Horoscope 3rd December 2022: ପାରିବାରିକ ବୁଝାମଣାରେ ଅଭାବ ଦେଖାଦେବ, କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ ଅସୁବିଧାରେ ପଡିବେ
Advertisement

Horoscope 3rd December 2022: ପାରିବାରିକ ବୁଝାମଣାରେ ଅଭାବ ଦେଖାଦେବ, କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ ଅସୁବିଧାରେ ପଡିବେ

Horoscope 3rd December 2022: ଦୃଢମନା ହୋଇ ଏକାଗ୍ର ଚିତ୍ତରେ କାର୍ଯ୍ୟ କଲେ ସଫଳତା ପ୍ରାପ୍ତି ହେବ । ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସଂପାଦନ କରିବେ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ଉପଲବ୍ଧି ହେବ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । 

ପ୍ରତିକାତ୍ମକ ଫଟୋ

Horoscope 3rd December 2022, ମେଷ: ଦିନଟିରେ ଆପଣଙ୍କ କର୍ମତତ୍ପରତା ବୃଦ୍ଧି ପାଇବ । ସ୍ୱାସ୍ଥ୍ୟ ସଚେତନ ହେବେ । ପ୍ରତ୍ୟେକଟି କାର୍ଯ୍ୟ ସଫଳତାର ସହ ସଂପୂର୍ଣ୍ଣ କରିବେ । ନୂତନ ଯୋଜନା ଫଳପ୍ରସୁ ହେବ ।

ବୃଷ: ଦିନଟି ଶୁଭାଶୁଭ ମିଶ୍ରିତ ଫଳ ଦେବ । ଦାନ ଧର୍ମ ପ୍ରତି ମନ ବଳିବ । କର୍ତ୍ତବ୍ୟ ନିଷ୍ଠ ହେବେ । କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ପାଇବେ । ପାରିବାରିକ ସୁଖଶାନ୍ତି ଉପଭୋଗ କରିବେ । ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ ।  

ମିଥୁନ: ଦେହ ଓ ମନ ଭଲ ରହିବ । ପୂଜାପୂଜି ପାଇଁ ମନ ବଳାଇବେ । କର୍ତ୍ତବ୍ୟ ନିଷ୍ଠ ହୋଇ ସମସ୍ତ ନ୍ୟସ୍ତ କାର୍ଯ୍ୟ ଦାୟିତ୍ୱର ସହ ତୁଳାଇବେ । ଦେହ ଓ ମନ ଭଲ ରହିବ । ବ୍ୟବସାୟିକ ଅଭିବୃଦ୍ଧି ପାଇଁ ନୂତନ ଚିନ୍ତାଧାରା ଆପଣେଇବେ ।  

କର୍କଟ: ମାନସିକ ଭାରକ୍ରାନ୍ତ ହେବେ । କାର୍ଯ୍ୟ ସଂପାଦନରେ ବିଳମ୍ବ ହେବ । ଆୟ ଓ ବ୍ୟୟ ସମାନ ରହିବ । କୌଣସି ଦ୍ରବ୍ୟ ନଷ୍ଟ କିମ୍ବା ଚୋରି ହୋଇପାରେ । ପାରିବାରିକ ବୁଝାମଣାରେ ଅଭାବ ପରିଲକ୍ଷିତ ହେବ । କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ ଅସୁବିଧାରେ ପଡିବେ ।   

Also Read: 2023 Januray Festival: ନୂଆବର୍ଷ ପ୍ରଥମ ମାସରେ କେବେ କେଉଁ ପର୍ବ, ଜାଣନ୍ତୁ ତାଲିକା

ସିଂହ: ପରିଶ୍ରମୀ ହେବେ । ଦେହ ଓ ମନ ପ୍ରାୟ ଭଲ ରହିବ । କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରଶଂସାର ପାତ୍ର ହେବେ । ଆୟ ଉତ୍ତମ ହେବ । ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ ।  

କନ୍ୟା: ଶାରୀରିକ ସୁସ୍ଥତା ଲାଭ କରିବେ । କର୍ମତତ୍ପର ହେବେ । କାର୍ଯ୍ୟାଳୟରେ କର୍ମଚାପ ବୃଦ୍ଧି ପାଇବ । ବ୍ୟବସାୟିକ ଅଭିବୃଦ୍ଧି ଦେଖାଦେବ । ସାଂଗଠନିକ କାର୍ଯ୍ୟରେ ଯୋଗ ଦେବେ । ଆୟ ଅବ୍ୟାହତ ରହିବ । ପାରିବାରିକ ସୁଖଶାନ୍ତି ବିରାଜମାନ ହେବେ ।

ତୁଳା: ଦୃଢମନା ହୋଇ ଏକାଗ୍ର ଚିତ୍ତରେ କାର୍ଯ୍ୟ କଲେ ସଫଳତା ପ୍ରାପ୍ତି ହେବ । ଆର୍ଥିକ ସ୍ଥିତି ମଜ୍‌ଭୁତ ହେବ । ଅ୍ଧବନ ଅଦାଲତର ରାୟ ଆପଣଙ୍କ ସପକ୍ଷରେ ଯିବ । ପଡୋଶୀଙ୍କ ସହ ସମ୍ପର୍କରେ ମଧୁରତା ପରିଲକ୍ଷିତ ହେବ । ଶୁଭ କାର୍ଯ୍ୟରେ ଯୋଗ ଦେବେ ।

ବିଛା: ମନ ପ୍ରସନ୍ନ ରହିବ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ଉପଲବ୍ଧି ହେବ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ନୂତନ ସାମଗ୍ରୀ କ୍ରୟ କରିବେ । ପରିବାରରେ ହର୍ଷଉଲ୍ଲାସରେ ଲାଗି ରହିବ । ଉଚ୍ଚ ଆଶା ଫଳବତୀ ହେବ ।

Also Read: KIIT Nanhipari Little Miss India: ଆସନ୍ତାକାଲି ଠୁ ଭୁବନେଶ୍ବରରେ ନହ୍ନିପରୀ ଅଡିସନ୍, ଜାଣନ୍ତ

ଧନୁ: ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସଂପାଦନ କରିବେ । କାର୍ଯ୍ୟାଳୟରେ ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ପାଇବେ । ଆୟ ଆଶାନୁରୂପ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । କର୍ତ୍ତବ୍ୟ ପରାୟଣ ହେବେ ।

ମକର: ଶାରୀରିକ ଅସୁସ୍ଥତା ଦେଖାଦେବ । ଆର୍ଥିକ ସ୍ଥିତିରେ ଅବନତି ହେବ । କର୍ମ କ୍ଷେତ୍ରରେ କର୍ମଚାପ ବଢିବ । ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ । ବ୍ୟବସାୟ ମଧ୍ୟମ ଧରଣର ହେବ । ପାରିବାରିକ ସୁଖଶାନ୍ତି ବାଧାପ୍ରାପ୍ତ ହେବ ।  

କୁମ୍ଭ: ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ଉପଲବ୍ଧି ହେବ । ଆୟ ଆଶାନୁରୂପକ ହେବ । ପାରିବାରିକ ସ୍ନେହ ଶ୍ରଦ୍ଧା ପ୍ରାପ୍ତି ହେବ । ବ୍ୟବସାୟରେ ସଫଳତା ପାଇବେ ।  

ମୀନ: ରୋଜଗାର ଊଣା ହେବ ନାହିଁ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ମୋକଦ୍ଦମାରେ ବିଜୟୀ ହେବ ସହ ଧନଲାଭ ହେବ । ଧନ:ସମ୍ପଦ ବୃଦ୍ଧି ହେବ ।