତରେ ବରଫ ବ୍ୟବସାୟ ଆରମ୍ଭ କିଏ କରିଥିଲା, କେବେଠାରୁ ଆରମ୍ଭ ହୋଇଥିଲା ବରଫର କାରବାର ପଢନ୍ତୁ ପୂରା ରିପୋର୍ଟ

Also Read: NZ vs Afg: ଆଜି ନ୍ୟୁଜିଲାଣ୍ତ- ଅଫଗାନିସ୍ତାନ ଲଢେଇ, ବାଦ ପଡ଼ିଲେ ଏହି ଦଳର ଅଧିନାୟକ