Migraine: ମାଇଗ୍ରନକୁ ନେଇ ଚିନ୍ତିତ କି? ସପ୍ତାହକରେ ଦୂର ହେବ ରୋଗ, ଆପଣାନ୍ତୁ ଏସବୁ ଟିସ୍ପ!
Advertisement

Migraine: ମାଇଗ୍ରନକୁ ନେଇ ଚିନ୍ତିତ କି? ସପ୍ତାହକରେ ଦୂର ହେବ ରୋଗ, ଆପଣାନ୍ତୁ ଏସବୁ ଟିସ୍ପ!

How To Protect Yourself From Migraine: ମାଇଗ୍ରେନ ସମସ୍ୟାରେ ଆଜିକାଲି ଅଧିକାଂଶ ଲୋକେ ଯୁଝି ହେଉଛନ୍ତି। ଯାହାକୁ ଅଧିକାଂଶ ଲୋକେ ମୁଣ୍ତବିନ୍ଧ ବୋଲି କୁହନ୍ତି। ଏହା ଏକ ମୁଣ୍ଡବଥା ବେମାରୀ ଯେଉଁଥିରେ ବାରମ୍ବାର ମୁଣ୍ଡବଥା ହୁଏ । ଏହା ସହିତ ଅଟୋନୋମିକ ନର୍ଭସ ସିଷ୍ଟମ ଲକ୍ଷଣ ପ୍ରକାଶ ପାଇଥାଏ । ମାଇଗ୍ରେନ କାରଣରୁ ଅଧିକାଂଶ ଲୋକେ ଠିକ୍ ଭାବେ ମଧ୍ୟ କାମ କରିପାରନ୍ତି ନାହିଁ । ମାଇଗ୍ରେନ ସମସ୍ୟା ଆରମ୍ଭ ସମୟରେ ବାନ୍ତି ଲାଗିବା ସହ ଦୁର୍ବଳତା ଅନୁଭବ ମଧ୍ୟ ହୋଇଥାଏ । କିଛି ଲୋକେ ଏହି ରୋଗରୁ ମୁକ୍ତି ପାଇବା ପାଇଁ ସାଧାରଣତଃ ପେନ୍ କିଲର ଔଷଧ ମଧ୍ୟ ସେବନ କରିଥାନ୍ତି । ଏହା କ୍ଷଣିକ ପାଇଁ ଆପଣଙ୍କୁ ଆରାମ ଦେଇଥାଏ । 

ସୌଜନ୍ୟ- ସୋସିଆଲ ମିଡିଆ

How To Protect Yourself From Migraine: ମାଇଗ୍ରେନ ସମସ୍ୟାରେ ଆଜିକାଲି ଅଧିକାଂଶ ଲୋକେ ଯୁଝି ହେଉଛନ୍ତି। ଯାହାକୁ ଅଧିକାଂଶ ଲୋକେ ମୁଣ୍ତବିନ୍ଧ ବୋଲି କୁହନ୍ତି। ଏହା ଏକ ମୁଣ୍ଡବଥା ବେମାରୀ ଯେଉଁଥିରେ ବାରମ୍ବାର ମୁଣ୍ଡବଥା ହୁଏ । ଏହା ସହିତ ଅଟୋନୋମିକ ନର୍ଭସ ସିଷ୍ଟମ ଲକ୍ଷଣ ପ୍ରକାଶ ପାଇଥାଏ । ମାଇଗ୍ରେନ କାରଣରୁ ଅଧିକାଂଶ ଲୋକେ ଠିକ୍ ଭାବେ ମଧ୍ୟ କାମ କରିପାରନ୍ତି ନାହିଁ । ମାଇଗ୍ରେନ ସମସ୍ୟା ଆରମ୍ଭ ସମୟରେ ବାନ୍ତି ଲାଗିବା ସହ ଦୁର୍ବଳତା ଅନୁଭବ ମଧ୍ୟ ହୋଇଥାଏ । କିଛି ଲୋକେ ଏହି ରୋଗରୁ ମୁକ୍ତି ପାଇବା ପାଇଁ ସାଧାରଣତଃ ପେନ୍ କିଲର ଔଷଧ ମଧ୍ୟ ସେବନ କରିଥାନ୍ତି । ଏହା କ୍ଷଣିକ ପାଇଁ ଆପଣଙ୍କୁ ଆରାମ ଦେଇଥାଏ । କିନ୍ତୁ ଏଥିରୁ ସମ୍ପୁର୍ଣ୍ଣ ମୁକ୍ତି ପାଇବା ପାଇଁ ନିଜ ଜୀବନ ଶୈଳୀରେ କିଛିଟା ପରିବର୍ତ୍ତନ ଆଣିବାକୁ ପଡିବ । ତେବେ, ଆସନ୍ତୁ ଜାଣିବା ସେବିଷୟରେ । 

ମାଇଗ୍ରେନରୁ ନିଜକୁ ମୁକ୍ତି ପାଇବା ପାଇଁ କିଛି ଟିପ୍ସ:

ମାନସିକ ଚିନ୍ତାରୁ ନିଜକୁ ଦୂରେଇ ରଖନ୍ତୁ: ବ୍ୟସ୍ତବହୁଳ ଜୀବନରେ ସମସ୍ତଙ୍କ ଜୀବନରେ କିଛିନା କିଛି ଟେନସନ୍ ରହିଛି । ସେ ପାରିବାରିକ ସମସ୍ୟା ହେଉ କି ପ୍ରେମ ବ୍ୟାପାର,କି ଆର୍ଥିକ ସମସ୍ୟା । କିନ୍ତୁ ପରିସ୍ଥିତି ଯାହା ହେଉନା କାହିଁକି, ଆପଣ ନିଜକୁ ସବୁବେଳେ ଖୁସି ରହିବାକୁ ଚେଷ୍ଟା କରିବା ଉଚିତ୍ । ନଚେତ ଆପଣ ମାଇଗ୍ରେନ ଭଳି ରୋଗର ଶୀକାର ହୋଇ ପାରନ୍ତି । 

ପର୍ଯ୍ୟାନ୍ତ ପରିମାଣରେ ଶୁଅନ୍ତୁ: ସାଧାରଣତଃ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି ଯେ, ଜଣେ ବ୍ୟକ୍ତି ଅତିକମରେ ୭ରୁ୮ ଘଣ୍ଟା ଶୋଇବା ଉଚିତ୍ । ଯଦି ଆପଣ କମ୍ ଶୁଅନ୍ତି ତେବେ କେବଳ ଆପଣଙ୍କ ଠାରେ ମାଇଗ୍ରେନ୍ ନୁହେଁ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ତେଣୁ ଯଥା ସମ୍ଭବ ଆପଣ ଗୋଟିଏ ଦିନରେ ୭ରୁ ୮ ଘଣ୍ଟା ଶୁଅନ୍ତୁ । ଯାହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ।

କିଛି ସମୟ ପାଇଁ କଅଁଳ ସୂର୍ଯ୍ୟ କିରଣରେ ବସନ୍ତୁ: କଅଁଳ ସୂର୍ଯ୍ୟ କିରଣରେ ବସିଲେ ଭିଟାମିନ୍ ଡି ଭରପୁର ମାତ୍ରାରେ ମିଳିଥାଏ । ସେଥିପାଇଁ ଆପଣ ସକାଳୁ ଉଠିବା ପରେ କଅଁଳ ସୂର୍ଯ୍ୟ କିରଣରେ ବସିବା ଉଚିତ୍  । ସୂର୍ଯ୍ୟ କିରଣରୁ ଆସୁଥିବାର କିରଣ ଆମ ମୁଣ୍ତରେ ପଡିବା ଦ୍ବାରା ମାଇଗ୍ରେନ ସମସ୍ୟା ଆପଣଙ୍କ ଠାରେ କମ୍ ରହିଥାଏ । 

Also Read: Kidney Disease: କିଡନୀ ଖରାପ ହେବା ସମୟରେ ଦେଖାଯାଏ ଶରୀର ଦେଖାଇଥାଏ ଏହିସବୁ ଲକ୍ଷଣ, ଜାଣି ରଖନ୍ତୁ ବଞ୍ଚିଯିବ ଜୀବନ

ହଜମ ପ୍ରକ୍ରିୟାକୁ ଠିକ୍ ରଖନ୍ତୁ : ପେଟେ କୌଣସି ସମସ୍ୟା ଦେଖାଗଲେ ମୁଣ୍ତ ବିନ୍ଧା ସାଧାରଣତଃ ଆରମ୍ଭ ହୋଇଥାଏ । ସେଥିପାଇଁ ଆପଣ ଯେଉଁ ଖାଦ୍ୟ ଖାଉଛନ୍ତି, ସେଥିପାଇଁ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ । ଯାହା ଦ୍ବାର ଆପଣଙ୍କ ଖାଦ୍ୟ ହଜମ ହେବ । ଖାସକରି ଫାଇବର ଯୁକ୍ତ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ ଏବଂ ତେଲିଆ ଖାଦ୍ୟରୁ ଦୂରେଇ ରୁହନ୍ତୁ,କାରଣ ଅମ୍ଳତା ଏବଂ ଗ୍ୟାସ୍ ମାଇଗ୍ରେନ୍ର ଆଶଙ୍କା ସୃଷ୍ଟି କରିପାରେ । 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।)