Yellow Nails: ହଳଦିଆ ନଖ ପାଇଁ ଚିନ୍ତିତ କି ? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର
Advertisement

Yellow Nails: ହଳଦିଆ ନଖ ପାଇଁ ଚିନ୍ତିତ କି ? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

How To Clean Dirty Nails: ଅଧିକାଂଶ ଲୋକେ ଚେହେରାକୁ ସୁନ୍ଦର କରିବା ପାଇଁ ଯତ୍ନ ନେଇଥାଆନ୍ତି । କିନ୍ତୁ ନଖର ପରିଷ୍କାରତାକୁ ଅନେକ ସମୟରେ ଅଣଦେଖା କରିଥାଆନ୍ତି। ନଖ ଯେ କୌଣସି ବ୍ୟକ୍ତିର ବ୍ୟକ୍ତିତ୍ୱକୁ ଜଣାଇଥାଏ । ତେଣୁ ଏହାର ପରିଷ୍କାରତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ,କିନ୍ତୁ ଆପଣ ଜାଣନ୍ତି କି ହଳଦିଆ ଏବଂ ମଇଳା ନଖ କିପରି ସହଜରେ ଉଜ୍ଜ୍ୱଳ ହୋଇପାରିବ?

ଆଜିକାଲିର ଝିଅମାନେ ନଖକୁ ନେଲପଲିସ ସାହାଯ୍ୟରେ ଖୁବ୍ ସୁନ୍ଦର କରୁଛନ୍ତି,କିନ୍ତୁ ପୁଅମାନେ ଶରୀରର ଏହି ଅଙ୍ଗ ପ୍ରତି ଅଧିକ ଧ୍ୟାନ ଦିଅନ୍ତି ନାହିଁ। ଏବଂ  ଯେଉଁ କାରଣରୁ ନଖରେ ମଇଳା ଜମା ହୋଇଯାଏ ଏବଂ ସେମାନେ ହଳଦିଆ ଦେଖାଯିବା ଆରମ୍ଭ କରିଥାଏ। ଆଜି ଆମେ ଆପଣଙ୍କୁ ସେହି ନଖକୁ କିପରି ସଫା ସହ ଉଜ୍ଜଳତା କରିପାରିବେ । ସେନେଇ କିଛି ଟିପ୍ସ ଆପଣଙ୍କୁ ଦେବୁ । 

Also Read:  Health Tips : ଶରୀରରେ ଭାତୁଡ଼ି ଥିଲେ ହୋଇପାରେ ଏହି ରୋଗ, ଜାଣନ୍ତୁ କ’ଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ

ନଖ ସଫା କରିବାର ସହଜ ଉପାୟ :

-ଲେମ୍ବୁ ରସରେ କିଛି ସମୟ ପାଇଁ ନଖକୁ ବୁଡ଼ାଇ ଦିଅନ୍ତୁ ଏବଂ ତା’ପରେ ମଇଳା ସଫା କରିବା ପାଇଁ ଏହାକୁ ଏକ ନରମ ବ୍ରସରେ ନଖରେ ଘସନ୍ତୁ । ନଖଗୁଡିକରେ ଜମିଥିବା ମଇଳ ଦୂର ହୋଇଯିବ । କିନ୍ତୁ ମନେରଖନ୍ତୁ ଯେ ନଖରକୁ ବେଶି ଜୋରରେ ସଫା କରିବେ ନାହିଁ । 
ନଚେତ ନଖରେ ଲାଗିଥିବା ଚର୍ମ ଉପରେ ପ୍ରଭାବ ପଡିବ ।

- ରସୁଣର ଆଣ୍ଟି-ଫଙ୍ଗଲ୍ ଗୁଣ ନଖ ସଫା କରିବାରେ ସାହାଯ୍ୟ କରେ । ଏଥିପାଇଁ ରସୁଣ ପେଷ୍ଟ ବ୍ୟବହାର କରାଯାଇପାରିବ ।

- ଲେମ୍ବୁ ରସ ଏବଂ ଲୁଣକୁ ମିଶାଇ ବ୍ରଶ ସାହାଯ୍ୟରେ ନଖରେ ଘଷନ୍ତୁ,ଏହା ନଖର ଦାଗ ଦୂର କରିବ ।

- ଲେମ୍ବୁ ରସ ଏବଂ ବେକିଂ ସୋଡା ମିଶ୍ରଣ କରି ନଖ ସଫା କରନ୍ତୁ । ଦେଖିବା ଆପଣଙ୍କ ନଖ ଚକଚକ ହୋଇଯିବ । 

- ଯଦି ଆପଣ ନଖରେ ହଳଦିଆ ଦାଗ ହଟାଇବା ପାଇଁ ଧଳା ଭିନେଗାର ମଧ୍ୟ ବ୍ୟବହାର କରିପାରିବେ। ଏହା ଦ୍ବାରା ନଖର ଚମକ ମଧ୍ୟ ବୃଦ୍ଧି ପାଇବ ।

- ଆମେ ଦାନ୍ତ ସଫା କରିବା ପାଇଁ ଟୁଥପେଷ୍ଟ ବ୍ୟବହାର କରୁ,କିନ୍ତୁ ବହୁତ କମ୍ ଲୋକ ଜାଣନ୍ତି ଯେ ଏଥିରେ ଥିବା ପେରକ୍ସାଇଡ୍ ମଧ୍ୟ ନଖର ଦାଗ ଦୂର କରିବ ।

-ନଡିଆ ତେଲ ପ୍ରାୟତଃ କେଶ ଏବଂ ଚର୍ମ ପାଇଁ ବ୍ୟବହୃତ ହୁଏ, କିନ୍ତୁ ଯଦି ଆପଣ ଏହାକୁ ଗରମ କରି ନଖରେ ମାଲିସ୍ କରନ୍ତି,ଏହା ନିଶ୍ଚିତ ଭାବରେ ଲାଭଦାୟକ ହେବ ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)