Almond for diabetes: ମଧୁମେହ ରୋଗୀଙ୍କ ବରଦାନ ସଦୃଶ୍ୟ ହୋଇଥାଏ ବାଦାମ, ଖାଇବା ଦ୍ବାରା ମିଳିଥାଏ ଏହି ସବୁ ଫାଇଦା
Advertisement

Almond for diabetes: ମଧୁମେହ ରୋଗୀଙ୍କ ବରଦାନ ସଦୃଶ୍ୟ ହୋଇଥାଏ ବାଦାମ, ଖାଇବା ଦ୍ବାରା ମିଳିଥାଏ ଏହି ସବୁ ଫାଇଦା

Almond for Diabetes: ଗବେଷଣାରୁ ଜଣାପଡି଼ଛି ଯେ, ଭୋଜନ କରିବାର ୩୦ ମିନିଟ୍ ପୂର୍ବରୁ ପ୍ରିଡାଇବେଟିସ ରୋଗୀ ମାନେ ବାଦାମ ଖାଇଲେ ଏହା ରକ୍ତରେ ଶର୍କରା ବୃଦ୍ଧିକୁ ରୋକିଥାଏ।

ସୌ(ସୋସିଆଲ ମିଡିଆ)

Almond for Diabetes: ଆମ ଦେଶରେ ଗତ କିଛି ବର୍ଷ ମଧ୍ୟରେ ଡାଇବେଟିସ(Diabetes) ବା ମଧୁମେହ ରୋଗୀଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଛି। ଅନୁସନ୍ଧାନକାରୀଙ୍କ କହିବା ଅନୁସାରେ, ରକ୍ତରେ ଶର୍କରା ସ୍ତର ବା ସୁଗାର ଲେବଲ୍‌ ଅଧିକ ଥିବା ଲୋକମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ଲୋକଙ୍କଠାରେ ଭବିଷ୍ୟତରେ ମଧୁମେହ ହେବାର ସମ୍ଭାବନା ଅଧିକ ଥାଏ। ତେବେ ନିଜର ଖାଦ୍ୟପେୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦେବା ଦ୍ୱାରା ଏହାକୁ କମ୍‌ କରି ହେବ। ନିକଟରେ ନୂଆଦିଲ୍ଲୀ ଡାକ୍ଟର ଅନୁପ ମିଶ୍ର ଓ ନ୍ୟୁଟ୍ରିସିଅନ ରିସର୍ଚ୍ଚର ଡାକ୍ତର ସୀମା ଗୁଲାଟି ଏକ ଅଧ୍ୟୟନରୁ ପ୍ରକାଶ ପାଇଛି ଯେ, ମଧୁମେହକୁ କମାଇବାରେ ବାଦାମର(Almond) ଭୂମିକା ଗୁରତ୍ୱପୂର୍ଣ୍ଣ ଅଟେ। ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ, ନିୟମିତ ବାଦାମ ଖାଇବା ଦ୍ୱାରା ମଧୁମେହର ପ୍ରାଥମିକ ଅବସ୍ଥା ବା ପ୍ରିଡାଇବେଟିସ୍‌ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଏହି ଗବେଷଣାରୁ ଜଣାପଡି଼ଛି ଯେ, ଭୋଜନ କରିବାର ୩୦ ମିନିଟ୍ ପୂର୍ବରୁ ପ୍ରିଡାଇବେଟିସ ରୋଗୀ ମାନେ ବାଦାମ ଖାଇଲେ ଏହା ରକ୍ତରେ ଶର୍କରା ବୃଦ୍ଧିକୁ ରୋକିଥାଏ। ଦୀର୍ଘ ଦିନ ଧରି ଏହି ଗବେଷଣା ଉପରେ ଉଭୟ ଡାକ୍ତର ଅନୁପ ମିଶ୍ରା ଓ ସୀମା ଗୁଲାଟି ଅଧ୍ୟୟନ କରି ଆସୁଥିଲେ। ସେମାନେ କିଛି ପ୍ରିଡାଇବେଟିସ ରୋଗୀ ମାନଙ୍କୁ ନେଇ ସକାଳେ ଓ ସନ୍ଧ୍ୟାରେ ଖାଇବାର ୩୦ ମିନିଟ୍ ପୂର୍ବରୁ ନିୟମିତ ଭାବେ ବାଦାମ ଖାଇବାକୁ ଦେଇଥିଲେ। ତିନି ମାସ ପରେ ପ୍ରାୟ ଏକ ଚତୁର୍ଥାଂଶ ରୋଗୀଙ୍କଠାରେ ଡାଇବେଟିସ ରୋଗ ଦୂର କରିବାରେ ସହାୟକ ହୋଇଥିଲା। ଏହାସହ ରକ୍ତରେ ଶର୍କରାର ପରିମାଣକୁ କମ କରିବାରେ ବାଦାମ ସହାୟକ ହେଉଥିବା ନେଇ ସ୍ପଷ୍ଟ ହୋଇଥିଲା ।

fallback

ନିୟମିତ ବାଦାମ ଖାଇବା ଦ୍ୱାରା ରକ୍ତରେ ଶର୍କରାର ପରିମାଣ କମ(Sugar Control) ହେବା ସହ ହାଇପରଗ୍ଲେସେମିଆର(Hyperglycemia) ଲକ୍ଷଣ ଗୁଡିକ ମଧ୍ୟ କମିଥିବା ନେଇ ଡାକ୍ତର ସ୍ପଷ୍ଟ କରିଛନ୍ତି। ଭୋଜନ ପୂର୍ବରୁ ବାଦାମ ଖାଇଥିବା ବ୍ୟକ୍ତିଙ୍କ ଠାରେ ପୋଷ୍ଟ ପ୍ରେଣ୍ଡିଆଲ ଗ୍ଲୁକୋଜ ସ୍ତର ୧୮ ପ୍ରତିଶତ କମିଥିବାର ଦେଖା ଯାଇଥିଲା। ଭୋଜନ ପରେ ଆମ ଶରୀରରେ କୌଣସି ଖାଦ୍ୟରେ ଥିବା ଗ୍ଲୁକୋଜର ପ୍ରତିକ୍ରିୟାକୁ ପୋଷ୍ଟ ପ୍ରେଣ୍ଡିଆଲ ଗ୍ଲୁକୋଜ କୁହାଯାଇଥାଏ। କୌଣସି ମିଲ୍‌ ପୂର୍ବରୁ ବାଦାମ ଖାଇବା, ଡାଇବେଟିସ କମାଇବାର ଔଷଧ ପରି କାର୍ଯ୍ୟ କରୁଥିବା ନେଇ ଆନୁସନ୍ଧାନକାରୀ ମାନେ ମତ ରଖିଛନ୍ତି।  ବାଦାମକୁ ଡ୍ରାଇ ଫ୍ରୁଟରେ ଗଣାଯାଏ। ଏଥିରେ ସୁଗାର ଓ କାର୍ବୋହାଇଡ୍ରେଟ୍ କମ୍ ରହିଥାଏ। ଏହାସହ ଏଥିରେ ଫାଇବର ଓ ପ୍ରୋଟିନ୍ ବିପୁଳ ପରିମାଣରେ ରହିଥାଏ। ଏଥିଯୋଗୁଁ ବାଦାମ ଶରୀରରେ ସୁଗାର ସ୍ତର କମ୍‌ କରିବାରେ ସାହାଯ୍ୟ କରିଥାଏ। ଫାଇବର୍‌ ଓ ପ୍ରୋଟିନ ଛଡା଼ ବାଦାମରେ ପୋଟାସିୟମ୍‌(Potassium), ମ୍ୟାଗ୍ନନେସିୟମ ଓ ଭିଟାମିନ୍ ପରି ପୋଷକ ତତ୍ତ୍ୱ ପର୍ଯ୍ୟାପ୍ତ ପରିମାଣରେ ରହିଥାଏ। ଏହି ସବୁ ଜିନିଷ ସ୍ୱାସ୍ଥ୍ୟ ପାଇଁ ଉପକାରୀ ଅଟେ। ଏଗୁଡି଼କ ଡାଇବେଟିସ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

ଡାଇବେଟିସ୍ ରୋଗୀଙ୍କ ପାଇଁ କାହିଁକି ଉପକାରୀ ଅଟେ ବାଦାମ?

ଆମ ଶରୀରରେ ସୁଗାର ଲେବଲ କମ୍ କରିବା ସହ ବାଦାମ ଅନ୍ୟାନ୍ୟ ଉପକାର ମଧ୍ୟ କରିଥାଏ। ଆସନ୍ତୁ ଜାଣିବା ବାଦାମର ଉପକାରୀତା ବିଷୟରେ ।

୧. ମ୍ୟାଗ୍ନେସିୟମରେ ଭରପୂର ହୋଇଥାଏ ବାଦାମ- ମ୍ୟାଗ୍ନେସିୟମରେ (Magnesium) ଭରପୂର ଏକ ଉତ୍ତମ ଉତ୍ସ ହେଉଛି ବାଦାମ। ଡାଇବେଟିସ ରୋଗୀଙ୍କଠାରେ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ମ୍ୟାଗ୍ନେସିୟମ୍ ସାହାଯ୍ୟ କରିଥାଏ। ଏହା ସହିତ ମଧୁମେହ ଯୋଗୁଁ ଉଚ୍ଚ ରକ୍ତଚାପ ଓ ହୃଦଘାତକୁ ରୋକିବାରେ ଏହା ସହାୟକ ହୋଇଥାଏ।

୨. ହୃତପିଣ୍ଡ ପାଇଁ ଉପକାରୀ- ମଧୁମେହ(Diabetes patient) ରୋଗୀମାନେ ବାଦାମ ଖାଇବା ଦୂାରା ହୃତପିଣ୍ଡ(Heart) ସୁସ୍ଥ ରହିଥାଏ । ବାସ୍ତବରେ, ୱାର୍ଲ୍ଡ ହାର୍ଟ ଫେଡେରେସନ୍ (world heart federation) ଅନୁଯାୟୀ ଡାଇବେଟିସ୍ ରୋଗୀଙ୍କୁ ହୃଦଘାତ୍ ହେବାର ସମ୍ଭାବନା ଅଧିକ ଥାଏ। ତେଣୁ ଏହି ସମୟରେ ହୃତପିଣ୍ଡର ଯତ୍ନ ନେବା ଆବଶ୍ୟକ। ବାଦାମରେ ହେଲ୍‌ଦି ଫ୍ୟାଟ (Healthy fat) ରହିଥାଏ।  ଏପରି ସ୍ଥିତିରେ ବାଦାମ ଖାଇବା ଦ୍ୱାରା ଶରୀରରୁ କ୍ଷତିକାରକ କଲୋଷ୍ଟ୍ରଲ ହ୍ରାସ କରି ସୁସ୍ଥ କଲୋଷ୍ଟ୍ରଲ ବୃଦ୍ଧି କରିବାରେ ବାଦାମ ସହାୟକ ହୋଇଥାଏ । ଏହାଦୂରା ହୃତପିଣ୍ଡକୁ ସୁସ୍ଥ ରଖାଯାଇ ପାରେ।  ତେଣୁ ଏହି ସମୟରେ ନିୟମିତ ବାଦାମ ଖାଇବା ଉଚିତ।

୩. ଓଜନ ହ୍ରାସ କରିବାରେ ସାହାଯ୍ୟ କରେ- ମଧୁମେହ ରୋଗୀଙ୍କ ପାଇଁ ବାଦାମ ସଞ୍ଜିବନୀ ସଦୃଶ୍ୟ ହୋଇଥାଏ। ବାଦାମରେ ପ୍ରଚୁର ପରିମାଣରେ ପ୍ରୋଟିନ୍(Protein) ଓ ଫାଇବର(Fiber) ଭରି ରହିଥାଏ। ଏହି ପୋଷକ ତତ୍ତ୍ୱ ଗୁଡିକ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ବାସ୍ତବରେ, ଫାଇବର ଓ ପ୍ରୋଟିନ ଗୁଡିକ ଦୀର୍ଘ ସମୟ ପର୍ଯ୍ୟନ୍ତ ପେଟକୁ ପୂର୍ଣ୍ଣ ରଖନ୍ତି । ଫଳରେ ଆମକୁ ଭୋକ ଲାଗିନଥାଏ । ଡାଇବେଟିସ୍ ସମୟରେ ଓଜନ ବୃଦ୍ଧି ଏହି ରୋଗକୁ ଆହୁରି ବଢାଇପାରେ। ତେଣୁ ଏହି ସମୟରେ ଓଜନ ନିୟନ୍ତ୍ରଣ(weight loss) କରିବାରେ ଓ ରକ୍ତରେ ଶର୍କରା ହ୍ରାସ କରିବାରେ ବାଦାମ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

୪. ରକ୍ତଚାପ ନିୟନ୍ତ୍ରଣ କରିଥାଏ ବାଦାମ- ରକ୍ତରେ ଶର୍କରାର ପରିମାଣ ବୃଦ୍ଧି ପାଇଲେ ରକ୍ତ ନଳୀ ନଷ୍ଟ ହୋଇପାରେ। ଏହାସହ ଏହା ଧମନୀକୁ ମଧ୍ୟ କଠିନ କରିଥାଏ। ଏହାକୁ ଏଥେରୋସ୍କ୍ଲେରୋସିସ କୁହାଯାଏ। ଏପରି ପରିସ୍ଥିତିରେ ଉଚ୍ଚ ରକ୍ତଚାପ ହେବା ସହ ସ୍ୱାସ୍ଥ୍ୟ ଅଧିକ ବିଗିଡି଼ଯାଏ। ଡାଇବେଟିସ ରୋଗୀଙ୍କ ପାଇଁ ରକ୍ତଚାପ କମାଇବା ପାଇଁ ବାଦାମ ସହାୟକ ହୋଇଥାଏ। ବାଦାମରେ ଥିବା ମ୍ୟାଗ୍ନେସିୟମ ଓ ପୋଟାସିୟମ ରକ୍ତରେ ସୋଡିୟମ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରେ। ଫଳରେ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ ।

 

fallback

୫- ହାଡ଼କୁ ସୁସ୍ଥ ରଖେ ବାଦାମ- ମଧୁମେହରେ ହାଡ଼ ସହିତ ଜଡିତ ସମସ୍ୟା ଦେଖାଦେଇଥାଏ । ମଧୁମେହ ରୋଗୀଙ୍କର ହାଡ଼ ଦୁର୍ବଳ ସାମ୍ଭବନା ଅଧିକ ଥାଏ । ତେଣୁ ମଧୁମେହ ରୋଗୀ ମାନେ ହାଡ଼କୁ ସୁସ୍ଥ ରଖିବା ପାଇଁ ବାଦାମ ଖାଇବା ଉଚିତ୍ । ବାଦାମ କ୍ୟାଲସିୟମର(calcium) ଏକ ଉତ୍ତମ ଉତ୍ସ ଅଟେ, ଯେଉଁଥିପାଇଁ ଏହା ହାଡ଼କୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।

୬- ଆଖି ପାଇଁ ଉପକାରୀ ବାଦାମ- ରକ୍ତରେ ଶର୍କରା ସ୍ତର ଆଖିକୁ ମଧ୍ୟ ପ୍ରଭାବିତ କରିଥାଏ । ଏପରି ପରିସ୍ଥିତିରେ ମଧୁମେହ ରୋଗୀ ମାନେ ଆଖିକୁ ସୁସ୍ଥ ରଖିବା ପାଇଁ ବାଦାମ ଖାଇବା ଲାଭଦାୟକ ହୋଇଥାଏ । ଏଥିରେ ଭିଟାମିନ୍ (E) ଥାଏ, ଫଳରେ ଏହା ଆଖି ପାଇଁ ଲାଭଦାୟୀ ହୋଇଥାଏ ।

୭- ମସ୍ତିଷ୍କକୁ ସୁସ୍ଥ ରଖେ- ଡାଇବେଟିସ ରୋଗୀ ବାଦାମ ଖାଇବା ଦ୍ୱାରା ସେମାନଙ୍କର ମସ୍ତିଷ୍କ ସୁସ୍ଥ ରହିଥାଏ। ମଧୁମେହ ଯୋଗୁଁ ମସ୍ତିଷ୍କରେ ଆଲଜାଇମର ହୋଇପାରେ। ବାଦାମ ଖାଇବା ଦ୍ୱାରା ଏହାକୁ ରୋକା ଯାଇପାରିବ। ବାଦାମରେ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ଯଥା ଫୋଲେଟ୍, ଟୋକୋଫେରୋଲ୍, ମୋନୋ ଅନ୍‌ସାଚ୍ୟୁରେଟେଡ୍‌ ଫ୍ୟାଟି ଏସିଡ୍, ପଲି ଅନ୍‌ସାଚ୍ୟୁରେଟେଡ୍‌ ଫ୍ୟାଟି ଏସିଡ ଥାଏ। ଏହା ସ୍ମରଣ ଶକ୍ତି ହ୍ରାସ (cognitive disfunction)ରୁ ରକ୍ଷା କରିଥାଏ।

(ପ୍ରତ୍ୟାଖ୍ୟାନ: ସଂପୃକ୍ତ ପ୍ରବନ୍ଧଟି ପାଠକଙ୍କ ସୂଚନା ଓ ସଚେତନତା ପାଇଁ । ଜି ଓଡ଼ିଶା ନ୍ୟୁଜ୍ ଏପରି ଦାବିକୁ ନିଶ୍ଚିତ କରେ ନାହିଁ । ଆମର ଉଦ୍ଦେଶ୍ୟ କେବଳ ଆପଣଙ୍କୁ ସୂଚନା ପ୍ରଦାନ କରିବା ।)